ଚାନ୍ଦି ଭଣ୍ଡାରରେ ଦୁର୍ଗାପୂଜା କଲେକ୍ସନ

ଭୁବନେଶ୍ୱର,୨୧ା୯: ରୁପା ଗହଣାର ପ୍ରମୁଖ ଶୋ’ରୁମ୍‌ ଚାନ୍ଦି ଭଣ୍ଡାର ଚଳିତ ବର୍ଷର ଦୁର୍ଗାପୂଜା ଅଭିନବ ଢଙ୍ଗରେ ପାଳନ କରୁଛି। ବିଶେଷକରି ପ୍ରତ୍ୟେକ ମହିଳାଙ୍କ ମଧ୍ୟରେ ଦେବୀଙ୍କ ବାସ ରହିଥାଏ। ଏଭଳି କ୍ଷେତ୍ରରେ ଚାନ୍ଦି ଭଣ୍ଡାର ମହିଳାମାନଙ୍କୁ ସଜାଇବା ପାଇଁ ଦୁର୍ଗାପୂଜାରେ ରୁପା ଗହଣାର ଭଳିକି ଭଳି ଅତ୍ୟାଧୁନିକ କଲେକ୍ସନ ଆଣିଛି। ଏପରିକି ଏଠାରେ ବ୍ୟାପକ ଡିଜାଇନ୍‌ର ଗହଣା, କାରୁକାର୍ଯ୍ୟପୂର୍ଣ୍ଣ ଆର୍ଟିଫ୍ୟାକ୍ଟ ଏବଂ ଅନେକ କିଛି ସାମିଲ ରହିଛି। ପୂଜା ଆଉଟ୍‌ଫିଟ୍‌କୁ ଖାପ ଖାଇବା ଭଳି ଅତ୍ୟାଧୁନିକ ତଥା ଟ୍ରେଣ୍ଡି ଅକ୍ସିଡାଇଜ୍‌ଡ ରୁପା ଗହଣା ଶୋ’ରୁମ୍‌ରେ ଉପଲବ୍ଧ କରାଯାଇଥିବା ଜଣାପଡ଼ିଛି। ଖାଲି ସେତିକି ନୁହେଁ, ଦେବୀ ଦୁର୍ଗାଙ୍କ ପ୍ରତିମୂର୍ତ୍ତିର ଅତ୍ୟାଧୁନିକ କଲେକ୍ସନ ସହ ବିଭିନ୍ନ ପ୍ରକାର ରୁପା ବାସନ, ଦୀପ ଏବଂ ଅନେକ କିଛି ଶୋ’ରୁମ୍‌ରେ ଉପଲବ୍ଧ ରହିଛି। ସେହିଭଳି ଚାନ୍ଦି ଭଣ୍ଡାରର ଭୁବନେଶ୍ୱରସ୍ଥିତ ଶହୀଦନଗର ଏବଂ ପଟିଆ ଆଉଟ୍‌ଲେଟ ସହ ରାଉରକେଲାର ଉଦିତନଗର ଶୋ’ରୁମ୍‌ ଏବଂ ଅନୁଗୋଳର ଅମଲାପଡ଼ା ଶୋ’ରୁମ୍‌ରେ ମଧ୍ୟ ଗ୍ରାହକଙ୍କ ପାଇଁ ଭଳିକି ଭଳି ରୁପା ଗହଣା ଏବଂ ସାମଗ୍ରୀକୁ ଆକର୍ଷଣୀୟ ଅଫରରେ ପାଇପାରିବେ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି। ସେହିପରି ପୂଜା ଅଫର ଭାବେ ଗଢ଼ା ମଜୁରି ଉପରେ ଫ୍ଲାଟ୍‌ ୨୫% ରିହାତି ମଧ୍ୟ ଆସନ୍ତା ମାସ ୫ତାରିଖ ଯାଏ ବୈଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଓଡ଼ିଆ ଚ୍ୟାନେଲ ‘ଷ୍ଟାର୍‌ କିରଣ’ର ଶୁଭାରମ୍ଭ

ଭୁବନେଶ୍ୱର,୨୦।୫: ଦେଶର ପ୍ରମୁଖ ଟିଭି ନେଟ୍‌ୱର୍କ ଡିଜ୍‌ନୀ ଷ୍ଟାର୍‌ ପକ୍ଷରୁ ରାଜ୍ୟରେ ଏକ ଉସତ୍ର୍ଗୀକୃତ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ‘ଷ୍ଟାର୍‌ କିରଣ’ର ଶୁଭାରମ୍ଭ ହୋଇଯାଇଛି। ଏହାର...

ଜୁନିୟର କର୍ମଚାରୀଙ୍କୁ ୧ ଲକ୍ଷ ଲେଖାଏ ବୋନସ୍‌ ଦେଲା ଓ୍ବିପ୍ରୋ

ବେଙ୍ଗାଲୁରୁ,୧୯-୭: ଦେଶର ଅନ୍ୟତମ ପ୍ରମୁଖ ଆଇଟି କମ୍ପାନୀ ଓ୍ବିପ୍ରୋ ଲିମିଟେଡ ଏହାର ଜୁନିୟର କର୍ମଚାରୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ବୋନସ୍‌ ପ୍ରଦାନ କରିଛି। ଓ୍ବିପ୍ରୋରେ...

ସୋମବାର ନ୍ୟାଶନାଲ ଟାକ୍ସ ଇ-ଆସେସମେଣ୍ଟ ସେଣ୍ଟର ଶୁଭାରମ୍ଭ

ନୂଆଦିଲ୍ଲୀ,୭-୧୦: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୋମବାର ଆୟକର ବିଭାଗର ନ୍ୟାଶନାଲ ଟାକ୍ସ ଇ-ଆସେସମେଣ୍ଟ ସେଣ୍ଟର(ଏନ୍‌ଇଏସି)ର ଶୁଭାରମ୍ଭ କରିବେ। ଏହା ଦ୍ୱାରା ଟିକସଦାତା ଏବଂ ଟିକସ ଅଧିକାରୀଙ୍କ...

ଏକ ରାଷ୍ଟ୍ର, ଏକ ରାଶନ କାର୍ଡ ଲାଗୁ;ରାଜ୍ୟଗୁଡ଼ିକୁ ବର୍ଷେ ମିଳିଲା

ନୂଆଦିଲ୍ଲୀ,୩୦-୬: କେନ୍ଦ୍ର ସରକାର ସାରା ଦେଶରେ ‘ଏକ ରାଷ୍ଟ୍ର, ଏକ ରାଶନ କାର୍ଡ’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି। ରାଜ୍ୟ ସରକାରଗୁଡ଼ିକୁ ଏଥିପାଇଁ ଆସନ୍ତାବର୍ଷ ଜୁନ୍‌...

ପ୍ରାକ୍‌ ବଜେଟ ବୈଠକ ଆରମ୍ଭ

ନୂଆଦିଲ୍ଲୀ: ଭିତ୍ତିଭୂମି ଏବଂ ସ୍ବାସ୍ଥ୍ୟ କ୍ଷେତ୍ରକୁ ସରକାର ପ୍ରାଥମିକତା ଦିଅନ୍ତୁ ବୋଲି ଦେଶର ଶିଳ୍ପଜଗତ ନିବେଦନ କରିଛି। ଆର୍ଥତ୍କ ବର୍ଷ ୨୦୨୧-୨୨ ଲାଗି ପ୍ରାକ୍‌ ବଜେଟ...

ନୀରବ ମୋଦି ଦୁର୍ନୀତି ପରେ;ପ୍ରଥମଥର ଲାଭ କଲା ପିଏନ୍‌ବି

ନୂଆଦିଲ୍ଲୀ,୨୭-୭: ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଦ୍ୱାରା ଦେଶର ସର୍ବବୃହତ ବ୍ୟାଙ୍କିଙ୍ଗ୍‌ ଦୁର୍ନୀତି ହେବା ପରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ପ୍ରଥମଥର ଲାଭର ମୁହଁ ଦେଖିଛି।...

ବିମାନ କମ୍ପାନୀଙ୍କୁ ୨୮ ଜୁଲାଇ ପର୍ଯ୍ୟନ୍ତ ସମୟ ଦେଲେ ଡିଜିସିଏ…

ନୂଆଦିଲ୍ଲୀ, ୧୯।୭ : ଉଡ଼ାଣ ସମୟରେ ବିମାନରେ ଘଟୁଥିବା ତ୍ରୁଟି କ୍ରମାଗତ ବଢ଼ିବାରେ ଲାଗିଛି। ଏସମ୍ପର୍କରେ ଡିଜିସିଏ କଡା ଆଭିମୁଖ୍ୟ ଗ୍ରହଣ କରିଛି। ଡିଜିସିଏ ଜୁଲାଇ...

ସ୍ବସ୍ତି ପ୍ରିମିୟମରେ ସିଜିଲର୍ସ ଫୁଡ୍‌ ଫେଷ୍ଟିଭାଲ

ଭୁବନେଶ୍ୱର,୧୧ା୯: ରାଜ୍ୟର ପ୍ରମୁଖ ୫ତାରକା ହୋଟେଲ ସ୍ବସ୍ତି ପ୍ରିମିୟମ ପକ୍ଷରୁ ଏକ ୧୦ ଦିନିଆ ସ୍ବତନ୍ତ୍ର ଖାଦ୍ୟମେଳା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ହୋଟେଲର ଅଗ୍ରଣୀ...

Advertisement
Archives

Model This Week