ମା’ ତାରାତାରିଣୀଙ୍କ ମହାଲକ୍ଷ୍ମୀ ବେଶ

ପୁରୁଷୋତ୍ତମପୁର,୨୯।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଦ୍ୱିତୀୟ ପାଳି ଯାତ୍ରା କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଯାଇଛି। ସୋମବାର ରାତି ୧ଟା ୩୫ରେ ମନ୍ଦିର ଦ୍ୱାରା ଫିଠାଯାଇଥିଲା। ପରମ୍ପରା ଅନୁସାରେ ଅବକାଶ ନୀତି, ମଙ୍ଗଳ ଆଳତି, ମାଜଣା ଆଦି ପୂଜାର୍ଚ୍ଚନା କରାଯାଇ ଥିଲା। ପରେ ମା’ ତାରାତାରିଣୀ ଦୁଇ ଭଉଣୀଙ୍କୁ ମହାଲକ୍ଷ୍ମୀ ବେଶରେ ସେବାୟତମାନେ ସଜ୍ଜିତ କରିଥିଲେ। ଭୋର ସାଢେ ୪ଟାରେ ମା’ଙ୍କ ସାହାଣ ମେଲା ହୋଇ ଦୁଇ ଭଉଣୀ ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ।

ଯାତ୍ରାର ଦ୍ୱିତୀୟ ପାଳିରେ ଶତାଧିକ ମାନସିକଧାରୀ ନିଜ ଶିଶୁଙ୍କ ମୁଣ୍ଡନ କାର୍ଯ୍ୟ କରିଛନ୍ତି। ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ, ତହସିଲଦାର ନିତିଶ କୁମାର ତ୍ରିପାଠୀ, ବିଡିଓ ବିଜୟ କୁମାର ବେହେରା, ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡିଙ୍କ ତତ୍ତ୍ୱାବଧାନରେ ସେବାୟତ ବାପୁଜୀ ରଣା, ତପନ କୁମାର ରଣା, ଧ୍ରୃବ ରଣାଙ୍କ ସମେତ ସମସ୍ତ ସେବାୟତ ମା’ଙ୍କ ପୂଜାର୍ଚ୍ଚନା କରୁଛନ୍ତି। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୧୩ ପ୍ଳାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭାବ୍ୟ ବାତ୍ୟା ବୁଲ୍‌ବୁଲ୍‌କୁ ନେଇ ଚିନ୍ତାରେ ଚାଷୀ: ଧାନ ପାଇଁ ପବନ, ପରିବାକୁ ବର୍ଷା ବିପଦ

ଜଗତ୍‌ସିଂହପୁର ଅଫିସ,୬ା୧୧: ଜଗତ୍‌ସିଂହପୁର ଜିଲାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ। କିନ୍ତୁ ଦୁଃଖର କଥା ହେଲା ପ୍ରାକୃତିକ ବିପର୍ଯ୍ୟୟ ଜିଲାବାସୀଙ୍କ ମେରୁଦଣ୍ଡ ବଙ୍କା କରିସାରିଲାଣି।...

ହସୁଛି ସୋରିଷ କ୍ଷେତ

ଜଳେଶ୍ୱର,୯।୨(ଡି.ଏନ.ଏ.)  ବାଲେଶ୍ୱର ଜିଲାରେ ସୁବର୍ଣ୍ଣରେଖା ନଦୀ କୂଳେ କୂଳେ ବ୍ୟାପକ ସୋରିଷ ଚାଷ ହୋଇଛି। ଚଳିତବର୍ଷ ଥଣ୍ଡା ପାଗ ରହିଥିବାରୁ ଭଲ ଫସଲ ଅମଳ ହେବ ବୋଲି...

‘ରାଷ୍ଟ୍ର ନିର୍ମାଣରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଧର୍ମଶାଳା,୨୦-୯(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜାରକା ରୋଟାରି କ୍ଲବ ପକ୍ଷରୁ ଧର୍ମଶାଳା ମହାବିଦ୍ୟାଳୟ ପରିସରରେ ବୁଧବାର ରାଷ୍ଟ୍ର ନିର୍ମାଣ ସମ୍ବର୍ଦ୍ଧନା ସାମାରୋହ ପାଳିତ ହୋଇଯାଇଛି। କ୍ଲବର ସଭାପତି...

ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ସିଡିଭିଓ: କାର୍‌ରୁ ଜବତ ହେଲା ୩ ଲକ୍ଷ ୯୧ ହଜାର ଟଙ୍କା

ବାରିପଦା ଅଫିସ/ବେତନଟୀ,୧୨।୬: ( ଡିଏନଏ)- ମୟୂରଭଞ୍ଜ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ( ସିଡିଭିଓ) ଡା. ଅଭୟ କୁମାର ତ୍ରିପାଠୀ ଶୁକ୍ରବାର ଭିଜିଲାନ୍ସ ହାତରେ ଧରା...

ଦୁଇଦିନରେ ଦୁଇ ଶିଶୁ ସମେତ ୧୨ଜଣଙ୍କୁ ଡେଙ୍ଗୁ

ବ୍ରହ୍ମପୁର ଅଫିସ,୨୧।୧୦: ଜିଲାରେ ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ପୁଣିଥରେ ଗତ ଦୁଇ ଦିନରେ ଦୁଇ ଶିଶୁ ସମେତ ୧୨ ଜଣଙ୍କ...

ବର୍ଜ୍ୟବସ୍ତୁରେ କରୋନା ଯୋଦ୍ଧା ଶହୀଦ ସ୍ମୃତିସ୍ତମ୍ଭ

ରୂପ୍‌ସା, ୨୬।୪(ଡି.ଏନ.ଏ.)-ସାରା ଦେଶ ଏବେ କରୋନା ପାଇଁ ଲକ୍‌ଡାଉନରେ ରହିଛି। ସମସ୍ତେ ସରକାରଙ୍କ ନିୟମ ମାନି ନିଜ ନିଜ ଘରେ ରହୁଥିବା ବେଳେ ସୁରକ୍ଷା ଦେବା...

ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲା କାୟାକଳ୍ପ ଟିମ୍‌

ଅନୁଗୋଳ ଅଫିସ, ୨୬।୧୧ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଗୁରୁବାର କାୟାକଳ୍ପ ଟିମ୍‌ ପରିଦର୍ଶନ କରିଛନ୍ତି। ଏହି ଟିମ୍‌ ଆସିବା ପୂର୍ବରୁ ବୁଧବାର ରାତିରେ...

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ନୂଆପଡା ଅଫିସ,୬ା୮- ଶୈଶବରେ ସାଙ୍ଗ ସାଥୀ ମେଳରେ ଖେଳିବା ବୁଲିବା ବୟସ । ହେଲେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଦୁଇ ଆଖିରେ ଦେଖିପାରୁ ନ...

Advertisement
Archives

Model This Week