ମା’ ତାରାତାରିଣୀ, ଦକ୍ଷିଣକାଳୀଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ

ପୁରୁଷୋତ୍ତମପୁର,୭ା୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀ ଓ ଦକ୍ଷିଣ କାଳୀଙ୍କ ପୀଠରେ ଶାରଦୀୟ ପୂଜା ଶୁକ୍ରବାର ଆରମ୍ଭ ହୋଇଛି। ଏହା ଷୋହଳ ଦିନ ଧରି ଚାଲିବ। ପ୍ରଥମ ଦିନ ମା’ ତାରାତାରିଣୀ ଦୁଇ ଭଉଣୀଙ୍କ ପ୍ରତିମାକୁ ସ୍ନାନବେଦୀକୁ ଅଣାଯାଇଥିଲା। ଋଷିକୁଲ୍ୟା ନଦୀରେ ପୂଜାର୍ଚ୍ଚନା କରି ସେବାୟତ ବୋହୂମାନେ ଆଣିଥିବା ଜଳରେ ମା’ଙ୍କୁ ସ୍ନାନ କରାଯାଇ ପୁଣି ଗର୍ଭଗୃହକୁ ନିଆଯାଇଥିଲା। ସେଠାରେ ସଙ୍କଟ ତାରିଣୀଙ୍କ ସହ ମହାସ୍ନାନ କରାଯାଇଥିଲା। ମା’ଙ୍କ ମୁଖ୍ୟ ପୁରୋହିତ ପ୍ରତାପୁର ଗ୍ରାମର ପଣ୍ଡିତ ସୀମାଞ୍ଚଳ ଦାଶ ଶର୍ମା ପରମ୍ପରା ଅନୁସାରେ ସମସ୍ତ ପୂଜାର୍ଚ୍ଚନା କରି ରାତିରୁ ଚଣ୍ଡିପାଠ ଓ ପୂଜା କରୁଛନ୍ତି। ସେବାୟତ ସଂଘ ସଭାପତି ତପନ କୁମାର ରଣା କର୍ତ୍ତା ହୋଇଛନ୍ତି। ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡିଙ୍କ ତତ୍ତ୍ୱାବଧାନରେ ସେବାୟତ ବାପୁଜୀ ରଣା, ଧୃବରଣାଙ୍କ ସମେତ ସମସ୍ତ ସେବାୟତ ପୂଜା କାର୍ଯ୍ୟରେ ଲାଗିଛନ୍ତି। ଷୋହଳ ଦିନ ବ୍ୟାପି ପ୍ରତ୍ୟହ ଦିନକୁ ୨ଥର ଚଣ୍ଡି ପାଠ ହେବ। ମାଙ୍କ ଏହି ପର୍ବରେ ଆର୍ଶିବାଦ ଭିକ୍ଷା ଲାଗି ଭକ୍ତଙ୍କ ପ୍ରବଳ ଭିଡ ଜମିବାରେ ଲାଗିଛି। ସେହିପରି ଜଳେଶ୍ୱରଖଣ୍ଡି ଗ୍ରାମରେ ବିଜେ ମା’ ଦକ୍ଷିଣକାଳୀଙ୍କ ପୀଠରେ ମଧ୍ୟ ପୂଜା ଆରମ୍ଭ ହୋଇଛି। କିମ୍ବଦନ୍ତି ପ୍ରକାରେ ସପ୍ତଦଶ ଶତାବ୍ଦୀର ଶେଷ ଭାଗରେ ଉତ୍କଳର ସୁପ୍ରସିଦ୍ଧ କବିସୂର୍ଯ୍ୟ ବଳଦେବ ରଥଙ୍କ ଜ୍ୟେଷ୍ଠଭ୍ରାତା ଲୋକନାଥ ରଥଙ୍କ ଉଦ୍ୟମରେ ଜଉଗଡ଼ରେ ଅବହେଳିତ ଅବସ୍ଥାରେ ଥିବା କାଳୀ ମୂର୍ତ୍ତିଙ୍କୁ ଆଣି ଜଳେଶ୍ୱରଖଣ୍ଡିରେ ଅବସ୍ଥାପିତ କରିଥିଲେ। ମା ଦକ୍ଷିଣକାଳୀ କଳା ମୁଗୁନି ପଥରରେ ଅଷ୍ଟାଦଶ ଭୁଜା ମହିଷାସୁରକୁ ବଧ କରିବା ମୁଦ୍ରାରେ ଅଛନ୍ତି। ଏଠାରେ ଷୋଡ଼ଶ ଦିବ୍ୟସିଂହ ଶାରଦୀୟ ଦୁର୍ଗାପୂଜା କରାଯାଏ। ପ୍ରତ୍ୟେକ ଦିନ ୩ ଥର ଚଣ୍ଡୀ ପାଠ ଷୋଡଶ ଉପଚାର ପୂଜା ଓ ମହାପୂଜା କରାଯିବା ସହ ମହାଷ୍ଟମୀ ପୂଜା କରାଯାଇଥାଏ। ମହା ନବମୀ ଦିନ ବିଶ୍ରାମ ଚଣ୍ଡୀ ପୂଜା ହୁଏ। ଦଶହରା ସନ୍ଧ୍ୟାରେ ଦେବୀଙ୍କ ଘଟ ବିସର୍ଜନ ହୋଇଥାଏ । ମୁଖ୍ୟ ପୁରହିତ ଦିବ୍ୟସିଂହପୁରର ପଣ୍ଡିତ ବାସୁଦେବ ମିଶ୍ର ପୂଜାର୍ଚ୍ଚନା କରିବାରେ ଲାଗିଛନ୍ତି। ମନ୍ଦିର ପରିଚାଳନା ଟ୍ରଷ୍ଟି ଶଶି ଭୂଷଣ ପଣ୍ଡା ଓ ସମସ୍ତ ସେବକଙ୍କ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସୂର୍ଯ୍ୟଙ୍କ ନକ୍ଷତ୍ର ଗୋଚରରେ ୫ ରାଶିଙ୍କୁ ଅପାର ଲାଭ; ଅଚାନକ ମିଳିବ ଟଙ୍କା, ଗାଡ଼-ଘର କିଣିବେ…

ସୂର୍ଯ୍ୟ ଉତ୍ତରାଫାଲ୍ଗୁନୀ ନକ୍ଷତ୍ରରେ ୨୭ ସେପ୍ଟେମ୍ୱର ପର୍ଯ୍ୟନ୍ତ ରହିବେ। ଏହା ପରେ ହସ୍ତା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହଙ୍କର ଏହି ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?