ମା’ ରାମଚଣ୍ଡି ପୀଠ ଚଳଚଞ୍ଚଳ: ଆଜିଠୁ ଷୋଡ଼ଶ ଦିନାତ୍ମକ ଶାରଦୀୟ ଉତ୍ସବ

ଗଞ୍ଜାମ,୧୪।୯(ବିଦ୍ୟାଧର ସାହୁ/ଅଖିଳ ତରାଇ): ଗଞ୍ଜାମ ଜିଲା କରପଡ଼ା ପଞ୍ଚାୟତ ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମର ପାହାଡ଼ ଶିଖରରେ ଅବସ୍ଥିତ ମା’ ରାମଚଣ୍ଡି। ଏଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ଆଡ଼ମ୍ବରରେ ଷୋଡଶ ଦିନାତ୍ମକ ଶାରଦୀୟ ଉତ୍ସବ ଅନୁଷ୍ଠିତ ହେବ। ଆସନ୍ତା ୧୪ ତାରିଖ ମୂଳାଷ୍ଟମୀରୁ ଆରମ୍ଭ ହୋଇ ୨୯ ତାରିଖ ମହାଷ୍ଟମୀ ପର୍ଯ୍ୟନ୍ତ ଏହି ପୂଜା ଚାଲିବ। ଦୈନିକ ଚଣ୍ଡୀପାଠ, ଚଣ୍ଡୀ ହବନ, ବେଦପାଠ ଏବଂ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ସୁବ୍ୟବସ୍ଥା କରାଯିବ। ଏହି ଉତ୍ସବରେ ହଜାର ହଜାର ଭକ୍ତ ଯୋଗଦାନ କରି ମା’ଙ୍କ କୃପା ଲାଭ କରିବେ ବୋଲି ଆଶା କରାଯାଉଛି। ମନ୍ଦିର କମିଟି ପକ୍ଷରୁ ମନ୍ଦିର ସମସ୍ତ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି, ଯାହା ଏହି ପୀଠର ଐତିହ୍ୟକୁ ଆହୁରି ଉଜ୍ଜ୍ୱଳ କରିବ। ମାନସିକଧାରୀ ଭକ୍ତମାନେ ଏଠାରେ ମୁଣ୍ଡନ କରି ଅଖଣ୍ଡ ଦୀପ ଲଗାନ୍ତି। ଟ୍ରଷ୍ଟ ଓ କମିଟି ପକ୍ଷରୁ ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଏ। ଆଖପାଖ ଅଞ୍ଚଳ ସମେତ ଗଞ୍ଜାମ ଜିଲାର ପ୍ରାୟ ବହୁ ଅଞ୍ଚଳର ଲୋକମାଙ୍କୁ ନିଜ ଇଷ୍ଠ ଦେବୀ ଭାବରେ ପୂଜା କରି ଆସୁଛନ୍ତି । ପ୍ରତି ମାସର ସଂକ୍ରାନ୍ତିରେ ମାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଏଠି ଦେଖିବାକୁ ମିଳେ । ଆଶ୍ୱିନ ମାସର ପ୍ରତି ମଙ୍ଗଳବାର ରେ ମା’ ପୂଜା ରିତିନୀିତି ପ୍ରକାରେ ପାଳନ ହୋଇଥାଏ ।
ଏହି ଶକ୍ତିପୀଠ କେବଳ ଧାର୍ମିକ ମହତ୍ୱ ନୁହେଁ, ବରଂ ସାଂସ୍କୃତିକ ଓ ପର୍ଯ୍ୟଟନର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ। ପ୍ରକୃତି ପ୍ରେମୀ ଓ ଭକ୍ତମାନଙ୍କ ପାଇଁ ଏହା ଏକ ଆଦର୍ଶ ସ୍ଥାନ। ଏହା ସହ ନୂଆ ବର୍ଷ ଓ ପିକନିକ ଋତୁରେ ବହୁ ଦୂର ଦୂରାନ୍ତରୁ ପର୍ଯ୍ୟଟକ ଏଠାକୁ ଛୁଟି ଆସନ୍ତି ଓ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିଥାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାବଣରେ ବିରଳ ମହାସଂଯୋଗ! ୧୮ ବର୍ଷ ପରେ ଲାଗିବ ସୂର୍ଯ୍ୟଗ୍ରହଣ-ଚନ୍ଦ୍ରଗ୍ରହଣ, ଜାଣନ୍ତୁ କ’ଣ କରିବେ ନ କରିବେ…

ଚଳିତ ବର୍ଷ ଶ୍ରାବଣ ମାସର ଅମାବାସ୍ୟା ଓ ପୂର୍ଣ୍ଣିମାରେ ଗ୍ରହଣ ପଡ଼ିବ। ପ୍ରାୟ ୧୮ ବର୍ଷ ପରେ ଏଭଳି ଏକ ବିରଳ ସଂଯୋଗ ସୃଷ୍ଟି ହେଉଛି, ଯେତେବେଳେ…

୧୬ ବର୍ଷ ପରେ ଭଞ୍ଜନଗର କେଭି ପାଳିଲା ପ୍ରତିଷ୍ଠା ଦିବସ, ବିଧାୟକ କହିଲେ ଆତ୍ମନିର୍ଭର ଭାରତର ସ୍ବପ୍ନ…

ଭଞ୍ଜନଗର,୬ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ(କେଭି) ସ୍ଥାପନାର ୧୬ ବର୍ଷ ପରେ ଗୁରୁବାର ପ୍ରଥମ ଥର ପାଇଁ ପ୍ରତିଷ୍ଠା ଦିବସ ଧୂମ୍‌ଧାମରେ ପାଳନ କରିଛି।…

ଅବସର ପରେ ରାହାଣେଙ୍କ ବଡ଼ ବୟାନ, ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୬।୮: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ସବୁଠାରୁ କନିଷ୍ଠ ଖେଳାଳି। ସେ ସେହି ଚୟନିତ କ୍ରିକେଟରଙ୍କ ମଧ୍ୟରୁ…

ନୀଳାଚଳଙ୍କ ନିବେଦନ ପରେ ସରପଞ୍ଚଙ୍କ ତତ୍ପରତା, ଖୁବଶୀଘ୍ର ମିଳିବ…

ଗଞ୍ଜାମ,୬ା୮ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ୍ ମଲାଡ ପଞ୍ଚାୟତ ଅନ୍ତର୍ଗତ ଲୁଙ୍ଗୁରୀ ଗ୍ରାମର ନୀଳାଞ୍ଚଳ ରାସ୍ତା କଡ଼ରେ ଗୋଟିଏ ନଡ଼ିଆ ବାହୁଙ୍ଗା ଓ ଜରି ପାଲ…

ଆଶାରାମ ବାପୁଙ୍କୁ ଲାଗିଲା ବଡ଼ ଝଟ୍‌କା: ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୮: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ…

ପଟ୍ଟନାୟକ ପୋଖରୀ ନବୀକରଣରେ ୫୫.୬୯ ଲକ୍ଷ ଟଙ୍କାର ଦୁର୍ନୀତି: ପୂର୍ବତନ ଯନ୍ତ୍ରୀ-ଏମ୍‌ଇ-ଠିକାଦାର ଗିରଫ

ପାରଳାଖେମୁଣ୍ଡି,୬ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ପଟ୍ଟନାୟକ ପୋଖରୀର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟରେ ୫୫ ଲକ୍ଷ ୬୯ ହଜାର ୩୩ ଟଙ୍କାର ସରକାରୀ ପାଣ୍ଠି ଅପବ୍ୟବହାର…

ସ୍କୁଲ ଭିତରକୁ ପଶୁପଶୁ ଦୁଇ ଛାତ୍ରଙ୍କ ଉପରେ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତର କାଲାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରବେଶ ଫାଟକ ଉପୁଡ଼ି ଗୁରୁବାର ଦୁଇ ଛାତ୍ର ଆହତ…

ଡିଭାଇଡରରେ ପିଟିହେଲା ଅତିକ ଅହମ୍ମଦଙ୍କ ପୁଅଙ୍କ କାର: ଚାଲିଗଲା ଜୀବନ

ଲକ୍ଷ୍ନୌ,୬।୮: ଏକ ସଡ଼କ ଦୁର୍ଘଟଣାରେ ଅତିକ ଅହମ୍ମଦଙ୍କ ପୁଅ ଅବନ ଅହମ୍ମଦଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ଝାନ୍ସୀର ପୁଞ୍ଚ ଥାନା ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri