Posted inUncategorized

ମା’ପଞ୍ଚୁବରାହୀଙ୍କ ପୂଜକ କେବଳ ଦଳିତ ମହିଳା

କେନ୍ଦ୍ରାପଡ଼ା,୧୦ା୧୦(ଜଗନ୍ନାଥ ଧଳ): ମନ୍ଦିରର ଟ୍ରଷ୍ଟି ଭାବେ ମହିଳାଙ୍କୁ ଦେଖିବାକୁ ମିଳୁଛି। ମହିଳା ପୂଜକ ମନ୍ଦିରରେ ପୂଜା କରିବା ସାଧାରଣରେ ଦେଖିବାକୁ ମିଳେନାହିଁ। ତେବେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟାର ପ୍ରସିଦ୍ଧ ପଞ୍ଚୁବରାହୀରେ କେବଳ ଦଳିତ ମହିଳାଙ୍କୁ ପୂଜକ ଭାବେ ସ୍ବୀକୃତି ମିଳିଥାଏ, ଯାହା ରାଜ୍ୟର ଅନ୍ୟ କେଉଁଠାରେ ଦେଖିବାକୁ ମିଳେନାହିଁ। ପ୍ରାୟ ୫୦୦ ବର୍ଷ ଧରି ଏହି ପରମ୍ପରା ଚାଲିଆସିଛି। କଳା ମୁଗୁନି ପଥରରେ ନିର୍ମିତ ୫ ଦେବୀଙ୍କର ଏହି ପୂଜକଙ୍କୁ ପାଉଣା ଆକାରରେ ସରକାରୀ ପ୍ରୋତ୍ସାହନ ଏବେ ବି ମିଳିନାହିଁ। ସ୍ଥାନୀୟ ଅଞ୍ଚଳର ଶସ୍ୟ, ଫଳମୂଳ ଓ କେତେକ କ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ସାମାନ୍ୟ ଅର୍ଥ ପାଉଣା ଭାବେ ଗ୍ରହଣ କରାଯାଉଛି।
ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ରଶ୍ମିତା ସାହାଣୀ କହିଛନ୍ତି, ମା’ ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ହେଉ ଅଥବା ସୁଖ ଦୁଃଖ ସମୟରେ ଶ୍ରଦ୍ଧାଳୁଙ୍କ ମନକାମନା ପୂର୍ଣ୍ଣ କରିବାରେ ସିଦ୍ଧହସ୍ତା। ପୂଜକ ଭାବେ ଜଣେ ପୁରୁଷଙ୍କୁ ଗୋଟିଏ ଥର ଦାୟିତ୍ୱ ମିଳିଥିଲା। ତେବେ ଏହି ପୁରୁଷ ପୂଜକ ମା’ଙ୍କ ଅଙ୍ଗସୌଷ୍ଟବ ପ୍ରତି ଆକର୍ଷିତ ପରେ ପୁନର୍ବାର ମହିଳା ପୂଜକଙ୍କୁ ପୂଜା ଦାୟିତ୍ୱ ଅର୍ପଣ କରାଯାଇଥିଲା। ଏବେ ୪ ଜଣ ଦଳିତ ମହିଳାଙ୍କୁ ପୂଜା ଦାୟିତ୍ୱ ଅର୍ପଣ କରାଯାଇଛି। ସେମାନେ ହେଉଛନ୍ତି ସୁଜାତା ଦଳେଇ, ବନଲତା ଦଳେଇ, ରାଣୀ ଦଳେଇ ଓ ସାବିତ୍ରୀ ଦଳେଇ। ଏଠାରେ କେବଳ ବିବାହିତା ମହିଳା ପୂଜକ ଭାବେ ସ୍ବୀକୃତି ପାଇଥାନ୍ତିି। ନିଗମାନନ୍ଦ ରାଉତ କହିଛନ୍ତି, ଗ୍ରାମରେ ଏହି ଦଳିତ ମହିଳା ପୂଜକଙ୍କ ସ୍ବତନ୍ତ୍ର ସମ୍ମାନ ଅଛି। ତାଙ୍କ ପାଦ ତଳେ ଜୁହାର ହେବା ପରମ୍ପରା ଅଛି। ତେବେ ପୁରୁଷ ଭାବେ ମନ୍ଦିର ମଧ୍ୟକୁ ଯାଇ ମା’ ପଞ୍ଚୁବରାହୀଙ୍କୁ ଛୁଇଁବାର ଅଧିକାର ନାହିଁ। ପୂଜକ ପରମ୍ପରା ସମ୍ପର୍କରେ ପୂଜକ ସବିତା ଦଳେଇ କହିଛନ୍ତି, ଶାଶୁ ସୀତା ଦଳେଇ ଏଠାରେ ପୂଜକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ଅବର୍ତ୍ତମାନରେ ଏବେ ପୂଜା କାର୍ଯ୍ୟ ଚଳାଇ ଆସୁଛି। ମଙ୍ଗଳବାର ମା’ଙ୍କ ପୂଜାରେ ଶ୍ରଦ୍ଧାଳୁଙ୍କୁ ସାମିଲ କରାଯାଏ ନାହିଁ। ପୁରୁଷ ଶ୍ରଦ୍ଧାଳୁ ମା’ଙ୍କ ପ୍ରତିମୂର୍ତ୍ତିଙ୍କୁ ମନ୍ଦିରର କାନ୍ଥ ମଧ୍ୟରେ ଥିବା ଗଳା ବାଟରେ ଦେଖିବାକୁ ପଡ଼େ। ଦଳିତ ମହିଳା ଭାବେ କୌଣସି ଶ୍ରଦ୍ଧାଳୁ ହତାଦର କରି ନ ଥିବା ସେ ସନ୍ତୋଷର ସହ ମତ ରଖିଛନ୍ତି। ଗବେଷକ ଡ. ସର୍ବେଶ୍ୱର ସେଣ କହିଛନ୍ତି, ରାଜ୍ୟରେ ଏହି ମନ୍ଦିର ଏକ ବ୍ୟତିକ୍ରମ। ଦଳିତ ମହିଳା ଏଠାରେ ପୂଜାରୀ ଭାବେ କାର୍ଯ୍ୟ କରନ୍ତି। ତେବେ ଦେଶର ଅଳ୍ପ କେତୋଟି ସ୍ଥାନରେ ମହିଳା ପୂଜକ ଦେଖିବାକୁ ମିଳେ। ନିକଟରେ ତାମିଲନାଡୁର ଶ୍ରୀବୈଷ୍ଣବ ମନ୍ଦିରରେ କ୍ରିଷ୍ଣାବେଣୀ, ଏସ୍‌. ରାମୟା ଓ ଏନ୍‌. ରଞ୍ଜିଥାଙ୍କୁ ପୂଜକ ଭାବେ ଗ୍ରହଣ କରାଯାଇଛି। ସେହିପରି କେରଳର ଥିରୁଭାନ୍ତପୁରମର ଅଟ୍ଟୁକାଲ ମନ୍ଦିର, ଚକୁଲାଠୁକାବୁ ମନ୍ଦିର, ତାମିଲନାଡୁର ଭଗବତୀ ମା’ଙ୍କ ମନ୍ଦିର, ବିହାରର ମାତା ମନ୍ଦିର ଆଦିରେ ପୁରୁଷଙ୍କ ପ୍ରବେଶ ନିଷେଧ ଅଛି। ସ୍ଥାନୀୟ ଗଁାର ସୁଦର୍ଶନ ରାଉତ କହିଛନ୍ତି, ସାତଭାୟା ପଞ୍ଚାୟତର ବରାହୀପୁରଠାରେ ମା’ଙ୍କ ମନ୍ଦିର ଥିଲା। ଏଠାରେ ତଟକ୍ଷୟ ପାଇଁ ଦେବୀଙ୍କୁ ସ୍ଥାନାନ୍ତର ଆବଶ୍ୟକ ପଡ଼ିଲା। ସେଠାରୁ ଏହି ପଞ୍ଚାୟତର ୧୨ କି.ମି. ଦୂର ବଗପାଟିଆକୁ ସ୍ଥାନ୍ତାନ୍ତର ବେଳେ ମା’ଙ୍କୁ ସାମୟିକ ଭାବେ ପୁରୁଷମାନେ ଛୁଇଁ ଆଣିବା ପାଇଁ ଅନୁମତି ମିଳିଥିଲା। ବଗପାଟିଆରେ ଏବେ ମା’ଙ୍କ ମନ୍ଦିର ପ୍ରତିଷ୍ଠା ସହ ସେହି ଅଞ୍ଚଳର ୫୭୧ ପରିବାରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାନ ଓ ଘର ମିଳିଛି। ଏବେ ଏହି ପୀଠକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଁ ହେଉଥିବା ଉନ୍ନୟନ ଯୋଜନା କାର୍ଯ୍ୟକାରୀକୁ ସ୍ଥାନୀୟ ରାଜନେତା ଓ ପ୍ରଶାସକ ଉଦ୍ୟମ ଜାରି ରଖିଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଜାଗଡ଼ରେ ବୁଲୁଛି ମଣିଷମରା ହାତୀ, ଗାଈକୁ ଦଳି ମାରିଲା

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଖଣ୍ଡିକୋଟି, ବେଲାଟୁନି ଓ ଗୁଣ୍ଡିରିବାଡ଼ି ଅଞ୍ଚଳରେ ଅଲଗା ହୋଇ ବୁଲୁଥିବା ୩ଟି…

F-16 ଫାଇଟର ଜେଟ୍‌ ଦୁର୍ଘଟଣା, ହୁତୁହୁତୁ ହୋଇ…

ଓ୍ବାଶିଂଟନ,୧୮।୯: ଆମେରିକାର ମିଚିଗାନରେ ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଟେକ୍ସାସ ଏୟାର ନ୍ୟାସନାଲ ଗାର୍ଡର ଏକ F-16 ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗ୍ରାଣ୍ଡ ଟ୍ରାଭର୍ସ…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ପିକ୍‌ଅପ୍‌ରେ ଚାଲାଣ ହେଉଥିଲେ ୭୫ ଛେଳି, ମାଡ଼ି ବସିଲା ପୋଲିସ,୩ ଜଣଙ୍କୁ ଗିରଫ କରି…

ଦେବଗଡ଼,୧୮ା୯(ଶଶାଙ୍କ ଶେଖର ଝାଙ୍କର): ପିକ୍‌ଅପ୍‌ ଭ୍ୟାନ୍‌ରେ ବେଆଇନ ଛେଳି ଚାଲାଣ ଘଟଣାରେ ଦେବଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପିକ୍‌ଅପ୍‌ ଭ୍ୟାନ୍‌ ଚାଳକ…

ବୈଜ୍ଞାନିକଙ୍କୁ ବଡ଼ ସଫଳତା, ମୂଷା ମସ୍ତିଷ୍କରେ ଲାବ୍‌-ନିର୍ମିତ ମାନବ କୋଷିକା ପ୍ରତିରୋପଣ

ନୂଆଦିଲ୍ଲୀ,୧୮।୯ (ପି.ଟି.): ପ୍ରୟୋଗଶାଳାରେ ପ୍ରସ୍ତୁତ ମାନବ ମସ୍ତିଷ୍କର ନରମ କୋଷିକାକୁ ମୂଷା ମସ୍ତିଷ୍କରେ ସଫଳତାର ସହ ପ୍ରତିରୋପଣ କରାଯାଇପାରିଛି। ପ୍ରତିରୋପଣ ପରେ ଏହି ମାନବ କୋଷିକାଗୁଡ଼ିକ ମୂଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?