ସର୍ପଦେବୀ ରୂପେ ପୂଜା ପାଆନ୍ତି ମା’ ମନସା: ଧର୍ମନିକିତିରେ ଏଠି ଓଜନ ହୁଅନ୍ତି ଶିଶୁ, କାରଣ ଜାଣିଲେ…

ମହାକାଳପଡ଼ା,୧୦ା୧୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପିତାପାଟ ଗାଁରେ ପୂଜା ପାଆନ୍ତି ଅକାଳ ବୋଧନ ସର୍ପ ଦେବୀ ମା’ ମନସା। ୨୯ ବର୍ଷ ପୂର୍ବେ କାର୍ତ୍ତିକ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ୨ ପରିବାରରେ ଦିନେ ଦୁଇ ଦିନରେ ଆଗପଛ ହୋଇ ୭ ଜଣଙ୍କ ସର୍ପ ଦଂଶନରେ ଜୀବନ ଦୀପ ଲିଭି ଯାଇଥିଲା। ଅଞ୍ଚଳ ତଥା ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଦିନ ଦ୍ୱିପ୍ରହରରେ ଜନଶୂନ୍ୟ ସହ ଘରେ ତାଟି କବାଟ ପଡି ଯାଇଥିଲା। ପରେ ଗ୍ରାମବାସୀ କିଛି ଉପାୟ ନ ପାଇ କେତେଜଣ ମୁରବିଙ୍କ ପରାମର୍ଶକ୍ରମେ ପଣ୍ଡିତଙ୍କ ସହ ଆଲୋଚନା କରିଥିଲେ। ପଣ୍ତିତଙ୍କ ପରାମର୍ଶକ୍ରମେ କାର୍ତ୍ତିକ ମାସ ଏହି ଦିନରେ ସର୍ପ ଦେବୀଙ୍କୁ ପୂଜାର୍ଚ୍ଚନା କଲେ ମା’ ସନ୍ତୁଷ୍ଟ ହେବେ ବୋଲି କହିଥିଲେ। ସେହିଦିନଠାରୁ ପଣ୍ଡିତଙ୍କ ପରାମର୍ଶକ୍ରମେ ଗାଁ ମୁଣ୍ଡ ମହାନଦୀ କୂଳରେ ମା’ଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା କରି ଯଥା ରୀତିନୀତି ଅନୁସାରେ ମୃଣ୍ମୟୀ ପ୍ରତିମା ନିର୍ମାଣ କରି ପୂଜା ଆରମ୍ଭ କରିଥିଲେ। ସେବେଠାରୁ ଗାଁରେ ସର୍ପଦେବୀ ରୂପେ ପୂଜା ପାଇ ଆସୁଛନ୍ତି ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି। ପ୍ରତିବର୍ଷ ମା’ଙ୍କ ପୂଜା ବଡ଼ଦାଣ୍ଡରେ ୫ ଦିନ ଧରି ଅନୁଷ୍ଠିତ ହୋଇଥାଏ। ମାନସିକଧାରୀମାନେ ମା’ଙ୍କ ଗଳାରେ ଟଙ୍କା, ଫୁଲ ମାଳ ଅର୍ପଣ କରିବା ଦେଖିବାକୁ ମିଳେ। ବିଶେଷକରି ମାନସିକଧାରୀମାନେ ମା’ଙ୍କ ବଡ଼ଦାଣ୍ଡରେ ଧର୍ମ ନିକିତିରେ ସମତୁଲ ଅନୁସାରେ ଶିଶୁଙ୍କ ଓଜନର ଫଳ, ନଡ଼ିଆ, କଦଳୀ ବାତଶା ଚିନିରେ ପ୍ରସ୍ତୁତ ଓ ଅନ୍ୟ ଭୋଗ ସାମଗ୍ରୀ ସମ ପରିମାଣ ଅନୁସାରେ ମା’ଙ୍କ ନିକଟରେ ସମର୍ପଣ ବିଧି ରହିଛି। ପରିବାର ଓ ଜଗତର ମଙ୍ଗଳ କାମନା କରିବା ପାଇଁ ମା’ଙ୍କଠାରେ ପୂଜା ଅନୁଷ୍ଠିତ ହୋଇଥାଏ।
ଅପରପକ୍ଷରେ ମା’ଙ୍କ ପୀଠରେ ଧର୍ମ ବା ଇନ୍ଦ୍ରସଭା, ବିଭିନ୍ନ ପ୍ରକାରର ମୃଣ୍ମୟୀ ମୂର୍ତ୍ତି ପୂଜା ପାଆନ୍ତି। ପ୍ରାୟତଃ ୧୦୮ରୁ ଅଧିକ ମୃଣ୍ମୟୀ ପ୍ରତିମା ପୂଜା ପାଉଛନ୍ତି। ସେହିପରି ଚଳିତବର୍ଷ ମା’ଙ୍କର ନୂଆ ଭବ୍ୟ ଓ ଦିବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ସରିଛି। ପୂଜା ଶେଷଦିନ ପୁରୁଣା ମନ୍ଦିରରୁ ନୂଆ ମନ୍ଦିରକୁ ବିଗ୍ରହ ପ୍ରତିମା ସ୍ଥାନାନ୍ତର ହେବା ପରେ ଯଜ୍ଞ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ମା’ଙ୍କ ମସ୍ତକରେ ଆଠ ଭାଇ ତଥା ଅନନ୍ତ, ବାସୁକି, ପଦ୍ମ, ମହାପଦ୍ମ , କୁଳୀର , ତକ୍ଷକ, କର୍କଟ, ଶଙ୍ଖ ଆଦି ବିରାଜିତ ହୋଇ ଶ୍ରଦ୍ଧାଳୁମାନଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି ବୋଲି ବିଶ୍ୱାସ ରହିଛି। ସେବେଠାରୁ ଗାଁରେ ସର୍ପ ଭୟ ନାହିଁ। ପୂଜା ମଣ୍ଡପରେ ଓଡ଼ିଶାର କୋଣ ଅନୁକୋଣ ମୟୂରଭଞ୍ଜଠାରୁ ମାଲକାନଗିରି, ବାଲେଶ୍ୱରଠାରୁ ବ୍ରହ୍ମପୁର, ପୁରୀ ଓ ପଶ୍ଚିମବଙ୍ଗ ଅଞ୍ଚଳରୁ ବଙ୍ଗୀୟ ଶ୍ରଦ୍ଧାଳୁମାନଙ୍କ ଆଗମନ ହେଉଛି। ପ୍ରତି ସାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଦୋକାନ, ବଜାର, ରାମଦୋଳି ସମେତ ଯାତ୍ରା ଅନୁଷ୍ଠିତ ହେଉଛି ବୋଲି କମିଟି ସଦସ୍ୟମାନେ କହିଛନ୍ତି। ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ଡଳୀ ମା’ଙ୍କ ଦର୍ଶନ ଲାଭ ପାଇ ଆସୁଥିବା ଦେଖିବାକୁ ମିଳୁଛି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

ରାଧାଷ୍ଟମୀରେ ସୃଷ୍ଟି ହେଲା ବଡ଼ ବଡ଼ ଗ୍ରହ ଯୋଗ: ଆଜିଠୁ ୫ ରାଶିଙ୍କର ଆରମ୍ଭ ହେଲା ଗୋଲଡେନ୍‌ ଟାଇମ୍‌, ଅପାର ଧନଲାଭ ସହ ବଢ଼ିବ ଆୟ!

ଭୁବନେଶ୍ୱର: ୧୯ ସେପ୍ଟେମ୍ବର ୨୦୨୬, ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହି ଦିନ ରାଧାଷ୍ଟମୀ, ଦଧୀଚି ଜୟନ୍ତୀ ଏବଂ ମାସିକ ଦୁର୍ଗାଷ୍ଟମୀ ପାଳନ କରାଯିବ।…

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୂଳି ଚଟାଇଲେ ରାହୁଲ ଦ୍ରାବିଡ଼ଙ୍କ ପୁଅ, ବର୍ଷା କଲେ ଚୌକା-ଛକା,ସମସ୍ତେ ଆଶ୍ଚର୍ଯ୍ୟ

ରାଜକୋଟ,୧୯।୯: କ୍ରିକେଟରେ ‘ଦ୍ରାବିଡ଼’ ନାଁ ଶୁଣିଲେ ରାହୁଲ ଦ୍ରାବିଡ଼ଙ୍କ ଧୈର୍ଯ୍ୟଶୀଳ ଓ ଶାନ୍ତ ବ୍ୟାଟିଂ ମନେ ପଡ଼େ। କିନ୍ତୁ ତାଙ୍କ ପୁଅ ଅନୱୟ ଦ୍ରାବିଡ଼ ବ୍ୟାଟରେ ଦେଖାଇଛନ୍ତି…

ସରିଲା ନୂଆଁଖାଇ, ରହିଗଲା ଆବର୍ଜନା: ସହର ସାରା ପରିବେଶ ପ୍ରଦୂଷଣର ବିକଳ ଚିତ୍ର

ବରଗଡ଼,୧୯।୯(ପ୍ରେମାନନ୍ଦ ଖମାରୀ): ଗଣେଶ ପୂଜା ଓ ନୂଆଁଖାଇ ସରି ଯାଇଛି। ଉତ୍ସାହ, ଉଦ୍ଦୀପନା ସହିତ ଲୋକେ ଏହାକୁ ପାଳନ କରିଛନ୍ତି। ହେଲେ ଏହି ପର୍ବ ସରିବା ପରେ…

ନିକିତାଙ୍କୁ ଗ୍ଲୋବାଲ ପାଥ୍‌ଫାଇଣ୍ଡର୍ସ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ପଦ୍ମପୁର,୧୯ା୯(ପ୍ରଦୀପ୍ତ ଦାଶ):ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରୀ ନିକିତା ସାହୁ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ପକ୍ଷରୁ ପ୍ରଦତ୍ତ ପ୍ରତିଷ୍ଠିତ ‘ଗ୍ଲୋବାଲ ପାଥଫାଇଣ୍ଡର୍ସ ଆୱାର୍ଡ’ ଲାଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?