ମହାସମାରୋହରେ ସମ୍ପନ୍ନ ହେଲା ମା’ ମହାକାଳୀ ଦେବୀଙ୍କ ପୂଜା-ଭୈରବ ଦେବଙ୍କ ଝାମୁଯାତ୍ରା

ଥୁଆମୂଳ ରାମପୁର,୨୨।୧୦(ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାର ତାଳବନ୍ଧ ପଡାରେ ନବ ଜୀବନର ଯୁବ ଅନୁଷ୍ଠାନ ଓ ଦୀପାବଳି ପୂଜା କମିଟିର ମିଳିତ ଆନୁକୂଲ୍ୟରେ ମା’ ମହାକଳୀ(ବେଙ୍ଗୁଳି ଦେବୀ)ଙ୍କ ପୂଜା ଓ ଦୀପାବଳି ପର୍ବରେ ଭୈରବ ଦେବଙ୍କ ଝାମୁଯାତ୍ରା ମହାସମାରୋହରେ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ଦୀପାବଳି ପର୍ବ ତଥା ପ୍ରଥମ ଦିନ ସୋମବାର ପଡାର ମା ବେଙ୍ଗୁଳି ଦେବୀଙ୍କ ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମୁର୍ତ୍ତି ସ୍ଥାପନା ଏବଂ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ପଡାର ଆବାଳ ବୃଦ୍ଧବନିତା ମିଳିତ ହୋଇ ଗାଁ ନିକଟ ନାଳରୁ ଗଙ୍ଗାଦେବୀଙ୍କୁ ପୂଜାର୍ଚ୍ଚନା ପୂର୍ବକ ଆବାହନ କରି କଳସରେ ଜଳ ଭର୍ତ୍ତି କରି କୁମାରୀ କନ୍ୟା ଏବଂ ଯୁବତୀମାନେ ମୁଣ୍ଡରେ କଳସ ଧାରଣ କରି କଳସ ଯାତ୍ରାରେ ସହର ପରିକ୍ରମା କରିଥିଲେ। ଶେଷରେ ପଡାସ୍ଥିତ ମନ୍ଦିରରେ ଉକ୍ତ କଳସ ଗୁଡିକୁ ସ୍ଥାପନ କରିଥିଲେ। ଏହି କଳସ ଶୋଭାଯାତ୍ରାରେ ସ୍ଥାନୀୟ ଯୁବକଙ୍କ ଦ୍ବାରା ବିଭିନ୍ନ ବ୍ୟଙ୍ଗାତ୍ମକ ବେଶଭୂଷା ସହିତ କଳା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିବା ବେଳେ ସେଥିରେ ମୁଖ୍ୟ ଆକର୍ଷଣ ସାଜିଥିଲା ଅଘୋରୀ ଦଳଙ୍କ ବିଚିତ୍ର ବେଶ l ଅନୁଷ୍ଠାନ ତଥା ପଡ଼ାର କିଛି ଯୁବକ ବାବା ମହାକାଳ ଦେବଙ୍କ ଅନ୍ୟ ରୂପ ଅଘୋରୀ ବେଶରେ ବାହାରି ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ l
ସଂଧ୍ୟାରେ ଲୋକଙ୍କ ମନୋରଞ୍ଜନ ପାଇଁ ନାଟକ ମଞ୍ଚସ୍ଥ ହୋଇଥିଲା। ଦ୍ୱିତୀୟ ଦିବସ ମଙ୍ଗଳବାର ଦିନ ମଧ୍ୟାହ୍ନରେ ଅଗ୍ନି ଖଳାରେ ଥିବା କାଠରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଅଗ୍ନି ସଂଯୋଗ କରାଯାଇଥିଲା। ଅପରାହ୍ନ ସମୟରେ ମନ୍ଦିରରେ (ବେଙ୍ଗଳି ଦେବୀ) ଅଥବା ମାଁ ମହାକାଳୀ ଓ ଭୈରବ ଦେବଙ୍କ ପୂଜାର୍ଚ୍ଚନା ସାରି ଦୁଇ ଗୋଟି ଜଳପୂର୍ଣ୍ଣ ମାଟି ହାଣ୍ତିକୁ ଧାନରେ ପୃଥକ ପୃଥକ ହାଣ୍ଡିକୁ ରଖି ହାଣ୍ଡି ଉପରେ ଦୁଇ ଗୋଟି ଗାଦିଆ କଣ୍ଟା ରଖା ଯାଇଥିଲା। ଶେଷରେ ମନ୍ଦିରର ମାଁ ବେଙ୍ଗଟି ଦେବୀ ତଥା ମାଁ ମହାକଳୀ ଓ ଭୈରବ ଦେବଙ୍କର ପୂଜାର୍ଚ୍ଚନା ପରେ ବିଦ୍ୟାଧର ନାଏକଙ୍କ ଦେହରେ ଅଗ୍ନି ଭୈରବ ଓ ରାମଚନ୍ଦ୍ର ନାଏକଙ୍କ ଦେହରେ ମାଣିକେଶ୍ବରୀଙ୍କ କାଳିସୀ ଲାଗି ହେଲା ପରେ ଉଭୟେ ନଗର ପରିକ୍ରମା କରିଥିଲେ। ଏହାପରେ ମାଟିଆ ଗାଦିଆ ବସା ଏବଂ କଣ୍ଟା ଗାଦିଆ ଦୋଳି ଝୁଲା ଉତ୍ସବ ଅନୁଷ୍ଠିତ ହୋଇଥିଲା। ପରେ ଅଗ୍ନି ଭୈରବ ଦେବଙ୍କ ଝାମୁଯାତ୍ରା ପର୍ବ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କାଳିସୀ ଲାଗି ଅଗ୍ନି ଭୈରବ ନିଆଁରେ ଚାଲି ମହିମା ଦେଖାଇଥିଲେ। ସଂଧ୍ୟାରେ ଓଡ଼ିଶା ତଥା ପଶ୍ଚିମ ଓଡିଶାର ବିଶିଷ୍ଟ କଳାକାରମାଁ ଇଷ୍ଟଦେବୀ (ଉମାକାନ୍ତ ବାରିକ)ଙ୍କ ଦ୍ବାରା ସମ୍ବଲପୁରୀ ମେଲୋଡି ଅନୁଷ୍ଠିତ ହୋଇଥିଲା। ଏଥିରେ ପଡୋଶୀ ରାୟଗଡ଼ା, ନବରଙ୍ଗପୁର ଜିଲ୍ଲା ଠାରୁ ଆରମ୍ଭ କରି ଜୟପାଟଣା, ଜୁନାଗଡ଼, ଧର୍ମଗଡ, ଭବାନୀପାଟଣା ଆଦି ବ୍ଲକ ର ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା l ଅନ୍ତିମ ଦିନ ବାହୁକ ବୈଦ୍ୟନାଥ ବାଗଙ୍କ ଦ୍ବାରା ଜେନା ମରା ପର୍ବ ଅନୁଷ୍ଠିତ ହୋଇଥିଲା ।ଏଥି ସହିତ ତାଳବନ୍ଧ ପଡାର ତିନିଦିନିଆ ଦୀପାବଳୀ ଉତ୍ସବ ଶେଷ ହୋଇଛି। ନବଜୀବନ ଯୁବ ଅନୁଷ୍ଠାନ ଏବଂ ସ୍ଥାନୀୟ ଦୀପାବଳି ପୂଜା କମିଟିର ମିଳିତ ସହଯୋଗରେ ଆୟୋଜିତ ଏହି ଦୀପାବଳି ପର୍ବ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ର ବ୍ୟବସ୍ଥା ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri