ବ୍ରାହ୍ମଣୀଗାଁ,୧୧ା୨(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁସ୍ଥିତ କ୍ୟାଥେଲିକ ମଣ୍ଡଳୀ ପକ୍ଷରୁ ମା ’ ଲୁର୍ଦ୍ଧୁମେରୀଙ୍କ ପର୍ବ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ମା’ ମେରୀଙ୍କ ପୀଠରେ ମିଳିତ ଦିବ୍ୟ ଯଜ୍ଞ ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ କଟକ ଭୁବନେଶ୍ବର ଆର୍ଚ୍ଚ ଡାଇସେସର କୁଳାଧିପତି ଯାଜକ ଦିବ୍ୟସିଂହ ପରିଚ୍ଛା ଯୋଗ ଦେଇ ପୌରୋହିତ୍ୟ କରିଥିବା ବେଳେ ଭିକାର୍ ଜେନେରାଲ ଯାଜକ ପ୍ରଦସ ଚନ୍ଦ୍ର ନାୟକ ଯୋଗ ଦେଇ ବାଇବେଲରୁ ଈଶ୍ବରଙ୍କ ବାକ୍ୟ ପରିବେଷଣ କରିଥିଲେ। ଦିବ୍ୟଯଜ୍ଞରେ ସମ୍ମାନିତ ଅତିଥି ଭାବେ ଯାଯକ ମନୋରଞ୍ଜନ ସିଂ, ଦେବରାଜ ସିଂ, କାଶିଆନ ପ୍ରଧାନ, ମନୋଜ ବାଗ ସିଂଙ୍କ ସମେତ ଅନ୍ୟ ଯାଜକମାନେ ଯୋଗ ଦେଇ ସହଯୋଗ କରିଥିଲେ। ବାଇବେଲ ପଠନରେ ଚର୍ଚ୍ଚର ମୁଖ୍ୟ ଯାଜକ ବିମଳ ଚନ୍ଦ୍ର ନାୟକ, ବିପିନ ବଳିଆର ସିଂ, ରାଣୀମା ସିଂ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ବିକ୍ରମ ବସ୍ତିରାୟ ସମସ୍ତ ଅତିଥି ଯାଜକମାନଙ୍କ ପରିଚୟ ପ୍ରଦାନ କରିବା ସହ ମଞ୍ଚକୁ ଆମନ୍ତ୍ରଣ କରିଥିଲେ ଏବଂ ବିଭିନ୍ନ ଅଞ୍ଚଳରୁ ଆସିଥିବା ସେବାଭଗ୍ନି ଓ ଖ୍ରୀଷ୍ଟ ବିଶ୍ବାସୀ ମାନଙ୍କୁ ସ୍ବାଗତ କରିଥିଲେ। ଯାଯକ ଭଞ୍ଜ କିଶୋର ନାୟକଙ୍କ ନିର୍ଦ୍ଦେଶନାରେ ଥାମସ ନାୟକ ଓ ଅଞ୍ଜନା ଉଥାନ ସିଂଙ୍କ ସଙ୍ଗୀତ ଦଳ ଭକ୍ତି ସଙ୍ଗୀତ ଗାନ କରିଥିବା ବେଳେ ନିତିନ ଓ ପରସ ମ୍ୟୁଜିକ ପରିଚାଳନା କରିଥିଲେ। ହୋଲି କ୍ରସ ସଂଘର ସେବା ଭଗ୍ନୀ ମାନେ ବେଦୀ ସାଜସଜ୍ଜାରେ ସହଯୋଗ କରିଥିଲେ। ସହକାରୀ ଯାଯକ ଉନିଲ ଦିଗାଲ ମଞ୍ଚ ସଂଯୋଜନା କରିଥିଲେ। ସନ୍ଧ୍ୟାରେ ଖ୍ରୀଷ୍ଟୀୟ ଶ୍ରଦ୍ଧାଳୁ ମାନେ ମା ’ ମେରୀଙ୍କ ପ୍ରତିମୂର୍ତ୍ତି ଧରି ଚର୍ଚ୍ଚଠାରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଗୁମ୍ଫା ପର୍ଯ୍ୟନ୍ତ ଯାଇଥିଲେ। ଯାଜକ ରାଜୀବ ଲୋଚନ ବଳିଆର ସିଂ ପ୍ରଭୁଙ୍କ ବାକ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ବ୍ରାହ୍ମଣୀଗାଁ ଖ୍ରୀଷ୍ଟୀୟ କଳା ପରିଷଦ ପକ୍ଷରୁ ସାମାଜିକ ନାଟକ ମଞ୍ଚସ୍ଥ କରାଯିବାକୁ ଥିବାବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ବିକ୍ରମ ବସ୍ତିରାଇ, ସମ୍ପାଦକ ରାଧାକାନ୍ତ ବଳିଆର ସିଂଙ୍କ ନେତୃତ୍ୱରେ କମିଟିର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ସହଯୋଗ କରିଥିଲେ। କୁକୁ ମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଇନ ଶୃଙ୍ଖଳା ରକ୍ଷା ପାଇଁ ଥାନା ଆଇ ଆଇ ସି ବିଜୟ କୁମାର ହାଇବୁରୁଙ୍କ ନିର୍ଦ୍ଦେଶରେ ପୋଲିସ ବାହିନୀ ଓ ସୁରକ୍ଷା କର୍ମୀ ମୁତୟନ ହୋଇଥିଲେ।
ବ୍ରାହ୍ମଣୀଗାଁରେ ମା’ ଲୁର୍ଦ୍ଧୁମେରୀଙ୍କ ପର୍ବ: ମେରୀଙ୍କ ପୀଠରେ ମିଳିତ ଦିବ୍ୟ ଯଜ୍ଞ
Posted inHome Left, ଆମ ଜିଲା ଖବର, କନ୍ଧମାଳ, ରାଜ୍ୟ View All
ଦିଲ୍ଲୀ-ଏନ୍ସିଆର୍ରେ ଭୂକମ୍ପ ଝଟ୍କା: ଭୟରେ ଘରୁ ବାହାରି ଆସିଲେ ଲୋକେ
ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍ସିଆର୍ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍ରେ…
BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ
ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…
ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ
ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…
ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ
ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…
ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍ରେ
ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…
ଭିଏଚ୍ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ
ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍ଘାଟନୀ…
ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ
ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…
ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ
ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

