ବିଦାୟ ନେଲେ ଜଗଜ୍ଜନନୀ

ଅନୁଗୋଳ ଅଫିସ/ ବଇଣ୍ଡା/ ବଅଁରପାଳ/ କଣିହାଁ / ଛେଣ୍ଡିପଦା, ୭।୧୦(ଡି.ଏନ.ଏ): ଅନୁଗୋଳ ସହରରେ ଧୁମ୍‌ଧାମରେ ପୂଜା ପାଳନ ପରେ ଗୁରୁବାର ମା’ ଦୁର୍ଗାଙ୍କୁ ବିଦାୟ ଦିଆଯାଇଛି। ସକାଳୁ ବିଳମ୍ବିତ ରାତି ଯାଏ ଏହି ଭସାଣି ଶୋଭାଯାତ୍ରା ଚାଲିଥିଲା। ପ୍ରଶାସନ ପକ୍ଷରୁ ବିଭିନ୍ନ କମିଟିକୁ ଭିନ୍ନ ଭିନ୍ନ ସମୟ ଦିଆଯାଇଥିବାରୁ ସେହି ଅନୁଯାୟୀ କମିଟି ପକ୍ଷରୁ ମେଢ଼କୁ ସହର ପରିକ୍ରମା କରାଯାଇଥିଲା। ବିଶେଷକରି ଅମଲାପଡ଼ା, ଶିମିଳିପଡ଼ା, ହେମସୁରପଡ଼ା, ହୁଲୁରୁସିଂହା, ବସଷ୍ଟାଣ୍ଡ, ଦଶହରାପଡ଼ିଆ ଓ ରାଣିଗୁଡ଼ା ମେଢ଼ ଶୋଭାଯାତ୍ରା ବେଶ୍‌ ଆକର୍ଷଣୀୟ ହୋଇଥିଲା। ବିଭିନ୍ନ ବାଦ୍ୟ, ଲୋକ ନୃତ୍ୟ ଦଳଙ୍କୁ ଏଥିରେ ସାମିଲ କରାଯାଇଥିଲା। ଶୋଭାଯାତ୍ରା ଯେପରି ଶୃଙ୍ଖଳିତ ହେବ ସେଥିପାଇଁ ପୋଲିସ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଝିପି ଝିପି ବର୍ଷା ସତ୍ତ୍ୱେ ଭସାଣି ଶୋଭାଯାତ୍ରା ଦେଖିବାକୁ ସହରରେ ପ୍ରବଳ ଜନ ସମାଗମ ହୋଇଥିଲା। ସହର ପରିକ୍ରମା ପରେ ମେଢ଼ ଗୁଡ଼ିକୁ ଜଳାଶୟରେ ବିର୍ସଜନ କରାଯାଇଥିଲା।
ସେହିପରି କିଶୋରନଗର ବ୍ଲକ ବଇଣ୍ଡାରେ ଭସାଣି ଉତ୍ସବ ପାଳିତ ହୋଇଯାଇଛି। ମା’ଙ୍କୁ ବାଜା, ବାଣ ଆଦି ବିରାଟ ପଟୁଆରେ ବଇଣ୍ଡା ଓ ଆଖପାଖ ଗ୍ରାମ ପରିକ୍ରମା କରାଯାଇ ଚନ୍ଦନ ପୋଖରୀରେ ବିସର୍ଜନ କରାଯାଇଥିଲା। କମିଟିର ଗିରିଶ ଚନ୍ଦ୍ର ବେହେରା, ଶଙ୍କର ଦାସ, ପ୍ରଦୀପ ପ୍ରଧାନ, ବିକାଶ ସାହୁ, ଲମ୍ବୋଦର ପାତ୍ରଙ୍କ ସମେତ ପୂଜା କମିଟିର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ। ବଇଣ୍ଡା ପୋଲିସ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲା। ସେହିପରି ନାଲ୍‌କୋ ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ ଭସାଣି ଉତ୍ସବ ପାଳିତ ହୋଇଥିଲା। ଘଣ୍ଟବାଦ୍ୟ, ଲଉଡି ଖେଳ ସହ ବିଭିନ୍ନ ବାଦ୍ୟ ବାଜଣାରେ ନାଲ୍‌କୋନଗର ପ୍ରକମ୍ପିତ ହୋଇଥିଲା। ବାଦ୍ୟନୃତ୍ୟ ସହକାରେ ଠାକୁରାଣୀଙ୍କୁ ନାଲ୍‌କୋନଗର ପରିକ୍ରମା କରାଯାଇ ନିକଟସ୍ଥ ଜଳାଶୟରେ ବିସର୍ଜନ କରାଯାଇଥିଲା। ସଭାପତି ବି.ଆର୍‌. ପଟ୍ଟନାୟକ, ସମ୍ପାଦକ ମନୋଜ ସ୍ବାଇଁ, କିଶୋର ମିଶ୍ର, ଯତୀନ ମିଶ୍ର, ସୁବାସ ଗଡନାୟକ, ନଟବର ମହାନ୍ତି, ହରେକୃଷ୍ଣ ନାଥ, ପ୍ରଶାନ୍ତ ସାମଲ, ସ୍ବରୂପ ଗଡନାୟକ, ଲିଟୁ ସିଂ, ଅଶୋକ ଦେହୁରୀ, ଲଲାଟେନ୍ଦୁ ମହାପାତ୍ର, ଚିତ୍ତ ମୁଦୁଲି ପ୍ରମୁଖ ଭସାଣି କାର୍ଯ୍ୟ ପରିଚାଳନା କରିଥିଲେ। କଣିହାଁ ବ୍ଲକ ଅଞ୍ଚଳର କୁଲେଇ, ଡଙ୍ଗରବେଡା, ସାନକାକୁଡିଆ, ଜମାନିଆ, ବଇଣ୍ଡା, ଭୂଇଁପୁର, ରେଙ୍ଗାଳି, ବଜ୍ରକୋଟ ଆଦି ଗ୍ରାମରେ ଦୁର୍ଗାପୂଜା ପାଳିତ ହୋଇଯାଇଛି। ଡେରେଙ୍ଗ ଗ୍ରାମରେ ଭସାଣି ଉତ୍ସବ ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ବର୍ଷା ସତ୍ତ୍ୱେ ପାଇକ ଆଖଡ଼ା ଦଳ ଯୁଦ୍ଧ କୌଶଳ ପ୍ରଦର୍ଶନ କରିଥିଲେ। ସନ୍ଧ୍ୟାରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ହୋଇଥିଲା। ଶନିବାର ପର୍ଯ୍ୟନ୍ତ ନାଟକ ପରିବେଷଣ ହେବ। ଛେଣ୍ଡିପଦା ବ୍ଲକ ଜରପଡା ଗ୍ରାମ୍ୟ ପରିଚାଳନା କମିଟି ଓ ଦୁର୍ଗାପୂଜା କମିଟି ପକ୍ଷରୁ ହାଟପଦାଠାରେ ଗୁରୁବାର ରାବଣପୋଡି ଓ ଆଜ୍ଞାଲଡୁ ନିଲାମ କରାଯାଇଥିଲା। ମୁଖ୍ୟଅତିଥି ଭାବେ ଜରପଡା ଥାନା ଅଧିକାରୀ ସରୋଜକାନ୍ତ ସାମଲ, ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ରସାନନ୍ଦ ସାହୁ, ଭୋଳେଶ୍ୱର ପ୍ରଧାନ, ଜିଲା ପରିଷଦ ସଭ୍ୟା ଭାନୁପ୍ରିୟା ପ୍ରଧାନ, ଜରପଡା ସରପଞ୍ଚ ବିଦେଶୀ ବେହେରା ପ୍ରମୁଖ ଯୋଗଦେଇଥିଲେ। ଆଜ୍ଞାଲଡୁକୁ ଜେରେଙ୍ଗ ଦେହୁରୀସାହି ଗ୍ରାମର ସିପୁନ ଦେହୁରୀ ୩୧ ହଜାର ୩ ଶହ ୧ ଟଙ୍କାରେ ନିଲାମ ନେଇଥିଲେ। ପରେ ବିରାଟ ପଟୁଆରରେ ମା’ଙ୍କୁ ଗ୍ରାମ ପରିକ୍ରମା କରାଯାଇ ବାଉରୀ ନଦୀରେ ବିସର୍ଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୬ା୯: ଭାରତର ସିନିୟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆଘାତପ୍ରାପ୍ତ ହୋଇଛନ୍ତି। ତାଙ୍କ ଆଣ୍ଡୁ ତଳ ଭାଗରେ ଆଘାତ ଲାଗିଛି । ଫଳରେ ସେ ନ୍ୟୁଜିଲାଣ୍ଡ ହ୍ବାଇଟ୍‌…

ଗଞ୍ଜାମ ଜଳବନ୍ଦୀ ଅଞ୍ଚଳରେ ବିଧାୟକ: ଲୋକଙ୍କ ଦୁଃଖ ଶୁଣିଲେ, ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ

ଗଞ୍ଜାମ,୨୬।୯(ଅନାଥ ତରାଇ): ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଏନ୍‌ଏସି ଅଞ୍ଚଳର ବିଭିନ୍ନ ୱାର୍ଡରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ଓ ରାସ୍ତାଘାଟ ସମସ୍ୟାର ସ୍ଥିତି ଶନିବାର ସକାଳେ ସ୍ଥାନୀୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?