ଅସତ୍ୟକୁ ହାମ୍ବୁଡୁଛି

ସମଗ୍ର ପୃଥିବୀକୁ ଦେଖିଲେ କରୋନା ମହାମାରୀ ବିଭିନ୍ନ ଦିଗରୁ ଅନେକ କିଛି ଉଜାଡ଼ି ଦେଇଛି। ଏହାର ଦ୍ୱିତୀୟ ଲହରରେ ଭାରତ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଅସଂଖ୍ୟ ଲୋକଙ୍କ ଜୀବନ ଯାଇଥିଲେ ମଧ୍ୟ ତାହାକୁ ରାଜ୍ୟ ସରକାରଗୁଡ଼ିକ କମ୍‌ କରି ଦର୍ଶାଉଛନ୍ତି। ନିକଟରେ ପାଟନା ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ବିହାରରେ ନୀତୀଶ କୁମାରଙ୍କ ସରକାର ମୂଳ ସଂଖ୍ୟା ସହ ୫,୫୦୦ ମୃତ୍ୟୁ ସଂଖ୍ୟା ଯୋଡ଼ିଥିଲେ। ସେହିପରି ମହାରାଷ୍ଟ୍ରରେ ଉଦ୍ଧବ ଠାକ୍‌ରେଙ୍କ ସରକାର ପୂର୍ବ ମୃତ୍ୟୁ ସଂଖ୍ୟାରେ ପ୍ରାୟ ୯ ହଜାର ମୃତକଙ୍କ ନାମ ମିଶାଇଛନ୍ତି। ଏବେ ଜଣାପଡ଼ିଛି ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନ ସରକାର ମଧ୍ୟ କୋଭିଡ୍‌ ମୃତକଙ୍କ ସଂଖ୍ୟା କମାଇକରି ଦେଖାଇଛନ୍ତି। ସରକାରୀ ରେକର୍ଡ ତୁଳନାରେ ସେଠାରେ କରୋନାଜନିତ ମୃତକଙ୍କ ସଂଖ୍ୟା ପାଖାପାଖି ୩ ଗୁଣରୁ ଅଧିକ ରହିଥିବା ଜଣାପଡ଼ିଛି। ଏସବୁ ରାଜ୍ୟରେ ଖୋଳତାଡ଼ ହେବାରୁ ଏଭଳି ତଥ୍ୟ ହସ୍ତଗତ ହେଉଛି। ପୁଣି ଏହି ତଥ୍ୟ ଯେ ସତ୍ୟ ଉପରେ ଆଧାରିତ ତାହାକୁ ନେଇ ସନ୍ଦେହ ରହିଛି। ଗତମାସ ଉତ୍ତରପ୍ରଦେଶ ଓ ବିହାରରେ କରୋନା ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅନେକ ହଜାର ମୃତଦେହ ଗଙ୍ଗାନଦୀ ଜଳରେ ଭାସୁଥିବା ଓ ବାଲି ଭିତରେ ପୋତା ହୋଇଥିବାର ଦୃଶ୍ୟ ଗଣମାଧ୍ୟମରେ ଲୋକେ ଦେଖିଛନ୍ତି। ସେଥିରୁ ଜଣାପଡ଼ିଥିଲା ଯେ, ସରକାର ଜାଣିଶୁଣି ମୃତ୍ୟୁସଂଖ୍ୟା କମାଇବା ଲାଗି ଡାକ୍ତରଖାନା କର୍ମଚାରୀ ଓ ଅନ୍ୟାନ୍ୟ ସରକାରୀ ସଂସ୍ଥାର ସାହାଯ୍ୟ ନେଇଥିଲେ। ଏବର ସ୍ଥିତି ଦେଖିଲେ କୁହାଯାଇପାରେ ଯେ, କେବଳ ଏହିସବୁ ରାଜ୍ୟ ନୁହେଁ, ଅନ୍ୟାନ୍ୟ ରାଜ୍ୟ ସହ ଓଡ଼ିଶାରେ ଏ ସଂକ୍ରାନ୍ତ ତଥ୍ୟ ଯାଞ୍ଚ କରାଗଲେ ସଂଖ୍ୟା ନିଶ୍ଚୟ ବଢ଼ିପାରେ। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା କୋଭିଡ୍‌ ମୃତ୍ୟୁସଂଖ୍ୟାକୁ ନେଇ ଦିଆଯାଇଥିବା ଭୁଲ ତଥ୍ୟ ମହାମାରୀ ମୁକାବିଲା ରଣନୀତି ପ୍ରସ୍ତୁତିରେ ବାଧକ ସାଜିବ। ଏଠାରେ ସ୍ବୀକାରଯୋଗ୍ୟ ଯେ, ନିକଟ ଅତୀତ ଘଟଣାବଳୀକୁ ଦେଖିଲେ ଗୁଲେରିଆଙ୍କ ଅଧିକାଂଶ ମତ ରାଜନୈତିକ ପ୍ରଭାବ ଦ୍ୱାରା ପରିଚାଳିତ ହେଉଛି। କିନ୍ତୁ ସରକାରଙ୍କ ମୃତ୍ୟୁସଂଖ୍ୟା ଲୁଚାଇବାର ଚରିତ୍ର ଯୋଗୁ କୋଭିଡ୍‌ ମୁକାବିଲା ବାଧାପ୍ରାପ୍ତ ହେଉଥିବା କଥା ନିଶ୍ଚିତ ଭାବେ ବିଶ୍ୱସନୀୟ।
ପ୍ରଶ୍ନ ଉଠେ, ମଣିଷ ମରିଯିବାର ରିପୋର୍ଟ ଠିକ୍‌ ଦର୍ଶାଇବାରେ ପ୍ରଶାସନ କାହିଁକି କୁଣ୍ଠା ପ୍ରକାଶ କରେ। ଏହାର ସୂକ୍ଷ୍ମ ଉତ୍ତର ହୋଇପାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ନ ଦେବା ଏବଂ ସରକାର କୋଭିଡ୍‌ ପରିଚାଳନା ଉଚିତ ଢଙ୍ଗରେ କରିଛନ୍ତି ବୋଲି ସାଧାରଣରେ ଦେଖେଇ ହେବା। ଏଥିସହିତ କେନ୍ଦ୍ର ସରକାରଙ୍କ ଭୂମିକା ମଧ୍ୟ ଗୁରୁତ୍ୱ ଧାରଣ କରୁଛି। ନିଜ କାର୍ଯ୍ୟରେ ଉଚିତ ପଦକ୍ଷେପ ନେବାରେ ଅସଫଳ ହୋଇଥିବା କେନ୍ଦ୍ର ଏବେ ବିଭିନ୍ନ ରାଜ୍ୟ ଦ୍ୱାରା ଘୋଷିତ ମୃତ୍ୟୁସଂଖ୍ୟାକୁ ନେଇ ଭଲ ଏବଂ ଖରାପ ପରିଚାଳନାର ସାର୍ଟିଫିକେଟ ଦେଉଛି। ଏହା ଫଳରେ ନିଜର ଦକ୍ଷତା ପ୍ରମାଣ କରିବାକୁ ଯାଇ ରାଜ୍ୟ ସରକାରଗୁଡ଼ିକ ମୃତ୍ୟୁସଂଖ୍ୟା ଲୁଚାଇବା ସକାଶେ ଉତ୍ସାହିତ ହେଉଛନ୍ତି। ଏହାଦ୍ୱାରା ଭାରତରେ କରୋନା ମହାମାରୀର ବାସ୍ତବ ତଥ୍ୟ ଇତିହାସରେ କେବେ ହେଲେ ମିଳିବ ନାହିଁ। ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ସହିତ ଜାତୀୟ ଅର୍ଥନୀତି ଭୁଶୁଡ଼ି ପଡ଼ୁଥିବା ବେଳେ ଭାରତୀୟଙ୍କ ଅସତ୍ୟକୁ ହାମ୍ବୁଡ଼ି ବସିବାର ଚରିତ୍ର ଏ ଦେଶକୁ ଅଭୂତପୂର୍ବ କ୍ଷତି ପହଞ୍ଚାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri