Posted inଜାତୀୟ

ଲମ୍ପି ବ୍ୟାପୁଛି: ମଲେଣି ୭୫ ହଜାର ଗୋରୁ

ନୂଆଦିଲ୍ଲୀ,୧୫।୯ : କରୋନା ମହାମାରୀ ସମଗ୍ର ମାନବ ଜାତି ପାଇଁ ଅଭିଶାପ ପାଲଟିଥିବାବେଳେ ଗୋରୁଙ୍କ ଭଳି ଗୃହପାଳିତ ପ୍ରାଣୀଙ୍କ ଲାଗି ଘାତକ ସାଜିଛି ଲମ୍ପି ଭାଇରସ୍‌। ଗୁଜରାଟର କଚ୍ଛ ଅଞ୍ଚଳରେ ପ୍ରଥମେ ଚିହ୍ନଟ ହୋଇଥିବା ଲମ୍ପି ଭାଇରସ୍‌ ପରବର୍ତ୍ତୀ ସମୟରେ ଦେଶର ବିଭିନ୍ନ ଭାଗକୁ ମାଡ଼ିବାରେ ଲାଗିଛି। ଗୁଜରାଟ, ରାଜସ୍ଥାନ ସମେତ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ଲମ୍ପି ଆତଙ୍କ ଦେଖି ଚାଷୀକୁଳ ଚିନ୍ତାରେ ପଡ଼ିଯାଇଛନ୍ତି। କାରଣ ଗତ ଜୁଲାଇରୁ ଅଦ୍ୟାବଧି ଏହି ଭୂତାଣୁରେ ସଂକ୍ରମିତ ପ୍ରାୟ ୭୫,୦୦୦ ଗୋରୁଙ୍କ ମୃତ୍ୟୁ ଘଟିସାରିଲାଣି। ଏଥିରୁ ସର୍ବାଧିକ ୫୦,୦୦୦ ଗୋରୁ ରାଜସ୍ଥାନର। ସଂକ୍ରମିତ ଗୋରୁଙ୍କ ମୃତ୍ୟୁହାର ୮-୧୦%ରେ ପହଞ୍ଚତ୍ଛି।
ଗୋମହିଷାଦିଙ୍କୁ ହେଉଥିବା ଚର୍ମବିଣ୍ଡି (ଲମ୍ପି) ଭୂତାଣୁଜନିତ ରୋଗ, ଯାହାକି ଲୋକଙ୍କୁ ପ୍ରଭାବିତ କରି ନ ଥାଏ। ଏହା ମଶା ଓ ମାଛିଙ୍କଠାରୁ ସଂକ୍ରମିତ ହୋଇ ଗୋରୁଙ୍କୁ ଆକ୍ରାନ୍ତ କରିଥାଏ। ଫଳରେ ସଂକ୍ରମିତ ଗୋରୁ ଚର୍ମରେ ଗଣ୍ଠି ପଡ଼ିବା ସହ ଘା’ ସୃଷ୍ଟି ହୋଇଥାଏ। ରାଜସ୍ଥାନ ଓ ଗୁଜରାଟରେ ଲମ୍ପି ସଂକ୍ରମିତ ଗୋରୁଙ୍କୁ ନେଇ ସଂଗୃହୀତ ଡ୍ରୋନ୍‌ ଫୁଟେଜ୍‌ରୁ ଉଦ୍‌ବେଗଜନକ ଚିତ୍ର ସାମ୍ନାକୁ ଆସିଛି। ଗତ ଜୁଲାଇରୁ ବର୍ତ୍ତମାନ ସୁଦ୍ଧା ୮ ପ୍ରଭାବିତ ରାଜ୍ୟରେ ଏହି ରୋଗ ଦ୍ରୁତଗତିରେ ବ୍ୟାପିଚାଲିଥିବା ଜଣାପଡ଼ିଛି। ଏହି ରାଜ୍ୟଗୁଡ଼ିକରେ ଲମ୍ପି ସଂକ୍ରମିତ ଗୋରୁଙ୍କୁ ‘ଗୋଟ୍‌ ପକ୍ସ ଭାକ୍ସିନ’ ଦିଆଯାଉଛି। ଏହି ଟିକା ଲମ୍ପି ଚର୍ମରୋଗ ପାଇଁ ଶତ ପ୍ରତିଶତ କାମ କରୁଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ରାଜସ୍ଥାନରେ ୫୦,୦୦୦ ଗୋରୁ ଲମ୍ପିରେ ଆକ୍ରାନ୍ତ ହୋଇ ଆଖି ବୁଜିସାରିଲେଣି। ଏଠାରେ ଦୈନିକ ୬୦୦-୭୦୦ ଗୋରୁଙ୍କ ମୃତ୍ୟୁ ଘଟୁଥିବା ଜଣେ ଅଧିକାରୀ କହିଛନ୍ତି।

ମହାରାଷ୍ଟ୍ର ସରକାର ଏହାର ନିରାକରଣ ଉପାୟ ଖୋଜିବା ପାଇଁ ଏକ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରିଛନ୍ତି। ଏଥିସହ ଜଲଗାଓଁ ଏବଂ ଅମରାବତୀ ଭଳି ଅଞ୍ଚଳ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି। ଦକ୍ଷିଣ କଶ୍ମୀରରେ ୩୦,୦୦୦ ଗାଈ ସଂକ୍ରମିତ ହୋଇଛନ୍ତି। ଅନନ୍ତନାଗ ଜିଲା ମହମୁଦାବାଦ ନିବାସୀ ମହମ୍ମଦ ଇକ୍‌ବାଲ କହିଛନ୍ତି, କ୍ଷୀର ବିକି ପରିବାର ଚଳାଇବା ଛଡ଼ା ଅନ୍ୟ ଉପାୟ ନାହିଁ। କିନ୍ତୁ ଗାଈକୁ ଚର୍ମରୋଗ ହେବା ପରେ କ୍ଷୀର ଦେବା ବନ୍ଦ କରିଦେଇଛି। ଫଳରେ ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟକର ହେଲାଣି। ଅନୁକ୍ରମରେ ସଂକ୍ରମିତ ରୋରୁଙ୍କଠାରୁ ଭୂତାଣୁ ଯେପରି ନ ବ୍ୟାପିବ ତାହା ସୁନିଶ୍ଚିତ କରିବା ବର୍ତ୍ତମାନ ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଲମ୍ପି ସଂକ୍ରମଣରେ ଗୃହପାଳିତ ପ୍ରାଣୀର ଜୀବନ ଚାଲିଗଲେ ତାକୁ କିପରି ସୁରକ୍ଷିତ ଭାବେ ଓ କେଉଁ ସ୍ଥାନରେ ଫୋପଡ଼ାଯିବ ତାହା ଆଉ ଏକ ମୁଣ୍ଡବ୍ୟଥା। ଏହି ଭାଇରସ୍‌ ସଂସ୍ପର୍ଶରେ ଆସିଥିବା ଗୋରୁଙ୍କଠାରେ ଜ୍ୱର ଦେଖାଯିବା ସହ ଦୁଗ୍ଧ ଉତ୍ପାଦନ କ୍ଷମତା ୫୦% ପର୍ଯ୍ୟନ୍ତ ହ୍ରାସ ପାଇଥାଏ। ବିପଦ ଆଶଙ୍କା କରି ଲମ୍ପି ସଂକ୍ରମିତ ଗୋରୁଙ୍କ କ୍ଷୀର ମଧ୍ୟ କିଣିବାକୁ ଲୋକେ ଆଗ୍ରହ ପ୍ରକାଶ କରୁନାହାନ୍ତି। କ୍ଷୀରକୁ ଭଲ ଭାବେ ଫୁଟାଇବା ପରେ ବ୍ୟବହାର କରିବା ନିରାପଦ ବୋଲି ପ୍ରାଣୀ ଚିକିତ୍ସକମାନେ ମତ ଦେଇଛନ୍ତି। ତେବେ ଏହା ମଣିଷଙ୍କୁ ପ୍ରଭାବିତ କରୁ ନ ଥିବା କେତେଜଣ ବିଶେଷଜ୍ଞ କହିଛନ୍ତି।
ଅନ୍ୟପକ୍ଷେ ଲମ୍ପି ପ୍ରଭାବିତ ରାଜ୍ୟଗୁଡ଼ିକର ଚାଷୀ ନିଜ ଗୋରୁଙ୍କୁ ନେଇ ଚିନ୍ତିତ ହୋଇଯାଇଛନ୍ତି। ଏହାର ନିରାକରଣ ପାଇଁ ଭାରତରେ ଏକ ଟିକା ବିକଶିତ ହୋଇଛି। ଆସନ୍ତା ୩ରୁ ୪ ମାସ ମଧ୍ୟରେ ଏହା ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର ୨୦୨୫ ସୁଦ୍ଧା ଦେଶର ସମସ୍ତ ଗୃହପାଳିତ ପ୍ରାଣୀଙ୍କୁ ୧୦୦% ଟିକାକରଣ କରିବାକୁ ଲକ୍ଷ୍ୟ ରଖିଥିବା ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?