କ୍ୟାନ୍‌ସର ଚିକିତ୍ସା ପାଇଁ ବ୍ୟାଙ୍କ ଲୁଟ୍‌

ବେରୁଟ, ୧୫ା୯: ଭଉଣୀର କ୍ୟାନ୍‌ସର ଚିକିତ୍ସା ପାଇଁ ଲେବାନନ୍‌ର ଜଣେ ମହିଳା ବୁଧବାର ବ୍ୟାଙ୍କ ଲୁଟିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ସେ ଲୁଟ୍‌ବେଳେ ବ୍ୟାଙ୍କ କର୍ମଚାରୀଙ୍କୁ ଡରାଇବା ପାଇଁ ଖେଳଣା ବନ୍ଧୁକ ଧରିଥିଲେ। ବ୍ଲୋମ୍‌ ବ୍ୟାଙ୍କର ବେରୁଟ୍‌ ଶାଖାରେ ଲୁଟ୍‌ ବେଳର ଭିଡିଓ ସେ ଲାଇଭ୍‌ ଷ୍ଟ୍ରିମ୍‌ ମଧ୍ୟ କରିଥିଲେ।
କରିଥିବା ମହିଳା ଜଣକ ହେଲେ ସାଲି ହାଫିଜ୍‌। ୨୮ ବର୍ଷୀୟା ସାଲି ଜଣେ ଫ୍ୟାଶନ ଡିଜାଇନର ଏବଂ ସାମାଜିକ କର୍ମୀ। ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିଥିବାରୁ ବହୁ ଜମାକାରୀଙ୍କ ଅର୍ଥ ବିଭିନ୍ନ ବ୍ୟାଙ୍କରେ ଫସିରହିଛି। ତେଣୁ ଲୋକେ ସେମାନଙ୍କ ଜମାପୁଞ୍ଜି ବ୍ୟାଙ୍କଗୁଡ଼ିକରୁ ବାହାର କରିବା ପାଇଁ ଆସୁଥିଲେ ହେଁ ନିରାଶ ହୋଇ ଫେରିବାକୁ ପଡ଼ୁଛି। ବ୍ଲୋମ୍‌ ବ୍ୟାଙ୍କରେ ସାଲିଙ୍କ ପରିବାର ମଧ୍ୟ ଅର୍ଥ ଜମା କରିଥିଲେ। ହେଲେ ସେ ଅର୍ଥ ଉଠାଣ କରି ନ ପାରିବାରୁ ଲୁଟ୍‌ର ବାଟ ଆପଣାଇଥିବା କହିଛନ୍ତି।

ଲାଇଭ୍‌ ଭିଡିଓରେ ସାଲି ବ୍ୟାଙ୍କ କର୍ମଚାରୀଙ୍କ ଉପରେ ପାଟି କରୁଥିବା ଦେଖିବାକୁ ମିଳିଛି। ‘ମୁଁ ସାଲି ହାଫିଜ୍‌, ମୋ ଭଉଣୀ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଛି। ତାଙ୍କ ଜମାଅର୍ଥ ନେବାକୁ ଏଠାକୁ ଆସିଛି। କାହାରିକୁ ହତ୍ୟା କରିବି ନାହିଁ କିମ୍ବା ଗୁଳି ଚଳାଇବି ନାହିଁ। ମୋ ଅଧିକାର ସାବ୍ୟସ୍ତ କରିବାକୁ ବ୍ୟାଙ୍କରେ ପହଞ୍ଚିଛି’ ବୋଲି ସେ ଭିଡିଓରେ କହୁଥିବା ଶୁଣାଯାଉଛି। କ୍ୟାନ୍‌ସର ଚିକିତ୍ସା ପାଇଁ ୫୦ ହଜାର ଡଲାର ଆବଶ୍ୟକ। ତାଙ୍କ ପରିବାର ଡିପୋଜିଟ୍‌ କରିଥିବା ୨୦ ହଜାର ଡଲାରରୁ ପ୍ରାୟ ୧୩ ହଜାର ଡଲାର ସେ ନେଇଥିବା ମିଡିଆ ଆଗରେ କହିଛନ୍ତି। ଲୁଟ୍‌ ବେଳେ ସେ ଖେଳଣା ବନ୍ଧୁକ ଧରିଥିଲେ ବୋଲି ପ୍ରକାଶ କରିଛନ୍ତି। ସାଲି ଓ ତାଙ୍କ ସହଯୋଗୀ ବ୍ୟାଙ୍କ ଝରକା ଭାଙ୍ଗି ସେଠାରୁ ଖସିଯାଇଥିଲେ।

ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲେବାନନ୍‌ବାସୀ ସାଲିଙ୍କୁ ପ୍ରଶଂସା କରିଛନ୍ତି। ନିଜ କଷ୍ଟ ଉପାର୍ଜିତ ଟଙ୍କା ପାଇବା ପାଇଁ କୌଣସି ବିକଳ୍ପ ନାହିଁ ବୋଲି ସେମାନେ ମତ ଦେଇଛନ୍ତି। ୨୦୧୯ରୁ ଲେବାନନ୍‌ର ଅର୍ଥନୀତି ଭୁଶୁଡ଼ି ପଡ଼ିଛି। ସେଠାକାର ମୁଦ୍ରାର ମୂଲ୍ୟ ୯୦% ପର୍ଯ୍ୟନ୍ତ ହ୍ରାସ ପାଇଛି। ଲୋକେ ସେମାନଙ୍କ ଜମାଅର୍ଥ ବ୍ୟାଙ୍କରୁ ଉଠାଇପାରୁନାହାନ୍ତି। ଦେଶରେ ଦାରିଦ୍ର୍ୟ ହାର, ବେରୋଜଗାରୀ ବହୁମାତ୍ରାରେ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri