କ୍ୟାନ୍‌ସର ଚିକିତ୍ସା ପାଇଁ ବ୍ୟାଙ୍କ ଲୁଟ୍‌

ବେରୁଟ, ୧୫ା୯: ଭଉଣୀର କ୍ୟାନ୍‌ସର ଚିକିତ୍ସା ପାଇଁ ଲେବାନନ୍‌ର ଜଣେ ମହିଳା ବୁଧବାର ବ୍ୟାଙ୍କ ଲୁଟିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ସେ ଲୁଟ୍‌ବେଳେ ବ୍ୟାଙ୍କ କର୍ମଚାରୀଙ୍କୁ ଡରାଇବା ପାଇଁ ଖେଳଣା ବନ୍ଧୁକ ଧରିଥିଲେ। ବ୍ଲୋମ୍‌ ବ୍ୟାଙ୍କର ବେରୁଟ୍‌ ଶାଖାରେ ଲୁଟ୍‌ ବେଳର ଭିଡିଓ ସେ ଲାଇଭ୍‌ ଷ୍ଟ୍ରିମ୍‌ ମଧ୍ୟ କରିଥିଲେ।
କରିଥିବା ମହିଳା ଜଣକ ହେଲେ ସାଲି ହାଫିଜ୍‌। ୨୮ ବର୍ଷୀୟା ସାଲି ଜଣେ ଫ୍ୟାଶନ ଡିଜାଇନର ଏବଂ ସାମାଜିକ କର୍ମୀ। ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିଥିବାରୁ ବହୁ ଜମାକାରୀଙ୍କ ଅର୍ଥ ବିଭିନ୍ନ ବ୍ୟାଙ୍କରେ ଫସିରହିଛି। ତେଣୁ ଲୋକେ ସେମାନଙ୍କ ଜମାପୁଞ୍ଜି ବ୍ୟାଙ୍କଗୁଡ଼ିକରୁ ବାହାର କରିବା ପାଇଁ ଆସୁଥିଲେ ହେଁ ନିରାଶ ହୋଇ ଫେରିବାକୁ ପଡ଼ୁଛି। ବ୍ଲୋମ୍‌ ବ୍ୟାଙ୍କରେ ସାଲିଙ୍କ ପରିବାର ମଧ୍ୟ ଅର୍ଥ ଜମା କରିଥିଲେ। ହେଲେ ସେ ଅର୍ଥ ଉଠାଣ କରି ନ ପାରିବାରୁ ଲୁଟ୍‌ର ବାଟ ଆପଣାଇଥିବା କହିଛନ୍ତି।

ଲାଇଭ୍‌ ଭିଡିଓରେ ସାଲି ବ୍ୟାଙ୍କ କର୍ମଚାରୀଙ୍କ ଉପରେ ପାଟି କରୁଥିବା ଦେଖିବାକୁ ମିଳିଛି। ‘ମୁଁ ସାଲି ହାଫିଜ୍‌, ମୋ ଭଉଣୀ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଛି। ତାଙ୍କ ଜମାଅର୍ଥ ନେବାକୁ ଏଠାକୁ ଆସିଛି। କାହାରିକୁ ହତ୍ୟା କରିବି ନାହିଁ କିମ୍ବା ଗୁଳି ଚଳାଇବି ନାହିଁ। ମୋ ଅଧିକାର ସାବ୍ୟସ୍ତ କରିବାକୁ ବ୍ୟାଙ୍କରେ ପହଞ୍ଚିଛି’ ବୋଲି ସେ ଭିଡିଓରେ କହୁଥିବା ଶୁଣାଯାଉଛି। କ୍ୟାନ୍‌ସର ଚିକିତ୍ସା ପାଇଁ ୫୦ ହଜାର ଡଲାର ଆବଶ୍ୟକ। ତାଙ୍କ ପରିବାର ଡିପୋଜିଟ୍‌ କରିଥିବା ୨୦ ହଜାର ଡଲାରରୁ ପ୍ରାୟ ୧୩ ହଜାର ଡଲାର ସେ ନେଇଥିବା ମିଡିଆ ଆଗରେ କହିଛନ୍ତି। ଲୁଟ୍‌ ବେଳେ ସେ ଖେଳଣା ବନ୍ଧୁକ ଧରିଥିଲେ ବୋଲି ପ୍ରକାଶ କରିଛନ୍ତି। ସାଲି ଓ ତାଙ୍କ ସହଯୋଗୀ ବ୍ୟାଙ୍କ ଝରକା ଭାଙ୍ଗି ସେଠାରୁ ଖସିଯାଇଥିଲେ।

ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲେବାନନ୍‌ବାସୀ ସାଲିଙ୍କୁ ପ୍ରଶଂସା କରିଛନ୍ତି। ନିଜ କଷ୍ଟ ଉପାର୍ଜିତ ଟଙ୍କା ପାଇବା ପାଇଁ କୌଣସି ବିକଳ୍ପ ନାହିଁ ବୋଲି ସେମାନେ ମତ ଦେଇଛନ୍ତି। ୨୦୧୯ରୁ ଲେବାନନ୍‌ର ଅର୍ଥନୀତି ଭୁଶୁଡ଼ି ପଡ଼ିଛି। ସେଠାକାର ମୁଦ୍ରାର ମୂଲ୍ୟ ୯୦% ପର୍ଯ୍ୟନ୍ତ ହ୍ରାସ ପାଇଛି। ଲୋକେ ସେମାନଙ୍କ ଜମାଅର୍ଥ ବ୍ୟାଙ୍କରୁ ଉଠାଇପାରୁନାହାନ୍ତି। ଦେଶରେ ଦାରିଦ୍ର୍ୟ ହାର, ବେରୋଜଗାରୀ ବହୁମାତ୍ରାରେ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଷ୍ଟିକ ମିଶାଇଲ ପରୀକ୍ଷା କରି ବିଶ୍ୱକୁ ଡରାଉଛି ଉତ୍ତର କୋରିଆ!

ପ୍ୟୋଙ୍ଗୟାଙ୍ଗ,୩୦ ।୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ ଲଗାତାର ଭାବେ ମିଶାଇଲ ପରୀକ୍ଷା କରି ବିଶ୍ୱକୁ ଚମକାଇ ଦେଉଛନ୍ତି । ଏବେ...

ଭିନ୍ନ ଢଙ୍ଗରେ କରୋନା ସଂକ୍ରମିତ ଶିଶୁଙ୍କୁ ଉପହାର ଦେଲେ ସାନ୍ତା

ଲିମା,୨୦ ।୧୨: କରୋନା ମହାମାରୀ ମଧ୍ୟରେ ବି ସାରା ବିଶ୍ୱ ଖ୍ରୀଷ୍ଟମାସକୁ ନେଇ ପ୍ରସ୍ତୁତି ଜାରି ରଖିଛି । ପେରୁରେ ଭିନ୍ନ ଢଙ୍ଗରେ ସାନ୍ତା କ୍ଲଜ...

ଶିକାଗୋ ପରେଡ୍‌ରେ ଗୁଳିକାଣ୍ଡ: ଶୁଟରଙ୍କୁ ଗିରଫ କଲା ପୋଲିସ

ଓ୍ବାଶିଂଟନ,୫।୭: ଆମେରିକା ସ୍ବାଧୀନତା ଦିବସ ଅବସରରେ ଶିକାଗୋର ହାଇଲାଣ୍ଡ ପାର୍କରେ ଚାଲିଥିବା ପରେଡ୍‌ରେ ଗୁଳିକାଣ୍ଡ ଘଟାଇଥିବା ଶୁଟରଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ...

ୟୁକ୍ରେନର ଦାବି ୩୦ରୁ ଊର୍ଦ୍ଧ୍ୱ ଥର ବିମାନ ଆକ୍ରମଣ କଲାଣି ରୁଷିଆ

କ୍ୱିଭ,୨୪ ।୨: ବିଶ୍ୱ ପାଇଁ ଏବେ ଚିନ୍ତାର କାରଣ ପାଲଟି ଯାଇଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ସମସ୍ତ ବାରଣ ପରେ ବି ରୁଷିଆ ୟୁକ୍ରେନ୍ ଉପରେ...

୧୧୯ ବର୍ଷ ପୂର୍ବେ ଲାଇବ୍ରେରୀରୁ ନିଆଯାଇଥିବା ପୁସ୍ତକ ଫେରିଲା…

ଓ୍ବାଶିଂଟନ,୧୦।୭ : ପ୍ରାୟତଃ ଲୋକମାନେ ବହି ପଢ଼ିବାକୁ ଲାଇବ୍ରେରୀକୁ ଯାଆନ୍ତି। ବେଳେବେଳେ ସେମାନେ ସେଠାରୁ ଦିଆଯାଇଥିବା ପୁସ୍ତକ ମଧ୍ୟ ନେଇଥାନ୍ତି । ତଥାପି, ଏହାକୁ ରଖିବା...

ଆଉ ଏକ ବାଲେଷ୍ଟିକ ମିଶାଇଲର ପରୀକ୍ଷଣ କଲେ କିମ୍‌

ପୋଙ୍ଗୟାଙ୍ଗ,୨୫ ।୩: ସମାଚାର ଏଜେନ୍ସି ଏଏଫପି ଉତ୍ତର କୋରିଆର ସରକାରୀ ଗଣମାଧ୍ୟମର ସୂଚନାକୁ ଆଧାର କରି ଏକ ରିପୋର୍ଟ ଦେଇଛି ଯେ କିମ ଜୋନ ଉନ୍...

ହାମାମାତସୁ ଏୟାର ବେସ୍‌ ବୁଲିଲେ ରାଜନାଥ

ଟୋକିଓ,୩।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜାପାନ ଗସ୍ତରେ ଅଛନ୍ତି। ମଙ୍ଗଳବାର ସେଠାରେ ସେ ହାମାମାସତୁ ଏୟାର୍‌ ବେସ୍‌ ବୁଲି ଦେଖିଛନ୍ତି। ଏହି ସମୟରେ ସେ...

ପିଟିଆଇ ନେତା ଜୁଲଫି ବୁଖାରୀଙ୍କ ବାସଭବନରେ ଚଢାଉ

ଇସଲାମବାଦ,୨୭।୭: ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଉପରେ କଟକଣା ଜାରି କରି ପୋଲିସ ଇସଲାମାବାଦରେ ପିଟିଆଇ ଦଳର ନେତା ଜୁଲଫି ବୁଖାରୀଙ୍କ ବାସଭବନକୁ ଚଢାଉ କରିଛି।ଚଢାଉ କରିବା...

Advertisement
Archives

Model This Week