Posted inUncategorized

‘ପିର୍‌ଭାକରନ ଜୀବିତ’

ତାଞ୍ଜାଭୁର,୧୪ା୨:ଶ୍ରୀଲଙ୍କା ସରକାର ଏଲ୍‌ଟିଟିଇ ମୁଖ୍ୟ ଭେଲୁପିଲ୍ଲାଇ ପିର୍‌ଭାକରନଙ୍କୁ ମୃତ ଘୋଷଣା କରିବାର ୧୪ ବର୍ଷ ପରେ ସେ ଜୀବିତ ଥିବା ନେଇ ତାମିଲନାଡୁର ପୂର୍ବତନ ରାଜନେତା ତଥା ବିଶ୍ୱ ତାମିଲ ମହାସଂଘର ଅଧ୍ୟକ୍ଷ ପାଝା ନେଦୁମାରାନ ସୋମବାର ଦାବି କରିଛନ୍ତି। ଲିବରେଶନ ଟାଇଗର୍ସ ଅଫ୍‌ ତାମିଲ ଇଲମ (ଏଲ୍‌ଟିଟିଇ)ର ପ୍ରତିଷ୍ଠାତା ପିର୍‌ଭାକରନ ବଞ୍ଚତ୍ଛନ୍ତି ଓ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେ ଖୁବ୍‌ଶୀଘ୍ର ସର୍ବସାଧାରଣରେ ଆତ୍ମପ୍ରକାଶ କରିବେ ବୋଲି ନେଦୁମାରାନ କହିଛନ୍ତି। ତେବେ ସେ ଏବେ କେଉଁଠି ଅଛନ୍ତି, ସେ ସମ୍ପର୍କରେ ନେଦୁମାରାନ୍‌ ପ୍ରଘଟ କରିନାହାନ୍ତି।
ପିର୍‌ଭାକରନ୍‌ଙ୍କ ନେତୃତ୍ୱରେ ଏଲ୍‌ଟିଟିଇ ଦ୍ୱୀପ ଦେଶ ଶ୍ରୀଲଙ୍କାରେ ସେଠାର ତାମିଲମାନଙ୍କ ପାଇଁ ସ୍ବତନ୍ତ୍ର ରାଷ୍ଟ୍ର ଗଠନ ଲାଗି ବ୍ୟାପକ ଗେରିଲା ଅଭିଯାନ ଚଳାଇଥିଲେ। ଶ୍ରୀଲଙ୍କା ସେନା ସହ ଏଲ୍‌ଟିଟିଇ ଗେରିଲାମାନଙ୍କ ଦୀର୍ଘଦିନର ଯୁଦ୍ଧ ଚାଲିଥିଲା। ୨୦୦୯ ମେ’ ୧୮ରେ ମୁଲ୍ଲିଭୈକାଲରେ ଶ୍ରୀଲଙ୍କା ସେନାର କାର୍ଯ୍ୟାନୁଷ୍ଠାନ ବେଳେ ପିର୍‌ଭାକରନ୍‌ ନିହତ ହୋଇଥିବା ଘୋଷଣା କରାଯାଇଥିଲା। ସେତେବେଳେ ମହିନ୍ଦା ରାଜପାକ୍ସେ ଶ୍ରୀଲଙ୍କା ରାଷ୍ଟ୍ରପତି ଥିଲେ। ତାଞ୍ଜାଭୁର୍‌ରେ ଖବରଦାତାମାନଙ୍କୁ ସୂଚନା ଦେଇ ନେଦୁମାରାନ କହିଛନ୍ତି, ଆମେ ଖୁସିର ସହ ସାରା ବିଶ୍ୱକୁ ଜଣାଉଅଛୁ ଯେ ଏଲ୍‌ଟିଟିଇ ମୁଖ୍ୟ ପିର୍‌ଭାକରନ ଜୀବିତ ଓ ସୁସ୍ଥ ଅଛନ୍ତି। ତାମିଲ ଇଲମ ପାଇଁ ସେ ଖୁବ୍‌ଶୀଘ୍ର ନିଜର ଯୋଜନା ସମ୍ପର୍କରେ ଘୋଷଣା କରିବେ। ଶ୍ରୀଲଙ୍କାରେ ସିଂହଳୀମାନଙ୍କ ଆନ୍ଦୋଳନ ଯୋଗୁ ରାଜପାକ୍ସେ ସରକାରଙ୍କ ପତନ ଅନୁକୂଳ ସ୍ଥିତି ସୃଷ୍ଟି କରିଛି। ପିର୍‌ଭାକରନ୍‌ଙ୍କ ଆତ୍ମପ୍ରକାଶ ପାଇଁ ଏହା ଉପଯୁକ୍ତ ସମୟ ବୋଲି ନେତୁମାରାନ କହିଛନ୍ତି।
ସୂଚନାଯୋଗ୍ୟ, ୨୦୦୯ରେ ପିର୍‌ଭାକରନଙ୍କୁ ସରକାର ମୃତ ଷୋଷଣା କରିବା ସମୟରେ ଏକ ମୃତଦେହର ଏକାଧିକ ଫଟୋ ଓ ଭିଡିଓ ଶେୟାର କରାଯାଇଥିଲା। ଏଥିରେ ଜାଲିଆତି କରାଯାଇଥିବା ସେତେବେଳେ ଅନେକେ ଅଭିଯୋଗ କରିଥିଲେ। ଏକ ଚୁକ୍ତିନାମା ଅନୁଯାୟୀ ପିର୍‌ଭାକରନ ଆତ୍ମସମର୍ପଣ ଲାଗି ଆସୁଥିବାବେଳେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା, ଯାହା ଅନ୍ତର୍ଜାତୀୟ ଚୁକ୍ତି ନିୟମର ଉଲ୍ଲଂଘନ ବୋଲି କେତେଜଣ କହିଥିଲେ।
୧୯୯୧ରେ ଶ୍ରୀପେରୁମ୍ବୁଦୁରଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ଘଟଣାରେ ପିର୍‌ଭାକରନ ମୁଖ୍ୟ ଅଭିଯୁକ୍ତ। ଏହି ହତ୍ୟାକାଣ୍ଡ ପରେ ତାଙ୍କୁ କୋର୍ଟ ଅପରାଧୀ ଘୋଷଣା କରିଥିଲେ। ଏଥିସହିତ ସେ ଶ୍ରୀଲଙ୍କାରେ ଅନେକ ହତ୍ୟାକାଣ୍ଡରେ ଅଭିଯୁକ୍ତ ଥିଲେ। ଏଲ୍‌ଟିଟିଇକୁ ବେଆଇନ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଇଥିଲା। ଶ୍ରୀଲଙ୍କାରେ ତାମିଲମାନଙ୍କ ପ୍ରତି ବର୍ଷବର୍ଷ ଧରି ପକ୍ଷପାତ କରାଯାଇ ଆସୁଥିବାବେଳେ କେତେକ ସଂଗଠନ ସହ ମିଶି ପିର୍‌ଭାକରନ ସ୍ବାଧୀନତା ଆନ୍ଦୋଳନ ଚଳାଇଥିଲେ। ପରେ ଏଲ୍‌ଟିଟିଇ ମୁଖ୍ୟ ଗେରିଲା ଯୁଦ୍ଧକୌଶଳ ଏବଂ ଆତ୍ମଘାତୀ ଆକ୍ରମଣ ସହିତ ସଶସ୍ତ୍ର ସଂଘର୍ଷରେ ସାମିଲ ହୋଇଥିଲେ। ଏଲ୍‌ଟିଟିଇ ପ୍ରଥମ ଆତଙ୍କବାଦୀ ସଂଗଠନ ଯାହାର ଏକ ବାୟୁସେନା ରହିଥିଲା। ଏଲ୍‌ଟିଟିଇକୁ ଦମନ କରିବା ପାଇଁ ଶ୍ରୀଲଙ୍କା ସେନା ଏହା ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା, ଯେଉଁଥିରେ ଲକ୍ଷାଧିକ ତାମିଲ ନାଗରିକ ନିହତ ହୋଇଥିଲେ। ଜାତିସଂଘର ଏକ କମିଶନ ଏନେଇ ତଦନ୍ତ କରିଥିଲେ ମଧ୍ୟ ଶ୍ରୀଲଙ୍କା ଏପର୍ଯ୍ୟନ୍ତ ଏହାର ଜବାବ ଦେଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ ଆଗୁଆ ସତର୍କତା: ଖୋଲିଲା ହରଭଙ୍ଗୀ ଜଳଭଣ୍ଡାରର ୪ ଗେଟ୍‌

ମୋହନା,୨।୧୧( ମନ୍ମଥ ମିଶ୍ର): ବାତ୍ୟା ଅର୍ଣ୍ଣବର ପ୍ରଭାବ ନ କମୁଣୁ ଏବେ ସମ୍ଭାବ୍ୟ ବାତ୍ୟା ମୁରାସୁକୁ ନେଇ ବଢ଼ିଲାଣି ଚିନ୍ତା। ସମ୍ଭାବ୍ୟ ବାତ୍ୟା ଓ ଲଗାଣ ବର୍ଷାକୁ…

ଶ୍ୱଶୁର ଘରକୁ ଯାଉଥିଲେ ଦୁର୍ଯ୍ୟ, ବାଟରେ ଛକିଥିଲା ଯମ: ଘଟିଲା…

ଲାଞ୍ଜିଗଡ଼,୨।୧୧ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଭବାନୀପାଟଣା-ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର କଦଳୀଘାଟି କୁଚେଇଯୋର ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।…

ପ୍ରଦ୍ମଶ୍ରୀ ଡା. ଅଶୋକ ମହାପାତ୍ରଙ୍କ ପରଲୋକ: ଖେଲିଗଲା ଶୋକର ଛାୟା

ନୂଆଦିଲ୍ଲୀ,୨।୧୧: ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ପ୍ରଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ବ୍ରେନ ଷ୍ଟ୍ରୋକ…

ବାତ୍ୟା ‘ମୁରାସୁ’ ପାଇଁ ଦାରିଙ୍ଗବାଡ଼ିରେ ଆଗୁଆ ପ୍ରସ୍ତୁତି: ୨୫ ପଞ୍ଚାୟତରୁ ୬୯୧ ଜଣଙ୍କୁ ଥଇଥାନ

ଦାରିଙ୍ଗବାଡ଼ି,୨।୧୧(ଅରୁଣ ସାହୁ): ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ବାତ୍ୟା ‘ମୁରାସୁ’କୁ ନେଇ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା…

ସରଫରାଜଙ୍କ ଚାଞ୍ଚଲ୍ୟକର ବୟାନ: ଟିମ ଇଣ୍ଡିଆ ମ୍ୟାନେଜମେଣ୍ଟକୁ ନେଇ କହିଦେଲେ ସାଂଘାତିକ କଥା

ନୂଆଦିଲ୍ଲୀ, ୨।୧୧: ନୂଆଦିଲ୍ଲୀ, ୨।୧୧: ଗତ କିଛି ବର୍ଷ ଧରି ଘରୋଇ କ୍ରିକେଟରେ ରନର ପାହାଡ଼ ଛିଡ଼ା କରୁଥିବା ସରଫରାଜ ଖାନ ଏକ ବଡ଼ ବୟାନ ଦେଇଛନ୍ତି।…

ରାଜ୍ୟ ସଭାର ସବୁଠୁ ଧନୀ ସାଂସଦଙ୍କ ତାଲିକା ଜାରି: ପ୍ରଥମ ତାଲିକାରେ ଏହି ନେତା, ଓଡ଼ିଶାର…

ନୂଆଦିଲ୍ଲୀ, ୨।୧୧: ରାଜ୍ୟ ସଭାର ସବୁଠୁ ଧନୀ ସାଂସଦଙ୍କ ସମ୍ପତ୍ତି ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିଛି। ADRର ରିପୋର୍ଟରେ ଏହି ଖୁଲାସା ହୋଇଛି। ରିପୋର୍ଟ ଅନୁଯାୟୀ, ୧୦୪…

ରୋହିତ-ବିରାଟଙ୍କ ମଧ୍ୟରୁ ନ୍ୟୁଜିଲାଣ୍ଡ ମାଟିରେ କିଏ କରିବେ ଶତକର ବର୍ଷା? ହଇଚଇ ସୃଷ୍ଟି କଲା ପୂଜାରାଙ୍କ ଭବିଷ୍ୟବାଣୀ, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ, ୨।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ନଭେମ୍ବର ୪ ତାରିଖରେ ଅକଲାଣ୍ଡର ଇଡେନ ପାର୍କରେ ପ୍ରଥମ ମ୍ୟାଚ…

ପୁଣି ବାତ୍ୟା ଓ ବନ୍ୟା ଆଶଙ୍କା, ପ୍ରଶାସନର ଜୋରଦାର ପ୍ରସ୍ତୁତି ୧୬ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର

ପୁରୁଷୋତ୍ତମପୁର, ୨/୧୧ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟାର ତିକ୍ତ ଅନୁଭୂତି ଏବେ ବି ଲୋକଙ୍କ ମନରୁ ଲିଭିନାହିଁ କି ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?