ସ୍ବଳ୍ପ ବର୍ଷା, ଆଗେଇ ପାରୁନାହିଁ ଚାଷକାର୍ଯ୍ୟ

କେସିଙ୍ଗା,୧୯ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ସ୍ବଳ୍ପ ବର୍ଷା ଯୋଗୁ ଚାଷ କାମ ଆଗେଇ ପାରୁନାହିଁ। ସମଗ୍ର କେସିଙ୍ଗା ବ୍ଲକରେ ୨୯ ହଜାର ୭୩୦ ହେକ୍ଟର ଚାଷ ଜମି ରହିଛି। ଏଥି ମଧ୍ୟରୁ ଚଳିତ ଖରିଫ ଋତୁରେ ୫ ହଜାର ୮୮୯ହେକ୍ଟର ଜମିରେ ଧାନ ବୁଣାଯାଇଛି। ୨୨ ହଜାର ୭୭୫ ହେକ୍ଟରରେ କପା, ମକା, ହରଡ଼, ଛଣି, ପନିପରିବା, ଚାଷ କରାଯାଇଛି ଏବଂ ରୁଆ ମଧ୍ୟ କରାଯିବା ପାଇଁ ଆବଶ୍ୟକ ପାଣି ନ ହେବାରୁ ଧାନରୁଆ ହୋଇପାରୁନାହିଁ। ସ୍ବଳ୍ପବର୍ଷା ଯୋଗୁ ଚାଷୀମାନେ ଚାଷ କାମରେ ଆଗେଇ ପାରୁନାହାନ୍ତି। ଜୁନ୍‌ ଯାଇ ଜୁଲାଇ ଶେଷ ହେବାକୁ ବସିଲାଣି ତଥାପି ଆବଶ୍ୟକତା ଅନୁସାରେ ବର୍ଷା ହେଉନାହିଁ। ଫଳରେ ଗଜା ଧାନ ମରିବାକୁ ବସୁଛି। କେସିଙ୍ଗା ବହୁ ପଞ୍ଚାୟତରେ ଧାନ ଗଜା ହୋଇଛି। ଜଳସେଚନର ସୁବିଧା ନ ଥିବାରୁ ଚାଷୀମାନେ ଗଜାମରୁଡ଼ି ପାଇଁ କେସିଙ୍ଗା ତହସିଲଦାର, କୃଷି ବିଭାଗରେ ଲିଖିତ ଅଭିଯୋଗ କରିଛନ୍ତି। ରେଙ୍ଗାଲି ଗ୍ରାମର ଜଣେ ବଡ଼ଚାଷୀ ଦଶରଥ ସାହା ଗ୍ରାମ ନିକଟରେ ଥିବା ୨୪ହେକ୍ଟର ଓ କଛାରପଦର ଗ୍ରାମରେ ଥିବା ୩୦ହେକ୍ଟର ଜମିରେ ଜଳସେଚନର ସୁବିଧା ନ ଥିବାରୁ ନିଜେ ଏକ ବିରାଟ କ୍ଷେତ୍ର ପୋଖରୀ ଖୋଳାଇ ନିଜ ଜମିରେ ଚାଷ କାମ କରୁଛନ୍ତି। ନିଜର ଟ୍ରାକ୍ଟର ଯୋଗେ ପଳାରେ ପାଣି ମଡ଼ାଇ ଧାନ ରୋଇବା ପାଇଁ ପ୍ରସ୍ତୁତି ଚାଲିଛି। ରେଙ୍ଗାଲି ଗ୍ରାମର ଦଶରଥ ସାହା ବହୁବାର କୃଷି ବିଭାଗ ଓ ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟକୁ ଯାଇ କ୍ଷେତ୍ର ପୋଖରୀ ଖୋଳିବା ପାଇଁ ଆବେଦନ କରିଥିଲେ। କିନ୍ତୁ ସୁଫଳ ନ ମିଳିବାରୁ ନିଜେ ଅଢ଼େଇ ଲକ୍ଷ ବ୍ୟୟ ଅଟକଳରେ ଏକ କ୍ଷେତ୍ର ପୋଖରୀ ଖୋଳି ନିଜେ ଚାଷ କାମ କରୁଛନ୍ତି।
ଏ ସଂକ୍ରାନ୍ତରେ କେସିଙ୍ଗା କୃଷି ବିଭାଗର ଗୋଷ୍ଠୀ ଅଧିକାରୀ ଘନଶ୍ୟାମ ଦେହୁରୀଙ୍କୁ ପଚାରିବାରୁ ସ୍ବଳ୍ପ ବର୍ଷା ଯୋଗୁ ଚାଷକାମ ଆଗେଇ ପାରୁନାହିଁ। ବର୍ଷା ହେଲେ ଭଲ ଚାଷ ହେବାର ସମ୍ଭାବନା ରହିଛି ବୋଲି ପ୍ରକାଶ କରିଥିଲେ। ରେଙ୍ଗାଲି ଗ୍ରାମର ଦଶରଥଙ୍କ ପୁଅ ହରି ସାହାଙ୍କୁ ପଚାରିବାରୁ ସ୍ବଳ୍ପ ବର୍ଷା ଯୋଗୁ ଆମେ ଚାଷ ଠିକ ଭାବେ କରି ପାରୁ ନାହୁଁ,ନିଜର କ୍ଷେତ୍ର ପୋଖରୀରୁ ଟ୍ରାକ୍ଟର ଯୋଗେ ପାଣି ଜଳସେଚନ କରି ଚାଷ କାମ ଆଜିଠୁ ଆରମ୍ଭ କରିଛୁ ବୋଲି ପ୍ରକାଶ କରିଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଅଜବ ନୀତି : ଆନ୍ଧ୍ର ମତ୍ସ୍ୟଜୀବୀଙ୍କୁ ଜ୍ୱାଇଁ ପୁଅ ଚର୍ଚ୍ଚା, ଓଡ଼ିଶା ମତ୍ସ୍ୟଜୀବୀଙ୍କୁ ଅଣଦେଖା ଅଭିଯୋଗ

ଛତ୍ରପୁର,୮ା୭(ଦିଲ୍ଲୀପ ସାମଲ): ସମୁଦ୍ର ଅଶାନ୍ତ ବେଳେ ସୀମା ପାର ହେଉଛନ୍ତି ଆନ୍ଧ୍ର ମତ୍ସ୍ୟଜୀବୀ । ସମୁଦ୍ର ଅଶାନ୍ତ ପାଇଁ ଓଡିଶାର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ…

ଖରିଫ ଫସଲ; ୨୪ ତାରିଖରେ ଘୋଡାହାଡ଼ ଡ୍ୟାମରୁ ଛଡାଯିବ ପାଣି, ପାଳନ ହେବ ସୁବର୍ଣ୍ଣ ଜୟନ୍ତୀ  

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି ପକ୍ଷରୁ ବୁଧବାର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ପାଣି ପଞ୍ଚାୟତ …

ବର୍ଷେ ନପୂରୁଣୁ ଭୁଶୁଡ଼ିଲା ପୋଲର ଗାର୍ଡ ୱାଲ୍, ରାସ୍ତାରେ ଫାଟକୁ ନେଇ ଜନଅସନ୍ତୋଷ

ଥୁଆମୂଳ ରାମପୁର, ୮ା୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଓଡ୍ରୀ ଗ୍ରାମପଞ୍ଚାୟତର ଦୋଳଗୁଡ଼ା ଠାରେ ବ୍ୟାପକ ସରକାରୀ ଅନୁଦାନ ହରିଲୁଟ୍‌ର ଚିତ୍ର…

ବଦଳିବ ଗ୍ରାମୀଣ ଚେହେରା, ଆଦର୍ଶ ଗ୍ରାମ ଯୋଜନାରେ ଗଞ୍ଜାମ ଜିଲାର ୧୮୧ ଗାଁ

ଛତ୍ରପୁର,୮।୭(ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗ ମନ୍ତ୍ରଣାଳୟର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଗତ ୯ ଟି ଆର୍ଥିକ ବର୍ଷର ଗଞ୍ଜାମ…

ମୁଖ୍ୟରାସ୍ତା ପାର୍ଶ୍ବରେ ମଦ ଦୋକାନ ଖୋଲିବାକୁ ବିରୋଧ, ଅବକାରୀ-ଥାନାରେ ଅଭିଯୋଗ

କେସିଙ୍ଗା,୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଓ ବଲାଙ୍ଗୀର ଜିଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶ୍ଵରେ ନିଶାନ୍ତ ବାର ଖୋଲିବାକୁ ୱାର୍ଡବାସୀ ବିରୋଧ କରି ଜିଲାପାଳ, ଜିଲା…

ଥୁଆମୂଳ ରାମପୁରରେ ୭୭ତମ ବନ ମହୋତ୍ସବ ସପ୍ତାହ, ବିଚାରପତି…

ଥୁଆମୂଳ ରାମପୁର,୮।୭(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳ ଏବଂ ତାଲୁକ ଆଇନ ସେବା ସମିତିର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ…

ବନ୍ୟା ପରିଚାଳନା ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଆଲୋଚନା, ଅଣମୌସୁମୀ ଜଳ ବିବାଦ ପ୍ରଶ୍ନରେ ଚୁପ୍ ରହିଲେ ଛତିଶଗଡ଼ ଅଧିକାରୀ

​ସମ୍ବଲପୁର,୮।୭(ପ୍ରମୋଦ ବହିଦାର): ହୀରାକୁଦ ଅଶୋକ ନିବାସଠାରେ ବୁଧବାର ଓଡ଼ିଶା ଏବଂ ଛତିଶଗଡ଼ ଜଳସମ୍ପଦ ବିଭାଗ ସମେତ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ଯୁସି)ର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri