ବର୍ଷାରେ ପୂର୍ତ୍ତ ବିଭାଗର ନିମ୍ନମାନର କଂକ୍ରିଟ କାମ

ଯାଜପୁର,୭।୮(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲା ପାଣିକୋଇଲି ପୂର୍ତ୍ତ ବିଭାଗ ଅଧୀନରେ ବିଭିନ୍ନ ନିର୍ମାଣ କାର୍ଯ୍ୟରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହରିଲୁଟ ହେଉଥିବା ଅଭିଯୋଗ ହେଉଛି। ସରକାର ବଦଳିବା ପରେ ଏହି ନିର୍ମାଣ କାର୍ଯ୍ୟରେ ସୁଧାର ଆସିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ଭୁଲ ସାବ୍ୟସ୍ତ ହୋଇଛି। ଏହାର ଉଦାହରଣ ପ୍ରୀତିପୁର ଡିହକୁଳାଠାରୁ ସିଂହପୁର(ନାଉବାଙ୍କ ଆରଡି ରାସ୍ତା)ର ପ୍ରଶସ୍ତିକରଣ କାର୍ଯ୍ୟରେ ଦେଖିବାକୁ ମିଳିଛି। ଏଠାରେ ବର୍ଷା ଚାଲିଥିବା ସମୟରେ ଠିକାଦାର ନିମ୍ନମାନର କଙ୍କ୍ରିଟ କାମ କରାଉଥିବାରୁ ତାହା ପାଣିରେ ଧୋଇ ହୋଇଯାଉଛି। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଘନଶ୍ୟାମ ନାୟକ, ଅଭିରାମ ନାୟକ, ଯୁଧିଷ୍ଠିର ବେହେରା, ଲିଟୁ ଜେନା, ବୁଢା ବେହେରା ପ୍ରମୁଖ ବିଞ୍ଝାରପୁର ପୂର୍ତ୍ତ ବିଭାଗ ଏସ୍‌ଡିଓ ରାମଚନ୍ଦ୍ର ମଲିକଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ତେବେ ଠିକାଦାରଙ୍କ ଲୋକମାନେ ଅଭିଯୋଗକାରୀଙ୍କୁ ଧମକଚମକ ଦେଉଥିବା ଗ୍ରାମବାସୀ କହିଛନ୍ତି।
ପ୍ରୀତିପୁର ଡିହକୁଳାଠାରୁ ସିଂହପୁର ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ୩ କୋଟି ୨୭ ଲକ୍ଷ ୬୯ ହଜାର ୯୧ ଟଙ୍କା ଅଟକଳ କରାଯାଇଛି। ଠିକାଦାର ଅମିୟ କୁମାର ଜେନାଙ୍କୁ ଏହାର ନିର୍ମାଣ ଦାୟିତ୍ୱ ଦିଆଯାଇଛି। ବର୍ଷାଋତୁ ପୂର୍ବରୁ ଅର୍ଥାତ୍‌ ୨୯ା୨ା୨୦୨୪ରେ ଏହି କାର୍ଯ୍ୟ ଆରମ୍ଭ ହୋଇ ୨୭ା୭ା୨୦୨୪ରେ ଶେଷ ହେବାକୁ ଥିଲା। କିନ୍ତୁ ରାସ୍ତାର ଏବେ ଡ୍ରେନ କାର୍ଯ୍ୟ ଆରମ୍ଭ ହେଉଛି। ବର୍ଷା ଚାଲିଥିଲେ ବି କାମ ହେଉଥିବାରୁ ବିଭିନ୍ନ ସ୍ଥାନରୁ ସିମେଣ୍ଟ ଓ ମେଟାଲ ଝଡି ଯାଇଥିବା ଦେଖିବାକୁ ମିଳିଛି। ଏହାବାଦ୍‌ ଆବଶ୍ୟକ ନିର୍ମାଣ ସାମଗ୍ରୀ ବ୍ୟବହାର ହେଉ ନ ଥିବାରୁ ରାସ୍ତାର ସ୍ଥାୟିତ୍ୱ ନେଇ ଗ୍ରାମବାସୀ ଆଶଙ୍କା ପ୍ରକଟ କରିଛନ୍ତି। ଉକ୍ତ ରାସ୍ତାଟି ଏକ ଚାଷ ବହୁଳ ଅଞ୍ଚଳ । ବର୍ଷା ଓ ବନ୍ୟା ସମୟରେ ଏହି ରାସ୍ତା ଉପରେ ୨ରୁ ୩ ଫୁଟ ପାଣି ଜମି ରହିଥାଏ। ଉକ୍ତ ପାଣି ନିକଟସ୍ଥ ଚାଷ ଜମିରେ ପ୍ରବେଶ କରି ପ୍ରତିବର୍ଷ ଫସଲ ନଷ୍ଟ କରିଥାଏ । ତେଣୁ ଅଞ୍ଚଳବାସୀଙ୍କ ଦାବି ଅନୁସାରେ ଶୁଖିଲା ପାଗରେ ରାସ୍ତା ଓ ଡ୍ରେନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଠିକାଦାର ଅଧିକ ଲାଭ ପାଇବା ଆଶା ରଖି ବର୍ଷାରେ ଅତି ନିମ୍ନମାନର କାମ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ବିଞ୍ଝାରପୁର ପୂର୍ତ୍ତ ବିଭାଗ ଏସ୍‌ଡିଓ ରାମଚନ୍ଦ୍ର ମଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ଉକ୍ତ ରାସ୍ତାରେ ଜମି ବିବାଦ ସମସ୍ୟା ରହିଛି। ଏନେଇ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ ହୋଇଛି। ବର୍ଷା ସମୟରେ କାମ ହେଉନାହିଁ। ଶୁଖିଲା ପାଗରେ ଉନ୍ନତମାନର କାମ କରି ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଉଦ୍ୟମ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?