Posted inଜାତୀୟ

ୟୁପି, ଦିଲ୍ଲୀରେ କମ୍‌ ଭୋଟିଂ ଭାଜପାକୁ କ୍ଷତି

ନୂଆଦିଲ୍ଲୀ,୨୬ା୫ଲୋକ ସଭା ନିର୍ବାଚନ ଶେଷହେବାକୁ ଆଉ ମାତ୍ର ଗୋଟିଏ ପର୍ଯ୍ୟାୟ ବାକି ଥିବାବେଳେ ସବୁଠୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶ ଏବଂ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ମତଦାନ ହାର କମିଥିବାରୁ ଏହା ଶାସକ ଦଳ ଭାଜପା ପାଇଁ ଚିନ୍ତାର ବିଷୟ ହୋଇଛି। ମତଦାନ କମିଲେ, ଭାଜପା ଜିତିବା କଷ୍ଟକର ହୋଇପାରେ ବୋଲି କେତେଜଣ ମତ ଦେଇଛନ୍ତି। ସାଧାରଣ ନିର୍ବାଚନ ଫଳାଫଳରେ ଉତ୍ତରପ୍ରଦେଶ ପ୍ରମୁଖ ଭୂମିକା ନେଇଥାଏ। ୨୦୧୯ରେ ଭାଜପା ଏହି ରାଜ୍ୟରୁ ୬୪ ଆସନ ଜିତିଥିବାବେଳେ ଦିଲ୍ଲୀର ସମସ୍ତ ୭ ଆସନ ଦଖଲ କରିଥିଲା। ଶନିବାର ସୁଦ୍ଧା ଉତ୍ତରପ୍ରଦେଶରେ ୬ଟି ପର୍ଯ୍ୟାୟ ଭୋଟିଂ ଶେଷ ହୋଇଥିବା ମତଦାନ ହାରକୁ ଦେଖିଲେ, ଏହା ପୂର୍ବାପେକ୍ଷା ଯଥେଷ୍ଟ କମ୍‌ ରହିଛି। ଷଷ୍ଠ ପର୍ଯ୍ୟାୟରେ ୟୁପିରେ ୫୪.୦୩ ପ୍ରତିଶତ ମତଦାନ ହୋଇଛି। ସେହିପରି ରାଜଧାନୀ ଦିଲ୍ଲୀରେ ଶନିବାର ଅନୁଷ୍ଠିତ ନିର୍ବାଚନରେ ୫୪.୪୮ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। କମ୍‌ ମତଦାନ ବିରୋଧୀ ମେଣ୍ଟ ପାଇଁ ଲାଭଦାୟକ ହେବ ବୋଲି ଅନେକେ ମତ ଦେଇଛନ୍ତି। ମତଦାନ ପାଇଁ ଭୋଟରଙ୍କ ମଧ୍ୟରେ ଆଗ୍ରହ କମୁଥିବା ସ୍ପଷ୍ଟ ହୋଇଛି। ୫୪୩ ଆସନ ମଧ୍ୟରୁ ୫ ପର୍ଯ୍ୟାୟରେ ୪୨୭ଟି ଆସନରେ ମତଦାନ ଶେଷ ହୋଇଥିବାବେଳେ ସେଥିରୁ ଏକତୃତୀୟାଂଶ ବା ୧୧୫ଟି ନିର୍ବାଚନମଣ୍ଡଳୀରେ କମ୍‌ ଭୋଟିଂ ହୋଇଛି।
ମତଦାନ ହାର କମିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁନଃନିର୍ବାଚିତ ହେବା ସମ୍ଭାବନାକୁ ପ୍ରଭାବିତ କରିପାରେ ବୋଲି କୁହାଯାଉଛି। ମତଦାନ ପ୍ରତି ଆଗ୍ରହ କରିବାର କେତେକ କାରଣ ମଧ୍ୟରେ ରହିଛି, ଏଥର ସେଭଳି କୌଣସି ବଡ଼ ନିର୍ବାଚନୀ ପ୍ରତିଶ୍ରୁତି ଦିଆଯାଇ ନାହିଁ। ଦେଶରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ଲୋକେ ଭୋଟ ଦେବା ପାଇଁ ବୁଥ୍‌କୁ ଯିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ସେହିପରି ଗ୍ରାମାଞ୍ଚଳରୁ ବହୁ ଲୋକ କାମଧନ୍ଦା ପାଇଁ ସହର ଏବଂ ବାହାର ରାଜ୍ୟରେ ରହୁଥିବାରୁ ଚାକିରି ହରାଇବା ଆଶଙ୍କାରେ ସେମାନେ ଭୋଟ ଦେବା ପାଇଁ ନିଜ ଅଞ୍ଚଳକୁ ଆସିପାରୁ ନାହାନ୍ତି। ଏହିଭଳି ବିଭିନ୍ନ କାରଣରୁ ମତଦାନ ହ୍ରାସ ପାଇଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଷଷ୍ଠ ପର୍ଯ୍ୟାୟରେ ଶନିବାର ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୫୮ଟି ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ଯ୍ୟାୟରେ ମତଦାନ ହାର ୬୧.୧୧ ପ୍ରତିଶତ ରହିଥିବା ଜଣାପଡ଼ିଛି। ଦିଲ୍ଲୀରେ ୫୭.୬୭ ପ୍ରତିଶତ ଭୋଟିଂ ହୋଇଥିବାବେଳେ ପଶ୍ଚିମବଙ୍ଗର ଜଙ୍ଗଲ ମହଲ ଅଞ୍ଚଳରେ ସର୍ବାଧିକ ୭୯.୪ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ତଥ୍ୟରୁ ଜଣାପଡ଼ିଛି। ଝାଡ଼ଖଣ୍ଡରେ ୬୩.୭୬, ଉତ୍ତରପ୍ରଦେଶରେ ୫୪.୦୩, ବିହାରରେ ୫୫.୨୪, ଜମ୍ମୁ-କଶ୍ମୀରରେ ୫୪.୧୫ ଓ ହରିୟାଣାରେ ୬୦.୦୬ ପ୍ରତିଶତ ମତଦାନ ହୋଇଥିବା ରାତି ୧୧ଟା ୪୫ ସୁଦ୍ଧା ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ବହୁ ଦଶନ୍ଧି ମଧ୍ୟରେ ଜମ୍ମୁ-କଶ୍ମୀରର ଅନନ୍ତନାଗ-ରାଜୌରୀ ଆସନରେ ସର୍ବାଧିକ ମତଦାନ ହୋଇଥିବା ନିର୍ବାଚନ କମିଶନ କହିଛନ୍ତି। ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ସହ ମୋଟ ୪୮୬ ଆସନରେ ମତଦାନ ସମ୍ପୂର୍ଣ୍ଣ ହୋଇଛି। ଜୁନ୍‌ ୧ରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପରେ ୪ରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।
ଏହି ପର୍ଯ୍ୟାୟର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଓ ଇନ୍ଦ୍ରଜିତ ସିଂ, ଭାଜପାର ମାନେକା ଗାନ୍ଧୀ, ମନୋହର ଖଟ୍ଟାର, ମନୋଜ ତିଓ୍ବାରୀ, ପିଡିପିର ମେହବୁବା ମୁଫ୍‌ତି ଏବଂ କଂଗ୍ରେସର କହ୍ନେୟା କୁମାରଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଯାଇଛି। ମତଦାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିବାବେଳେ ପଶ୍ଚିମବଙ୍ଗର ଘଟଲ ଏବଂ କାନ୍ଥି ନିର୍ବାଚନମଣ୍ଡଳୀରେ ଶାସକ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ ସଂଘର୍ଷ ଘଟିଥିଲା। ଝାରଗ୍ରାମରେ ଭାଜପା ପ୍ରାର୍ଥୀ ପ୍ରନତ ଟୁଡୁଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛିି। ଷଷ୍ଠ ପର୍ଯ୍ୟାୟରେ ୧୧.୨୩ କୋଟିରୁ ଊର୍ଦ୍ଧ୍ୱ ଭୋଟର ଥିବାବେଳେ ସେମାନଙ୍କ ପାଇଁ ୧.୧୪ ଲକ୍ଷ ବୁଥ୍‌ର ଆୟୋଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri