ଶସ୍ତାରୁ ହୀନସ୍ତା ହେଲେଣି ଟମାଟୋ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୯ା୩: କେନ୍ଦ୍ରାପଡ଼ା ଜିଲାରେ ଦୁଇ ମାସ ପୂର୍ବେ ଟମାଟୋ ଦର ଆକାଶଛୁଆଁ ଥିଲା। ବଜାରରେ କେଜି ପ୍ରତି ୫୦ରୁ ୬୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିଲା। ଏବେ କେଜି ପ୍ରତି ମାତ୍ର ୩ ଟଙ୍କାରେ ଚାଷୀ କ୍ଷେତରେ ବେପାରୀଙ୍କୁ ବିକୁଛନ୍ତି। ହାଟକୁ ଆଣି ଗଦା କଲେ ମଧ୍ୟ ବିକ୍ରି ହେଉନି। ଏପରି କି ହାଟ ଶେଷ ବେଳକୁ ଟମାଟୋ ବିକ୍ରି ନ ହେବାରୁ ଛାଡି ଚାଲି ଯାଉଥିବା ଦେଖାଯାଇଛି। ଅପରପକ୍ଷରେ ଜିଲାରେ ସଂରକ୍ଷଣ ବ୍ୟବସ୍ଥା ଓ ସରକାରୀ ମଣ୍ଡି ନ ଥିବାରୁ ଟମାଟୋ ଦର ଶସ୍ତା ହେବାରୁ ହୀନସ୍ତା ହେଉଥିବା ସ୍ଥାନୀୟ ଚାଷୀ ମତ ଦେଇଛନ୍ତି। ସେହିପରି ଟମାଟୋ ସସ୍‌ ପରି କ୍ଷୁଦ୍ର ଶିଳ୍ପ ପାଇଁ ଆଶାୟୀ ଯୁବ ଶିଳ୍ପୋଦ୍ୟୋଗୀ ଋଣ ପାଇବାକୁ ସକ୍ଷମ ହେଉ ନ ଥିବା ମତ ମିଳିଛି। ଡେରାବିଶ ବ୍ଲକ ନହଙ୍ଗ ଗାଁର ଟମାଟୋ ଚାଷୀ ରତିକାନ୍ତ ସାହୁ କହିଛନ୍ତି, ଚଳିତବର୍ଷ ଟମାଟୋ ଚାଷ ଫସଲ ମଧ୍ୟ ଭଲ ହୋଇଛି। ତେବେ ବିକ୍ରିକୁ ନେଇ ସମସ୍ତ ଚାଷୀ ଅଡୁଆରେ ପଡିଛନ୍ତି। ବଜାରରେ କେଜି ପ୍ରତି ୬ ଟଙ୍କା ବିକ୍ରି ହେଉଥିବା ବେଳେ ବେପାରୀ କୁଇଣ୍ଟାଲ ପ୍ରତି ମାତ୍ର ୩୦୦ ଟଙ୍କା ଦେଉଛନ୍ତି। ଅଧିକ ପରିମାଣର ଅମଳକୁ ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ବିକ୍ରି ପାଇଁ ବାଧ୍ୟ ହେଉଛୁ। ଚଳିତ ଥର ଚାଷରୁ ପ୍ରାୟ ୧୦ ହଜାର ଟଙ୍କା କ୍ଷତି ହେବ ବୋଲି ସେ ଆକଳନ କରିଛନ୍ତି। ପଟ୍ଟାମୁଣ୍ଡାଇର ବୀରେନ କୁମାର ଦାସ କହିଛନ୍ତି, କରୋନା ସଂକ୍ରମଣ ପାଇଁ ଜିଲାକୁ ବହୁ ପ୍ରବାସୀ ଆସିଥିଲେ। ତତ୍କାଳୀନ ସମୟରେ ଟମାଟୋର ଚାହିଦା ବଢୁଥିବାରୁ ଜିଲାରେ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଜମିରେ ପ୍ରବାସୀ ଓ ସ୍ଥାନୀୟ ଚାଷୀ ଟମାଟୋ ଚାଷ କରିଥିଲେ। ଏତେ ପରିମାଣରେ ଫସଲ ଉପତ୍ାଦନ ପରେ ଜିଲାରେ ଶୀତଭଣ୍ଡାର ନ ଥିବାରୁ ସଂରକ୍ଷିତ ରଖାଯାଇ ପାରୁନାହିଁ। ସେହିପରି ସରକାରୀ ମଣ୍ଡି ନ ଥିବାରୁ ଟମାଟୋର ଦର ବହୁତ କମ ହେଉଛି। ଏହାର ନିରାକରଣ ହୋଇପାରିଲେ ରାଜ୍ୟ ସରକାରଙ୍କ ଆଳୁ ମିଶନ ସଫଳ ହୋଇପାରିବ। ଯୁବ ଶିଳ୍ପୋଦ୍ୟୋଗୀ ରତନଲାଲ ସାମଲ କହିଛନ୍ତି, ଜିଲାରେ ଟମାଟୋ ଓ ଆଳୁ ଉପତ୍ାଦନ ସମୟରେ ଅଭାବୀ ବିକ୍ରି ହେଉଛି। ଏହାକୁ ଲକ୍ଷ୍ୟ କରି ଟମାଟୋ ସସ୍‌ ଓ ଆଳୁ ଚିପ୍‌ସର କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା ପାଇଁ ଗତ ଦୁଇବର୍ଷ ହେବ ବିଭିନ୍ନ ବ୍ୟାଙ୍କ ଓ ଜିଲା ଶିଳ୍ପକେନ୍ଦ୍ର ସହ ଯୋଗାଯୋଗ ରଖାଯାଇଛି। ଜିଲା ଶିଳ୍ପ କେନ୍ଦ୍ର ଓ ବ୍ୟାଙ୍କ ସମୂହର ସମନ୍ବୟ ନ ଥିବାରୁ ଏହି କ୍ଷୁଦ୍ରଶିଳ୍ପ ଅଦ୍ୟାବଧି ପ୍ରତିଷ୍ଠା ହୋଇପାରି ନ ଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ କୃଷକ ନେତା ଗୟାଧର ଧଳ କହିଛନ୍ତି, ଜିଲାର ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ। ତେବେ ଏଥିପାଇଁ ସରକାରୀ ସହଯୋଗ ମିଳୁନାହିଁ। ଅର୍ଥକରୀ ଫସଲଠାରୁ ଆରମ୍ଭ କରି ପାରମ୍ପରିକ ଧାନ ଚାଷରେ ବହୁ ପରିବର୍ତ୍ତନ ଆସିଲାଣି। ଉନ୍ନତମାନର ମଞ୍ଜି ସହ ତାଲିମର ବ୍ୟବସ୍ଥା ନାହିଁ। ଚାଷୀ ଏବେ ସରକାରୀ ସହଯୋଗ ବିନା ପାରମ୍ପରିକ ଭାବେ ଚାଷ କରିଛନ୍ତି। ଉପତ୍ାଦିତ ଫସଲ ବାହାର ରାଜ୍ୟକୁ ଯାଇପାରୁନାହିଁ। ଶୀତଳ ଭଣ୍ଡାରର ନିର୍ମାଣ, ଫୁଡ୍‌ ପ୍ରୋସେସିଂ ୟୁନିଟ୍‌ ସ୍ଥାପନ ଓ ସରକାରୀ ମଣ୍ଡି ସହାୟତାରେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରା କହିଛନ୍ତି, ଗ୍ରାମୀଣ ଶୀତଳଭଣ୍ଡାର ନିର୍ମାଣକୁ ଗୁରୁତ୍ୱ ଦିଆଯାଇଛି। ନିକଟରେ କେନ୍ଦ୍ରାପଡ଼ା ବ୍ଲକ ଚନ୍ଦନପୁରଠାରେ ଏକ ସୌର ଚାଳିତ ଶୀତଳଭଣ୍ଡାର ଉଦ୍‌ଘାଟନ ହୋଇଛି। ଚାଷୀ ନିଜ ଘରେ ଶୀତଳଭଣ୍ଡାର ନିର୍ମାଣ କଲେ ୫୦ ପ୍ରତିଶତ ରିହାତି ଅନୁଦାନ ମିଳିଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri