ଅଦିନିଆ ବର୍ଷା, ବିଳମ୍ବିତ ହେବ ବାଦାମଚାଷ

ରସୁଲପୁର,୫ା୧୧(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଶନିବାର ଅପରାହ୍ନରେ ଅଦିନିଆ ବର୍ଷା ହୋଇଛି। ରବି ଋତୁରେ ଅଣଧାନ ଫସଲ ପାଇଁ ବର୍ଷା ଉପଯୋଗୀ ବୋଲି କୁହାଯାଉଛି। ହେଲେ ଅଧିକ ବର୍ଷା ବର୍ଷିଲେ ପରିବା ଚାଷକୁ କ୍ଷତି ପହଞ୍ଚାଇବା ସହ ବାଦାମ ଚାଷ ବିଳମ୍ବିତ ହେବ ବୋଲି ଚାଷୀ ମତ ରଖିଛନ୍ତି। ବିଶେଷକରି ବାଦାମ ଚାଷ ପାଇଁ ପ୍ରସ୍ତୁତ ହୋଇଥିବା କ୍ଷେତର ଆର୍ଦ୍ରତା ବଢିଯିବ। ବିଲ ନ ଶୁଖିବା ପର୍ଯ୍ୟନ୍ତ ବାଦମ ଲଗାଇବା ସମ୍ଭବ ହେବନାହିଁ। ଏହି କାରଣରୁ ବାଦମ ବୁଣିବା ପ୍ରକ୍ରିୟା ଆହୁରି ସପ୍ତାହେ ବିଳମ୍ବ ହୋଇପାରେ ବୋଲି ଆକଳନ କରାଯାଉଛି।
ପରିବର୍ତ୍ତିତ ପାଣିପାଗ ସ୍ଥିତିରେ ଚାଷକାର୍ଯ୍ୟ ପ୍ରଭାବିତ ହେଉଛି। କାର୍ତ୍ତିକ ମାସରେ ଦିନ ତାପମାତ୍ର ସମ୍ଭାବ୍ୟ ସ୍ଥିତିରୁ ୪ ରୁ ୫ଡିଗ୍ରୀରୁ ଊର୍ଦ୍ଧ୍ୱ ଉଷ୍ମ ରହୁଛି। ରାତିରେ ଥାଣ୍ଡାର ପରିମାଣ କମିଯାଉଛି। ଏଭଳିସ୍ଥିତିରେ ଶୀତଦିନିଆ ଫସଲ ପ୍ରଭାବିତ ହେଉଛି। ହେଲେ ଗତ କିଛି ସପ୍ତାହ ହେଲା ଅନୁକୂଳ ପାଗଯୋଗୁ ଚାଷୀମାନେ ଖରିଫ ଋତୁର ଫସଲ ଉପତ୍ାଦନ ସାରିବା ସହ ରବି ଋତୁର ବାଦାମ ଚାଷ ପାଇଁ ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି।
ବ୍ଲକ ଅଞ୍ଚଳରେ ୫ ହଜାରରୁ ଅଧିକ ହେକ୍ଟର ଚାଷ ଜମିରେ ବାଦାମ ଚାଷ ହେଉଛି। ଏହିଚାଷ ପାଇଁ ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନ ଯଥା; ରହାତି ଦରରେ ବାଦାମ ବିହନ ମିଳିବା, ଉତ୍ପାଦିତ ବାଦମକୁ ସରକାରୀ ମଣ୍ଡିରେ ବିକ୍ରି କରିବା, ବାଦାମ ଚାଷରେ ବ୍ୟବହୃତ ସାର, ଔଷଧ, ଜଳସେଚନ ଆଦିକୁ ସୁବିଧାରେ ଉପଲବ୍ଧ କରାଇବା ସ୍ଥିତି ଅତ୍ୟନ୍ତ ନୈରାଶ୍ୟଜନକ ହୋଇପଡିଥିବା ବେଳେ ଚାଷୀ କେବେଳ ନିଜସ୍ବ ଉତ୍ପାଦିତ ବିହନ, ଘରୋଇ ବିହନ ସଂଗ୍ରହ ଉପରେ ନିର୍ଭର କରୁଛନ୍ତି। ଫସଲକୁ ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକୀୟ ଉପାଦାନକୁ ଖୋଲାବଜାରରୁ ଚଢ଼ା ଦରରେ କ୍ରୟ କରି ଖର୍ଚ୍ଚାନ୍ତ ହେଉଛି। ମଣ୍ଡି ବ୍ୟବସ୍ଥା ଠିକ୍‌ ଭାବରେ କାର୍ଯ୍ୟ କରୁ ନ ଥିବାରୁ ବାଦାମ ଫସଲ ଅମଳ ସମୟରେ କଳା ବ୍ୟବସାୟୀଙ୍କ ଦ୍ୱାରା ଶିକାର ହୋଇ କ୍ଷତି ସହୁଛନ୍ତି। ଏହାରି ଉପରେ ପରିବର୍ତ୍ତିତ ପାଣିପାଗ ଚାଷୀମାନଙ୍କ ଉପରେ ଭାରି ପଡୁଛି। ଚଳିତ ଋତୁରେ ବାଦାମ ଚାଷକୁ ଲକ୍ଷ୍ୟ କଲେ ସରକାରୀ ବାଦାମ ବିହନ ବ୍ୟବସ୍ଥା କେବଳ ଅନଲାଇନରେ ସମୀତ ହୋଇ ରହିଛି। ଚାଷୀମାନେ ଅନଲାଇନରେ ବିହନ ପାଇଁ ପଞ୍ଜୀକରଣ କରି ବାଦାମ ବିହନ ସଂଗ୍ରହ କରିବା ବେଳକୁ କ୍ଷେତ ପଡିଆ ପଡିଯିବ। ସେ ଦିଗରେ ଚାଷୀ ଆଗ୍ରହ ଜୁଟାଉ ନ ଥିବା ଲକ୍ଷ୍ୟ କରାଯାଉଛି। ଚାଷ ତରତର ନୀତିରେ ଚାଷୀ ଖୋଲା ବାଜରରୁ ବାଦାମ ବିହନ କ୍ରୟ କରି ଚାଷ କାର୍ଯ୍ୟକୁ ଆଗେଇ ନେଇଛନ୍ତି। ଅଦିନିଆ ବର୍ଷା ଚାଷୀଙ୍କ ଏଭଳି ପ୍ରୟାସରେ କିଛିଟା ବିରାମ ଦେଇଛି। ସରକାରୀ ବିହନ ମିଳୁ ନ ଥିବାରୁ ଚାଷୀ ଖୋଲା ବଜାରରୁ ଧଳାବାଦାମ ବିହନ କୁଇଁଟାଲ ପିଛା ୧୦ ହଜାରରୁ ୧୨ହଜାର ଟଙ୍କାରେ କ୍ରୟ କରୁଛନ୍ତି। ନାଲି ବାଦାମ ବିହନ ଆହୁରି ୧୦୦୦ ଟଙ୍କାରୁ ଊର୍ଦ୍ଧ୍ୱରେ କିଣିବାକୁ ପଡୁଛି। ଦରରେ ସ୍ଥିରତା ରହୁନାହିଁ। ଚାଷୀଙ୍କ ଚାହିଦା ମୁତାବକ ବଜାରରେ ବାଦାମ ବିହନ ଦରରେ ପରିବର୍ତ୍ତନ ଆସିଯାଉଛି। ବିହନ ଦରକୁ ନେଇ ମନୁଷ୍ୟକୃତ ଅସ୍ଥିରତାରେ ରୋକ ଲଗାଇବାରେ ସରକାର ବିଫଳ ହେଉଛନ୍ତି ବୋଲି ମନେ ହେଉଛି। ଏସବୁ ପରେ ପାଣିପାଗ ସ୍ଥିତି ଚାଷୀଙ୍କୁ ନିରାଶ କରୁଛି।
ଚଳିତବର୍ଷର ପାଣିପାଗକୁ ନେଇ ବିଶେଷଜ୍ଞ ପୂର୍ବାନୁମାନ ବାଦାମ ଚାଷୀଙ୍କ ମନରେ ଛନକା ପସାଇଛି। ବାଦମ ଫସଲ ପାଇଁ ଶୀତ ରାତିରେ କାକର ଓ ଥଣ୍ଡା ଜଳାବାୟୁ ଅନୁକୂଳ ହୋଇଥାଏ। କମ୍‌ ଶୀତ ଓ ଅଧିକ ଗରମ ପୂର୍ବାନୁମାନ ଚାଷୀମାନଙ୍କୁ ଅଧିକ ନିରାଶ କରିଛି। ସଅଳ ବାଦାମ ବୁଣି ଖରାର ପ୍ରକୋପ ପୂର୍ବରୁ ବାଦାମ ଅମଳ କରିବାକୁ ଚାଷୀ ଲକ୍ଷ୍ୟ ରଖିଛନ୍ତି। କ୍ଷେତକୁ ଜଳସେଚନ ସୁବିଧା ଅତ୍ୟନ୍ତ ନଗଣ୍ୟ ହୋଇଥିବାରୁ ଖରାରୁ ବାଦାମଗଛକୁ ବଞ୍ଚାଇବା ସମ୍ଭବ ହୋଇପାରିବ ନାହିଁ। ମାର୍ଚ୍ଚ ପୂର୍ବରୁ ବାଦାମ ଫସଲ ଅମଳ ନ ହେଲେ ଖରାରେ ବାଦାମ ଗଛ ଜଳିଯିବା ସହ ଉତ୍ପାଦନ ପ୍ରଭାବିତ ହେବ ବୋଲି ଚାଷୀ ଏବେଠାରୁ ଆକଳନ ଲଗାଇବା ଆରମ୍ଭ କଲେଣି। ଚାଷ ଆରମ୍ଭ ସମୟରେ ଅଦିନିଆ ବର୍ଷା ବାଦାମ ଚାଷ ପ୍ରତି ବିଶେଷ କ୍ଷତି ପହଁଚାଇବ ବୋଲି ଅଗ୍ରଣୀ ବାଦାମ ଚାଷୀମାନେ ମତପୋଷଣ କରୁଛନ୍ତି। ତେଣୁ ଚାଷୀକୂଳ ସ୍ଥିତିକୁ ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri