କର୍ଣ୍ଣାଟକରେ ପ୍ରେମୀଯୁଗଳଙ୍କ ମୃତ୍ୟୁ: ମୃତଦେହ ଗାଁକୁ ଆଣିବା ପାଇଁ ପୋଲିସ, ପ୍ରଶାସନ ନିକଟରେ ନିବେଦନ

ଗୁଣପୁର, ୨୭।୨ (ସଂକେତ ପାତ୍ର ): ପ୍ରଥମେ ଭଲ ପାଇଲେ, ପରେ ବାହା ହେଲେ। ବାହାଘର ପରେ କାମ ଅନ୍ବେଷଣରେ କର୍ଣ୍ଣାଟକ ଚାଲିଯାଇଥିଲେ। ସେଠାରେ କୌଣସି କାରଣରୁ ପ୍ରେମୀଯୁଗଳଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗଜପତି ଜିଲା ଅଡବା ଥାନା ବଚେବା ଗାଁର ଦୀପନ୍ତ ଶବର ଏବଂ ରାୟଗଡା ଜିଲା ଗୁଣପୁର ବ୍ଲକ ପୁଟାସିଂ ଥାନା ରିଜିଙ୍ଗତାଲ ଗାଁ ର ମଞ୍ଜୁଳା ଶବର (୨୨)। ଉଭୟ ଆତ୍ମହତ୍ୟା କରିଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି। ତେବେ ଉଭୟଙ୍କ ମୃତଦେହ ନିଜ ଗାଁକୁ ଫେରାଇ ଆଣିବାକୁ
ମୃତ ମହିଳାଙ୍କ ପରିବାର ଲୋକେ ଶୁକ୍ରବାର ଗୁଣପୁର ବ୍ଲକ ପ୍ରଶାସନ ଏବଂ ପୁଟାସିଂ ଥାନାରେ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, ଗଜପତି ଜିଲା ଅଡବା ଥାନା ବଚେବା ଗାଁର ଦୀପନ୍ତ ଗୁଣପୁରକୁ କାମ ଅନ୍ବେଷଣରେ ଆସି ରହୁଥିଲେ। ସେହି ସମୟରେ ଗୁଣପୁର ବ୍ଲକ ପୁଟାସିଂ ଥାନା ରିଜିଙ୍ଗତାଲ ଗାଁର ମଞ୍ଜୁଳା ଶବରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୀପନ୍ତ ପୂର୍ବରୁ ବିବାହିତ ଥିଲେ ମଧ୍ୟ ସେ ମଞ୍ଜୁଳାଙ୍କୁ ବିବାହ କରି କର୍ଣ୍ଣାଟକ ଚାଲି ଯାଇଥିଲେ। ପରିବାର ଲୋକେ ମଞ୍ଜୁଳା ନ ପାଇ ଗତ ଅକ୍ଟୋବରରେ ନିଖୋଜ ଥିବା ନେଇ ପୁଟାସିଂ ଥାନାରେ ଅଭିଯୋଗ କରିଥିଲେ। ସେମାନେ କର୍ଣ୍ଣାଟକର ଅନେକାଲ ତାଲୁକ ସୂର୍ଯ୍ୟନଗର ଥାନା ଅଞ୍ଚଳରେ ଘର ଭଡା ନେଇ ରହୁଥିଲେ। କୌଣସି କାରଣକୁ ନେଇ ଉଭୟ ଆତ୍ମହତ୍ୟା କରିଥିବା କୁହାଯାଉଛି। ମିଳିଥିବା ଏକ ଭିଡିଓରୁ ଜଣାପଡ଼ିଛି, ଦୀପନ୍ତ ଶୋଇକି ଉଠିବା ପରେ ଦେକତ୍ଲେ ପ୍ରେମିକା ମଞ୍ଜୁଳାଙ୍କ ମୃତଦେହ ଏକ ସୋଫା ଉପରେ ପଡିଛି। ଏହାପରେ ନିଜକୁ ଅସହାୟ ମନେ କରି ଦୀପନ୍ତ ମଧ୍ୟ ଜୀବନ ହାରିବା ପାଇଁ କହୁଛନ୍ତି। ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ଉଭୟଙ୍କ ପରିବାର ଲୋକେ ଦାୟୀ ନୁହଁନ୍ତ ବୋଲି କହିବା ସହ ସ୍ତ୍ରୀର ଭାଇଙ୍କୁୁ କ୍ଷମା କରିବା ପାଇଁ କହି ଲାଇଭ୍‌ ଭିଡିଓ ସୋସିଆଲ ମିଡିଆରେ ଛାଡିଥିଲେ। ଏହାପରେ ଦୀପନ୍ତ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ତାଙ୍କ ମୋବଇଲରେ ସେ ନିଜେ ଭିଡିଓ କରିଛନ୍ତି ନା ଆଉ କିଏ ଭିଡିଓ କରିଛି ତାହା ସନ୍ଦେହ ଘେରରେ ରହିଛି। ୨୦୨୬ ଫେବୃୟାରୀ ୨୫ ତାରିଖ ଭୋର ୨ଟା ୨୩ ମିନିଟରେ ଭିଡିଓ କରାଯାଇଥିବା ଜଣାପଡ଼ିଛି। କୌଣସି ସୂତ୍ରରୁ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚତ୍ ଉଭୟଙ୍କ ମୃତଦେହ ଜବତ କରିବା ପରେ ଝିଅ ଘର ପରିବାରକୁ ଜଣାଇଥିଲେ। ମୃତଦେହ କର୍ଣ୍ଣାଟକରୁ ଗାଁକୁ ଆଣିବା ପାଇଁ ମୃତ ମଞ୍ଜୁଳାଙ୍କ ବାପା ଷ୍ଟିପେନ ଓ ପରିବାର ଲୋକ, ଗ୍ରାମବାସୀ ପୋଲିସ ଓ ପ୍ରଶାସନ ପାଖରେ ଆକୁଳ ନିବେଦନ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri