ହରର୍‌ ଫିଲ୍ମ ଦେଖିବାକୁ ପସନ୍ଦ କରୁଥିଲେ ମିଳିପାରେ ଲକ୍ଷେ ଟଙ୍କା

ଓ୍ବାଶିଂଟନ, ୧୪।୯: ହରର୍‌ ତଥା ଭୟଙ୍କର ଫିଲ୍ମ ଦେଖିବାକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ପାଇଁ ଆସିଛି ଟଙ୍କା ଆୟ କରିବାର ଏକ ସୁଯୋଗ। ଆମେରିକାର ପ୍ରତିଷ୍ଠିତ କମ୍ପାନୀ ଫାଇନାନ୍ସବଜ୍‌ କିଛି ହରର୍‌ ଫିଲ୍ମ ଦେଖିବା ଲାଗି ୧,୩୦୦ ଆମେରିକୀୟ ଡଲାର ଦେବାକୁ ପ୍ରସ୍ତୁତ। ଭାରତୀୟ ମୂଦ୍ରାରେ ଏହାର ମୂଲ୍ୟ ୯୫,୮୦୦ ଟଙ୍କା।

ଫାଇନାନ୍ସବଜ କମ୍ପାନୀ ଏବେ ହରର୍‌ ଫିଲ୍ମ ହାର୍ଟରେଟ୍‌ ଆନାଲିଷ୍ଟ ଖୋଜୁଛି। ଏହି ଆନାଲିଷ୍ଟଙ୍କ କାମ ହେଲା ଫିଟ୍‌ବିଟ୍‌ (ସ୍ମାର୍ଟଓ୍ବାଚ୍‌) ପିନ୍ଧି ଅକ୍ଟୋବର ମାସରେ ୧୩ ଭୟଙ୍କର ଫିଲ୍ମ ଦେଖିବା। ଏପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ୧୩ ଭୟଙ୍କର ଫିଲ୍ମ ଦେଖିଲା ବେଳେ ଫିଟ୍‌ବିଟ୍‌ ଦେଖଣାହାରୀଙ୍କ ହୃଦ ସ୍ପନ୍ଦନ ମାପିବ ବୋଲି ଫାଇନାନ୍ସ କମ୍ପାନୀ ପକ୍ଷରୁ କୁହାଯାଇଛି।

ଫିଲ୍ମର ବଜେଟ ଭ୍ୟୁୟର୍ସଙ୍କ ଉପରେ କିଛି ପ୍ରଭାବ ପକାଉଛି କି ନାହିଁ ଜାଣିବା ପାଇଁ ଏହି ପ୍ରୟୋଗ କରାଯାଉଥିବା କମ୍ପାନୀ ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି। ଏଣୁ କମ୍ପାନୀ ପକ୍ଷରୁ ପଦବୀ ପାଇଁ ଦିଆଯାଇଛି ବିଜ୍ଞାପନ। ”ଜଣେ ହରର୍‌ ଫିଲ୍ମ ପ୍ରେମୀ ଆବଶ୍ୟକ ଅଛି। ପ୍ରାର୍ଥୀଙ୍କ ପାଖରେ ୧୩ ଭୟଙ୍କର ଫିଲ୍ମ ଦେଖିବା ପାଇଁ ସାହାସ ଥିବା ଦରକାର। କମ୍‌ ବଜେଟରେ ପ୍ରସ୍ତୁତ ହରର ଫିଲ୍ମଠାରୁ ହାଇ ବଜେଟ ହରର୍‌ ଫିଲ୍ମ ଅଧିକ ଭୟଙ୍କର କି, ଜାଣିବା ପାଇଁ ଏହି ପ୍ରୟୋଗ କରାଯାଉଛି। ଆମେ ହରର ଫିଲ୍ମ ହାର୍ଟ ରେଟ୍‌ ଆନାଲିଷ୍ଟଙ୍କୁ ୧,୩୦୦ ଡଲାର ଦେବୁ ଓ ହୃଦ ସ୍ପନ୍ଦନ ଜାଣିବା ପାଇଁ ଫିଟ୍‌ବିଟ୍‌ ପଠାଇବୁ“ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟେସଲା କାର୍‌କୁ ହ୍ୟାକ୍‌ କରି ଦେଖାଇଲେ

ନୁୟର୍କ,୧୮।୧: ଜର୍ମାନୀର ୧୯ ବର୍ଷୀୟ ସାଇବର ସିକ୍ୟୁରିଟି ରିସର୍ଚ୍ଚର ଡେଭିଡ୍‌ କଲମ୍ବୋ ଦୁର୍ଘଟଣା ବଶତଃ ଏକ ବଡ଼ ଆବିଷ୍କାର କରିଛନ୍ତି। ସେ ଏକ ଫ୍ରେଞ୍ଚ କମ୍ପାନୀର...

ଓଡେସା, ମାଇକୋଲିଭ ସହର ବି ଖୁବଶୀଘ୍ର ୟୁକ୍ରେନଠାରୁ ହୋଇଯିବ ଅଲଗା

କ୍ୱିଭ,୨୮ ।୭: ଥମିନି ରୁଷିଆ-ୟୁକ୍ରେନ ଯୁଦ୍ଧ । ପୂର୍ବପରି ଆଜିବି ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି । ୟୁକ୍ରେନର ଦକ୍ଷିଣ ଭାଗରେ ରୁଷିଆ...

୨୨୨ ଆମେରିକୀୟଙ୍କୁ ମୁକ୍ତ କଲା ନିକାରଗୁଆ, ବୈଦେଶିକ ମନ୍ତ୍ରଣାଳୟ କହିଲା ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତାର ରାସ୍ତା ଖୋଲିଲା

ୱାଶିଂଟନ,୧୦ ।୨: ମଧ୍ୟ ଆମେରିକା ଦେଶ ନିକାରଗୁଆ ଆମେରିକାର ୨୨୨ ଲୋକଙ୍କୁ ବନ୍ଦୀ ମୁକ୍ତ କରିଛି । ଆମେରିକା ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ନେଡ ପ୍ରାଇସ...

ତାଲିବାନକୁ ଯୁଦ୍ଧ ଚେତାବନୀ

ଦୁବାଇ,୨୨।୮: ଅଶି ଦଶକରେ ଆଫଗାନିସ୍ତାନର ସୋଭିଏଟ୍‌ ବିରୋଧୀ ରେଜିଷ୍ଟାଣ୍ଟର ମୁଖ୍ୟ ନେତା ଅହମଦ ଶାହା ମାସୁଦ୍‌ଙ୍କ ପୁଅ ଅହମଦ ମାସୁଦ୍‌ ତାଲିବାନ ଆଗରେ ଆତ୍ମସମର୍ପଣ କରିବାକୁ...

ମକ୍କିଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପ୍ରସ୍ତାବ: ଚାଇନାର ବିରୋଧ

ଜାତିସଂଘ,୧୮ା୬: ପାକିସ୍ତାନର ଶୀର୍ଷ ଲଶ୍କର-ଇ-ତୋଇବା ନେତା ଅବଦୁଲ ରେହମନ ମକ୍କିଙ୍କୁ ଜାତିସଂଘ ସୁରକ୍ଷା ପରିଷଦ ବିଶ୍ୱ ଆତଙ୍କବାଦୀ ତାଲିକାରେ ସାମିଲ କରିବା ପାଇଁ ଭାରତ ଓ...

ବିମାନ ଛାତରେ ଧକ୍କା ହେଲେ ଏୟାରହୋଷ୍ଟେସ୍‌: ୧୦ଯାତ୍ରୀ ଆହତ

ପ୍ରିସ୍ଥିନା,୧୮।୬: ଏକ ଇଣ୍ଟରନ୍ୟାସନାଲ ବିମାନରେ ଯାତ୍ରୀଙ୍କୁ ଭୟଭୀତ ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିଥିଲା। ହଠାତ୍‌ ବିମାନଟି ଦୋହଲିବାରୁ ଗରମ ପାଣି ସର୍ଭ କରୁଥିବା ଏୟାର ହୋଷ୍ଟେସ୍‌...

ୟୁକ୍ରେନ୍‌ ଛାଡ଼ିବାକୁ ଆମେରିକୀୟଙ୍କୁ ପରାମର୍ଶ

କିଭ୍‌/ଓ୍ବାଶିଂଟନ୍‌, ୨୪।୮: ସୋଭିଏଟ୍‌ ସଂଘରୁ ଅଲଗା ହୋଇଥିବା ୟୁକ୍ରେନ୍‌ ବୁଧବାର ଏହାର ୩୧ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବାବେଳେ ଏହି ଦିନ ରୁଷିଆ କିଭ୍‌...

ପାକ୍‌ଠାରୁ ସ୍ବାଧୀନ ହେବାକୁ ସହାୟତା ଲୋଡ଼ିଲେ ବାଲୋଚ, ସିନ୍ଧି ସଙ୍ଗଠନ

ହ୍ୟୁଷ୍ଟନ,୨୩ା୯(ପି.ଟି.): ପାକିସ୍ତାନଠାରୁ ସ୍ବାଧୀନତା ପାଇବା ଲାଗି ବାଲୋଚ, ସିନ୍ଧି ଓ ପାସ୍ତୋ ସମ୍ପ୍ରଦାୟର ପ୍ରତିନିଧିମାନେ ହ୍ୟୁଷ୍ଟନର ଏନ୍‌ଆରଜି ଷ୍ଟାଡିୟମ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ମାଧ୍ୟମରେ ପ୍ରଧାନମନ୍ତ୍ରୀ...

Advertisement
Archives

Model This Week