ପ୍ରେମ ସମ୍ପର୍କରୁ ହତ୍ୟା, ୬ ଅଟକ

ବଲାଙ୍ଗୀର,୧୩।୭(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଅଇଁଲାଚୁଅଁା ଗଁାର ରଜତ ପ୍ରଧାନ(୨୩)ଙ୍କ ମୃତଦେହ ବଲାଙ୍ଗୀର-ଦେଓଗଁା ରେଳଲାଇନ୍‌ କଡରୁ ଗତ ଜୁନ୍‌ ୨୫ତାରିଖରେ ରେଲୱେ ପୋଲିସ ଜବତ କରିଥିଲା। ଏହା ଏକ ହତ୍ୟାକାଣ୍ଡ ବୋଲି ମୃତକଙ୍କ ପରିବାର ଓ ଗଁା ଲୋକେ ଅଭିଯୋଗ କରିଆସୁଥିଲେ। ରଜତଙ୍କୁ ଅପହରଣ ପରେ ହତ୍ୟାକରି ରେଳଲାଇନ୍‌ କଡରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ସଦର ଥାନା ପୋଲିସ ଓ ରେଲୱେ ପୋଲିସ ମିଳିତ ତଦନ୍ତ କରିବା ପରେ ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କ ସମେତ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।
ବୁଧବାର ଅଟକ ଅଭିଯୁକ୍ତମାନଙ୍କୁ ନେଇ ପୋଲିସ ଓ ଓଡ୍ରାଫ୍‌ ଟିମ୍‌ ସଦର ଥାନା ଅନ୍ତର୍ଗତ ସିଲେଟ୍‌ପଡା ଗ୍ରାମକୁ ଯାଇଥିଲା। ସେଠାରେ ଥିବା ଏକ କୂଅରୁ ମୃତକଙ୍କ ମୋବାଇଲ ଫୋନ୍‌ ଏବଂ ଏହର ଅଳ୍ପ କିଛି ଦୂରରୁ ଏକ ମାରଣାସ୍ତ୍ର ଜବତ କରାଯାଇଛି। ତଦନ୍ତକାରୀ ପୋଲିସ ଘଟଣା ସମ୍ପର୍କରେ ମୁହଁ ଖୋଲି ନ ଥିବାବେଳେ ଗୁରୁବାର ଖବରଦାତା ସମ୍ମିଳନୀ କରି ସବିଶେଷ ସୂଚନା ଦେବ ବୋଲି ଜଣାପଡିଛି। ହତ୍ୟାର କାରଣ ପ୍ରେମ ସମ୍ପର୍କ ବୋଲି ଚର୍ଚ୍ଚା ହେଉଛି। ରଜତ ଯେଉଁ ଯୁବତୀଙ୍କୁ ଭଲ ପାଉଥିଲେ ତାଙ୍କୁ ସିଲେଟପଡାର ଅନ୍ୟ ଜଣେ ଯୁବକ କୁଆଡେ ଭଲ ପାଉଥିଲେ। ସିଲେଟପଡାର କେତେଜଣ ଯୁବକ ଗୋଷ୍ଠୀ ହୋଇ ରଜତଙ୍କୁ ହତ୍ୟା କରିଥିଲେ ଏବଂ ପରେ ମୃତଦେହକୁ ଖୁଜେନପାଲି ରେଳଧାରଣା ନିକଟରେ ଫିଙ୍ଗିଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ ବୋଲି ଅନୁମାନ କରାଯାଉଛି।
ଗତ ଜୁନ୍‌ ୨୪ ତାରିଖ ସନ୍ଧ୍ୟାରୁ ରଜତ କୁଆଡେ ନିଖୋଜ ହୋଇଯାଇଥିଲେ। ଖୋଜି ନ ପାଇବା ପରେ ପରିବାର ଲୋକେ ସଦର ଥାନାରେ ଲିଖିତଭାବେ ଜଣାଇଥିଲେ। ଏଭଳିକି ତାଙ୍କୁ ଏକ ଗାଡିରେ କେତେଜଣ ଯୁବକ ଅପହରଣ କରିନେଇଥିବା ସୂଚନା ଦେଇଥିଲେ। ୨୫ ତାରିଖ ସକାଳେ ରଜତଙ୍କ ମୃତଦେହ ଖୁଜେନପାଲି ରେଳଲାଇନ୍‌ କଡରୁ ରେଲୱେ ପୋଲିସ ଜବତ କରିଥିଲା। ରେଲୱେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏଥିରେ ମୃତକଙ୍କ ପରିବାର ଲୋକେ ସନ୍ତୁଷ୍ଟ ହୋଇ ନ ଥିଲେ। କୌଣସି ପରିସ୍ଥିତିରେ ଏହା ଆତ୍ମହତ୍ୟା ନୁହେଁ ବରଂ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଦାବିକରି ଏ ଦିଗରେ ତଦନ୍ତ କରିବାକୁ କହିଥିଲେ। ଘଟଣାର ପ୍ରାୟ ୧୫ଦିନ ପରେ ଗଁା ନିକଟସ୍ଥ ଏକ ଗଛରେ ମୃତ ରଜତଙ୍କ ଶାର୍ଟ ଝୁଲୁଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ରେଲୱେ ପୋଲିସ ସିଲେଟପଡାର କେତେଜଣଙ୍କୁ ଡାକି ପଚରାଉଚରା କରିଥିଲା। ତେବେ ତଦନ୍ତ ତ୍ୱରାନ୍ବିତ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ କରି ରଜତଙ୍କ ପରିବାର ଏବଂ ଅଇଁଲାଚୁଅଁା ଗ୍ରାମବାସୀ ମଙ୍ଗଳବାର ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଘଟଣାର ତଦନ୍ତଭାର ସଦର ଥାନା ଗ୍ରହଣ କରୁ ବୋଲି ଦାବି କରିଥିଲେ। ଏହାପରେ ଏସ୍‌ପି ଋଷିକେଶ ଖିଲାରୀଙ୍କ ନିର୍ଦ୍ଦେଶରେ ମିଳିତ ଭାବେ ସଦର ଥାନା ପୋଲିସ ଏବଂ ରେଲୱ ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ବୁଧବାର ସକାଳେ ଏସଡିପିଓ ତୋଫାନ୍‌ ବାଗ, ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁ, ଓଡ୍ରାଫ୍‌ ଟିମ୍‌ ସିଲେଟପଡା ଯାଇଥିଲେ। ହତ୍ୟା ଘଟଣାରେ ଉପରୋକ୍ତ ୬ ଜଣଙ୍କ ସହ ଆଉ କାହାର ସମ୍ପୃକ୍ତି ଥିବା ସନ୍ଦେହକରି ପୋଲିସ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri