ପ୍ରେମ ମାନେ ନା ବାଧା ବନ୍ଧନ, ରାଜସ୍ଥାନ ସୀମାରେ ଧରାପଡ଼ିଲା ପାକିସ୍ତାନୀ ପ୍ରେମିକ…

ଜୟପୁର,୬।୧୨: କଥାରେ ଅଛି ପ୍ରେମ ବାଧା ବନ୍ଧନ ମାନେ ନା। ଏହାର ସଦ୍ୟତମ ଉଦାହରଣ ରାଜସ୍ଥାନ ସୀମାରେ ଦେଖିବାକୁ ମିଳିଛି। ଜଣେ ପାକିସ୍ତାନୀ ଯୁବକ ସୀମାର ଶ୍ରୀ ଗଙ୍ଗା ନଗରଠାରେ ଭାରତରେ ଅନୁପ୍ରବେଶ କରୁଥିବାବେଳେ ବିଏସ୍‌ଏଫ୍‌ ହାତରେ ଧରା ପଡ଼ିଛନ୍ତି।

ସୂତ୍ରରୁ ପ୍ରକାଶ ଯେ ଭାରତୀୟ ସୀମାରେ ପ୍ରବେଶ କରିଥିବା ଏହି ପାକିସ୍ତାନୀ ଯୁବକଙ୍କୁ ସେଠାରେ ପାଟ୍ରୋଲିଂ କରୁଥିବା ବିଏସଏଫ କର୍ମଚାରୀ ଧରିଥିଲେ। ରବିବାର ତାଙ୍କୁ ସ୍ଥାନୀୟ ପୋଲିସ ହସ୍ତାନ୍ତର କରାଯାଇଥିଲା। ମହମ୍ମଦ କହିଛନ୍ତି ଯେ ସୋସିଆଲ ମିଡିଆରେ ସେ ଜଣେ ଭାରତୀୟ ଝିଅଙ୍କ ସହ ଯୋଗାଯୋଗରେ ଆସିଥିଲେ। ପରେ ସମ୍ପର୍କ ଅତି ନିବିଡ଼ ହେବାରୁ ଦୁଇଜଣଙ୍କ ମଧ୍ୟରେ ଭଲ ପାଇବା ଆରମ୍ଭ ହୋଇଥିଲା।

ଯୁବକ ଜଣଙ୍କ ଭାରତୀୟ ପ୍ରେମିକାଙ୍କୁ ସାକ୍ଷାତ କରିବାକୁ ଆସିଛନ୍ତି ବୋଲି ପଚରାଉଚରା ବେଳେ କହିଥିଲେ। ତେବେ ଇଣ୍ଟେଲିଜେନ୍ସ ଏଜେନ୍ସି ପକ୍ଷରୁ ମିଳିତ ଭାବେ ଯୁବକଙ୍କୁ ପଚରାଉଚରା କରାଯିବ।

ବିଏସଏଫ କର୍ମଚାରୀମାନେ ଯୁବକଙ୍କୁ ଧରିବା ସମୟରେ ସେ କର୍ଡନ ପାର ହେବାକୁ ଚେଷ୍ଟା କରୁଥିଲେ। ତାଙ୍କ ବୟସ ୨୨ ବର୍ଷ ବୋଲି ସେ କହିଛନ୍ତି। ତାଙ୍କ ନିକଟରୁ ଏକ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକାଥରେ ୯ ଜଣଙ୍କୁ ଫାଶୀ

ନୂୂଆଦିଲ୍ଲୀ,୫।୩ : ବିହାରର ଗୋପାଳଗଞ୍ଜ ଜିଲାରେ ୨୦୧୬ରେ ଘଟିଥିବା ମଦ ମୃତ୍ୟୁ ମାମଲାରେ ସ୍ବତନ୍ତ୍ର ଅବକାରୀ କୋର୍ଟ ୯ ଜଣଙ୍କୁ ଫାଶି ଦଣ୍ଡ ଦେଇଛନ୍ତି। ସମାନ...

୩ ମାସ ପରେ କଶ୍ମୀରରେ ଖୋଲିଲା ସ୍କୁଲ

ଶ୍ରୀନଗର, ୨୦ା୧୧(ପି.ଟି.) : ଦୀର୍ଘ ୩ ମାସ ପରେ ପୁଣି କଶ୍ମୀରରେ ମଙ୍ଗଳବାର ସ୍କୁଲ ଖୋଲିଛି। ୩୭୦ ଅନୁଚ୍ଛେଦ ହଟାଇ ଦିଆଯିବା ପରେ ପରିସ୍ଥିତିକୁ ଦେଖି...

ସ୍ବାମୀ କରଜ ନ ଶୁଝିବାରୁ ସ୍ତ୍ରୀଙ୍କୁ ବଳାତ୍କାର

ପୁଣେ,୨୮ା୭ : ମହାରାଷ୍ଟ୍ରର ପୁଣେ ସହରରେ ଜଣେ ଋଣ ଲଗାଣକାରୀ ଜଣେ ମହିଳାଙ୍କୁ ବଳାତ୍କାର କରିଛନ୍ତି। ମହିଳାଙ୍କ ସ୍ବାମୀ ଅଭିଯୁକ୍ତଙ୍କଠାରୁ ଟଙ୍କା କରଜ ନେଇ ଶୁଝିପାରି...

ସାରା ପୃଥିବୀରେ ଖାଦ୍ୟ ଯୋଗାଇବାକୁ ଭାରତ ପ୍ରସ୍ତୁତ, ଡବ୍ଲ୍ୟୁଟିଓ ଅନୁମତିକୁ ଅପେକ୍ଷା…

ନୂଆଦିଲ୍ଲୀ, ୧୨।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଲୋଚନା ସମୟରେ କହିଛନ୍ତି ଯେ ଯଦି ବିଶ୍ୱ ବାଣିଜ୍ୟ ସଂଗଠନ...

ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଆସିଥିଲା କଲ୍‌, ଘଟଣାସ୍ଥଳରେ ପହଞ୍ଚି ଯାହା ଦେଖିଲେ ପାଦତଳୁ ଖସିଗଲା ମାଟି

ମାଲେସିଆରୁ ଏକ ଭାବପ୍ରବଣ ଖବର ଆସିଛି। ସଡ଼କ ଦୁର୍ଘଟଣା ପରେ ତୁରନ୍ତ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ କୁହାଯାଇଥିଲା। କିନ୍ତୁ ଡ୍ରାଇଭର ଜଣକ ସେଠାରେ ପହଞ୍ଚିବା...

ଏମିତି ଗାଁ, ଯେଉଁଠି ଘରର ପ୍ରବେଶ ଦ୍ୱାରରେ ରହିଛି କବର, କାରଣ ଜାଣିଲେ…

କେବେ ଏମିତି ଗାଁ ଦେଖିଛନ୍ତି, ଯେଉଁଠାରେ ପ୍ରତ୍ୟେକ ଘରର ପ୍ରବେଶ ଦ୍ୱାରରେ କବର ରହିଛି। ଆନ୍ଧ୍ରପ୍ରଦେଶର  ଆୟାକୋଣ୍ଡା ନାମକ ଏକ ଗାଁକୁ ଗଲେ ଅନୁଭବ କରିବେ...

ଏଲ୍‌ଓସିରେ କଡ଼ା ସୁରକ୍ଷା, ୧୨୦ରୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ବସିଛନ୍ତି ସୁଯୋଗ ଉଣ୍ଡି…

ଶ୍ରୀନଗର, ୭।୪ : ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା ଏଲ୍‌ଓସିରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ନିକଟରେ...

ମହାତ୍ମା ଗାନ୍ଧୀ, ଶାସ୍ତ୍ରୀଙ୍କ ବଳିଦାନକୁ ମନେପକାଇଲେ ମୋଦି

ନୂଆଦିଲ୍ଲୀ,୨।୧୦: ଅକ୍ଟୋବର ୨ ଅର୍ଥାତ୍‌ ଆଜି ଦେଶରେ ମହାତ୍ମା ଗାନ୍ଧୀ ଜୟନ୍ତୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଉଛି।...

Advertisement
Archives

Model This Week