ମଦ ଦୋକାନ ପାଇଁ ଲଟେରି

ଭୁବନେଶ୍ୱର,୩ା୩(ବ୍ୟୁରୋ)- ୨୦୨୧-୨୨ ଆର୍ଥିକ ବର୍ଷରେ ମଦ ଦୋକାନ କରିବା ପାଇଁ ଲଟେରି ବ୍ୟବସ୍ଥା କରାଯିବ। କେଉଁ ତାରିଖରେ ଲଟେରି ହେବ ତାହା ଜିଲାପାଳ ନିଷ୍ପତ୍ତି ନେବେ। ଏ ନେଇ ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିପାଇଁ ପ୍ରତ୍ୟେକ ଜିଲାରେ ଜିଲାପାଳମାନେ ଆବେଦନପତ୍ର ଗ୍ରହଣ କରିବାକୁ ନୋଟିସ ଦେବେ। ଆବେଦନପତ୍ରଗୁଡ଼ିକ ଅନ୍‌ଲାଇନ (https://stateexcise.odisha.gov.in) ଜରିଆରେ ବିଜ୍ଞପ୍ତି ପ୍ରକାଶ ପାଇବାର ୧୪ ଦିନ ମଧ୍ୟରେ ଗ୍ରହଣ କରାଯିବ। ଲଟେରିରେ ଅଂଶଗ୍ରହଣ ପାଇଁ ଆବେଦନକାରୀଙ୍କୁ ନିଜର ପାସ୍‌ପୋର୍ଟ ଫଟୋ, ପ୍ୟାନ୍‌କାର୍ଡ, ପରିଚୟପତ୍ର ଦାଖଲ କରିବାକୁ ହେବ। ଏଥିସହିତ ବର୍ତ୍ତମାନର ଏବଂ ପୁରୁଣା ଆବେଦନକର୍ତ୍ତା ଅବକାରୀ ବିଭାଗର କୌଣସି ବକେୟା ନ ଥିବା ନେଇ ନୋ ଡ୍ୟୁ ସାର୍ଟିଫିକେଟ ଓ ଭାଟ୍‌ କ୍ଲିୟରାନ୍ସ ସାର୍ଟିଫିକେଟ ପ୍ରଦାନ କରିବେ। ଏଥିସହିତ ୧ ଲକ୍ଷ ଟଙ୍କା ଆବେଦନ ଫି’ ବାବଦରେ ଜମା କରିବେ। ପ୍ରତ୍ୟେକ ଆବେଦନକାରୀ ଗୋଟିଏ ଦୋକାନ ପାଇଁ ଗୋଟିଏ ଆବେଦନ କରିପାରିବେ। ଲଟେରି ପରେ ଗୋଟିଏ ବର୍ଷ ପାଇଁ ଲାଇସେନ୍ସ ପ୍ରଦାନ କରାଯିବ। ତେବେ ଲାଇସେନ୍ସ ପାଇଥିବା ବ୍ୟକ୍ତି ରାଜ୍ୟ ସରକାରଙ୍କ ସର୍ତ୍ତାବଳୀ ଅନୁଯାୟୀ ବର୍ଷକୁ ବର୍ଷ ୫ ବର୍ଷ ପାଇଁ ଲାଇସେନ୍ସକୁ ନବୀକରଣ କରିପାରିବେ। ରାଜ୍ୟ ସରକାରଙ୍କ ୫-ଟି ଅଭିନବ କାର୍ଯ୍ୟକ୍ରମ ଅଧୀନରେ ଏଭଳି ବ୍ୟବସ୍ଥା କରାଯାଇଛି।
ଏଠାରେ ସୂଚନାଯୋଗ୍ୟ, ପୂର୍ବରୁ ମଦ ଦୋକାନ ପାଇଁ ଟେଣ୍ଡର ଆହ୍ବାନ କରାଯାଉଥିଲା। ଲାଇସେନ୍ସ ବଣ୍ଟନରେ ସ୍ବଚ୍ଛତା ଆଣିବା ସକାଶେ ଲଟେରି ବ୍ୟବସ୍ଥା ହୋଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଇରାନର ତେଲ ଉପରେ ଟ୍ରମ୍ପଙ୍କ ନଜର!

ତେହରାନ,୭।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଚାଲିଥିବା ସଂଘର୍ଷର ପରିଣାମ ସ୍ବରୂପ, ଆମେରିକା ଇରାନର ତୈଳ ସମ୍ପଦ ଉପରେ ନିୟନ୍ତ୍ରଣ ନେଇପାରେ। ସେ ଏହାକୁ…

ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭୁବନେଶ୍ୱର,୭।୪: ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ ଘଟିଛି। ସେ କିଛି ଦିନ ହେବ ଲିଭର ସିରୋସିସ୍‌ରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧିନ ଅବସ୍ଥାରେ…

ରେଳବାଇର ଅଣଦେଖା: ଉପଭୋକ୍ତା ସଂଘର ଆନ୍ଦୋଳନ ଚେତାବନୀ

ବରଗଡ଼,୬ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଓ ବଲାଙ୍ଗୀର ଜିଲା ରେଳ ଉପଭୋକ୍ତା ସଂଘର ମିଳିତ କାର୍ଯ୍ୟାନୁଷ୍ଠାନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାଋ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ସଭାକକ୍ଷରେ…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ, କହିଲା ପରାଜୟ ଭୟରେ ଡରିଗଲେଣି ଟ୍ରମ୍ପ

ତେହରାନ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ତୀବ୍ରତର ହେଉଛି। ସୋମବାର (ଏପ୍ରିଲ ୬) ରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ ଧମକ ଦେଇ କହିଛନ୍ତି ଯେ…

କୋଲକାତାକୁ ନେଇ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଧମକ ପରେ ତାତିଲେ ଅଭିଷେକ ବାନାର୍ଜୀ, କହିଲେ…

କୋଲକାତା,୭।୪: ତ୍ରୁଣମୂଳ କଂଗ୍ରେସ (ଟିଏମସି) ଏମପି ଅଭିଷେକ ବାନାର୍ଜୀ ସୋମବାର (୬ ଏପ୍ରିଲ, ୨୦୨୬) ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଦ୍ୱାରା ଦିଆଯାଇଥିବା କୋଲକାତା ଆକ୍ରମଣ…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଏହି ଜିଲାରୁ ପୁରାତନ ମଧ୍ୟପ୍ରସ୍ତର ଯୁଗୀୟ ମାନବ ସଭ୍ୟତା ଠାବ

ସୁନ୍ଦରଗଡ, ୭ା୪(ଜୟ ନାରାୟଣ ମେଣ୍ଡୁଳି):ଓଡ଼ିଶାର ଦେବଗଡ଼ ଜିଲାରୁ ପ୍ରଥମ ପୁରାତନ ମଧ୍ୟ ପ୍ରସ୍ତର ଯୁଗୀୟ ମାନବ ସଭ୍ୟତାର (ପାଲେଓଲିଥିକ) ସନ୍ଧାନ ମିଳିଛି। ସୁନ୍ଦରଗଡ଼ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ…

ଆମେରିକା ଉପରେ ବଡ଼ ଅଭିଯୋଗ ଆଣିଲା ଇରାନ, ଚୋରମାନେ! ଆମର ୟୁରାନିୟମ ଚୋରି କରିବାକୁ…

ତେହେରାନ,୭।୪: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ନିରନ୍ତର ଜାରି ରହିଛି, ଏବଂ ଇରାନ ଏହି ଆକ୍ରମଣର କଠୋର ପ୍ରତିଶୋଧ ସହିତ ଜବାବ ଦେଉଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri