ମଦ ଦୋକାନ ପାଇଁ ଲଟେରି

ଭୁବନେଶ୍ୱର,୩ା୩(ବ୍ୟୁରୋ)- ୨୦୨୧-୨୨ ଆର୍ଥିକ ବର୍ଷରେ ମଦ ଦୋକାନ କରିବା ପାଇଁ ଲଟେରି ବ୍ୟବସ୍ଥା କରାଯିବ। କେଉଁ ତାରିଖରେ ଲଟେରି ହେବ ତାହା ଜିଲାପାଳ ନିଷ୍ପତ୍ତି ନେବେ। ଏ ନେଇ ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିପାଇଁ ପ୍ରତ୍ୟେକ ଜିଲାରେ ଜିଲାପାଳମାନେ ଆବେଦନପତ୍ର ଗ୍ରହଣ କରିବାକୁ ନୋଟିସ ଦେବେ। ଆବେଦନପତ୍ରଗୁଡ଼ିକ ଅନ୍‌ଲାଇନ (https://stateexcise.odisha.gov.in) ଜରିଆରେ ବିଜ୍ଞପ୍ତି ପ୍ରକାଶ ପାଇବାର ୧୪ ଦିନ ମଧ୍ୟରେ ଗ୍ରହଣ କରାଯିବ। ଲଟେରିରେ ଅଂଶଗ୍ରହଣ ପାଇଁ ଆବେଦନକାରୀଙ୍କୁ ନିଜର ପାସ୍‌ପୋର୍ଟ ଫଟୋ, ପ୍ୟାନ୍‌କାର୍ଡ, ପରିଚୟପତ୍ର ଦାଖଲ କରିବାକୁ ହେବ। ଏଥିସହିତ ବର୍ତ୍ତମାନର ଏବଂ ପୁରୁଣା ଆବେଦନକର୍ତ୍ତା ଅବକାରୀ ବିଭାଗର କୌଣସି ବକେୟା ନ ଥିବା ନେଇ ନୋ ଡ୍ୟୁ ସାର୍ଟିଫିକେଟ ଓ ଭାଟ୍‌ କ୍ଲିୟରାନ୍ସ ସାର୍ଟିଫିକେଟ ପ୍ରଦାନ କରିବେ। ଏଥିସହିତ ୧ ଲକ୍ଷ ଟଙ୍କା ଆବେଦନ ଫି’ ବାବଦରେ ଜମା କରିବେ। ପ୍ରତ୍ୟେକ ଆବେଦନକାରୀ ଗୋଟିଏ ଦୋକାନ ପାଇଁ ଗୋଟିଏ ଆବେଦନ କରିପାରିବେ। ଲଟେରି ପରେ ଗୋଟିଏ ବର୍ଷ ପାଇଁ ଲାଇସେନ୍ସ ପ୍ରଦାନ କରାଯିବ। ତେବେ ଲାଇସେନ୍ସ ପାଇଥିବା ବ୍ୟକ୍ତି ରାଜ୍ୟ ସରକାରଙ୍କ ସର୍ତ୍ତାବଳୀ ଅନୁଯାୟୀ ବର୍ଷକୁ ବର୍ଷ ୫ ବର୍ଷ ପାଇଁ ଲାଇସେନ୍ସକୁ ନବୀକରଣ କରିପାରିବେ। ରାଜ୍ୟ ସରକାରଙ୍କ ୫-ଟି ଅଭିନବ କାର୍ଯ୍ୟକ୍ରମ ଅଧୀନରେ ଏଭଳି ବ୍ୟବସ୍ଥା କରାଯାଇଛି।
ଏଠାରେ ସୂଚନାଯୋଗ୍ୟ, ପୂର୍ବରୁ ମଦ ଦୋକାନ ପାଇଁ ଟେଣ୍ଡର ଆହ୍ବାନ କରାଯାଉଥିଲା। ଲାଇସେନ୍ସ ବଣ୍ଟନରେ ସ୍ବଚ୍ଛତା ଆଣିବା ସକାଶେ ଲଟେରି ବ୍ୟବସ୍ଥା ହୋଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri