Posted inଖେଳ

ବ୍ୟାଟିଂ ପାଇଁ ଅନେକ ମହାନ ଖେଳାଳି ନେତୃତ୍ୱ ଛାଡ଼ିଛନ୍ତି

ନୂଆଦିଲ୍ଲୀ,୧୨।୧୧: ଟି୨୦ ଦଳର ନେତୃତ୍ୱ ଛାଡ଼ି ସାରିଥିବା ବିରାଟ କୋହଲି ଅନ୍ୟ ଫର୍ମାଟରେ ମଧ୍ୟ ଅଧିନାୟକ ପଦ ଛାଡ଼ି ପାରନ୍ତି। ସେ ବ୍ୟାଟିଂ ଉପରେ ଧ୍ୟାନ ଦେବା ପାଇଁ ଅଧିନାୟକ ପଦ ଛାଡ଼ି ପାରନ୍ତି। ଏଭଳି କରିବାରେ ପ୍ରଥମ ଖେଳାଳି ନୁହେଁ। ଅନେକ ମହାନ ଖେଳାଳି ବ୍ୟାଟିଂ ପାଇଁ ଅଧିନାୟକ ପଦ ଛାଡ଼ିଛନ୍ତି। ଅଧିନାୟକ କୋହଲିଙ୍କ ଭବିଷ୍ୟତ ଉପରେ ଏଭଳି କହିଛନ୍ତି ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ।

ଟି୨୦ ବିଶ୍ୱକପ୍‌ରୁ ଭାରତୀୟ ଦଳର ବିଦାୟ ସହ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଦୀର୍ଘ ଦିନ ହେଲା କରୋନା କାରଣରୁ ବାୟୋ ବବଲରେ ରହି ଥକି ପଡ଼ିଥିବା କୋହଲିଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ୍‌ ଓ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରୁ ବିଶ୍ରାମ ଦିଆଯାଇଛି।

ଶାସ୍ତ୍ରୀଙ୍କୁ ପଚରାଯାଇଥିଲା, କାର୍ଯ୍ୟଭାର ହ୍ରାସ କରିବା ପାଇଁ କୋହଲି ଅନ୍ୟ ଫର୍ମାଟରେ ଅଧିନାୟକ ପଦ ଛାଡ଼ିପାରନ୍ତି କି?

ଏହାର ଉତ୍ତରରେ ଶାସ୍ତ୍ରୀ କହିଥିଲେ, ରେଡ୍‌ ବଲ କ୍ରିକେଟରେ ଟିମ୍‌ ଇଣ୍ଡିଆ କୋହଲିଙ୍କ ନେତୃତ୍ୱରେ ଗତ ୫ ବର୍ଷ ହେଲା ଶୀର୍ଷରେ ଅଛି। ଏଣୁ ନିକଟ ଭବିଷ୍ୟତରେ କୋହଲି ଟେଷ୍ଟ ଅଧିନାୟକ ପଦ ଛାଡ଼ିବେ ନାହିଁ। କିନ୍ତୁ ଅଧିନାୟକ ପଦ ସହ ଅତ୍ୟଧିକ ଚାପ ଯୋଡ଼ିହୋଇ ରହିଥିବାରୁ ଏହା ଘଟିପାରେ। ଦିନିକିଆ ଫର୍ମାଟରେ ସମାନ ସମ୍ଭାବନା ଅଛି। ଟେଷ୍ଟ ଅଧିନାୟକ ଉପରେ ଧ୍ୟାନ ଦେବା ପାଇଁ ସେ ହ୍ବାଇଟ୍‌ ବଲରେ ନେତୃତ୍ୱ ଛାଡ଼ିପାରନ୍ତି। ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ତାଙ୍କ ଉପରେ ନିର୍ଭର କରେ। ସେ ପ୍ରଥମ ଖେଳାଳି ଭାବେ ବ୍ୟାଟିଂ ପାଇଁ ଅଧିନାୟକ ପଦ ଛାଡ଼ିବାକୁ ଯାଉ ନାହାନ୍ତି। ଅନେକ ସଫଳ ଖେଳାଳି ଏଭଳି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?