ପୂଜକଙ୍କୁ ସ୍ବପ୍ନରେ ପ୍ରଭୁ କହିଲେ ମୋତେ ଉଦ୍ଧାର କର, ସକାଳେ ମାଟିତଳୁ ମିଳିଲା ମୂର୍ତ୍ତି

ଚିତ୍ରକୋଣ୍ଡା,୧୯ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାସ୍ଥିତ ତିରୁପତି ବାଲାଜୀ ମନ୍ଦିରର ପୂଜକ ରବି ଶାସ୍ତ୍ରୀଙ୍କୁ ଗତ ୧୭ ତାରିଖ ରାତିରେ ସ୍ବପ୍ନାଦେଶ ହୋଇଥିଲା। ମନ୍ଦିର ପରିସରରେ ପ୍ରଭୁ ମାଟିତଳେ ପୋତି ହୋଇ ରହିଛନ୍ତି। ତାଙ୍କୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ହୋଇଥିଲା। ୧୮ ତାରିଖ ସକାଳୁ ପୂଜକ ଶାସ୍ତ୍ରୀ ସ୍ବପ୍ନାଦେଶ ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ଓ ଚିତ୍ରକୋଣ୍ଡା ଗ୍ରାମବାସୀଙ୍କୁ ଜଣାଇଥିଲେ। ଉକ୍ତ ମୂର୍ତ୍ତିକୁ ଉଦ୍ଧାର କରିବା ପାଇଁ ପୂଜାବିଧି ମୁତାବକ ମହିଳାମାନେ ସିଲେରୁ ନଦୀକୂଳରୁ ଦେଢ଼ କିଲୋମିଟର ନଦୀଘାଟରୁ ଜଳ ଉଠାଇ କଳସ ଯାତ୍ରାକରି ଉକ୍ତ ମନ୍ଦିର ପରିସରସ୍ଥ ନିର୍ଦ୍ଦିଷ୍ଟ ସ୍ଥାନକୁ ଚି଼ହ୍ନଟ କରି ଖୋଳିବା କାର୍ଯ୍ୟ ଆରମ୍ଭ କରିଥିଲେ। ସାତଫୁଟ ଖୋଳିବା ପରେ ମୂର୍ତ୍ତିର କିଛି ଅଂଶ ଦେଖାଯିବା ପରେ ଭକ୍ତଙ୍କର ସମାଗମ ବଢ଼ିବାରେ ଲାଗିଥିଲା। କିଛି ସମୟ ପରେ ମୂର୍ତ୍ତିର ସମ୍ପୂର୍ଣ୍ଣ ଅଂଶ ପଦାକୁ ବାହାରିଥିଲା। ଦଶ ଇଞ୍ଚ ବିଶିଷ୍ଟ ସାପ ଚିତ୍ର ସହ ଠାକୁରଙ୍କ ପଥର ନିର୍ମିତ ମୂର୍ତ୍ତିକୁ କଢ଼ାଯାଇ ପୂଜାର୍ଚ୍ଚନା ପରେ ମନ୍ଦିରରେ ରଖାଯାଇଥିଲା।
ଏହାକୁ କେହି କେହି ବାଲାଜୀ ଠାକୁରଙ୍କ ମୂର୍ତ୍ତି କହୁଥିବା ବେଳେ କେହି କେହି ମା’ ଗଙ୍ଗା ଦେବୀଙ୍କର ପଥର ମୂର୍ତ୍ତି ବାହାରି ଥିବା କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ ଦୂରତା ରକ୍ଷା କରି ରକ୍ତ ସଂଗ୍ରହ କଲେ ବ୍ଲଡ଼ ବ୍ୟାଙ୍କ କର୍ମଚାରୀ

ବାଲେଶ୍ୱର ଅଫିସ ୪।୪: ବିଶ୍ୱ ମହାମାରୀ କରୋନା ପାଇଁ ସମଗ୍ର ଦେଶରେ ଚାଲିଥିବା ଲକ ଡାଉନ ସମୟରେ ରକ୍ତଦାନ ଶିବିର ପାଇଁ ଅନୁମତି ନ ଥିବା...

ମୋଟୁ ଥାନା ଆଇଆଇସି ଗିରଫ

ମାଲକାନଗିରି,୨୩ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ ଗିରଫ ହୋଇଛନ୍ତି। ତାଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ନିଜ...

ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଢେଙ୍କାନାଳ ଗସ୍ତ ‘୫୫ନଂ. ଏନ୍‌ଏଚ୍‌ କାମ ଶୀଘ୍ର ସାର’

ଢେଙ୍କାନାଳ ଅଫିସ, ୮।୧୨ –  ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର ଶନିବାର ଢେଙ୍କାନାଳ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ପରିଦର୍ଶନ କରିଛନ୍ତି।...

ଦୁଇ ମାସର ଝିଅକୁ ଧରି ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

ରାୟଗଡ଼ା ଅଫିସ, ୭।୧୧: ଦୁଇମାସର ଶିଶୁ କନ୍ୟାକୁ ଧରି ଜଣେ ମହିଳା ମାଓବାଦୀ ଗୁରୁବାର ରାୟଗଡ଼ା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମ ହେଲା...

ଜିଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ସମାଧାନ ପାଇଁ ଦାବିପତ୍ର

ଅନୁଗୋଳ ଅଫିସ, ୧୦।୮ – ଜିଲାରେ ଦିନକୁ ଦିନ ଶିକ୍ଷାର ମାନ ହ୍ରାସ ପାଉଛି। ଶିକ୍ଷା ଭିତ୍ତିଭୂମି ମଧ୍ୟ ଦୁର୍ବଳ ଅବସ୍ଥାରେ ରହିଛି। କେଉଁଠି ଶିକ୍ଷକ...

ଗଛମୂଳରୁ ଶୁଭୁଥିଲା ନବଜାତକର କାନ୍ଦ ଶବ୍ଦ, ଆଉ ତା’ ପରେ…

ବାରଙ୍ଗ,୨।୫(ଡି.ଏନ୍‌.ଏ): ରାଜଧାନୀ ଉପକଣ୍ଠ କଳାରାହଙ୍ଗ ଗ୍ରାମମୁଣ୍ଡ ପୋଖରୀ ହୁଡ଼ା ପଛପଟରୁ ଇନ୍‌ ଫୋସିସ୍‌ ଥାନା ପୋଲିସ ରବିବାର ସକାଳେ ଏକ ନବଜାତ ଶିଶୁକୁ ଉଦ୍ଧାର କରି...

‘ଉନ୍ନତିମୂଳକ କାର୍ଯ୍ୟ କରିବାରେ ନାଲ୍‌କୋ ଆଗୁଆ’

ବଅଁରପାଳ,୯ା୧(ଡି.ଏନ.ଏ.) – ଅନୁଗୋଳ ଜିଲା ନାଲ୍‌କୋର ୪୦ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ମିନା ବଜାର ପଡିଆଠାରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଇନ୍‌କମ ଟାକ୍ସ...

ଶୌଚ ହେବାକୁ ଯାଇ ବୃଦ୍ଧ ନିଖୋଜ

ଭଦ୍ରକ ଅଫିସ, ୨୫।୯:ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରମ୍ଭିଳା ପଞ୍ଚାୟତ ଅନ୍ତର୍ଗତ ଉଆସ ଗ୍ରାମର ବୃଦ୍ଧ ମହେଶ୍ୱର ସେନାପତି ଶୌଚ ହେବାକୁ ଯାଇ ନିଖୋଜ ହୋଇଯାଇଛନ୍ତି।...

Advertisement
Archives

Model This Week