ଦୀର୍ଘବର୍ଷ ପରେ ପୂଜା ପାଇବେ ପ୍ରଭୁ ରଘୁନାଥଜୀଉ, ମାଳିପୁଟ ଉତ୍ସବମୁଖର

ପଟାଙ୍ଗି,୨୨ା୪(ଶରତ ଧଳ): ଦୀର୍ଘବର୍ଷ ଧରି ଗ୍ରାମବାସୀଙ୍କ ଶ୍ରମଦାନ ଓ ଜଣେ ବ୍ୟକ୍ତିଙ୍କ ସ୍ବେଚ୍ଛାକୃତ ଅର୍ଥଦାନରେ ଗଢ଼ି ଉଠିଥିବା ମନ୍ଦିର ପ୍ରତିଷ୍ଠା କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ଦୃଶ୍ୟକୁ ନେଇ ବର୍ତ୍ତମାନ ସାରା ଅଞ୍ଚଳରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି। କୋରାପୁଟ ଜିଲା ପଟାଙ୍ଗି ବ୍ଲକ ଅଧୀନରେ ରହିଥିବା ମାଳିପୁଟ ପଞ୍ଚାୟତ ସଦରମହକୁମାର ଜାତୀୟ ରାଜପଥ କଡ଼ରେ ଗଢ଼ି ଉଠିଥିବା ରଘୁନାଥଜୀଉଙ୍କ ମନ୍ଦିରକୁ ନେଇ।

ସୂଚନାନୁଯାୟୀ, ଉକ୍ତ ପଞ୍ଚାୟତ ସଦର ଗ୍ରାମରେ ବସବାସ କରୁଥିବା ମାଳି ସମ୍ପ୍ରଦାୟ ପରିବାର କ୍ଷେତ୍ରରେ ରଘୁନାଥଜୀଉଙ୍କ ମନ୍ଦିର ପ୍ରତିଷ୍ଠା କରିବା ନେଇ ସ୍ବପ୍ନ ଦେଖିଥିଲେ। ସେହି ସ୍ବପ୍ନକୁ କିପରି ସାକାର କରିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ଏହିପରି ସ୍ଥିତିରେ ଗ୍ରାମବାସୀ ଏକତ୍ରିତ ହୋଇ ଜାତୀୟ ରାଜପଥ କଡ଼ରେ ରହିଥିବା ଏକ ଖୋଲା ସ୍ଥାନରେ ରଘୁନାଥଜୀଉଙ୍କ ମନ୍ଦିର ସ୍ଥାପନ କରିବାକୁ ମନସ୍ଥ କରି ପ୍ରଥମେ ନିଜ ନିଜ ମଧ୍ୟରେ ଶ୍ରମଦାନ କରି ଉକ୍ତ ମନ୍ଦିର ସ୍ଥାପନ ପାଇଁ ଆରମ୍ଭ କରିଥିଲେ ନିର୍ମାଣ କାର୍ଯ୍ୟ। ଠିକ୍‌ ଏହି ସମୟରେ ଦାମନଯୋଡ଼ି ଅଞ୍ଚଳରେ ବସବାସ କରୁଥିବା ସୁରେନ୍ଦ୍ରନାଥ ସାହୁ ନାମକ ଜଣେ ବ୍ୟକ୍ତି ଗ୍ରାମବାସୀଙ୍କ ନିକଟରେ ପହଞ୍ଚି ନିଜ ଖୋଲା ହସ୍ତ ବଢ଼ାଇ ମନ୍ଦିର ନିର୍ମାଣ କରିବା ପାଇଁ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସହାୟତା ଯୋଗାଇ ଦେଇ ମନ୍ଦିର ନିର୍ମାଣ କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଯାହାକି ନିର୍ମାଣ କାର୍ଯ୍ୟ ସରିବାକୁ ଦୀର୍ଘ୩ ବର୍ଷ ଲାଗିଥିଲା। ବର୍ତ୍ତମାନ ରଘୁନାଥଜୀଉ ମନ୍ଦିର ମଙ୍ଗଳବାର ବିଧିବଦ୍ଧ ଭାବେ ପ୍ରତିଷ୍ଠା ହେବ। ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ପ୍ରଥମେ ଗ୍ରାମର ମହିଳାମାନଙ୍କ ଦ୍ୱାରା କଳସ ଯାତ୍ରା ହେବାକୁ ଥିବା ସହ ଉକ୍ତ ଯାତ୍ରାରେ ୪୦୦ରୁ ଊର୍ଦ୍ଧ୍ୱ ମହିଳା ଅଂଶଗ୍ରହଣ କରିବା କାର୍ଯ୍ୟକ୍ରମ ରହିଥିବା ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ୍ଦ୍ରନାଥ ସାହୁ, ଉପସଭାପତି ବିଦ୍ୟାବନ୍ତ ନାୟକ, ସମ୍ପାଦକ ଅମୂଲ୍ୟ କୁମାର ତ୍ରିପାଠୀ, କୋଷାଧ୍ୟକ୍ଷ ଜଗଦୀଶ ମଣ୍ଡଳ, ସହ ସମ୍ପାଦକ ସରତ କୁମାର ଖିଲ ପ୍ରମୁଖ ପ୍ରକାଶ କରିଥିବା ସହ ଉକ୍ତ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରତିଦିନ ୨ ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ପାଇଁ ଅନ୍ନପ୍ରସାଦ ସେବନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ସମୟରେ ଭୀମ ଖିଲ, ମାଧବ ହନ୍ତାଳ, ମହେଶ୍ବର ମଣ୍ଡଳ ଗୋକୁଳ ଖିନିବୁଢ଼ୀ, ରତନ ଖିଲ, ଲକି ଖିଲ ଓ ବାବୁଲା ସ୍ବାଇଁ ପ୍ରମୁଖ ସଦସ୍ୟଙ୍କ ସମେତ ଗ୍ରାମର ଯୁବଗୋଷ୍ଠୀ ପରିଚାଳନାରେ ସହଯୋଗ କରିବା ବ୍ୟବସ୍ଥା ରହିଛି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri