୫ ବର୍ଷିଆ ମରାମତି ନାଁରେ ଚାଲିଛି ଲୁଟ୍‌

ମାଲକାନଗିରି, ୬।୧୨(ଡି.ଏନ.ଏ.):ମାଲକାନଗିରି ଜିଲା କାଲିମେଳା ମୁଖ୍ୟ ସଡକଠାରୁ କବାସିଗୁଡାକୁ ସଂଯୋଗ କରୁଥିବା ଗ୍ରାମ୍ୟ ସଡକର ୫ ବର୍ଷିଆ ମରାମତି ନଁାରେ ଲକ୍ଷାଧିକ ଟଙ୍କା ହେରଫେର କରାଯାଉଥିବା ଅଭିଯୋଗ ହୋଇଛି। କାର୍ଯ୍ୟର ନାମଫଳକରେ ଥିବା ସୂଚନା ଅନୁଯାୟୀ, ସମେନ୍ଦ୍ର ପ୍ରସାଦ ବିଶୋୟୀ ନାମକ ଜଣେ ଠିକାଦାର ଏହି ରାସ୍ତାକୁ ଜାନୁୟାରୀ ୨୦୧୮ରେ ଆରମ୍ଭ କରି ଅକ୍ଟୋବର ୨୦୧୮ରେ ଶେଷ କରିଥିଲେ। ରାସ୍ତା ନିର୍ମାଣ ହେବାର କିଛି ମାସ ମଧ୍ୟରେ ରାସ୍ତାରୁ ପିଚୁ ଉଠି ମାଟି ଦେଖିବାକୁ ମିଳିଥିଲା। କେତେକ ସ୍ଥାନରେ ଗର୍ତ୍ତ ମଧ୍ୟ ହୋଇଥିଲା। ଉକ୍ତ ସଡକଟି ଜିଲା ଗ୍ରାମ୍ୟ ନିର୍ମାଣ ବିଭାଜନ-୨ ଅଧୀନରେ ଥିବା ବେଳେ ୨.୮୦ କି.ମି. ରାସ୍ତା ନିର୍ମାଣ ପାଇଁ ୯୮.୪୫ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା। ରାସ୍ତାଟି ଆରମ୍ଭରୁ ଏଯାଏ ମରାମତି ହୋଇ ନ ଥିବାରୁ ବିଭିନ୍ନ ସ୍ଥାନରେ ଖରାପ ହୋଇଗଲାଣି। ଏଥିସହ ରାସ୍ତା ମଝିରେ ବ୍ରିଜ ଦବିଯାଇ ୨ଟି ଗାତ ସୃଷ୍ଟି ହୋଇଛି। ଏହି ଗାତରେ ପଡି ଅନେକ ଆହତ ହେବାର ନଜୀର ମଧ୍ୟ ରହଛି। ୫ ବର୍ଷିୟା ମରାମତି ବାବଦରେ ଥିବା ୧୩.୨୦ ଲକ୍ଷ ଟଙ୍କା ରାସ୍ତା କାମରେ ଖର୍ଚ୍ଚ ନ ହୋଇ କେବଳ ବ୍ରିଜ କାନ୍ଥରେ ଚୂନ ମାରିବା ଓ ପୁରୁଣା ଫଳକରେ ରଙ୍ଗ ମାରିବାରେ ସୀମିତ ଅଛି ବୋଲି ଗ୍ରାମବାସୀ ଓ ସରପଞ୍ଚ ପ୍ରକାଶ କରିଛନ୍ତି। ତୁରନ୍ତ ଏହି ରାସ୍ତା ମରାମତି କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟୋକିମରା, ଧାଙ୍ଗଡି ଦୋଳା ପରବ ଉଦ୍‌ଯାପିତ: ନାଚ, ଗୀତରେ ଝୁମିଲେ ଆଦିବାସୀ

କୋକସରା,୨ା୧(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଗ୍ରାମରେ ଦୀର୍ଘ ୧୨ ବର୍ଷ ପରେ ପୁଣି ଥରେ ଦୁଇଦିନିଆ ଟୋକିମରା ଓ ଧାଙ୍ଗଡି...

ଭାଜପା କର୍ମୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଛେଣ୍ଡିପଦା,୧୬ା୪(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ଦୁର୍ଗାପୁର ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ପ୍ରଧାନସାହି ତ୍ରିନାଥ ମଣ୍ଡପରେ ଶୋଇଥିବା ଭାଜପା କର୍ମୀ...

ବାପ-ପୁଅ ଚଲାଉଥିଲେ ନକଲି ଜର୍ଦ୍ଦା, ଗୁଟଖା କାରଖାନା

କଟକ ଅଫିସ,୮।୮: କଟକ ସଦର ଥାନା ଅଧୀନ ମୁକାମେଶ୍ୱର ଗ୍ରାମରୁ ରବିବାର ୨ଶହ ବସ୍ତା ନକଲି ଜର୍ଦ୍ଦା ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୪୦ଲକ୍ଷ...

ପଡିଆରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଜଗନ୍ନାଥ ପ୍ରସାଦ,୧୭।୧୨ (ଡି.ଏନ.ଏ): ପୁଣି ଅଲୋଡା ଶିଶୁ କନ୍ୟା ଉଦ୍ଧାର। ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅଲାଡ଼ି ପଞ୍ଚାୟତ କାଦପ ଗ୍ରାମରେ ଏଭଳି ଘଟଣା ଦେଖିବାକୁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା

କେନ୍ଦୁଝର, ୧୧ା୫(ଡି.ଏନ୍‌.ଏ.)-କରୋନା ମୁକାବିଲା ପାଇଁ କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ପକ୍ଷରୁ ୧୦ଲକ୍ଷ ୧ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ସୋମବାର ଜିଲା ଟ୍ରକ...

ମୃତଦେହକୁ ଝୁଣି ଖାଉଛନ୍ତି ବୁଲା କୁକୁର, କାହାରି ନିଘା ନାହିଁ

ନବରଙ୍ଗପୁର,୨।୧(ବି.ପ୍ର.): ନବରଙ୍ଗପୁର ଜିଲା ସଦର ମହକୁମା ଗାବ୍ରିଆଲଗୁଡ଼ା ନିକଟରେ ଥିବା କୁସୁମଝର ଡ୍ୟାମ୍‌ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦିନେ କି ଦୁଇଦିନ ନୁହେଁ,...

ମହିଳାଙ୍କୁ ଅଟୋରେ ଅପହରଣ ପରେ ଅସଦାଚରଣ ଘଟଣା: କନ୍‌ଷ୍ଟେବଳ ସମେତ ୩ ଗିରଫ

ଭୁବନେଶ୍ୱର,୩ା୬(ବ୍ୟୁରୋ): ଖାକିରେ ପୁଣି ଲାଗିଲା ଦାଗ। ମହିଳାଙ୍କୁ ଥାନାରେ ଛାଡ଼ି ଦେବାକୁ କହି ଖଣ୍ଡଗିରି ପିସିଆର କନ୍‌ଷ୍ଟେବଳ ଓ ତାଙ୍କର ଦୁଇ ସହଯୋଗୀ ଅଟୋରେ ଅପହରଣ...

୨୦ ବର୍ଷର ରେକର୍ଡ ଭାଙ୍ଗିଲା

ଯାଜପୁର ଅଫିସ/ଯାଜପୁର ଟାଉନ (ଡି.ଏନ.ଏ.),୧ା୩:ଯାଜପୁର ଜିଲାରେ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ଅଭୂତପୂର୍ବ ସଫଳତା ପାଇଛି। ଏକତରଫା ଫଳାଫଳ ସମସ୍ତଙ୍କୁ ଚକିତ କରିଛି। ପଞ୍ଚାୟତ ନିର୍ବାଚନରେ...

Advertisement
Archives

Model This Week