ଟେଣ୍ଡର ପରେ ବି ରାସ୍ତା ମରାମତି ନାମରେ ଲୁଟ୍‌

ଚଣ୍ଡିଖୋଲ, ୩ା୧୧ (ଡି.ଏନ୍‌.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବୈରୀଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଯାଇଛି। ତେବେ ଏହି ଟେଣ୍ଡର କାମ ଆରମ୍ଭ ପୂର୍ବରୁ ପୂର୍ତ୍ତ ବିଭାଗ ତରଫରୁ ରାସ୍ତା ମରାମତି ନାମରେ ଲୁଟ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନାଥାଉକି, ବୈରୀଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ହାଇଲେଭଲ କେନାଲ ବନ୍ଧ ରାସ୍ତାଟି ଜଳସମ୍ପଦ ବିଭାଗ ଅଧୀନରେ ଥିଲା। ଏହାକୁ ୨୦୧୯ ନଭେମ୍ବରରେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଗଲା। ପରେ ପୂର୍ତ୍ତବିଭାଗ ତରଫରୁ ଏହାର ମରାମତି କାର୍ଯ୍ୟ କରାଯାଇଥିଲା। ଏହା ମଧ୍ୟରେ ଏହି ରାସ୍ତାଟିକୁ ଦୁଇଭାଗ କରି ଟେଣ୍ଡର କରାଯାଇଛି। ଆଶ୍ଚର୍ଯ୍ୟର କଥା ବୈରୀଠାରୁ ଚଣ୍ଡିଖୋଲ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୧୧ କିଲୋମିଟର ୮ଶହ ମିଟର ରାସ୍ତା ହୋଇଥିଲାବେଳେ ପୂର୍ତ୍ତ ବିଭାଗ ତରଫରୁ ଏହି ରାସ୍ତାକୁ ୧୪ କିଲୋମିଟର ଲମ୍ବ ଥିବା ଦର୍ଶାଯାଇଛି।

ସେଥିମଧ୍ୟରୁ ବୈରୀଠାରୁ ୬ କିଲୋମିଟର ୬ଶହ ମିଟର ଖଇରା ପର୍ଯ୍ୟନ୍ତ ଦୀର୍ଘ ୨ମାସ ତଳୁ ଟେଣ୍ଡର ଶେଷ ହୋଇଛି। ଏହାପରେ ଖଇରାଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ୧୪କିଲୋମିଟର ରାସ୍ତା ଦର୍ଶାଯାଇ ଏଥିପାଇଁ ୮କୋଟି ୧୨ ଲକ୍ଷ ୬୩ହଜାର ୧୨୦ଟଙ୍କା ଆକଳନ କରାଯାଇ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଏଠାରେ ପ୍ରଶ୍ନ ଉଠୁଛି ଜଳସମ୍ପଦ ବିଭାଗ ଅଧୀନରେ ଥିବାବେଳେ ରାସ୍ତାଟି ୧୧ କିଲୋମିଟର ୮ଶହ ମିଟର ଥିଲା। ତେବେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହେବା ପରେ ଏହା କିପରି ଭାବେ ୨ କିଲୋମିଟର ୨ଶହ ମିଟର ବଢିଗଲା ଯାହାକି ଆଲୋଚନାର ବିଷୟବସ୍ତୁ ପାଲଟିଛି। ଚୌଦ୍ୱାର ଚାରିବାଟିଆସ୍ଥିତ ପୂର୍ତ୍ତ ବିଭାଗ ଡିଭିଜନ୍‌ ଓ ବଡ଼ଚଣା ସବଡିଭିଜନ୍‌ ଅଧୀନରେ ଏହି ରାସ୍ତା କାର୍ଯ୍ୟବୈରୀଠାରୁ ଆରମ୍ଭ ହୋଇଛି। ରାସ୍ତାଟି ୯ ମାସ ମଧ୍ୟରେ ଶେଷ କରାଯିବ ବୋଲି ବିଭାଗ ତରଫରୁ ସ୍ଥିରୀକୃତ ହୋଇଛି। ତେବେ ଟେଣ୍ଡର ସରି ରାସ୍ତାକାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବା ବେଳେ ବିଭାଗ ତରଫରୁ ମରାମତି ନାମରେ ୩ଟି ଗୁପ୍ତ ଟେଣ୍ଡର କରାଯାଇଛି, ଯାହାକି ବିଭାଗୀୟ କାର୍ଯ୍ୟ ଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମୁଦାୟ ରାସ୍ତା ପାଇଁ ୧୬କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ପୁନର୍ବାର ମରାମତି ନାମରେ ୩ଟି ଗୁପ୍ତ ଟେଣ୍ଡର କରାଯାଇ ୯ଲକ୍ଷ ଟଙ୍କା ହଡ଼ପ କରିବାକୁ ଯୋଜନା କରାଯାଇଛି। ଏହି ରାସ୍ତା ଉପରେ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ଅଛି ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ବିଭାଗୀୟ ନିର୍ଦ୍ଦେଶନାମା ଅନୁଯାୟୀ ଯେ, କୌଣସି ରାସ୍ତାର ଟେଣ୍ଡର ପ୍ରକ୍ରିୟା ଶେଷ ହେଲା ପରେ ଅନ୍ୟ କୌଣସି ଟେଣ୍ଡର କରାଯାଇ ମରାମତି ହୋଇ ନ ଥାଏ। ରାସ୍ତା ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ ନିମନ୍ତେ ୧୬କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ କିପରି ଭାବରେ ଗୁପ୍ତ ଟେଣ୍ଡର ମାଧ୍ୟମରେ ରାସ୍ତା ମରାମତି କରାଯାଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସଚ୍ଚିଦାନନ୍ଦ ଜେନାଙ୍କୁ ପଚାରିବାରେ ସେ କୁହନ୍ତି, ରାସ୍ତାର ମାପ ଅନୁସାରେ ଟେଣ୍ଡର ପ୍ରକ୍ରିୟା କରାଯାଇଛି। ଟେଣ୍ଡର କାମ ହେବାକୁ ଡେରି ହୋଇପାରେ। ସେଥିପାଇଁ ଖାଲଖମା ଥିବା ରାସ୍ତାକୁ ମରାମତି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନକୁ ନେଇ କଂଗ୍ରେସ କଲା ବଡ଼ ପ୍ଲାନ! ଛାନିଆ ହେଲେ କେନ୍ଦ୍ର ସରକାର, ରାଜନୀତିରେ ଚହଳ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ଜୀବନ ସଞ୍ଚାର କରୁଛି। ଜୁଲାଇ ୨୦ ତାରିଖରେ…

CJPର ଆନ୍ଦୋଳନ ପରେ ସୋସିଆଲ ମିଡିଆରେ ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୨୨।୭: CJP (ସିଜେପି)ର ‘ଚଲୋ ସଂସଦ’ ପ୍ରଦର୍ଶନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ସାର୍ବଜନୀନ ପ୍ରତିକ୍ରିୟା ରଖିଛନ୍ତି। ସେ କଂଗ୍ରେସ ନେତା…

ରାହୁଲ ଗାନ୍ଧୀଙ୍କ ପିଏମ ଆବାସ ସମ୍ମୁଖରେ ଆନ୍ଦୋଳନ ପରେ ପଡିଲା ପ୍ରଭାବ: ସରକାରଙ୍କ ପକ୍ଷରୁ…

ନୂଆଦିଲ୍ଲୀ,୨୨।୭: NEET ପରୀକ୍ଷା ବିବାଦକୁ ନେଇ ବିରୋଧୀଙ୍କ ପ୍ରଦର୍ଶନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଭିତରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଜବାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri