ଆଇଆଇଏଫ୍‌ଏଲ୍‌ରୁ ଲୁଟ ଘଟଣା:ସଂସ୍ଥାର ମହିଳା ଅଧିକାରୀଙ୍କ ସମେତ ୭ ଗିରଫ

କଟକ ଅଫିସ,୨୬ା୧୧:କଟକ ନୟାସଡ଼କ ଅଞ୍ଚଳରେ ଥିବା ଅର୍ଥ ଲଗାଣକାରୀ ସଂସ୍ଥା ଇଣ୍ଡିଆନ ଇନ୍‌ଫୋଲାଇନ ଫାଇନାନ୍ସ ଲିମିଟେଡ(ଆଇଆଇଏଫ୍‌ଏଲ୍‌) ଶାଖାରୁ ଲୁଟ୍‌ ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ପଦାକୁ ଆସୁଛି। ଏଥିରେ ସଂସ୍ଥାର କର୍ମଚାରୀ ଲାଲା ଅମ୍ରିତ ରାୟ ସମ୍ପୃକ୍ତ ଥିବା ମଙ୍ଗଳବାର ଜଣାପଡ଼ିବା ପରେ ବୁଧବାର ଉକ୍ତ ସଂସ୍ଥାର ଜଣେ ମହିଳା ଅଧିକାରୀ ସାମିଲ ଥିବା ପୋଲିସ ଜାଣିବାକୁ ପାଇଥିଲା। ଏହି ଘଟଣାରେ ଲାଲାଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମର୍କତନଗର ଥାନା ଅଞ୍ଚଳରେ ରହୁଥିବା ଲାଲା ଅମ୍ରିତ ରାୟ, କିଶୋରନଗର ଥାନା ବିଲାହାଟ ବିଶ୍ୱନାଥପୁରର ବାପି ଓରଫ ରଞ୍ଜନ କୁମାର ବେହେରା, ପ୍ରକାଶ କୁମାର ସାହୁ, ପବିତ୍ର କୁମାର ବେହେରା, ରାଜକିଶୋର ସାହୁ, ପୁରୀଘାଟ ଥାନା ଭଗତପୁରର ନିଳିମା ଲେଙ୍କା ଓ ଜଗତ୍‌ପୁର ବହୁଗ୍ରାମର ବାପି ଓରଫ ସନ୍ତୋଷ ଭୋଇ। ଏହି ଘଟଣାରେ ସମ୍ପୃକ୍ତ ସଂସ୍ଥାର ମହିଳା ଅଧିକାରୀ ନୀଳିମା ମାଷ୍ଟର ମାଇଣ୍ଡ ଥିବା ଜଣାପଡ଼ିଛି। ପୋଲିସ ଅଭିଯୁକ୍ତଙ୍କଠାରୁ ୩ କେଜି ଓଜନର ସୁନାଗହଣା, ଗୋଟିଏ ଦାମୀ କାର, ୫ଲକ୍ଷ ଟଙ୍କା, ୨ଟି ବାଇକ୍‌, ଗୋଟିଏ ବୁଲେଟ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ସମ୍ପୃକ୍ତ ମହିଳା ଅଧିକାରୀଜଣକ କର୍ମଚାରୀ ଲାଲାଙ୍କ ସହଯୋଗରେ ଏହି ଲୁଟ କରିବାରେ ସଫଳ ହୋଇଥିଲେ ବୋଲି ଡିସିପି ପ୍ରତୀକ୍‌ ସିଂ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଲାଲା ଦୀର୍ଘ ୪ ବର୍ଷ ହେବ ଏଭଳି ହେରଫେର କରୁଥିଲେ। ଏଥିରେ ତାଙ୍କୁ ସହଯୋଗ କରୁଥିଲେ ନୀଳିମା। ଉଭୟ ମିଶି ଲୁଟ୍‌ ଯୋଜନାର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିଲେ। ନୀଳିମା ଉକ୍ତ ସଂସ୍ଥାରେ କ୍ୱାଲିଟି ଚେକ୍‌ ଅଫିସର ଭାବେ କାମ କରୁଛନ୍ତି। ସଂସ୍ଥାରେ ବନ୍ଧକ ରଖାଯାଉଥିବା ସୁନା ଅସଲି କି ନକଲି ତାହା ଯାଞ୍ଚ କରିବା ନିଳିମାଙ୍କ କାମ ଥିଲା। ଲାଲା ବନ୍ଧକ ରଖାଯାଉଥିବା ସୁନାକୁ ନେଇ ଅନ୍ୟ ଅର୍ଥଲଗାଣକାରୀ ସଂସ୍ଥାରେ ବନ୍ଧକ ରଖି ମୋଟା ଅଙ୍କର ଋଣ ଆଣୁଥିଲେ। ଏଭଳି ଭାବେ ସେ କଟକର ଅନେକ ସଂସ୍ଥାରେ ସୁନା ବନ୍ଧକ ରଖି ଋଣ ଆଣିଛନ୍ତି। ଅର୍ଥାତ୍‌ ଗୋଟିଏ ସୁନା ଉପରେ ଡବଲ ଋଣ। ଅଡିଟ୍‌ ବେଳେ ନକଲି ସୁନା ଅଳଙ୍କାର ମିଶାଇ ଦେଖାଉଥିଲେ। ଯାହାଫଳରେ ସୁନାର ପରିମାଣ ଉପରେ କୌଣସି ସନ୍ଦେହ କରାଯାଇ ପାରୁନଥିଲା। ଏହାଛଡା ନକଲି କାଗଜପତ୍ର ଓ ପ୍ରମାଣପତ୍ର ବ୍ୟବହାର କରି ସୁନା ହେରଫେର କରୁଥିଲେ। ତେବେ ସଂସ୍ଥାରେ ନୂଆ ଅଡିଟର ଯୋଗଦେବା ପରେ ଦୁହିଁଙ୍କ କଳାକାରନାମା ଧରାପଡିଯିବା ଭୟ ରହିଥିଲା। ତେଣୁ ଉଭୟ ଲୁଟ୍‌ ଯୋଜନା ରଚିଥିଲେ। ପୂର୍ବ ଯୋଜନା ମୁତାବକ, ଗତ ୧୯ ତାରିଖ ପୂର୍ବାହ୍ନ ୯.୪୫ରେ ୪ ଦୁର୍ବୃତ୍ତ ମୁହଁରେ ମାସ୍କ ଓ ହେଲମେଟ୍‌ ପିନ୍ଧି କାର୍ଯ୍ୟାଳୟ ଭିତରେ ପଶିଥିଲେ। ଏହି ସମୟରେ ଲାଲା ଓ ନିଳିମା କିଛି ନ ଜାଣିଲା ଭଳି ଅଭିନୟ କରିଥିଲେ। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇବାରୁ ଦୁହେଁ ଭୟଭୀତ ହେଲା ଭଳି ଅଭିନୟ କରି ଲକ୍କର ଚାବି ଦେଇଦେବାକୁ କହିଥିଲେ। ଏଥିସହିତ ଲାଲା ଦୁର୍ବୃତ୍ତମାନଙ୍କ ସହ ଲକ୍କରକୁ ଯାଇ ସୁନା ଅଳଙ୍କାରକୁ ବ୍ୟାଗରେ ଦେଇଥିଲେ। ଏପରି କି ଲୁଟ୍‌ ଘଟଣାକୁ ସଫଳ ରୂପ ଦେବା ଲାଗି ଲାଲା ଦୁଇଦିନ ଆଗରୁ ସଂସ୍ଥା କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି ଓ ଆଲାର୍ମକୁ ଅଚଳ କରିଦେଇଥିଲେ। ତଦନ୍ତ ବେଳେ ଘଟଣା ଦିନ ରାତିରେ ଲାଲା ପେଟାନାଳରେ ଫିଙ୍ଗିଥିବା କିଛି ସୁନାକୁ ମଧ୍ୟ ପୋଲିସ ଜବତ କରିଛି। ସେହିପରି ବୁଧବାର ଅନ୍ୟ ଏକ ଅର୍ଥଲଗାଣକାରୀ ସଂସ୍ଥାରେ ଚଢାଉ କରି ପୋଲିସ୍‌ ବିପୁଳ ପରିମାଣର ସୁନା ଜବତ କରିଛି। ଅନ୍ୟପକ୍ଷରେ ପ୍ରକୃତରେ ଲୁଟ୍‌ ଦିନ ସଂସ୍ଥାର ଲକରରେ କେତେ ପରିମାଣର ସୁନା ଥିଲା ତାହା ସ୍ପଷ୍ଟ ହୋଇନାହିଁ। ଲାଲା ହେର୍‌ଫେର୍‌ କରିଥିବା ଅର୍ଥରେ ନାମୀଦାମୀ ହୋଟେଲରେ ରହିବା ସହ ଦାମୀ ଗାଡି ଚଢି ଅୟେଶ କରୁଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri