ଲୁଟ୍‌ ହେଉଛି ଲଘୁଖଣିଜ ଦ୍ରବ୍ୟ

ବାରିପଦା ଅଫିସ,୧୮।୪-ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲ ଅଞ୍ଚଳରେ ଲଘୁ ଖଣିଜ ପଦାର୍ଥ ଲୁଟ୍‌ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ଜାଲ ପରମିଟ୍‌ କିମ୍ବା ବେଆଇନ ଗଚ୍ଛିତ କରି ମାଫିଆମାନେ ଖଣିଜ ଚାଲାଣ କରୁଥିବା ବେଳେ ରାଜସ୍ବ ବିଭାଗ ନୀରବଦ୍ରଷ୍ଟା ସାଜିଛି। ଲକ୍ଷ ଲକ୍ଷ ଟଙ୍କାର ଜରିମାନା କରିବା ପରିବର୍ତ୍ତେ ମାତ୍ର ସ୍ବଳ୍ପ ଜରିମାନା କରି ବାଲି ଚାଲାଣକୁ ପ୍ରୋତ୍ସାହିତ କରାଯାଉଥିବା ନେଇ ଜିଲାପାଳ ଓ ରାଜସ୍ବ ମନ୍ତ୍ରୀଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଘଟଣାରୁ ପ୍ରକାଶ, ବୁଢାବଳଙ୍ଗ ନଦୀର ଆରପଟା ବାଲି ଖାଦାନ ତହସିଲ କାର୍ଯ୍ୟାଳୟଠାରୁ ମାତ୍ର ୨କି.ମି. ଦୂରରେ ଅବସ୍ଥିତ। ଏହି ଖାଦାନଠାରୁ ମାତ୍ର ୨ଶହ ମିଟର ଦୂରରେ ବେଆଇନ ଭାବେ ବାଲି ଗଚ୍ଛିତ କରି ଚୋରାରେ ବିକ୍ରି କରାଯାଉଥିଲା। ଗ୍ରାମବାସୀଙ୍କଠାରୁ ଅଭିଯୋଗ ପାଇ ତହସିଲଦାର ମମତାଜ ମହାରଣା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଗଚ୍ଛିତ ହୋଇଥିବା ଏକ ହଜାର ସିୟୁଏମ୍‌ ବାଲିକୁ ମାତ୍ର ୯୫ହଜାର ଟଙ୍କା ଜରିମାନା ଓ ରେଡକ୍ରସ ବାବଦକୁ ୫ହଜାର ମିଶାଇ ଏକ ଲକ୍ଷ ଟଙ୍କା ଜରିମାନା କରିଥିଲେ। ସେହି ବାଲିିକୁ ୨ମାସ ମଧ୍ୟରେ ଉଠାଇବାକୁ ତହସିଲ କାର୍ଯ୍ୟାଳୟ ଚିଠି ନଂ. ୮୫୨ ତା୭।୪।୨୧ରିଖରେ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଚିଠିକୁ ନକଲ କରି ଜରିମାନା କରାଯାଇଥିବା ବ୍ୟକ୍ତିଙ୍କ ସ୍ବାକ୍ଷରରେ ଡମ୍ପର ଓ ଟ୍ରକ ଯୋଗେ ବାଲିକୁ ସ୍ଥାନାନ୍ତର ପୂର୍ବକ ବିକ୍ରି କରାଯାଉଛି। ଗୋଟିଏପଟେ ଗଚ୍ଛିତ ବାଲିରୁ ବିକ୍ରି କରାଯାଉଥିବା ବେଳେ ସେହି ସ୍ଥାନରେ ଟ୍ରାକ୍ଟର ଯୋଗେ ନଦୀରୁ ବାଲି ଉତ୍ତୋଳନ କରାଯାଇ ପୁନର୍ବାର ଗଚ୍ଛିତ କରାଯାଉଛି। ତେବେ ଦୁଇ ମାସ ମଧ୍ୟରେ ହଜାର ହଜାର ସିୟୁଏମ ବାଲିକୁ ଫାଇନ ଦର୍ଶାଇ ଲୁଟ୍‌ କରାଯାଉଥିବା ନେଇ ଗ୍ରାମବାସୀ ବୁଧିଆ ସିଂ, ଶିବୁ ନାଏକ, ଗଣେଶ ଟୁଡୁ ପ୍ରମୁଖ ଅଭିଯୋଗ କରିଛନ୍ତି ା ଅନ୍ୟ ପକ୍ଷେ ଗରିବ ଲୋକଟି ବିଜୁ ପକ୍କା ଘର ପାଇଁ ବାଲି ନେଉଥିବା ବେଳେ ଟ୍ରାକ୍ଟରରେ ଥିବା ୩ସିୟୁଏମ ବାଲି ପ୍ରତି ୧୦ରୁ ୨୦ହଜାର ଟଙ୍କା ଜରିମାନା ଆଦାୟ କରାଯାଉଛି। ତେବେ ଆରପଟା ସୈରାତର ପ୍ରତି ସିୟୁଏମ ବାଲିର ଦାମ ୮୫୫ ଟଙ୍କା ଥିବା ବେଳେ ଅନ୍ୟାନ୍ୟ ଜରିମାନା ସହ ୧୧ଶହ ଟଙ୍କା ରହିଛି। ବେଆଇନ ଉତ୍ତୋଳନକାରୀଙ୍କ ସହ ସଲାସୁତୁରା କରି ଗଚ୍ଛିତ ବାଲିର ପରିମାଣକୁ ଦୃଷ୍ଟିରେ ରଖିଲେ ତାହା ୧୧ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଇଛି। ଅଧିକାରୀଙ୍କ ବାଲିମାଫିଆଙ୍କ କାର୍ଯ୍ୟକଳାପକୁ ନେଇ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବହାନୀ ହେଉଛି। ଏ ସମ୍ପର୍କରେ ତହସିଲଦାର ମହାରଣା କହିଛନ୍ତି, ଜବତ ବାଲିକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ା ସରକାରୀ ନିୟମ ଅନୁଯାୟୀ ଜରିମାନା ଆଦାୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଛିଡୁନି ଅଙ୍କ

ବାଙ୍ଗିରିପୋଷି,୧୭ା୪(ସଞ୍ଜୟ କୁମାର ଅଗ୍ରୱାଲା):ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ୩୦...

କେନ୍ଦ୍ରମନ୍ତ୍ରୀଙ୍କୁ ଟିକେଟ୍‌ ଦେଲାନି ଭାଜପା: ପଛରେ ରହିଛି ଏଭଳି କାରଣ

ବାରିପଦା,୧୭ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବିବାଦୀୟ ମନ୍ତବ୍ୟ, ଅଶୋଭନୀୟ ଆଚରଣ ସମେତ କାର୍ଯ୍ୟଦକ୍ଷତାର ମାପକାଠିକୁ ଆଧାରକରି ଭାଜପା ଚଳିତ ନିର୍ବାଚନରେ କେତେଜଣ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରାର୍ଥୀ ତାଲିକାରୁ...

ପ୍ରଭାସଙ୍କ ଉପରେ ପୁଣି ଆସ୍ଥାପ୍ରକଟ କଲା କଂଗ୍ରେସ: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ମୋରଡା,୧୫।୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକ ମାତ୍ର ଅଣସଂରକ୍ଷିତ ମୋରଡା ନିର୍ବାଚନମଣ୍ଡଳୀ ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇଉଠିଛି l ପୂର୍ବରୁ ବିଜୁ ଜନତା...

ପଣା ସଂକ୍ରାନ୍ତିରେ ଜଗତେଶ୍ୱର-ମା’ ପାର୍ବତୀଙ୍କ ବିବାହ

ମୋରଡା,୧୪।୪(ସ୍ମାରକ ମାଜୀ)- ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ କୋହି ଗ୍ରାମରେ ବାବା ଜଗତେଶ୍ୱରଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା...

ଯାହାଙ୍କ ନାଁରେ ଅଭିଯୋଗ ତାଙ୍କୁ ତଦନ୍ତ ଦାୟିତ୍ୱ

ବାରିପଦା,୧୪ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବାରିପଦା ଉପ ନିବନ୍ଧ ଡିଭିଜନର ଲ୍ୟାମ୍ପ୍‌ସରେ କାର୍ଯ୍ୟରତ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ଏମ୍‌ଡି)ମାନଙ୍କ ପଦୋନ୍ନତିରେ ବ୍ୟାପକ...

ହାତୀ ଉପରେ ନଜର ରଖୁନି ବନ ବିଭାଗ: ଛୁଆହାତୀର ମୃତ୍ୟୁ

ମୋରଡ଼ା,୧୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ବନ ବିଭାଗ ମଧ୍ୟ ହାତୀ ଉପରେ ସଠିକ୍‌...

ସୁଯୋଗ ଅପେକ୍ଷାରେ କଂଗ୍ରେସ

ବାରିପଦା,୧୧ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ରାଜନୀତି ସେତେ ସରଗରମ ହେବାରେ ଲାଗିଛି। ଦୁଇ ପ୍ରମୁଖ ରାଜନୈତିକ ଦଳ...

ଜେଏମ୍‌ଏମ୍‌ରେ ସାମିଲ ହେଲେ କୃଷ୍ଣଚନ୍ଦ୍ର

ମୋରଡ଼ା,୧୦ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ବୁଧବାର ବିଧିବଦ୍ଧ ଭାବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ମିଶିଛନ୍ତି l ଆଜି ରାଇରଙ୍ଗପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri