ଲୁଟ୍‌ ହେଉଛି ଲଘୁଖଣିଜ ଦ୍ରବ୍ୟ

ବାରିପଦା ଅଫିସ,୧୮।୪-ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲ ଅଞ୍ଚଳରେ ଲଘୁ ଖଣିଜ ପଦାର୍ଥ ଲୁଟ୍‌ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ଜାଲ ପରମିଟ୍‌ କିମ୍ବା ବେଆଇନ ଗଚ୍ଛିତ କରି ମାଫିଆମାନେ ଖଣିଜ ଚାଲାଣ କରୁଥିବା ବେଳେ ରାଜସ୍ବ ବିଭାଗ ନୀରବଦ୍ରଷ୍ଟା ସାଜିଛି। ଲକ୍ଷ ଲକ୍ଷ ଟଙ୍କାର ଜରିମାନା କରିବା ପରିବର୍ତ୍ତେ ମାତ୍ର ସ୍ବଳ୍ପ ଜରିମାନା କରି ବାଲି ଚାଲାଣକୁ ପ୍ରୋତ୍ସାହିତ କରାଯାଉଥିବା ନେଇ ଜିଲାପାଳ ଓ ରାଜସ୍ବ ମନ୍ତ୍ରୀଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଘଟଣାରୁ ପ୍ରକାଶ, ବୁଢାବଳଙ୍ଗ ନଦୀର ଆରପଟା ବାଲି ଖାଦାନ ତହସିଲ କାର୍ଯ୍ୟାଳୟଠାରୁ ମାତ୍ର ୨କି.ମି. ଦୂରରେ ଅବସ୍ଥିତ। ଏହି ଖାଦାନଠାରୁ ମାତ୍ର ୨ଶହ ମିଟର ଦୂରରେ ବେଆଇନ ଭାବେ ବାଲି ଗଚ୍ଛିତ କରି ଚୋରାରେ ବିକ୍ରି କରାଯାଉଥିଲା। ଗ୍ରାମବାସୀଙ୍କଠାରୁ ଅଭିଯୋଗ ପାଇ ତହସିଲଦାର ମମତାଜ ମହାରଣା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଗଚ୍ଛିତ ହୋଇଥିବା ଏକ ହଜାର ସିୟୁଏମ୍‌ ବାଲିକୁ ମାତ୍ର ୯୫ହଜାର ଟଙ୍କା ଜରିମାନା ଓ ରେଡକ୍ରସ ବାବଦକୁ ୫ହଜାର ମିଶାଇ ଏକ ଲକ୍ଷ ଟଙ୍କା ଜରିମାନା କରିଥିଲେ। ସେହି ବାଲିିକୁ ୨ମାସ ମଧ୍ୟରେ ଉଠାଇବାକୁ ତହସିଲ କାର୍ଯ୍ୟାଳୟ ଚିଠି ନଂ. ୮୫୨ ତା୭।୪।୨୧ରିଖରେ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଚିଠିକୁ ନକଲ କରି ଜରିମାନା କରାଯାଇଥିବା ବ୍ୟକ୍ତିଙ୍କ ସ୍ବାକ୍ଷରରେ ଡମ୍ପର ଓ ଟ୍ରକ ଯୋଗେ ବାଲିକୁ ସ୍ଥାନାନ୍ତର ପୂର୍ବକ ବିକ୍ରି କରାଯାଉଛି। ଗୋଟିଏପଟେ ଗଚ୍ଛିତ ବାଲିରୁ ବିକ୍ରି କରାଯାଉଥିବା ବେଳେ ସେହି ସ୍ଥାନରେ ଟ୍ରାକ୍ଟର ଯୋଗେ ନଦୀରୁ ବାଲି ଉତ୍ତୋଳନ କରାଯାଇ ପୁନର୍ବାର ଗଚ୍ଛିତ କରାଯାଉଛି। ତେବେ ଦୁଇ ମାସ ମଧ୍ୟରେ ହଜାର ହଜାର ସିୟୁଏମ ବାଲିକୁ ଫାଇନ ଦର୍ଶାଇ ଲୁଟ୍‌ କରାଯାଉଥିବା ନେଇ ଗ୍ରାମବାସୀ ବୁଧିଆ ସିଂ, ଶିବୁ ନାଏକ, ଗଣେଶ ଟୁଡୁ ପ୍ରମୁଖ ଅଭିଯୋଗ କରିଛନ୍ତି ା ଅନ୍ୟ ପକ୍ଷେ ଗରିବ ଲୋକଟି ବିଜୁ ପକ୍କା ଘର ପାଇଁ ବାଲି ନେଉଥିବା ବେଳେ ଟ୍ରାକ୍ଟରରେ ଥିବା ୩ସିୟୁଏମ ବାଲି ପ୍ରତି ୧୦ରୁ ୨୦ହଜାର ଟଙ୍କା ଜରିମାନା ଆଦାୟ କରାଯାଉଛି। ତେବେ ଆରପଟା ସୈରାତର ପ୍ରତି ସିୟୁଏମ ବାଲିର ଦାମ ୮୫୫ ଟଙ୍କା ଥିବା ବେଳେ ଅନ୍ୟାନ୍ୟ ଜରିମାନା ସହ ୧୧ଶହ ଟଙ୍କା ରହିଛି। ବେଆଇନ ଉତ୍ତୋଳନକାରୀଙ୍କ ସହ ସଲାସୁତୁରା କରି ଗଚ୍ଛିତ ବାଲିର ପରିମାଣକୁ ଦୃଷ୍ଟିରେ ରଖିଲେ ତାହା ୧୧ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଇଛି। ଅଧିକାରୀଙ୍କ ବାଲିମାଫିଆଙ୍କ କାର୍ଯ୍ୟକଳାପକୁ ନେଇ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବହାନୀ ହେଉଛି। ଏ ସମ୍ପର୍କରେ ତହସିଲଦାର ମହାରଣା କହିଛନ୍ତି, ଜବତ ବାଲିକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ା ସରକାରୀ ନିୟମ ଅନୁଯାୟୀ ଜରିମାନା ଆଦାୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?