କୁଟିଆ କନ୍ଧଙ୍କ ବିକାଶ ନାଁରେ ହରିଲୁଟ

ଫୁଲବାଣୀ ଅଫିସ, ୨୩।୧୧: କନ୍ଧମାଳ ଜିଲାରେ ଆଦିମ ଜନଜାତି (ପିଭିଟିଜି) କୁଟିଆ କନ୍ଧଙ୍କ ବିକାଶ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ବିକାଶ ନାମରେ ଏଠି ସବୁ ଅର୍ଥ ହରିଲୁଟ କରାଯାଉଛି ା କୁଟିଆ କନ୍ଧଙ୍କ ବିକାଶ ପାଇଁ ବେଲଘର ଠାରେ ଥିବା ‘କୁଟିଆ କନ୍ଧ ଉନ୍ନୟନ ସଂସ୍ଥା’(କେକେଡିଏ) କାର୍ଯ୍ୟ କରୁଛି। ଉକ୍ତ ସଂସ୍ଥା ପ୍ରତିଷ୍ଠା ହେବା ଦିନଠାରୁ କୁଟିଆ କନ୍ଧଙ୍କର ଯେଭଳି ବିକାଶ ହେବା କଥା ତାହା ହୋଇପାରି ନାହିଁ। କୁଟିଆ କନ୍ଧଙ୍କ ବିକାଶ ପାଇଁ ଆସୁଥିବା ଟଙ୍କା ଏନ୍‌ଜିଓ, ଯନ୍ତ୍ରୀ ଏବଂ ଅଧିକାରୀମାନେ ହରିଲୁଟ କରୁଛନ୍ତି। ବେଲଘର ଗୁମା ପଞ୍ଚାୟତ ଟିଡିପଦର ଅଞ୍ଚଳରେ ଏପରି ଦେଖିବାକୁ ମିଳିଛି ା
କନ୍ଧ ଉନ୍ନୟନ ସଂସ୍ଥା ଅଧୀନରେ ଗୁମା ପଞ୍ଚାୟତ ଅନ୍ତର୍ଗତ ଟିଡିପଦର ଠାରେ ଏକ ନୂତନ ଫଳକ ଲାଗିଛି ା ଯେଉଁଥିରେ ୨୦୨୧-୨୨ ଆର୍ଥତ୍କ ବର୍ଷରେ ଏକ ଜଳସେଚନ ପ୍ରକଳ୍ପର ନାମ ଓ ବିବରଣୀ ଉଲ୍ଲେଖ କରାଯାଇଛି । ୫ଲକ୍ଷ ଟଙ୍କା ବ୍ୟୟ କରାଯାଇ ଏହି ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି ବୋଲି ଫଳକରେ ସୂଚନା ରହିଛି । ପ୍ରକୃତପକ୍ଷେ କୌଣସି ଜଳସେଚନ ପ୍ରକଳ୍ପ ନୂଆ କରି ନିର୍ମିତ ହୋଇନାହିଁ ା ବହୁ ପୂର୍ବରୁ ଏଠାରେ ଏକ ପୁରୁଣା ଚେକ୍‌ଡ୍ୟାମ ନିର୍ମାଣ ହୋଇଥିଲା। ନିକଟସ୍ଥ ଝରଣା ପାଣିକୁ ଅଟକାଇ ଚେକ୍‌ ଡ୍ୟାମ୍‌ ମାଧ୍ୟମରେ ଡାଇଭର୍ସନ କେନାଲରେ ଚାଷ ଜମିକୁ ପାଣି ଛଡ଼ା ଯାଉଥିଲା। ସେହି ପୁରୁଣା ପ୍ରକଳ୍ପରେ କେବଳ ଚୂନ ମାରି ନୂତନ ଫଳକ ଲଗାଯାଇ, ମିଥ୍ୟାବିଲ୍‌ କରାଯାଇଛି ବୋଲି ଟିଡିପଦର, ଗୁଚକା, ଦେଓଗାଁ ଓ ବେଲଘରବାସୀ ଅଭିଯୋଗ କରିଛନ୍ତି। କେକେଡିଏ ଅଧିକାରୀ, ଯନ୍ତ୍ରୀ ଏବଂ ଠିକାଦାର ମିଳିତ ଭାବେ ଚଞ୍ଚକତା କରି ୫ ଲକ୍ଷ ଟଙ୍କା ମିଥ୍ୟା ବିଲ୍‌ କରିଥିବା ରାଧାକାନ୍ତ ମାଝି, କାମଦେବ ମାଝି ପ୍ରମୁଖ ପ୍ରକାଶ କରିଛନ୍ତି। ସେହିପରି ଗ୍ରାମରେ ଆଜି ପର୍ଯ୍ୟନ୍ତ କାହାକୁ ଆବାସ ଯୋଜନାରେ ଘର ଖଣ୍ଡେ ମିଳିନାହିଁ ା ଲୋକେ ଭଙ୍ଗା ଘରେ ବସବାସ କରୁଛନ୍ତି। ସରକାର ପ୍ରକୃତରେ ବିକାଶ ଚାହୁଁଛନ୍ତି ନା ଆମ ନାମରେ ଅଧିକାରୀମାନେ ଅର୍ଥ ହଡପ ଯୋଜନା କରିଛନ୍ତି ବୋଲି ଗ୍ରାମର ଦିପାବନୀ ମାଝି କହିଛନ୍ତି। କାହାର ବି ଭଲ ଘରଟିଏ ନାହିଁ। ଜଙ୍ଗଲଜାତ ଦ୍ରବ୍ୟ ଏବଂ ସିଆଳି ଖଲି ବିକି ଚଳୁଛୁ ା ବିଜୁ ପକ୍କା ଘର ହେଉ କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳୁନାହିଁ ା ବିକାଶ ନାମରେ କେକେଡିଏ ସଂସ୍ଥା ଓ ଏଥିରେ କାମ କରୁଥିବା ଏକ ଏନ୍‌ଜିଓ ସବୁ ଲୁଟି ଚାଲିଛନ୍ତି। ଚେକ ଡ୍ୟାମ ହେଉ କି ଅନ୍ୟ କାମ ସବୁ ମିଥ୍ୟା ବିଲ୍‌ କରାଯାଉଛି ବୋଲି ଦୁର୍ବାସା ଜାନୀ କହଛନ୍ତି। ଏ ନେଇ କେକେଡିଏର ସ୍ବତନ୍ତ୍ର ଅଧିକାରୀ ବେଣୁଧର ନାଏକଙ୍କୁ ପଚାରିବାରୁ ଘର ଯୋଗାଇବା ଆମ କାମ ନୁହେଁ ବୋଲି କହିଛନ୍ତି। କୁଟିଆ କନ୍ଧଙ୍କ ଜୀବନ ଜୀବିବା ବିକାଶରେ କାମ କରାଯାଉଛି। ଯେଉଁ ଏନଜିଓ ଏଠାରେ କାମ କରୁଥିଲା ତାର କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନରା ସଂସ୍ଥା ନାମରେ ବହୁ ଅଭିଯୋଗ
ହେବାରୁ ସରକାର ତାକୁ କାର୍ଯ୍ୟରୁ ବାହାର କରି ଦେଇଛନ୍ତି। ଚେକ୍‌ ଡ୍ୟାମ କାମ କଥା ଯନ୍ତ୍ରୀ କହିବେ ବୋଲି କକେଡିଏର
ସ୍ବତନ୍ତ୍ର ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri