କୁଟିଆ କନ୍ଧଙ୍କ ବିକାଶ ନାଁରେ ହରିଲୁଟ

ଫୁଲବାଣୀ ଅଫିସ, ୨୩।୧୧: କନ୍ଧମାଳ ଜିଲାରେ ଆଦିମ ଜନଜାତି (ପିଭିଟିଜି) କୁଟିଆ କନ୍ଧଙ୍କ ବିକାଶ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ବିକାଶ ନାମରେ ଏଠି ସବୁ ଅର୍ଥ ହରିଲୁଟ କରାଯାଉଛି ା କୁଟିଆ କନ୍ଧଙ୍କ ବିକାଶ ପାଇଁ ବେଲଘର ଠାରେ ଥିବା ‘କୁଟିଆ କନ୍ଧ ଉନ୍ନୟନ ସଂସ୍ଥା’(କେକେଡିଏ) କାର୍ଯ୍ୟ କରୁଛି। ଉକ୍ତ ସଂସ୍ଥା ପ୍ରତିଷ୍ଠା ହେବା ଦିନଠାରୁ କୁଟିଆ କନ୍ଧଙ୍କର ଯେଭଳି ବିକାଶ ହେବା କଥା ତାହା ହୋଇପାରି ନାହିଁ। କୁଟିଆ କନ୍ଧଙ୍କ ବିକାଶ ପାଇଁ ଆସୁଥିବା ଟଙ୍କା ଏନ୍‌ଜିଓ, ଯନ୍ତ୍ରୀ ଏବଂ ଅଧିକାରୀମାନେ ହରିଲୁଟ କରୁଛନ୍ତି। ବେଲଘର ଗୁମା ପଞ୍ଚାୟତ ଟିଡିପଦର ଅଞ୍ଚଳରେ ଏପରି ଦେଖିବାକୁ ମିଳିଛି ା
କନ୍ଧ ଉନ୍ନୟନ ସଂସ୍ଥା ଅଧୀନରେ ଗୁମା ପଞ୍ଚାୟତ ଅନ୍ତର୍ଗତ ଟିଡିପଦର ଠାରେ ଏକ ନୂତନ ଫଳକ ଲାଗିଛି ା ଯେଉଁଥିରେ ୨୦୨୧-୨୨ ଆର୍ଥତ୍କ ବର୍ଷରେ ଏକ ଜଳସେଚନ ପ୍ରକଳ୍ପର ନାମ ଓ ବିବରଣୀ ଉଲ୍ଲେଖ କରାଯାଇଛି । ୫ଲକ୍ଷ ଟଙ୍କା ବ୍ୟୟ କରାଯାଇ ଏହି ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି ବୋଲି ଫଳକରେ ସୂଚନା ରହିଛି । ପ୍ରକୃତପକ୍ଷେ କୌଣସି ଜଳସେଚନ ପ୍ରକଳ୍ପ ନୂଆ କରି ନିର୍ମିତ ହୋଇନାହିଁ ା ବହୁ ପୂର୍ବରୁ ଏଠାରେ ଏକ ପୁରୁଣା ଚେକ୍‌ଡ୍ୟାମ ନିର୍ମାଣ ହୋଇଥିଲା। ନିକଟସ୍ଥ ଝରଣା ପାଣିକୁ ଅଟକାଇ ଚେକ୍‌ ଡ୍ୟାମ୍‌ ମାଧ୍ୟମରେ ଡାଇଭର୍ସନ କେନାଲରେ ଚାଷ ଜମିକୁ ପାଣି ଛଡ଼ା ଯାଉଥିଲା। ସେହି ପୁରୁଣା ପ୍ରକଳ୍ପରେ କେବଳ ଚୂନ ମାରି ନୂତନ ଫଳକ ଲଗାଯାଇ, ମିଥ୍ୟାବିଲ୍‌ କରାଯାଇଛି ବୋଲି ଟିଡିପଦର, ଗୁଚକା, ଦେଓଗାଁ ଓ ବେଲଘରବାସୀ ଅଭିଯୋଗ କରିଛନ୍ତି। କେକେଡିଏ ଅଧିକାରୀ, ଯନ୍ତ୍ରୀ ଏବଂ ଠିକାଦାର ମିଳିତ ଭାବେ ଚଞ୍ଚକତା କରି ୫ ଲକ୍ଷ ଟଙ୍କା ମିଥ୍ୟା ବିଲ୍‌ କରିଥିବା ରାଧାକାନ୍ତ ମାଝି, କାମଦେବ ମାଝି ପ୍ରମୁଖ ପ୍ରକାଶ କରିଛନ୍ତି। ସେହିପରି ଗ୍ରାମରେ ଆଜି ପର୍ଯ୍ୟନ୍ତ କାହାକୁ ଆବାସ ଯୋଜନାରେ ଘର ଖଣ୍ଡେ ମିଳିନାହିଁ ା ଲୋକେ ଭଙ୍ଗା ଘରେ ବସବାସ କରୁଛନ୍ତି। ସରକାର ପ୍ରକୃତରେ ବିକାଶ ଚାହୁଁଛନ୍ତି ନା ଆମ ନାମରେ ଅଧିକାରୀମାନେ ଅର୍ଥ ହଡପ ଯୋଜନା କରିଛନ୍ତି ବୋଲି ଗ୍ରାମର ଦିପାବନୀ ମାଝି କହିଛନ୍ତି। କାହାର ବି ଭଲ ଘରଟିଏ ନାହିଁ। ଜଙ୍ଗଲଜାତ ଦ୍ରବ୍ୟ ଏବଂ ସିଆଳି ଖଲି ବିକି ଚଳୁଛୁ ା ବିଜୁ ପକ୍କା ଘର ହେଉ କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳୁନାହିଁ ା ବିକାଶ ନାମରେ କେକେଡିଏ ସଂସ୍ଥା ଓ ଏଥିରେ କାମ କରୁଥିବା ଏକ ଏନ୍‌ଜିଓ ସବୁ ଲୁଟି ଚାଲିଛନ୍ତି। ଚେକ ଡ୍ୟାମ ହେଉ କି ଅନ୍ୟ କାମ ସବୁ ମିଥ୍ୟା ବିଲ୍‌ କରାଯାଉଛି ବୋଲି ଦୁର୍ବାସା ଜାନୀ କହଛନ୍ତି। ଏ ନେଇ କେକେଡିଏର ସ୍ବତନ୍ତ୍ର ଅଧିକାରୀ ବେଣୁଧର ନାଏକଙ୍କୁ ପଚାରିବାରୁ ଘର ଯୋଗାଇବା ଆମ କାମ ନୁହେଁ ବୋଲି କହିଛନ୍ତି। କୁଟିଆ କନ୍ଧଙ୍କ ଜୀବନ ଜୀବିବା ବିକାଶରେ କାମ କରାଯାଉଛି। ଯେଉଁ ଏନଜିଓ ଏଠାରେ କାମ କରୁଥିଲା ତାର କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନରା ସଂସ୍ଥା ନାମରେ ବହୁ ଅଭିଯୋଗ
ହେବାରୁ ସରକାର ତାକୁ କାର୍ଯ୍ୟରୁ ବାହାର କରି ଦେଇଛନ୍ତି। ଚେକ୍‌ ଡ୍ୟାମ କାମ କଥା ଯନ୍ତ୍ରୀ କହିବେ ବୋଲି କକେଡିଏର
ସ୍ବତନ୍ତ୍ର ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri