ମନ ଖୋଜେ ସାଥୀ…

ସୃଷ୍ଟିର ନିୟମ ଅନୁସାରେ ପ୍ରତିଟି କୀଟ-ପତଙ୍ଗ, କ୍ଷୁଦ୍ର ପ୍ରାଣୀଙ୍କଠାରୁ ମଣିଷ ପର୍ଯ୍ୟନ୍ତ ସଭିଙ୍କର ଜୀବନଶୈଳୀ ବିଭିନ୍ନ ବୟସରେ ଭିନ୍ନ ଭିନ୍ନ ହୋଇଥାଏ। ଏକ ନିର୍ଦ୍ଦିଷ୍ଟ ବୟସରେ ମଣିଷ ସହିତ ଅନ୍ୟ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ବିପରୀତ ଲିଙ୍ଗଙ୍କ ପ୍ରତି ଆକର୍ଷଣ ସୃଷ୍ଟି ହେବା ଏକ ସ୍ବାଭାବିକ ପ୍ରକ୍ରିୟା। ଏହାଦ୍ୱାରା ସନ୍ତାନ ଉତ୍ପାଦନ ସମ୍ଭବ ହୋଇଥାଏ। ଡାରଉଇନ୍‌ଙ୍କ ଜୈବ ବିବର୍ତ୍ତନବାଦ ଅନୁସାରେ ଏହି ପ୍ରକ୍ରିୟା ହିଁ ଜୀବ ସୃଷ୍ଟିର ମୁଖ୍ୟ ଆଧାର। ତେବେ ଏକ ନିର୍ଦ୍ଦିଷ୍ଟ ବୟସରେ ହିଁ ଏଭଳି ଶାରୀରିକ ଏବଂ ମାନସିକ ସ୍ଥିତ ସୃଷ୍ଟି ହୋଇଥାଏ। ଏହି ବୟସ ପୂର୍ବରୁ କିମ୍ବା ପରେ ବିପରୀତ ଲିଙ୍ଗଙ୍କ ସହିତ ମିଳନ ପାଇଁ ପ୍ରାଣୀଙ୍କ ମଧ୍ୟରେ ସେତେଟା ଉନ୍ମାଦନା ସୃଷ୍ଟି ହୋଇ ନ ଥାଏ । ସମାଜତତ୍ତ୍ୱ ଅନୁସାରେ ୧୩ ବର୍ଷ ବୟସ ପରେ ମଣିଷଙ୍କ ମଧ୍ୟରେ ସାଥୀ ପ୍ରତି ଏକ ଅହେତୁକ ଭାବନା ଜାଗ୍ରତ ହୋଇଥାଏ। ମନ ସାଥୀ ଖୋଜିବା ସହିତ ଆଖିରୁ ନିଦ ବି ହଜିଯାଏ। ଏହି ବୟସଠାରୁ ସେକ୍ସ ହରମୋନର କ୍ଷରଣ ହେବା ଆରମ୍ଭ ହୋଇଥାଏ। ଫଳରେ ଉଭୟ କିଶୋରୀ ଓ କିଶୋର ପ୍ରଜନନ କ୍ଷମତା ହାସଲ କରିଥାନ୍ତି। କିଶୋରୀଙ୍କଠାରେ ଇଷ୍ଟ୍ରୋଜେନ ହରମୋନ୍‌ କ୍ଷରଣ ହେବାଯୋଗୁ ଗର୍ଭାଶୟ, ଡିମ୍ବାଣୁ ଓ ପ୍ରଜନନ ଆଦି ଅଙ୍ଗର ବିକାଶ ହୋଇଥାଏ। ସେହିପରି କିଶୋରଙ୍କ କ୍ଷେତ୍ରରେ ଏହି ବୟସଠାରୁ ଟେଷ୍ଟୋଷ୍ଟରନ୍‌ ହରମୋନ୍‌ କ୍ଷରଣ ହୋଇଥାଏ। ଫଳରେ ଶୁକ୍ରାଣୁ ସହିତ ଅନ୍ୟ ପାରିପାର୍ଶ୍ୱିକ ପ୍ରଜନନ ସ୍ଥିତିରେ ବିକାଶ ହୁଏ। ସମାନ ଅବସ୍ଥା କୀଟ-ପତଙ୍ଗ, କ୍ଷୁଦ୍ର ପ୍ରାଣୀଙ୍କଠାରୁ ବି ଦୃଷ୍ଟି ଗୋଚର ହୋଇଥାଏ। ଏହାକୁ କେହି ନ ଶିଖାଇଲେ ବି ଏହା ପ୍ରକୃତି ଦ୍ୱାରା ଆପେଆପେ ଉତ୍ପନ୍ନ ହୋଇଥାଏ ବୋଲି ଜୈବ ବିବର୍ତ୍ତନବାଦରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଫ ସମସ୍ୟାର ଘରୋଇ ଉପଚାର

କଫଜନିତ ସମସ୍ୟାର ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଇବା ଦରକାର। ହେଲେ ଏପରି କେତେକ ଘରୋଇ ଉପାୟ ରହିଛି...

୩୦ ଦିନରେ ହେବେ ସ୍ଲିମ୍‌….

ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ମେଦବହୁଳତା ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ସକାଳେ ଅଧଗ୍ଲାସେ ସ୍କିମଡ୍‌ ମିଲ୍କ ପିଇବା ସ୍ବାସ୍ଥ୍ୟ ଲାଗି...

ଦାମୀ ସନ୍‌ଗ୍ଲାସ୍‌: ଯାହାକୁ କେବଳ ଦେଖିବା ସାର

ବିନା ସନ୍‌ଗ୍ଲାସ୍‌ରେ ଖରାଦିନ କଥା ଭାବି ହୁଏନା। ଏହା ଯେ କେବଳ ଉତ୍ତାପରୁ ଆଖିକୁ ଆରାମ ଦିଏ ତାହା ନୁହେଁ ଲୁକ୍‌କୁ ଷ୍ଟାଇଲିଶ୍‌ ବି କରାଏ।...

କ୍ୟାନ୍‌ସର ଚିହ୍ନଟ କରିବ ‘ଡି-୩’

କଥାରେ ଅଛି ‘କ୍ୟାନ୍‌ସର ନୋ ଆନ୍‌ସର’। ହେଲେ ଏବେ ଏହି ରୋଗକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରି ଉପଯୁକ୍ତ ଚିକିତ୍ସା କରାଇପାରିଲେ ସେଥିରୁ ଆରୋଗ୍ୟ ମିଳିପାରୁଛି।...

ଉଚ୍ଚ ରକ୍ତଚାପରୁ ଦୂରେଇ ରହିବା ପାଇଁ ସପ୍ତାହରେ ୨ ଥର ଖାଆନ୍ତୁ ଏହି ଫଳ…

ବ୍ୟସ୍ତବହୁଳ ଜୀବନରେ ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ସୃଷ୍ଟି ହୋଇଥାଏ ଉଚ୍ଚରକ୍ତଚାପ। ଉଚ୍ଚ ରକ୍ତଚାପ ଦେଖାଯିବାର ଅନେକ କାରଣ ରହିଛି । କାମଚାପ, ମାନସିକ ଚିନ୍ତା,...

ମୁଣ୍ଡବିନ୍ଧାର କାରଣ, ନିରାକରଣ ସମ୍ପର୍କରେ ଜାଣନ୍ତୁ…

ଆଜିକାଲି ମୁଣ୍ଡବିନ୍ଧା ମୁଖ୍ୟ ସମସ୍ୟା ପାଲଟିଛି। ଏପରିକି ଅଧିକାଂଶ ଲୋକଙ୍କର ସପ୍ତାହକୁ ୨-୩ ଥର ମୁଣ୍ଡବିନ୍ଧା ହୋଇଥାଏ। ଏହାର ଅନେକ କାରଣ ମଧ୍ୟ ରହିଛି। ମାନସିକ...

ଅଧିକ ଅଣ୍ଡା ଖାଉଥିଲେ ସାବଧାନ

ଅଣ୍ଡାରୁ ଆବଶ୍ୟକ ଭିଟାମିନ୍‌ ମିଳେ। ସେଥିପାଇଁ ଅଣ୍ଡାକୁ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଏ। ଅଣ୍ଡାରୁ ଶରୀରକୁ ସମସ୍ତ ପୋଷକ ତତ୍ତ୍ୱ ମିଳେ ଓ ଆପଣଙ୍କ...

ଦୀପାବଳି : ଘରର ସୁଖ ସମୃଦ୍ଧି ଲାଗି ଏସବୁ ବିଷୟ ପ୍ରତି ଦିଅନ୍ତୁ ଧ୍ୟାନ

ଆଲୋକର ପର୍ବ ଦୀପାବଳି। ଏହି ପର୍ବରେ ଘରର ସୁଖ ସମୃଦ୍ଧି ଲାଗି ଅନେକ ବିଷୟ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ। ଏହି ଦିନରେ ମହାକାଳୀଙ୍କ ପୂଜା...

Advertisement


Archives

Model This Week