ଗ୍ରୀଷ୍ମଋତୁରେ ଦେଖାଯିବେ ଷ୍ଟାଇଲିଶ୍‌: ଆପଣାନ୍ତୁ ଏହି ଟିପ୍ସ

ଖରାଦିନରେ ଆପଣଙ୍କ ସ୍କିନ୍‌ର ଦେଖାଶୁଣା ବହୁତ ଆବଶ୍ୟକ। ତା’ ସହ ଏହିଦିନରେ ଆପଣ କେଉଁ ପ୍ରକାର କପଡ଼ା ପିନ୍ଧୁଛନ୍ତି ଏହାଦ୍ୱାରା ବି ଆପଣଙ୍କ ତ୍ୱଚା ଉପରେ ଏହାର ପ୍ରଭାବ ପଡ଼ିଥାଏ। ଫ୍ୟାଶନ କଥା ପଡ଼ିଲେ କେତେକ ମହିଳା ଡିସିସନ୍‌ ନେବାକୁ ସମସ୍ୟାରେ ପଡ଼ିଯାଇଥାନ୍ତି। ସେମାନେ କେଉଁ ଫ୍ୟାଶନ ଟିପ୍ସକୁ ଆପଣାଇବେ। ଏଥିପାଇଁ ଆପଣଙ୍କୁ ଆବଶ୍ୟକତା ପଡ଼ିପାରେ ବେସିକ୍‌ ଫ୍ୟାଶନ ଟିପ୍ସ।
ଡ୍ରେସ୍‌: ଖରାଦିନରେ କେଉଁ ପ୍ରକାର ଡ୍ରେସ୍‌ ପିନ୍ଧୁଛନ୍ତି ଏହା ନିର୍ଦ୍ଧାରଣ କରିବା ହୋଇଥାଏ ମୁସ୍‌କିଲ୍‌। ଏହି ଦିନରେ ଢିଲା ଡ୍ରେସ୍‌ ପିନ୍ଧିବା ଏକ ଭଲ ଅପ୍‌ସନ ହୋଇଥାଏ। ଏହା ସହ ଆପଣ ଯେଉଁ ଡ୍ରେସ୍‌ ପିନ୍ଧୁଛନ୍ତି ତାହା କେଉଁ ଫାବ୍ରିକ୍‌ର ଜାଣିବା ମଧ୍ୟ ଜରୁରୀ ହୋଇଥାଏ। ରେୟନ୍‌,ପଲିଷ୍ଟର,ନାଇଲନ୍‌ ଭଳି ଫାବ୍ରିକ୍‌ ଆଭୋଏଡ୍‌ କରିବା ଭଲ ଅପ୍‌ସନ। କେତେଜଣ ଫ୍ୟାଶନ ଏକ୍ସପର୍ଟଙ୍କ ମତରେ ଏହିଦିନରେ କଟନ୍‌ ଡ୍ରେସ୍‌ ପିନ୍ଧିବା ବେଷ୍ଟ ଅପ୍‌ସନ ହୋଇଥାଏ। ଏହା ସହ ଲାଇଟ୍‌ କଲର ପିନ୍ଧିବା ଏକ ଭଲ ବିକଳ୍ପ ହୋଇପାରିବ। ଧୂଆହୋଇଥିବା ସଫା କପଡ଼ା ପିନ୍ଧିବା ଆରାମଦାୟକ ହେବା ସହ ଏହା ଆପଣଙ୍କୁ କୁଲ୍‌ ରଖିଥାଏ।
ଜୁଏଲେରି: ଯେତେ ସମ୍ଭବ ହୁଏ ସେତେ କମ୍‌ ଜୁଏଲେରି ପିନ୍ଧିବା ଆବଶ୍ୟକ। ଫ୍ୟାଶନ ଏକ୍ସପର୍ଟଙ୍କ ମତରେ ଛୋଟ ଇୟର ରିଂ,ପେଣ୍ଡେଣ୍ଟ୍ସର ବ୍ୟବହାର କରନ୍ତୁ। ଏହି ପ୍ରଡକ୍ଟ ଆପଣଙ୍କ ତ୍ୱଚା ସଂସ୍ପର୍ଶରେ କମ୍‌ ଆସିଥାଏ। ଏହା ଆପଣଙ୍କ ତ୍ୱଚା ଲାଗି ସେଫ୍‌ ହୋଇଥାଏ। ବ୍ରେସ୍‌ଲେଟ୍ସ ଓ ରିଂ ଆଭଏଡ୍‌ କରିବା ଭଲ। ତା’ ସହ ମେଟାଲିକ୍‌ ଜୁଏଲେରି ଆଭଏଡ୍‌ କରିବା ଭଲ ବିକଳ୍ପ।
ଫୁଲ୍‌ କଭର: ସ୍କିନ୍‌କୁ ଖରା ଦାଉରୁ ରକ୍ଷା କରିବାକୁ ହେଲେ ଫୁଲ୍‌ କଭର ଡ୍ରେସ୍‌ ପିନ୍ଧିବା ନିହାତି ଜରୁରୀ। ଯେତେ ଆପଣ ନିଜ ତ୍ୱଚାକୁ ଖରା ଦାଉରୁ ରକ୍ଷା କରିବେ ସେତେ ଭଲ। ଏହା ସହ କଟନ୍‌ ସ୍କାର୍ଫ ସାହାଯ୍ୟରେ ବେକ ଏବଂ ମୁହଁକୁ ଭଲକରି କଭର କରନ୍ତୁ। ଏହା ସହ କ୍ୟାପ୍‌ ,ହ୍ୟାଟ୍‌ ଏବଂ ଆଖି ପାଇଁ ସନ୍‌ଗ୍ଲାସ୍‌ ବି ସାଥିରେ ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?