ବାସ୍ତବତାକୁ ଦୃଷ୍ଟି ଦିଅ

ନୂଆଦିଲ୍ଲୀ, ୧ା୬: କରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି ଜନସାଧାରଣ ଟିକା ଉପରେ ଭରସା କରୁଥିବାବେଳେ ଯୋଗାଣ ଅଭାବରୁ ଟିକାକରଣ ଅଭିଯାନ ଆଗେଇ ପାରୁନାହିଁ। ଲୋକେ ଅନ୍‌ଲାଇନରେ ସ୍ଲଟ୍‌ ବୁକ୍‌ କରିବା ସତ୍ତ୍ୱେ ଟିକା ପାଇପାରୁନାହାନ୍ତି। ଅନେକ କୋଓ୍ବିନ୍‌ ଆପ୍‌ରେ ନାମ ପଞ୍ଜୀକରଣ କରି ନ ପାରି ନିରାଶ ହେଉଛନ୍ତି। ଫଳରେ ସରକାରଙ୍କ ଟିକାକରଣ ନୀତି ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସ୍ପଷ୍ଟ ହୋଇଛି। କେନ୍ଦ୍ର ସରକାରଙ୍କ ଟିକା ସଂଗ୍ରହ ନୀତି ଏବଂ ଲୋକମାନେ ଟିକା ନେବା ପାଇଁ କୋଓ୍ବିନ୍‌ ଆପ୍‌ରେ ନାମ ପଞ୍ଜୀକରଣ ବାଧ୍ୟତାମୂଳକ କରାଯିବାର ଆବଶ୍ୟକତାକୁ ନେଇ ସୁପ୍ରିମକୋର୍ଟ ସୋମବାର ପ୍ରଶ୍ନ ଉଠାଇଛନ୍ତି। ବାସ୍ତବ ଡିଜିଟାଲ ଇଣ୍ଡିଆ ସ୍ଥିତିକୁ ନଜରରେ ନ ରଖି ଏଭଳି ନୀତି ପ୍ରଣୟନ ହୋଇଛି। ନୀତି ନିର୍ଦ୍ଧାରକମାନେ ସତ୍ୟତାକୁ ହୃଦୟଙ୍ଗମ କରିବା ଆବଶ୍ୟକ ବୋଲି ସର୍ବୋଚ୍ଚ ଅଦାଲତ ମତ ଦେଇଛନ୍ତି।
ଟିକାକରଣରେ ଅବ୍ୟବସ୍ଥାକୁ ନେଇ ସର୍ବୋଚ୍ଚ ଅଦାଲତ ନିଜଆଡ଼ୁ ମାମଲା ବିଚାର ପାଇଁ ନେଇଥିଲେ। କୋଓ୍ବିନ ରେଜିଷ୍ଟ୍ରେଶନକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଡିଜିଟାଲଠାରୁ ଦୂରରେ ଥିବା ଲୋକମାନଙ୍କ ଟିକାକରଣ ପାଇଁ କ’ଣ ପଦକ୍ଷେପ ନିଆଯାଇଛି ବୋଲି ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଏଲ୍‌.ଏନ୍‌. ରାଓ ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ସ୍ବତନ୍ତ୍ର ପୀଠ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି। ଗ୍ରାମାଞ୍ଚଳରେ କେତେଜଣଙ୍କୁ ଡିଜିଟାଲ ସୁବିଧା ମିଳୁଛି। ଝାଡ଼ଖଣ୍ଡର ଜଣେ ଅଶିକ୍ଷିତ ଶ୍ରମିକ ରାଜସ୍ଥାନରେ କିପରି ନାମ ପଞ୍ଜୀକରଣ କରିବ ବୋଲି ଖଣ୍ଡପୀଠ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ପ୍ରଶ୍ନ କରିଥିଲେ। ବାସ୍ତବ ସ୍ଥିତିକୁ ହୃଦୟଙ୍ଗମ କରି ସେହି ଅନୁଯାୟୀ ନୀତିରେ ପରିବର୍ତ୍ତନ କରିବାକୁ ହେବ। ଅଦାଲତଙ୍କୁ ଏହା କରିବାକୁ ହୋଇଥିଲେ ୧୫-୨୦ ଦିନ ପୂର୍ବରୁ କରିସାରିଥାନ୍ତୁ ବୋଲି ଖଣ୍ଡପୀଠ କହିଛନ୍ତି।
ସେହିପରି ଟିକା ସଂଗ୍ରହକୁ ନେଇ ରାଜ୍ୟ ରାଜ୍ୟ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି ହୋଇଛି। ବିଭିନ୍ନ ରାଜ୍ୟ ବିଦେଶରୁ ଟିକା ଆଣିବା ଲାଗି ଗ୍ଲୋବାଲ ଟେଣ୍ଡର ଆହ୍ବାନ କରିଛନ୍ତି। ଏହା କ’ଣ ଟିକା ସଂଗ୍ରହ କରିବାର କେନ୍ଦ୍ରୀୟ ନୀତି କି ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି। କୋଭିଡ୍‌ ଭାକ୍ସିନ ଉପରେ ଏକ ଜାତୀୟ ନୀତି ଦସ୍ତାବିଜ୍‌ ଦାଖଲ କରିବାରେ କେନ୍ଦ୍ର ବିଫଳ ହୋଇଥିବା ଖଣ୍ଡପୀଠ କହିଛନ୍ତି। ଦ୍ୱିତୀୟ ଲହରରେ ୧୮ରୁ ୪୪ ବର୍ଷ ବୟସ ବର୍ଗର ଲୋକେ ବେଶି ସଂକ୍ରମିତ ହେଉଛନ୍ତି। କେବଳ ୪୫ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ମାଗଣା ଟିକା ଦିଆଯାଉଥିଲାବେଳେ ସେମାନଙ୍କ ପାଇଁ କାହିଁକି ନୁହେଁ ବୋଲି ଅଦାଲତ ପ୍ରଶ୍ନ କରିଥିଲେ। ଅନ୍ୟପକ୍ଷରେ ବର୍ଷ ଶେଷ ସୁଦ୍ଧା ଦେଶରେ ଟିକାକରଣ ସମ୍ପୂର୍ଣ୍ଣ ହେବା ଆଶା ରହିଛି ବୋଲି ସରକାର ଅଦାଲତଙ୍କୁ ଜଣାଇଛନ୍ତି। ଦେଶର ଟିକା ନୀତିକୁ ନେଇ ଶୁଣାଣି ବେଳେ ଏକାଧିକ ପ୍ରଶ୍ନ ଉଠିବାରୁ ସରକାର ଦୁଇ ସପ୍ତାହ ମଧ୍ୟରେ ସତ୍ୟପାଠ ଜରିଆରେ ଏହାର ଜବାବ ରଖିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେବା ସହ ମାମଲାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ରାତିରେ ହେଲା ସ୍ବାମୀ-ସ୍ତ୍ରୀ ପାଟିତୁଣ୍ଡ: ସକାଳୁ ମିଳିଲା…

ଲାଞ୍ଜିଗଡ, ୩୧।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମରେ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର…

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

ପୁଟିନ- ମୋଦିଙ୍କ ମଧ୍ୟରେ ବୈଠକ: ଆଲୋଚନା ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୩୧।୮: ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶକେକ୍‌ରେ ପହଞ୍ଚିବା ପରେ ସୋମବାର ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେଇଛନ୍ତି।…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ମ୍ୟୁନିସିପାଲିଟି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

ମହଙ୍ଗା ମଧ୍ୟରେ ବଡ଼ ଆଶ୍ୱସ୍ତି: କମିଲା ଚିନି ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୩୧।୮: ବଢ଼ୁଥିବା ମହଙ୍ଗା ମଧ୍ୟରେ ଚିନି ଦରକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମିଲ୍‌ରୁ ବାହାରୁଥିବା ଚିନିର ଦାମ ଅର୍ଥାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri