ସମ୍ବିଧାନ ଉପରେ ନଜର

ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ୍‌) ଅଧ୍ୟକ୍ଷ ବିବେକ ଦେବରାୟ କହିଛନ୍ତି ଯେ, ଭାରତରେ ଏକ ନୂଆ ସମ୍ବିଧାନର ଆବଶ୍ୟକତା ହେଲାଣି। ବିବେକ ନିଜେ ଜଣେ ଦକ୍ଷ ଅର୍ଥନୀତିଜ୍ଞ ବୋଲି କୌଣସି ପ୍ରମାଣ ନାହିଁ। ଯେଉଁ ବ୍ୟକ୍ତି ନିଜେ ଜୀବନରେ ଏବଂ ନିଜେ ବାଛିଥିବା କ୍ଷେତ୍ରରେ ସର୍ବୋଚ୍ଚ ସଫଳତା ପ୍ରାପ୍ତ କରିନାହାନ୍ତି, ସେହିଭଳି ବ୍ୟକ୍ତିମାନେ ଏବେ ଭାରତର ୧୫୦ କୋଟି ନାଗରିକଙ୍କର ଭବିଷ୍ୟତ ନିର୍ଦ୍ଧାରଣ କରିବାକୁ ଆଗେଇ ଆସିଛନ୍ତି। ଅବଶ୍ୟ ଏହା ନିଶ୍ଚିତ ଭାବେ କହିହେବ ଯେ, ବିବେକ ଦେବରାୟଙ୍କ ଭଳି ବ୍ୟକ୍ତି ନିଜ ବୁଦ୍ଧିରୁ ଏହି ଚିନ୍ତା ବାହାର କରି ନ ଥିବେ। ଯେତେବାଟ ଜଣାପଡୁଛି ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟ ଅତନୁ ଦେ ଏହି ସମ୍ବିଧାନ ବଦଳାଇବାର ଚିନ୍ତାଧାରାକୁ ଉତ୍ସାହିତ କରିଆସୁଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ନିଜର କ୍ଷୁଦ୍ର ସ୍ୱାର୍ଥ ହାସଲ କରିବା ପାଇଁ ମାତୃଭୂମିକୁ ଛାଡ଼ି ପଳାଇଥିବା ଅତି ଭଦ୍ରଲୋକମାନେ ଏବେ ହଠାତ୍‌ ଭାରତର ବିଭିନ୍ନ କ୍ଷେତ୍ର ସମ୍ପର୍କରେ ନିଜର ମତ ପ୍ରକାଶ କରୁଛନ୍ତି, ଯାହାକୁ ଦେଶ ଭିତରେ ଥିବା ବ୍ୟବସ୍ଥାର ଅଂଶଧାରୀମାନେ ଦୋହରାଇବାକୁ ଆଗଭର ହେଉଛନ୍ତି। ଭାରତର ନୂତନ ଏବଂ ଆଧୁନିକ ଚିନ୍ତାର ଘୋର ଅଭାବ ରହିଛି ବୋଲି ଅନେକ ଯୁଗରୁ ଜଣା। ଏବେ ପରିବର୍ତ୍ତନ ଘଟିଛି ଯେଉଁଥିରେ ନିଜେ ଚିନ୍ତା କରିପାରୁ ନ ଥିବା ବ୍ୟକ୍ତିମାନେ କ୍ଷମତାକୁ ପାଇଯାଇଛନ୍ତି। ସେମାନଙ୍କୁ ପ୍ରବାସୀ ଭାରତୀୟମାନେ ଅତି ଆକର୍ଷଣୀୟ ଲାଗୁଛନ୍ତି।
ଅଗଷ୍ଟ ୧୫ରେ ‘ଦି ମିଣ୍ଟ୍‌’ ଖବରକାଗଜରେ ବିବେକଙ୍କ ”ଦେଆର ଇଜ୍‌ ଏ କେସ୍‌ ଫର୍‌ ‘ଉଇ ଦି ପିପୁଲ’ ଟୁ ଏମ୍‌ବ୍ରେସ୍‌ ଏ ନ୍ୟୁ କନ୍‌ଷ୍ଟିଚ୍ୟୁଶନ’ ଶୀର୍ଷକ ଲେଖା ପ୍ରକାଶ ପାଇଥିଲା। ସେଥିରେ ସେ ଉଲ୍ଲେଖ କରିଛନ୍ତି, ଭାରତୀୟ ସମ୍ବିଧାନ ଗଭର୍ନମେଣ୍ଟ ଅଫ୍‌ ଇଣ୍ଡିଆ ଆକ୍ଟ-୧୯୩୫ ଉପରେ ପର୍ଯ୍ୟବସିତ। ସେହି ଦୃଷ୍ଟିରୁ ବିଚାର କଲେ ଏହା ଏକ ଉପନିବେଶିକ ଚିନ୍ତାଧାରା ବହନ କରୁଛି। ୨୦୦୨ରେ ସମ୍ବିଧାନର କାର୍ଯ୍ୟକାରିତା ଉପରେ ସମୀକ୍ଷା ପାଇଁ ଗଠିତ ଏକ କମିଶନଙ୍କ ରିପୋର୍ଟ ଆସିଥିଲା। ହେଲେ ସେହି ଦିଗରେ ବିଶେଷ ଅଗ୍ରଗତି ହେଲା ନାହିଁ ବୋଲି ବିବେକ କହିଛନ୍ତି। ନିଜ ଯୁକ୍ତିକୁ ସିଦ୍ଧ କରିବା ଲାଗି ସେ ଏକ ଷ୍ଟଡି ବା ଅଧ୍ୟୟନର ଅବତାରଣା କରିଛନ୍ତି। ୟୁନିଭର୍ସିଟି ଅଫ୍‌ ଶିକାଗୋ ଲ’ ସ୍କୁଲ ବିଭିନ୍ନ ଦେଶ ଉପରେ ଅଧ୍ୟୟନ କରି ଏକ ଲିଖିତ ସମ୍ବିଧାନର ହାରାହାରି ଆୟୁଷ ୧୭ ବର୍ଷ ବୋଲି ଦେଇଥିବା ରିପୋର୍ଟ ସମ୍ବନ୍ଧରେ ବିବେକ ତଥ୍ୟ ରଖିଛନ୍ତି। ସେ ଗୋଟିଏ ବିଶ୍ୱବିଦ୍ୟାଳୟର ଏକତରଫା ମତ ଦେଇ ନିଜର ଲେଖାକୁ ଶକ୍ତିଶାଳୀ କରିବାକୁ ଚେଷ୍ଟା କରିଛନ୍ତି। ମନେରଖିବାକୁ ହେବ ଯେ, ପୃଥିବୀର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ପରୀକ୍ଷାଗାରରେ ସବୁବେଳେ ଭିନ୍ନ ମତର ସନ୍ଦର୍ଭ (ଥେସିସ୍‌) ବାହାରି ଚାଲିଛି। ଗୋଟିଏ ସ୍ଥାନରେ ଲିଖିତ ସମ୍ବିଧାନକୁ ୧୭ ବର୍ଷ ଆୟୁଷ ଦିଆଯାଇଥିବା ବେଳେ ଖୋଦ୍‌ ଆମେରିକା ସମ୍ବିଧାନ ଅଷ୍ଟାଦଶ ଶତାବ୍ଦୀରୁ ସଂଶୋଧନ ସହ ହୃଷ୍ଟପୁଷ୍ଟ ଭାବେ ବଞ୍ଚିରହିଛି। ଅନ୍ୟପଟେ ବ୍ରିଟେନର କୌଣସି ଲିଖିତ ସମ୍ବିଧାନ ନାହିଁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଭାବେ ବିବେକଙ୍କ ଏହି ଲେଖା ପ୍ରକାଶ ପାଇବା ପରେ ସରକାର ଏହି ବିବାଦଠାରୁ ନିଜକୁ ଦୂରେଇ ରଖୁଛନ୍ତି ବୋଲି ଘୋଷଣା କରିଛନ୍ତି। ଏହି ଚେଷ୍ଟା ପଛରେ କେଉଁପ୍ରକାର ଉଦ୍ଦେଶ୍ୟ ରହିଛି ତାହା ବୁଝିବା କଷ୍ଟକର ନୁହେଁ। ଲୋକଙ୍କ ସମ୍ମୁଖରେ ଗୁଡ଼ି ଉଡ଼ାଇଲା ଭଳି ବିବେକଙ୍କ ମାଧ୍ୟମରେ ଏହି ଚିନ୍ତାଧାରାକୁ ଉଡ଼ାଯାଇଛି। ଯେତେ ସମୟ ବିତିବ ସେତିକି ପୁରୁଣା ହେବ ଏହି ଚିନ୍ତା। ନୂତନ ଭାରତ ସୃଷ୍ଟି କରିବା ଆଳରେ ପୂର୍ବର ସବୁ ସକାରାତ୍ମକ କାର୍ଯ୍ୟଗୁଡ଼ିକୁ ଭାଙ୍ଗିଦେବାର ପ୍ରବଳ ଚେଷ୍ଟା ଚାଲିଛି। ଏହା ସତ୍ୟ ଯେ ପ୍ରତ୍ୟେକ ମଣିଷ ନୂଆ ଗାଡ଼ି, ନୂଆ ଘର ଏବଂ ଜୀବନରେ ସବୁକିଛି ନୂଆ ପାଇଲେ ଖୁସି ହୁଅନ୍ତି। ତଥାପି ପ୍ରାୟ ସମସ୍ତେ ନିଜର ବୟସ୍କ ମାତାପିତା, ପରିବାରର ସାଙ୍ଗିଆକୁ ଭଲପାଇବା ସହିତ ଭାରତକୁ ଅତି ପ୍ରାଚୀନ ସଭ୍ୟତା କହି ଗୌରବାନ୍ବିତ ହୁଅନ୍ତି। ମନେରଖିବାକୁ ହେବ ଯେ ଭାରତର ସମ୍ବିଧାନକୁ ପ୍ରସ୍ତୁତ କରିବା ପାଇଁ କନ୍‌ଷ୍ଟିଚ୍ୟୁଏଣ୍ଟ ଆସେମ୍ବ୍ଲି ସୃଷ୍ଟି କରାଯାଇଥିଲା, ଯେଉଁଥିରେ ପ୍ରତ୍ୟେକ ଭାଷା, ଧର୍ମ, ଅଞ୍ଚଳ ବା ପ୍ରାନ୍ତ ଏବଂ ବିଭିନ୍ନ ବୟସର ଲୋକଙ୍କୁ ନେଇ ଦୀର୍ଘ ୩ ବର୍ଷରୁ ଊର୍ଦ୍ଧ୍ୱ କାଳ ଆଲୋଚନା କରାଯିବା ପରେ ବାବାସାହେବ ବି.ଆର୍‌. ଆମ୍ବେଡ୍‌କରଙ୍କ ଭଳି ଆହୁରି ଅନେକ ଦେଶପ୍ରେମୀ ମିଶିକରି ଏହି ସମ୍ବିଧାନକୁ ପ୍ରଣୟନ କରିଥିଲେ। ସେହି ଲୋକମାନେ ଦେଶର ସ୍ବାଧୀନତା ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ। ସେମାନଙ୍କ ଦ୍ୱାରା ଭବିଷ୍ୟତର ଭାରତ ପାଇଁ ଦିଗ୍‌ଦର୍ଶକ ଭାବେ ପ୍ରସ୍ତୁତ କରାଯାଇଥିବା ସମ୍ବିଧାନକୁ ଆଜି ବିବେକ ଏବଂ ଅତନୁଙ୍କ ଭଳି ବ୍ୟକ୍ତି ଔପନିବେଶିକ ମନୋଭାବରେ ଏହି ସମ୍ବିଧାନ ପ୍ରସ୍ତୁତ କରାଯାଇଛି ବୋଲି କହିବାର ଆସ୍ପର୍ଦ୍ଧା ଆମ ଦେଶ ପାଇଁ ମାରାତ୍ମକ।
ଯେଉଁ ସରକାର ନିରପେକ୍ଷତାକୁ ଜଳାଞ୍ଜଳି ଦେଇ ନିର୍ବାଚନ କମିଶନର ନିଯୁକ୍ତି କମିଟିରୁ ଭାରତର ପ୍ରଧାନ ବିଚାରପତିଙ୍କୁ ପାର୍ଲାମେଣ୍ଟରେ ବିଲ୍‌ ଆଗତ କରି ଆଇନ ମାଧ୍ୟମରେ ବାଦ୍‌ ପକାଉଛନ୍ତି, ସେଭଳି ମାନସିକତା ଦ୍ୱାରା ଏକ ନୂଆ ସମ୍ବିଧାନ ଲେଖାହେଲେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ। ଏହି କମିଟିରୁ ପ୍ରଧାନ ବିଚାରପତିଙ୍କୁ ହଟାଇବା ଏହା ମଧ୍ୟ ଦର୍ଶାଉଛି ଯେ ଆଜିର କ୍ଷମତାସୀନ ବ୍ୟକ୍ତିମାନେ ନିଜର ଭବିଷ୍ୟତ ସମ୍ପର୍କରେ ଅନିଶ୍ଚିତତା, ଭୟ ଏବଂ ଅବିଶ୍ୱାସରେ ବୁଡ଼ି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦେଶୀ ଗଛର ସୁରକ୍ଷା କରୁଛନ୍ତି ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି। ଅନନ୍ତ ୧୯୭୭ରେ ବିଦର୍ଭ ଅଞ୍ଚଳର ଫୁଲି…

ଐଶ୍ୱର୍ଯ୍ୟ ଭିଡ଼ରେ ନିର୍ବାସନ

ଥରେ ଜଣେ ରାଜା ନିଜର ଶିକ୍ଷା, ଦକ୍ଷତା, ବିସ୍ତାରବାଦୀ ଚିନ୍ତାଧାରା, ଯୁଦ୍ଧଖୋର ମନୋବୃତ୍ତିଜନିତ ଅର୍ଥନୈତିକ ସୁଖ ସମୃଦ୍ଧି ଯୋଗୁ ଖୁବ୍‌ କମ୍‌ ଦିନରେ ଜଣେ ବିଚକ୍ଷଣ ସମ୍ରାଟ…

ଭୂଦାନ କନ୍ୟା ନନ୍ଦିନୀ

ଓଡ଼ିଆ ସାହିତ୍ୟରେ ସବୁଜ ଯୁଗର ଅନ୍ୟତମ ଉଜ୍ଜ୍ବଳ ଜ୍ୟୋତିଷ୍କ ପଦ୍ମଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ। ଗାନ୍ଧିବାଦ ଆଧାରରେ ରଚିତ ତାଙ୍କ ଉପନ୍ୟାସ ‘ମାଟିର ମଣିଷ’ କିଛି ସାଧାରଣ…

ଉତୁରୁଛି ଅପରାଧ

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିବାଜୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଦେବୋସ୍ମିତା ପଲ୍‌ଙ୍କୁ ୩ ଜୁନ୍‌ରେ ଯେଭଳି ଭାବେ ହତ୍ୟା କରାଯାଇଛି, ତାହା ଏବେ ଦେଶସାରା…

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri