Posted inଖେଳ

ଭାରତର ଟପ୍‌ ଅର୍ଡର ଉପରେ ନଜର

ସିଡ୍‌ନୀ,୨୭ା୧୦(ପି.ଟି): ପାକିସ୍ତାନ ବିପକ୍ଷ ମ୍ୟାଚରେ କଡା ସଂଘର୍ଷପୂର୍ଣ୍ଣ ବିଜୟ ପରେ ଭାରତ ସୁପର-୧୨ର ଦ୍ୱିତୀୟ ଲିଗ୍‌ ମ୍ୟାଚରେ ନେଦରଲାଣ୍ଡ୍ସକୁ ଭେଟିବ। ଗୁରୁବାରର ମ୍ୟାଚ ପାଇଁ ଭାରତୀୟ ଟପ୍‌ ଅର୍ଡର ଉପରେ ସଭିଙ୍କ ନଜର ରହିଛି। ଭାରତୀୟ ଟପ୍‌ ଅର୍ଡର ବ୍ୟାଟର ଏହି ମ୍ୟାଚରେ ରନ୍‌ ସଂଗ୍ରହ କରିବେ ବୋଲି ଆଶା କରାଯାଉଛି। ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ଉଭୟ ଲୋକେଶ ରାହୁଲ, ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ବିଫଳ ହୋଇଥିଲେ।

ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦେଇ ଦୀପକ ହୁଦା ଓ ରିଷଭ ପନ୍ତଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ଦଇ ପାରେ ଟିମ୍‌ ମ୍ୟାନେଜମେଣ୍ଟ। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳ ଏହି ମ୍ୟାଚରେ ରନ୍‌ ସଂଗ୍ରହ କରି ଆତ୍ମବିଶ୍ୱାସରେ ରହିବାକୁ ଚାହିଁବ। ସେହିପରି ପ୍ରାଇମ ଫର୍ମରେ ରହିଥିବା ବିରାଟ କୋହଲିଙ୍କଠାରୁ ଏକ ଭଲ ଇନିଂସ ଆଶା କରିବ ଭାରତ। ଗ୍ରୁପ୍‌ ପର୍ଯ୍ୟାୟରେ ନେଦରଲାଣ୍ଡସର ବୋଲିଂ ବେଶ୍‌ ଭଲ ରହିଥିଲା। ଏପରିକି ସୁପର-୧୨ରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ମଧ୍ୟ ଡଚ୍‌ ବୋଲର ଭଲ ପ୍ରଦର୍ଶନ କରିଥିଲେ। ତେବେ ଉକ୍ତ ପିଚ୍‌ ଗୁଡିକ ବୋଲିଂ ପିଚ୍‌ ରହିଥିବା ବେଳେ ସିଡ୍‌ନୀର ପିଚ୍‌ ବ୍ୟାଟିଂ ଅନୁକୂଳ ରହିବ। ସିଡ୍‌ନୀରେ ନ୍ୟୁଜିଲାଣ୍ଡ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୦ରୁ ଅଧିକ ରନ୍‌ ସଂଗ୍ରହ କରିଥିବା ବେଳେ ଏହା ନେଦରଲାଣ୍ଡସ ପାଇଁ ସମସ୍ୟା ସୃଷ୍ଟି କରିବ। ତେବେ ଭାରତ କେବଳ ଟପ୍‌ ଅର୍ଡର ବ୍ୟାଟିଂ ନୁହେଁ ବରଂ ସ୍ପିନ୍‌ ବିଭାଗକୁ ନେଇ ଭାରତ ଚିନ୍ତାରେ ରହିବ। ଅକ୍ଷର ପଟେଲ ପାକିସ୍ତାନ ବିପକ୍ଷରେ ମାତ୍ର ଗୋଟିଏ ଓଭର ବୋଲିଂ କରିଥିବା ବେଳେ ୨୧ ରନ୍‌ ଦେଇଥିଲେ। ଅନ୍ୟ ପକ୍ଷରେ ଅଶ୍ୱିନ ମଧ୍ୟ ୩ ଓଭର ବୋଲିଂ କରିଥିଲେ।

ଏହି ମ୍ୟାଚରେ ଉଭୟ ବୋଲର ଫର୍ମକୁ ଫେରିବାକୁ ଚାହିଁବେ। ପେସ୍‌ ବୋଲିଂ ବିଭାଗରେ ଭାରତ କୌଣସି ପରିବର୍ତ୍ତନ ଚାହିଁବ ନାହିଁ। ଅନ୍ୟ ପକ୍ଷରେ ନେଦରଲାଣ୍ଡ ମଧ୍ୟ ରିଓଲ୍ଫ ଭାନ୍‌ ଡର ମରଓ୍ବେଙ୍କ ଆଘାତ ସମସ୍ୟାକୁ ନେଇ ଚିନ୍ତାରେ ରହିଛି। ପିଠିରେ ଆଘାତ କାରଣରୁ ସେ ଏହି ମ୍ୟାଚରୁ ବାଦ ପଡି ପାରନ୍ତି। ଦଳର ପେସ୍‌ ଆଟାକ୍‌ ଠିକ୍‌ ଥିଲେ ହେଁ ସ୍ପିନ୍‌ ବିଭାଗରେ ଦଳ ଦୁର୍ବଳ ମନେ ହେଉଛି। ପୂର୍ବତନ ୧୯ ବର୍ଷରୁ କମ୍‌ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଟମ୍‌ କୁପର ଯିଏକ ବିଗ ବାସ ମଧ୍ୟ ଖେଳନ୍ତି ଭାରତ ପାଈଁ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ବର୍ଷରେ ୧୫୨ ପ୍ରଶ୍ନପତ୍ର ଲିକ୍‌, କାହାକୁ ବି ମିଳିନି ଦଣ୍ଡ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୨୩ା୭: ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌କୁ ନେଇ ଆନ୍ଦୋଳନ କରୁଥିବା ଛାତ୍ରୀଛାତ୍ରମାନେ କୌଣସି ଆତଙ୍କବାଦୀ ନୁହଁନ୍ତି। ସେମାନେ କେବଳ ଏକ ନିରପେକ୍ଷ ଓ ସ୍ବଚ୍ଛ ଶିକ୍ଷା ବ୍ୟବସ୍ଥା…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri