ଦୀର୍ଘ ଅବଧି କାର୍ଯ୍ୟକାଳ

ନିଯୁକ୍ତି ପାଇଁ ତାଲିକାଭୁକ୍ତ ହୋଇଥିବା ଆଇଏଏସ୍‌ ଅଧିକାରୀଙ୍କ ମଧ୍ୟରୁ ପ୍ରାୟ ୬୦% ଏବେ ସଚିବ ଏବଂ ସମକକ୍ଷ ଅଧିକାରୀର ସ୍ବୀକୃତି ପାଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଏକ ୫ବର୍ଷର ଲମ୍ବା କାର୍ଯ୍ୟକାଳ ପାଉଛନ୍ତି। ଉଚ୍ଚ ପଦାଧିକାରୀଙ୍କୁ ଦୀର୍ଘ କାର୍ଯ୍ୟକାଳ ପ୍ରଦାନ କରିବା ପାଇଁ ଏହା ହେଉଛି ମୋଦି ସରକାରଙ୍କ ପଦକ୍ଷେପ, ଯଦ୍ଦ୍ବାରା ସେମାନେ ଦାୟିତ୍ୱରେ ଅଧିକ ମନୋନିବେଶ କରିପାରିବେ। ସାଧାରଣତଃ ପ୍ରତିରକ୍ଷା ଏବଂ ସ୍ବରାଷ୍ଟ୍ର ସଚିବମାନେ ୨ ବର୍ଷର କାର୍ଯ୍ୟକାଳ ପାଇଥାଆନ୍ତି, ଯାହାକି କିଛି ବାସ୍ତବ ପଦକ୍ଷେପ ନେବା ପାଇଁ ପର୍ଯ୍ୟାପ୍ତ ସମୟ ନୁହେଁ। ବହୁ ସମୟରେ କେତେଜଣ ବାବୁ ବଡ଼ ନିଷ୍ପତ୍ତି ନେଇ ତାହାକୁ କାର୍ଯ୍ୟକାରୀ କରିବାକୁ ପ୍ରୟାସ କରୁଥିତ୍ବାବେଳେ ସଂକ୍ଷିପ୍ତ କାର୍ଯ୍ୟକାଳ କିପରି ବାଧା ଦେଇଥାଏ, ସେ ବିଷୟରେ ସେମାନେ ଅଭିଯୋଗ କରନ୍ତି। ସୂତ୍ରରୁ ପ୍ରକାଶ ଯେ, ନିଯୁକ୍ତି ତାଲିକାଭୁକ୍ତ ୧୯୯୩ ବ୍ୟାଚ୍‌ର ୨୦୦ ଅଧିକାରୀଙ୍କ ମଧ୍ୟରୁ ୧୨ ଜଣ ଦୀର୍ଘ କାର୍ଯ୍ୟକାଳ ଏମିତିକି ୫ବର୍ଷରୁ ଅଧିକ ସମୟ ପାଉଛନ୍ତି। ଏପରିକି ୧୯୯୨ ବ୍ୟାଚର ୨୦ ଜଣରୁ ୫ ଆଇଏଏସ୍‌ ଅଧିକାରୀ ୫ବର୍ଷର କାର୍ଯ୍ୟକାଳ ଚାହଁୁଛନ୍ତି। କଥା ହେଉଛି, ଆଗକୁ କେନ୍ଦ୍ରରେ ନୂଆ ସରକାର କ୍ଷମତାକୁ ଆସିବା ପରେ ଜୁନ କିମ୍ବା ଜୁଲାଇରେ ଆମେ ବାବୁ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ ଦେଖିବାକୁ ପାଇବା। ପୂର୍ବତନ ସଚିବମାନେ ଏହି ଧାରା ବିଷୟରେ କହିଛନ୍ତି ଯେ, ଏକଦା ସଚିବମାନଙ୍କ ପାଇଁ ପାରମ୍ପରିକ ଭାବେ ୩ ବର୍ଷର କାର୍ଯ୍ୟକାଳ ଯଥେଷ୍ଟ ବୋଲି ବିବେଚନା କରାଯାଉଥିଲା। ତେବେ ପରିସ୍ଥିତି ଏବଂ ପ୍ରଶାସନିକ ଆବଶ୍ୟକତାକୁ ଲକ୍ଷ୍ୟକରି ପ୍ରଭାବଶାଳୀ ଶାସନକୁ ସୁଗମ କରିବା ପାଇଁ ଅଧିକ ଅବଧିର କାର୍ଯ୍ୟକାଳ କରିବାକୁ ସରକାଙ୍କୁ ପ୍ରେରିତ କରିଛି।

କାର୍ଯ୍ୟାନୁଷ୍ଠାନ ଅପେକ୍ଷାରେ ଅଧିକାରୀ

ଦୁଇ ବର୍ଷ ପୂର୍ବେ ଅର୍ଥାତ୍‌ ଜାନୁୟାରୀ ୨୦୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ଗସ୍ତରେ ଥିବାବେଳେ ତାଙ୍କ ଗାଡ଼ି ଅଧଘଣ୍ଟା ଧରି ଏକ ଫ୍ଲାଏ ଓଭରରେ ଅଟକି ରହିଥିଲା। ପ୍ରାୟ ୩୦୦ ଆନ୍ଦୋଳନକାରୀ ଫ୍ଲାଏ ଓଭର ଅବରୋଧ କରିବା ଦ୍ୱାରା ଏହି ଘଟଣା ଘଟିଥିଲା। ଏଭଳି ସୁରକ୍ଷା ଉଲ୍ଲଂଘନ ଏକ ରାଜନୈତିକ ବିବାଦ ସୃଷ୍ଟି କରିଥିଲା। ସେହି ସମୟରେ ରାଜ୍ୟରେ କଂଗ୍ରେସ ନେତୃତ୍ୱାଧୀନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ସରକାର ଥିଲା। ସୁରକ୍ଷା ଭଙ୍ଗ ଉପରେ ଇନ୍ଦୁ ମାଲହୋତ୍ରା କମିଟି ତଦନ୍ତ କରି ୩ଜଣ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିଲା। ବର୍ତ୍ତମାନ ଭଗଓ୍ବନ୍ତ ମାନ୍‌ ସରକାର ପୋଲିସ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସିଦ୍ଧାର୍ଥ ଚଟ୍ଟୋପାଧ୍ୟାୟ, ଫରିଦକୋଟର ତତ୍କାଳୀନ ଡିଆଇଜି ଇନ୍ଦରବୀର ସିଂ ଏବଂ ପୂର୍ବତନ ଫିରୋଜପୁର ଏସ୍‌ଏସ୍‌ପି ହରମାନ୍‌ବୀର ସିଂ ହନ୍‌ସ। ଚଟ୍ଟୋପାଧ୍ୟାୟ ଅବସର ନେଇସାରିଥିବାରୁ ସେ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ଯାଇପାରନ୍ତି। କିନ୍ତୁ ମାନ୍‌ ଅନ୍ୟ ଦୁଇଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁଛନ୍ତି ଏବଂ ଉଭୟଙ୍କୁ ସେମାନଙ୍କ ପ୍ରତିକ୍ରିୟା ଉପସ୍ଥାପନ କରିବାକୁ ଅନୁମତି ଦିଆଯିବ ବୋଲି କୁହାଯାଉଛି। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁଯାୟୀ କେନ୍ଦ୍ର ସ୍ବରାଷ୍ଟ୍ର ସଚିବ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ରିପୋର୍ଟ ଦେବାକୁ ପଞ୍ଜାବ ସରକାରଙ୍କୁ ଅନୁରୋଧ କରିଛନ୍ତି। ତେବେ ସମ୍ପୃକ୍ତ ଅଧିକାରୀମାନେ ଭର୍ତ୍ସିତ କିମ୍ବା ସେବାରୁ ବରଖାସ୍ତ ହୋଇପାରନ୍ତି ବୋଲି ଅନେକେ କହୁଛନ୍ତି।

ମହାରାଷ୍ଟ୍ରରେ ବାବୁଙ୍କ ବଦଳି

ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଦେଶ ପ୍ରସ୍ତୁତ ହେଉଛି। ଏତିକିବେଳେ ମହାରାଷ୍ଟ୍ର ବାବୁ କରିଡରରେ ବଡ଼ ପରିବର୍ତ୍ତନ କରାଯାଉଛି। ଏକ ନିର୍ଣ୍ଣାୟକ ପଦକ୍ଷେପ କ୍ରମେ ରାଜ୍ୟ ସରକାର ନିକଟରେ ୧୨ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ନୂତନ ଦାୟିତ୍ୱରେ ନିଯୁକ୍ତ କରିଥିଲେ। ଉଲ୍ଲେଖନୀୟ ଯେ, ସେମାନଙ୍କ ମଧ୍ୟରେ ୧୯୮୮ ବ୍ୟାଚ୍‌ ବରିଷ୍ଠ ଅଧିକାରୀ ରାଜେଶ କୁମାରଙ୍କୁ ଅତିରିକ୍ତ କୋ-ଅପରେଶନ ଆଣ୍ଡ୍‌ ମାର୍କେଟିଂର ମୁଖ୍ୟ ସଚିବ ପଦବୀରୁ ଅତିରିକ୍ତ ମୁଖ୍ୟ ସଚିବ (ରାଜସ୍ବ) ପଦବୀକୁ ବଦଳି କରାଯାଇଛି। ଏହି ସମୟରେ, ଓ.ପି. ଗୁପ୍ତା ଫାଇନାନ୍ସ ଇନ୍‌ଚାର୍ଜ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୀତୀନ କରିର ମୁଖ୍ୟ ଶାସନ ସଚିବ ପଦବୀକୁ ପଦୋନ୍ନତି ପାଇବା ପରେ ଏହି ପଦବୀ ଖାଲି ପଡ଼ିଥିଲା, ଯାହାକୁ ନୀତୀନ ପୂରଣ କରିଛନ୍ତି। ସଞ୍ଜୟ ସେଠୀ ଜବାହରଲାଲ ନେହେରୁ ବନ୍ଦର ପ୍ରାଧିକରଣର ଚେୟାରମ୍ୟାନ୍‌ ଭାବରେ କାର୍ଯ୍ୟକାଳ ଶେଷ କରିବା ପରେ ଜୈନ ନଇନୁଟିଆଙ୍କ ବଦଳି ପରେ ପରିବହନ ବିଭାଗର ମୁଖ୍ୟ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜୈନଙ୍କୁ ସୂଚନା ପ୍ରଯୁକ୍ତି ବିଭାଗକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସିଡ୍‌କୋ ନେତୃତ୍ୱ ନେଉଛନ୍ତି ବିଜୟ ସିଂଘଲ ଏବଂ ମିଲିନ୍ଦ ଶମ୍ଭରକର ମୁମ୍ବାଇ ରିପେୟାର ଆଣ୍ଡ ରିକନ୍‌ଷ୍ଟ୍ରକସନ ବୋର୍ଡରେ ଦାୟିତ୍ୱ ବହନ କରୁଛନ୍ତି। ଏହି ଅଦଳବଦଳରେ ଆକୋଲା ମ୍ୟୁନିସିପାଲିଟି କର୍ପୋରେଶନ କମିଶନର କବିତା ଦ୍ୱିବେଦୀଙ୍କୁୁ ପୁଣେ ଡିଭିଜନର ଅତିରିକ୍ତ ବିଭାଗୀୟ କମିଶନର ଭାବେ ବଦଳି କରାଯାଇଛି। ସୂତ୍ରରୁ ପ୍ରକାଶ ଯେ, ନିର୍ବାଚନ କିମାନ(ଇସି)ଙ୍କ ୩ ବର୍ଷ ବଦଳି ନୀତି ମଧ୍ୟ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଥିବା ଏକ ପ୍ରମୁଖ କାରଣ। ୩ ବର୍ଷରୁ ଅଧିକ ସମୟ ଧରି ପଦବୀରେ ରହିଥିବା ଅଧିକାରୀମାନଙ୍କୁ ସ୍ଥାନାନ୍ତର କରିବାକୁ ଚାହୁଁଛି ବୋଲି ଇସି ଚାହୁଁଥିବା ଜଣାପଡ଼ିଛି।

– ଦିଲୀପ ଚେରିଏନ୍‌
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri