ନିର୍ଯାତନାର ଲମ୍ବା ତାଲିକା

ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଭାରତୀୟ ମିଡିଆ ଧ୍ୟାନ ଦେଉ ନାହଁି ବୋଲି ଏନ୍‌ଡିଟିଭି ଆଙ୍କର ରବିଶ କୁମାର ଯାହା କହିଛନ୍ତି ତାହା ଠିକ୍‌। ଏହିି କାରଣରୁ ଆମେ ଉକ୍ତ ବିଷୟଗୁଡ଼ିକ ଉପରେ ଗୁରୁତ୍ୱ ଦେବା ଜରୁରୀ। ସେସବୁ ସମ୍ପର୍କରେ କ’ଣ ଲେଖୁଛୁ ଓ ପଢୁଛୁ ତାହା ଉପରେ ବି ଧ୍ୟାନ ଦେବାକୁ ପଡ଼ିବ। ଆଉ କିଛିମାସ ପରେ ଆମେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଶାସନର ନବମ ବର୍ଷରେ ପ୍ରବେଶ କରିବୁ। ଏହି ଲମ୍ବା ସମୟ ମଧ୍ୟରେ ଏକ ଦେଶ ରୂପେ ଆମକୁ କେଉଁଠିକୁ ନିଆଯାଇଛି ତାହା ସ୍ପଷ୍ଟ ହେବା ଦରକାର। ଏଥିପାଇଁ ଅନେକ ପ୍ରସଙ୍ଗ ରହିଛି, ଯାହା ପ୍ରକାଶ କରିବା ଆବଶ୍ୟକ। ତେବେ ଆଜି ଦୁଇଟି ବିଷୟ ଉପରେ ଆଲୋଚନା କରିବା। ପ୍ରଥମ ପ୍ରସଙ୍ଗ ହେଉଛି ଅର୍ଥ ବ୍ୟବସ୍ଥା। ପୂର୍ବରୁ ଭାରତର ଅର୍ଥ ବ୍ୟବସ୍ଥା ଆଗକୁ ବଢୁନାହଁି ବୋଲି ଚାଇନା, ତାଇଓ୍ବାନ, ସିଙ୍ଗାପୁର ଏବଂ ଦକ୍ଷିଣ କୋରିଆ କିମ୍ବା ଏବେ ଆର୍ଥିକ କ୍ଷେତ୍ରରେ ସଫଳ ହେଉଥିବା ଭିଏଟନାମ୍‌ ଓ ବାଂଲାଦେଶ ପ୍ରକାଶ କରିଥିଲେ। ଏହାର ସତ୍ୟାସତ୍ୟ ଜାଣିବାକୁ ହେଲେ ଦେଶରେ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ପୁନର୍ବାର ଏଠାରେ ଦୋହରାଇବାକୁ ପଡ଼ୁଛି ।
ପ୍ରଥମତଃ, ଆଜିର ତୁଳନାରେ ୨୦୧୩ରେ ୫ କୋଟିରୁ ଅଧିକ ଭାରତୀୟ ଚାକିରି କରିଥିଲେ ଓ ୧୨ କୋଟିରୁ ଊର୍ଦ୍ଧ୍ୱ ଲୋକ କର୍ମସ୍ଥଳୀକୁ ଯାଉଥିଲେ। କିନ୍ତୁ ଏହିସବୁ ଚାକିରି ମହାମାରୀ ପୂର୍ବରୁ ଚାଲିଯାଇଥିତ୍ଲା। କାମ କରୁଥିବା କିମ୍ବା କାମ କରିବାକୁ ଚାହଁୁଥିବା ୧୫ ବର୍ଷୀୟ ଭାରତୀୟଙ୍କ ସଂଖ୍ୟା ଆମେରିକା, ଚାଇନା, ବାଂଲାଦେଶ ଓ ପାକିସ୍ତାନ ଠାରୁ କମ୍‌। ମାନୁଫାକ୍‌ଚରିଂରେ ଚାକିରି କମିଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ବ୍ୟୟ ୨୦୧୪ରେ ଯାହା ଥିଲା ତାହା ୨୦୨୦ରେ ୪ଗୁଣ ବୃଦ୍ଧି ପାଇଥିଲା। ହେଲେ ଚାହିଦା ସେଇଠି ଅଟକିଗଲା। ଯେଉଁଥିପାଇଁ ଲୋକେ କାମ ଚାହଁୁଥିଲେ ମଧ୍ୟ ସେମାନଙ୍କ ଲାଗି ଚାକିରି ନାହଁି। ଦ୍ୱିତୀୟରେ, ଭାରତୀୟମାନେ କମ୍‌ ବ୍ୟୟ କରୁଛନ୍ତି। ଏକ ସରକାରୀ ସର୍ଭେ ଅନୁଯାୟୀ, ୨୦୧୨ ତୁଳନାରେ ୨୦୧୮ରେ ଭାରତୀୟମାନେ ଖାଦ୍ୟ ବାବଦରେ କମ୍‌ ଖର୍ଚ୍ଚ କରୁଥିଲେ। ତୃତୀୟରେ, ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଏକ ଦ୍ୱିମାସିକ ସର୍ଭେ କରିଛି। ଏଥିରେ ସାରା ଭାରତର ଅନେକ ହଜାର ପରିବାରକୁ ସାମିଲ କରାଯାଇଛି। ଗୋଟିଏ ବର୍ଷ ପୂର୍ବ ତୁଳନାରେ ଆର୍ଥିକ, ରୋଜଗାର ଏବଂ ମୁଦ୍ରସ୍ଫୀତି ଦୃଷ୍ଟିକୋଣରୁ ସେମାନେ ଭଲରେ ରହିଥିଲେ କି ନାହଁି ପ୍ରଶ୍ନ କରାଯାଇଥିଲା। ୬୦ ମାସ ଅର୍ଥାତ୍‌ ୫ ବର୍ଷ ମଧ୍ୟରେ ଏସବୁ ସ୍ଥିତିରେ ବିକାଶ ହୋଇଛି ବୋଲି ଅଳ୍ପ କେତେଜଣ ଲୋକ କହିଛନ୍ତି। ମାର୍ଚ୍ଚ-ଏପ୍ରିଲ ୨୦୧୯ ସମୟକୁ ବାଦ୍‌ ଦେଲେ, ସଂଖ୍ୟାଧିକ ଭାରତୀୟ ବହୁତ ଖରାପ ସ୍ଥିତିରେ ରହିଛନ୍ତି ବୋଲି କହିଛନ୍ତି। ଚତୁର୍ଥତଃ, ଜିଡିପି ଅଭିବୃଦ୍ଧି ହ୍ରାସ ଜାନୁୟାରୀ ୨୦୧୮ରୁ ଆରମ୍ଭ ହୋଇଥିଲା ଓ ତାହା କ୍ରମଶଃ କମିଚାଲିଛି। କୋଭିଡ୍‌-୧୯ ମହାମାରୀ ପୂର୍ବରୁ ୧୩ଟି ତ୍ରୈମାସିକରେ ଅଭିବୃଦ୍ଧି ତଳକୁ ଖସିଥିଲା। ମହାମାରୀ ପୂର୍ବରୁ ଏହା ପାଖାପାଖି ୩ ପ୍ରତିଶତ ରହିଥିଲା । ପୂର୍ବରୁ ଲାଗିରହିଥିବା ଆର୍ଥିକ ସଙ୍କଟକୁ କୋଭିଡ୍‌ ଏବଂ ଲକ୍‌ଡାଉନ ଆହୁରି ବିଗାଡ଼ି ଦେଲା ବୋଲି କୁହାଯାଉଛି। ହେଲେ ମହାମାରୀ ଏହାର ମୁଖ୍ୟ କାରଣ ନୁହେଁ। ୨୦୧୪ରେ ଭାରତର ମୁଣ୍ଡପିଛା ଜିଡିପିରେ ୫୦% ପଛରେ ରହିଥିଲା ବାଂଲାଦେଶ। କିନ୍ତୁ ଆମ ଅର୍ଥ ବ୍ୟବସ୍ଥା ତଳକୁ ଖସିବା ଯୋଗୁ ଏବେ ଏହି ଦେଶ ଆମଠାରୁ ଆଗରେ ରହିଛି। ପଞ୍ଚମରେ, ଆମ ମଧ୍ୟମ ବର୍ଗ ଅଭିବୃଦ୍ଧି ବନ୍ଦ ହୋଇଯାଇଛି। ଭାରତରେ ୨୦୧୩ରେ ୨୭ ଲକ୍ଷ ୟୁନିଟ୍‌ କାର୍‌ ବିକ୍ରି ହୋଇଥିଲା ଓ ଏହି ସଂଖ୍ୟା ୧୦ ବର୍ଷ ହେଲା ସ୍ଥିର ରହିଛି। ଦୁଇଚକିଆ ଯାନ ବିକ୍ରି ଏକ ଦଶନ୍ଧି ଧରି ୧.୬ କୋଟି ୟୁନିଟ୍‌ରେ ସ୍ଥିର ରହିଛି। ଭାରତର ମୁଖ୍ୟ ସହରଗୁଡ଼ିକରେ ୧୦ ବର୍ଷ ହେବ ବାସୋପଯୋଗୀ ଘର ବିକ୍ରି ୩ ଲକ୍ଷ ୟୁନିଟ ରହିଆସିଛି। ଷଷ୍ଠରେ, ୮୦ କୋଟି ଭାରତୀୟ ଯାହା ମୋଟ ଜନସଂଖ୍ୟାର ୬୦%, ସରକାରଙ୍କ ମାସିକ ୫ କିଲୋ ମାଗଣା ଚାଉଳ ବା ଗହମ ଉପରେ ନିର୍ଭରଶୀଳ। ସପ୍ତମରେ, ୫୩ଟି ବୈଶ୍ୱିକ ସୂଚକାଙ୍କ ମଧ୍ୟରୁ ୪୯ ଟିରେ ଭାରତର ର଼୍ୟାକିଙ୍ଗ ତଳକୁ ଖସିଛି ବୋଲି ବିଶ୍ୱ ବ୍ୟାଙ୍କ, ବିଶ୍ୱ ଆର୍ଥିକ ଫୋରମ( ଡାଭୋସ) ଏବଂ ଜାତିସଂଘ ପକ୍ଷରୁ କୁହାଯାଇଛି।
ଏବେ ଦ୍ୱିତୀୟ ପ୍ରସଙ୍ଗକୁ ଆସିବା। ସରକାର ମୁସଲମାନ ନାଗରିକଙ୍କୁ ନିର୍ଯାତନା ଦେବାକୁ ଚାହଁୁଛନ୍ତି। ୨୦୧୪ ପରେ ମୁସଲମାନଙ୍କୁ ଲକ୍ଷ୍ୟ କରି ଅନେକ ଆଇନ ଏବଂ ନୀତି ଅଣାଯାଇଛି। ଏସବୁ ମଧ୍ୟରେ ମାଂସ, ଗୋ-ଚାଲାଣ ଏବଂ ଆନ୍ତଃଧର୍ମୀୟ ବିବାହର ଅପରାଧୀକରଣ ଓ ମୁସିଲମାନ ଛାଡ଼ପତ୍ର ସମ୍ପର୍କିତ ଆଇନ ଅନ୍ତର୍ଭୁକ୍ତ। ଗୁଜରାଟରେ ଜମି ଲିଜ୍‌ ଓ କିଣାକୁ ନେଇ କଡ଼ା ଆଇନ କରାଯାଇଛି। କଶ୍ମୀରରେ ଉପତ୍ୀଡନ ଓ କ୍ରୂରତା ଲାଗିରହିଛି। ମୁସଲମାନ ଦୋକାନୀଙ୍କ ଉପରେ ଆକ୍ରମଣର ବହୁ ଦୃଷ୍ଟାନ୍ତ ରହିଛି। ବିଶେଷରୂପେ ପ୍ରଦାନ କରାଯାଇଥିବା ପ୍ରାର୍ଥନାସ୍ଥଳରୁ ସେମାନଙ୍କୁ ଜବରଦସ୍ତ ବାହାର କରି ଦିଆଯାଉଛି। ଏପରିକି କୋଭିଡ୍‌ ସଂକ୍ରମଣ ବଢ଼ାଇବା ଭଳି ମିଥ୍ୟା ଅଭିଯୋଗ ସେମାନଙ୍କ ଉପରେ ଲଦି ଦିଆଯାଇଛି। ଖୋଜି ବସିଲେ ଏଭଳି ନିର୍ଯାତନା ଓ ହିଂସାର ତାଲିକା ଖୁବ୍‌ ଲମ୍ବା। ଏବେ କର୍ନାଟକରେ କଲେଜଗୁଡ଼ିକରେ ମୁସଲମାନଙ୍କ ପ୍ରତି ନିର୍ଯାତନା ଜାରି ରହିଛି।
ଏସବୁ ବିଷୟକୁ ବିଚାର କଲେ ନିଷ୍କର୍ଷରେ ପହଞ୍ଚିବା ଯେ, ସରକାର ଅର୍ଥ ବ୍ୟବସ୍ଥା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏହା ମଧ୍ୟ ଜାଣିପାରିବା ଯେ,ସରକାର କେବଳ ତାଙ୍କ ଯୋଜନାବଦ୍ଧ କାର୍ଯ୍ୟକ୍ରମରେ ହିଁ ସଫଳ ହୋଇଛନ୍ତି। ବାସ୍ତବରେ ମୁସଲମାନଙ୍କୁ ହଇରାଣ କରିବା ବା ନିର୍ଯାତନା ଦେବାର କିଛି ଲକ୍ଷ୍ୟ ନାହିଁ। ଏହି ନିର୍ଯାତନା ଚାଲୁରହିବ। ଦିନେ ହିଜାବ୍‌କୁ ନେଇ, ତା’ପରଦିନ ମାଂସ ତ ତୃତୀୟ ଦିନ ନମାଜକୁ କେନ୍ଦ୍ର କରି ଏହା ଜାରି ରହିବ। ଚତୁର୍ଥ ଦିନ ନାଁ ବଦଳାଇ ନିର୍ଯାତନା ଦିଆଯିବ। ଯାହା ହେଲେ ବି ଏହା ଜାରି ରହିବ। ଭାରତର ଗଣମାଧ୍ୟମ ମଧ୍ୟ ସରକାରଙ୍କ ସାଥୀ ପାଲଟିଛି। ଯେଉଁଥିପାଇଁ ରବିଶ କୁମାର କହିଛନ୍ତି ଯେ, ଅର୍ଥ ବ୍ୟବସ୍ଥାରେ ସରକାର ଯାହା କରିଛନ୍ତି ତାହା ଉପରେ ଗଣମାଧ୍ୟମ ଆଗ୍ରହ ପ୍ରକାଶ କରିନାହଁି। ଏହା କେବଳ ସଂଖ୍ୟାଲଘୁ ଭାରତୀୟଙ୍କ ପ୍ରତି ନିର୍ଯାତନାକୁ ଉସୁକାଉଥିବା ସମାଜ ଉପରେ ଅଧିକ ଆଗ୍ରହ ପ୍ରକାଶ କରିଛି।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଦେଶ ନା ଅର୍ଣ୍ଣବ

ରିପବ୍ଲିକ୍‌ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଟେଲିଭିଜନ୍‌ ରେଟିଂ ପଏଣ୍ଟ (ଟିଆର୍‌ପି) ସ୍କାମ୍‌ର ତଦନ୍ତ ଚାଲିଥିବା ବେଳେ ମୁମ୍ବାଇ ପୋଲିସ ଏକ...

ଏମ୍‌ଇଏ ସମ୍ମିଳନୀ ବାତିଲ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ମୋଦି ସରକାରଙ୍କ ଦ୍ୱାରା ଧାରା ୩୭୦ର ଉଚ୍ଛେଦ ପରେ ବହିର୍ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଇଏ)ର ଦାୟିତ୍ୱ ଓ କାର୍ଯ୍ୟ କିଛି ବଢ଼ିଯାଇଛି।...

ଅସ୍ବଚ୍ଛ ବଜେଟ

ଡ. ସନ୍ତୋଷ କୁମାର ମହାପାତ୍ର ସାଧାରଣତଃ ଆର୍ଥିକ ସର୍ବେକ୍ଷଣ ରିପୋର୍ଟରେ ସରକାର କ’ଣ କ’ଣ ଆଲୋଚ୍ୟ ବର୍ଷରେ ହାସଲ କରିଛନ୍ତି, କେଉଁ ବିଫଳତାର ସମ୍ମୁଖୀନ ହୋଇଛନ୍ତି,...

ନଳ ଭିତରେ ଜଳ ଯୋଜନା

ତତ୍ତ୍ୱ ଓ ତର୍କ/ ବିମଳ ପାଣ୍ଡିଆ କେହି କେହି ଅବଶ୍ୟ ଦୂର ସ୍ଥାନରୁ ବୋହି ପାଣି ଆଣିବାକୁ ମହିଳାଙ୍କ ସାମାଜିକ ଭାବବିନିମୟର ଏକ ମାଧ୍ୟମ ଭାବରେ...

ଆଉ ଚଳୁନି ମୁରବିପଣିଆ

ଯଦୁମଣି ପାଣିଗ୍ରାହୀ ସେଦିନ ରାତି ପ୍ରାୟ ୧୧ଟା ପାଖାପାଖି ହେବ। ମୋ ପଡ଼ୋଶୀ ବିଶ୍ୱାଳବାବୁଙ୍କ ଘରୁ ଖୁବ୍‌ ଜୋରରେ ପାଟିତୁଣ୍ଡ ଶୁଭିଲା। କାରଣ କ’ଣ ଜାଣିବାକୁ...

ସମୟ ନେଇ ମଣିଷ

ଡ. ସୁବାସ ଚନ୍ଦ୍ର ପାତ୍ର ସମୟକୁ ନେଇ ମଣିଷର ଚାଲିଚଳଣ, ଗତିବିଧି, ପୋଷାକ ପରିଚ୍ଛଦ, ଖାଦ୍ୟପାନୀୟ, ଅଭାବ ଅସୁବିଧା, ଦୁଃଖସୁଖ ପରିଚାଳିତ ତଥା ନିୟନ୍ତ୍ରିତ ହୁଏ।...

ଗଣତନ୍ତ୍ରରେ ଟ୍ରମ୍ପବାଦର ଦାଗ

ଅଧ୍ୟାପକ ଶରତ କୁମାର ଦାସ ସମସ୍ତ କଳ୍ପନାଜଳ୍ପନାକୁ ଅନ୍ତଘଟାଇ ଶେଷରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆମେରିକାର ସଂସଦରେ ପାରିତ ହେବା ବିଶ୍ବର...

ଘାଜିଆବାଦରୁ ବାଣୀ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭଗଓ୍ବତ ୪ ଜୁଲାଇରେ ଘାଜିଆବାଦର ମଓ୍ବେର ପ୍ରତିଷ୍ଠାନରେ ଖ୍ବାଜା ଇଫ୍‌ତିକାର ଅହମ୍ମଦଙ୍କ ପୁସ୍ତକ ‘ମିଟିଂ ଅଫ୍‌...

Advertisement
Archives

Model This Week