Posted inଫୁରସତ

ବୟସର ବ୍ୟବଧାନ ୪୫ ବର୍ଷ କିନ୍ତୁ ସୁଖୀ ଦମ୍ପତି

ଦମ୍ପତିଙ୍କ ମଧ୍ୟରେ ବୟସର ତାରତମ୍ୟ କମ୍‌ ରହିଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ ବୋଲି ଅନେକ ମତ ଦିଅନ୍ତି। ହେଲେ ଏହାକୁ ଭୁଲ୍‌ ପ୍ରମାଣ କରିଛନ୍ତି କଲମ୍ବିଆର ଦମ୍ପତି ଷ୍ଟିଫନି ଏଣ୍ଡରଶନ ଓ ତାଙ୍କ ସ୍ବାମୀ ଡୋନ ଓ୍ବେପ୍ଲର। ଡୋନଙ୍କୁ ଯେତେବେଳେ ୬୯ ବର୍ଷ ଷ୍ଟିଫନିଙ୍କୁ ସେତେବେଳେ ୨୪ ବର୍ଷ। ହେଲେ ଦୀର୍ଘ ୪ ବର୍ଷ ଧରି ଏମାନେ ଡେଟିଂ କରିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହି ସମ୍ପର୍କକୁ ଷ୍ଟିଫନିଙ୍କ ପରିବାର ଲୋକେ ଗ୍ରହଣ କରୁ ନ ଥିବା ବେଳେ ଶେଷରେ କିନ୍ତୁ ତାଙ୍କ ଜିଦ୍‌ ଆଗରେ ପରିବାର ସଦସ୍ୟ ହାର ମାନିଥିଲେ। ଆଉ ଉଭୟଙ୍କର ବିବାହ କରି ଦେଇଥିଲେ। ଷ୍ଟିଫନି କଲମ୍ବିଆର ଏକ ବାର୍‌ରେ କାମ କରୁଥିବା ସମୟରେ ଡୋନ୍‌ ସେତେବେଳେ ଜଣେ ଅବସରପ୍ରାପ୍ତ କଣ୍ଟ୍ରାକ୍ଟର ଭାବେ ସେଠାକୁ ଆସୁଥିଲେ। ସେହିଠାରେ ହିଁ ଡୋନଙ୍କ ପ୍ରେମରେ ପଡିଯାଇଥିଲେ ଷ୍ଟିଫାନି। ଏବେ ସେମାନଙ୍କ ବୈବାହିକ ଜୀବନ ସୁଖମୟ ବୋଲି ସେମାନେ କୁହନ୍ତି। ଆଉ ଏହାର ରାଜ୍‌ ହେଉଛି ଉଭୟେ ସବୁବେଳେ ଖୁସି ରୁ୍‌ହନ୍ତି ଓ ନିୟମିତ ଭାବେ ଶାରୀରିକ ସମ୍ପର୍କ ରଖନ୍ତି। ଏବେ ଏହି ଦମ୍ପତିଙ୍କର ଗୋଟିଏ ପୁଅ ଥିବା ବେଳେ ସେ ହିଁ ତାଙ୍କ ଜୀବନର ସବୁକିଛି ବୋଲି ସେମାନେ ଧରି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୁଗୁଲି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ୬୭ ବର୍ଷୀୟା ମହିଳା: କରିସାରିଲେଣି ୨ ଘର, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ପଡ଼ୋଶୀଙ୍କ ଘରର ଖବର ରଖିବା କିମ୍ବା ଗାଁ-ସାହିରେ ଚୁଗୁଲି କରିବାକୁ ସାଧାରଣତଃ ସମୟ ନଷ୍ଟ ବୋଲି କୁହାଯାଏ। କିନ୍ତୁ କଲମ୍ବିଆର ଜଣେ ୬୭ ବର୍ଷୀୟ ବୃଦ୍ଧା ଏହି…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri