Posted inଜାତୀୟ

ଲୋକ ସଭା କାର୍ଯ୍ୟକାଳ ଶେଷ ହେବା ପରେ ମୋଦି-ଶାହା-ସୋନିଆଙ୍କ ସହ ବୈଠକ କଲେ ବାଚସ୍ପତି

ନୂଆଦିଲ୍ଲୀ,୧୧।୮: ଲୋକ ସଭାକୁ ବୁଧବାର ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯିବା ପରେ ବାଚସ୍ପତି ଓମ ବିର୍ଲା ଏକ ବୈଠକ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ କଂଗ୍ରେସ ଏମ୍‌ପି ଅଧିର ରଞ୍ଜନ ଚୌଧୁରୀ ସାମିଲ ହୋଇଥିଲେ। ଲୋକ ସଭା ସ୍ଥଗିତ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟିଥିଲେ। ଏହି ବୈଠକ ବାଚସ୍ପତି ଓମ ବିର୍ଲାଙ୍କ ଚାମ୍ବରରେ ଅନୁଷ୍ଠିତ ହୋଇଥିଲା। ସେହିପରି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ କଂଗ୍ରେସ ନେତା ଅଧୀର ରଞ୍ଜନ ମଧ୍ୟ ବାଚସ୍ପତିଙ୍କୁ ସାକ୍ଷାତକାର କରିଥିଲେ। ଏତଦ୍‌ ବ୍ୟତୀତ ତୃଣମୂଳ କଂଗ୍ରେସ(ଟିଏମ୍‌ସି), ଅକାଳୀ ଦଳ, ଓ୍ବାଇଏସ୍‌ଆରସିପି, ବିଜେଡି ସମେତ ଅନେକ ବିରୋଧୀ ଦଳର ନେତା ମଧ୍ୟ ବାଚସ୍ପତିଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ। ଉକ୍ତ ବୈଠକରେ ଲୋକ ସଭା ବାଚସ୍ପତି ସମସ୍ତ ଦଳର ନେତାମାନଙ୍କୁ ଭବିଷ୍ୟତରେ ଗୃହରେ ଆଲୋଚନା ଏବଂ ସଂଳାପକୁ ଉତ୍ସାହିତ କରିବାକୁ ଅନୁରୋଧ କରିଥିଲେ। ଆଲୋଚନା ଏବଂ ସଂଳାପ ମାଧ୍ୟମରେ ହିଁ ଜନସାଧାରଣଙ୍କ କଲ୍ୟାଣ ହୋଇପାରିବ। କାରଣ ଆଲୋଚନା ଦ୍ୱାରା ହିଁ ଜନସାଧାରଣଙ୍କ ସମସ୍ୟା ଦୂର ହେବ ବୋଲି ଓମ୍‌ ବିର୍ଲା କହିଛନ୍ତି। ସୂଚନାଯୋଗ୍ୟ, ମୌସୁମୀ ଅଧିବେଶନରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ୨ଦିନ ପୂର୍ବରୁ ବୁଧବାର ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ପେଗାସସ ଗୁପ୍ତଚର ମାମଲା, ୩ କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର ଦାବି ସହ ଅନ୍ୟ ପ୍ରସଙ୍ଗରେ ବିରୋଧୀଙ୍କ ହୋହାଲ୍ଲା ଯୋଗୁ ଗୃହ ସଠିକ୍‌ ଭାବେ ଚାଲିପାରି ନ ଥିଲା। ଏଥିଯୋଗୁ ସମଗ୍ର ଅଧିବେଶନରେ ସଦନ କାର୍ଯ୍ୟ ବ୍ୟାହତ ହେବା ସହ ଗୃହକାର୍ଯ୍ୟ କେବଳ ୨୨ପ୍ରତିଶତ ହୋଇଛି ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ନେପାଳରେ କେମିତି ତାଣ୍ଡବ କଲା ଜଳ ପ୍ରଳୟ? ଭାଇରାଲ ହେଉଛି ଗ୍ଲେସିୟର ଭାଙ୍ଗିବାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ…

ନୂଆଦିଲ୍‌ଲୀ,୩୦।୮: ନେପାଳରେ ଗ୍ଲେସିୟର ଭାଙ୍ଗିବା ଏବଂ ଗ୍ଲେସିଆଲ ହ୍ରଦ (Glacial Lake) ଫାଟିବା ଯୋଗୁଁ ଏକ ଭୟଙ୍କର ବନ୍ୟା ଆସିଛି, ଯାହା ତିବ୍ଦତ-ଚୀନ ସୀମାରେ ଥିବା ନେପାଳର…

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri