Posted inଜାତୀୟ

ଭାଜପାରେ କିଏ ହେବେ ନରେନ୍ଦ୍ର ମୋଦିଙ୍କ ଉତ୍ତରାଧିକାରୀ: ସର୍ଭେ

ନୂଆଦିଲ୍ଲୀ,୨୭ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ସାରା ବିଶ୍ୱରେ ବେଶ ପରିଚିତ । କେବଳ ଦେଶ କାହିଁକି ବିଦେଶରେ ବି ମୋଦିଙ୍କ ଲୋକପ୍ରିୟତା ଖୁବ୍ ରହିଛି । ଏବେ ତ ପ୍ରଧାନମନ୍ତ୍ରୀ ମୋଦି ଅବସର ନେବାର କୌଣସି ସୂଚନା ଜଣାପଡୁନାହିଁ । ହେଲେ ଏକ ସର୍ଭେରେ ଜାଣିବାକୁ ଚେଷ୍ଟା କରାଯାଇଛି କି ଯଦି ମୋଦିଙ୍କ ଉତ୍ତରାଧିକାରୀ ବଛାଯାଏ ତେବେ କେଉଁ ନେତା ସବୁଠାରୁ ଅଧିକ ଉପଯୁକ୍ତ ହେବେ ।
ଇଣ୍ଡିଆ ଟୁଡେ ଓ ସି ଭୋଟର ଦେଶର ଜନତାଙ୍କ ମୁଡ ଜାଣିବାକୁ ଚେଷ୍ଟା କରିଛି । ଏହି ସର୍ଭେରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉତ୍ତରାଧିକାରୀଙ୍କୁ ନେଇ ବି ଜନତାଙ୍କ ମୁଡ ଜଣାପଡିଛି ।
ଏବେବି ଅନେକ ଲୋକ ମୋଦିଙ୍କୁ ନମ୍ବର ୱାନରେ ରଖିଛନ୍ତି । ଏମିତି ୫୨.୫ ପ୍ରତିଶତ ଲୋକ ଅଛନ୍ତି, ଯେଉଁମାନେ ୨୦୨୪ରେ ବି ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ତେବେ ମୋଦିଙ୍କ ଉତ୍ତରାଧିକାରୀ ଭାବେ ଯେଉଁ ନେତାମାନେ ଆଗରେ ରହିଛନ୍ତି ସେମାନଙ୍କ ମଧ୍ୟରେ ଏକ ନମ୍ବରରେ ରହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ଆଉ ତାଙ୍କୁ ଟକ୍କର ଦେଉଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ମୋଦିଙ୍କ ଉତ୍ତରାଧିକାରୀ ଭାବେ ୨୬ ପ୍ରତିଶତ ଲୋକେ ଶାହାଙ୍କୁ ସମର୍ଥନ ଦେଇଛନ୍ତି । ସେହିପରି ୨୫ ପ୍ରତିଶତ ଲୋକେ ଯୋଗୀ ଆଦିତ୍ୟନାଥଙ୍କୁ ମୋଦିଙ୍କ ଉତ୍ତରାଧିକାରୀ ଭାବେ ପସନ୍ଦ କରିଛନ୍ତି ।
ନୀତୀନ ଗଡକରି ବି ଏହି ରେସରେ ରହିଛନ୍ତି । ଦେଶର ୧୬ ପ୍ରତିଶତ ଲୋକେ ନୀତୀନ ଗଡକରିଙ୍କୁ ମୋଦିଙ୍କ ଉତ୍ତରାଧିକାରୀ ଭାବେ ଦେଖିବାକୁ ଚାହୁଁଥିବା ବେଳେ ୬ ପ୍ରତିଶତ ଲୋକେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ମୋଦିଙ୍କ ଉତ୍ତରାଧିକାରୀ ଭାବେ ଦେଖିବାକୁ ଚାହୁଁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରିକୋଣୀୟ ହେବାରେ ଲାଗିଛି ତୈଳ ଯୁଦ୍ଧ: ଭାରତ ସହିତ ଏସିଆ ରାଷ୍ଟ୍ରସମୂହ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୮।୯: ସୌଦିର ତୈଳ ବିଶୋଧନାଗାର ଉପରେ ଇରାନ୍‌ ହୁତି ସୈନ୍ୟଙ୍କ ଡ୍ରୋନ୍‌ ଆକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏହାଯୋଗୁ ଇରାନ୍‌-ସୌଦି ସମ୍ପର୍କରେ...

ମୁନ୍ନାରରେ ଭୂସ୍ଖଳନରେ ୧୨ ମୃତ: ଚା’ ବଗିଚାର ୮୦ରୁ ଊର୍ଦ୍ଧ୍ୱ କର୍ମଚାରୀ ନିଖୋଜ

ମୁନ୍ନାର,୭।୮: କେରଳ ମୁନ୍ନାରରେ କିଛି ଦିନ ହେଲା ଲଗାତର ଭାବେ ମୂଷାଳଧାର ବର୍ଷା ହେଉଛି। ଏଥିଯୋଗୁ ଇଡୁକି ଜିଲାର ରାଜମଲାରେ ଶୁକ୍ରବାର ଭୂସ୍ଖଳନ ହୋଇଛି। ଏହି...

ଜ୍ୟୋତିଷ କଥାରେ ପଡି ୭ ଦିନର ନାତୁଣୀକୁ ମାରିଦେଲେ ଜେଜେମା’

ବେଙ୍ଗାଲୁରୁ, ୧।୧୨: ଉତ୍ତର ବେଙ୍ଗାଲୁରୁରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୬୦ ବର୍ଷୀୟ ମହିଳା ମାତ୍ର ୭ ଦିନର ନାତୁଣୀକୁ ତଣ୍ଟି ଚିପି...

ଅନୁଚ୍ଛେଦ ୩୭୦ ହଟାଯିବା ପରେ କଶ୍ମୀରରେ ୮୪ଥର ହୋଇଛି ଅନୁପ୍ରବେଶ ଉଦ୍ୟମ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୦।୧୨: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ପ୍ରଥମ ଥର ସରକାର ସଂସଦରେ ଏହାର ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି। ଅଗଷ୍ଟଠାରୁ ଏବେ ପର୍ଯ୍ୟନ୍ତ କଶ୍ମୀରରେ...

ପୁଣି ଜମ୍ମୁ-କଶ୍ମୀରରେ ସିଆର୍‌ପିଏଫ୍‌ ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୨୫।୩: ଜମ୍ମୁ-କଶ୍ମୀରରେ ଗୁରୁବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଲାଓପୋରାଠାରେ ଆତଙ୍କବାଦୀମାନେ ସିଆର୍‌ପିଏଫ୍‌ର ଏକ ଗାଡ଼ି ଉପରକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ୨ଜଣ ଯବାନ ଶହୀଦ ହୋଇଥିବା...

ଚୟନାତ୍ମକ ଆକ୍ରୋଶ ଓ ମିଥ୍ୟା ବର୍ଣ୍ଣନାକୁ ବିରୋଧ: ମୁହଁ ଖୋଲିଲେ ୬୨ ସେଲିବ୍ରିଟି

ମୁମ୍ବାଇ,୨୭ା୭(ପି.ଟି.): ସଂଖ୍ୟାଲଘୁ ଓ ଦଳିତଙ୍କ ବିରୋଧରେ ଭିଡ଼ହିଂସାକୁ ନେଇ ୪୯ ସେଲିବ୍ରିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି କଠୋର କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଥିଲେ।...

ଏସିଡିଟିରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ଅଧୁଆ ମୁହଁରେ କରନ୍ତୁ ଏପରି…

ପ୍ରତିଦିନ ସକାଳେ ମୁହଁ ନ ଧୋଇ ଦେଢ଼ ଗ୍ଲାସ୍‌ ବାସି ପାଣି ପିଇଲେ ଅନେକ ଉପକାର ମିଳିଥାଏ। ଏନେଇ ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏପରି କଲେ...

ଏନ୍‌ପିଆରରେ ଜନ୍ମ, ମୃତ୍ୟୁ ଓ ପ୍ରବାସର ଅପଡେଟ ଜରୁରୀ

ନୂଆଦିଲ୍ଲୀ,୨୮ ।୪: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ୨୦୨୦-୨୧ ବର୍ଷର ରିପୋର୍ଟ ଅନୁଯାୟୀ, ଜନ୍ମ, ମୃତ୍ୟୁ ଓ ପ୍ରବାସ କାରଣରୁ ହେଉଥିବା ପରିବର୍ତ୍ତନକୁ ସାମିଲ କରିବା ପାଇଁ ରାଷ୍ଟ୍ରୀୟ...

Advertisement
Archives

Model This Week