ଲୋଇସିଂହା କଲେଜ ନିଯୁକ୍ତି ଅନିୟମିତତା ପ୍ରସଙ୍ଗ: ଗ୍ରନ୍ଥାଗାରିକଙ୍କ ସରକାରୀ ଅନୁଦାନ ପ୍ରତ୍ୟାହାର ନିର୍ଦ୍ଦେଶ

ଲୋଇସିଂହା,୨୪।୧୧(ସୁଶାନ୍ତ ବାରିକ):ଚଳିତ ଶିକ୍ଷା ବର୍ଷରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ଜିଲା ଲୋଇସିଂହା କଲେଜର ଯାଞ୍ଚ କମିଟି ପକ୍ଷରୁ କର୍ମଚାରୀଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ସମୟରେ କଲେଜର ଗ୍ରନ୍ଥାଗାରିକ ଶିବପ୍ରସାଦ ତ୍ରିପାଠୀଙ୍କ ନିଯୁକ୍ତିରେ ଅନିୟମିତତା ହୋଇଥିବା ଜଣାପଡ଼ିଥିଲା। ଏହାପରେ କଲେଜ କର୍ତ୍ତୃପକ୍ଷ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ଅନିୟମିତତା ସମ୍ପର୍କରେ ରିପୋର୍ଟ ଦାଖଲ କରିଥିଲେ। ଏ ନେଇ ବିଭିନ୍ନ ପ୍ରକ୍ରିୟା ସରିବା ପରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ନିଯୁକ୍ତି ଅନିୟମିତତା ସତ୍ୟତାକୁ ହୃଦ୍‌ବୋଧ କଲା ପରେ କାହିଁକି ଅନୁଦାନ ପ୍ରତ୍ୟାହାର ହେବ ନାହିଁ ବୋଲି ଗ୍ରନ୍ଥାଗାରିକ ତ୍ରିପାଠୀଙ୍କୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ କାରଣ ଦର୍ଶାଅ ନୋଟିସ କରିଥିଲେ। ଏହି କାରଣ ଦର୍ଶାଅ ନୋଟିସରେ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଗ୍ରନ୍ଥାଗାରିକଙ୍କ ସରକାରୀ ଅନୁଦାନକୁ ପ୍ରତ୍ୟାହାର କରିବା ପାଇଁ ବିଚାର କରାଯାଇଥିବା ନେଇ କଲେଜ ପରିଚାଳନା କମିଟି ସଭାପତି ଉପଜିଲାପାଳ ଓ କଲେଜ ଅଧ୍ୟକ୍ଷ ତଥା ସେକ୍ରେଟାରୀ ଏବଂ ସମ୍ପୃକ୍ତ ଗ୍ରନ୍ଥାଗାରିକଙ୍କୁ ପତ୍ର ସଂଖ୍ୟା ୫୯୩୪୮(୧।୧୧।୨୦୨୫) ମାଧ୍ୟମରେ ଜଣାଯାଇଛି। ଏହାପରେ ଗ୍ରନ୍ଥାଗାରିକଙ୍କ ଅଡୁଆ ବଢ଼ିଥିବା ନେଇ ସାଧାରଣରେ ଆଲୋଚନା ହେଉଛି।
ତ୍ରିପାଠୀଙ୍କ ସର୍ଭିସ ବୁକ୍‌ ମୁତାବକ, ୧୯ ଅକ୍ଟୋବର ୧୯୮୪ରେ ସେ କଲେଜରେ ଯୋଗଦାନ କରିଥିଲେ। ଏପରି କି ଚାକିରିରେ ଯୋଗଦାନ ସମୟରେ ତାଙ୍କ ଆବଶ୍ୟକ ଶିକ୍ଷାଗତ ପ୍ରମାଣପତ୍ର ରହି ନ ଥିଲା। ଚାକିରିରେ ଯୋଗଦାନର ୩ ମାସ ପରେ ୨୪ ଜାନୁୟାରୀ ୧୯୮୫ରେ ଆଇଏ ପାସ୍‌ କରିଥିଲେ। ସେତେବେଳେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିଯୁକ୍ତି ପ୍ରକ୍ରିୟାକୁ ଜଳାଞ୍ଜଳି ଦେଇ ନୋଟିସ ବୋର୍ଡ କିମ୍ବା ଖବରକାଗଜରେ ବିଜ୍ଞାପନ ପ୍ରକାଶ କରାଯାଇ ନ ଥିଲା କିମ୍ବା ଚୟନ ପ୍ରକ୍ରିୟା ଅବଲମ୍ବନ କରାଯାଇ ନ ଥିଲା। ସେହିପରି କଲେଜ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗ୍ରନ୍ଥାଗାରିକଙ୍କୁ ଦିଆଯାଇଥିବା ନିଯୁକ୍ତି ପତ୍ରର କୌଣସି ରେକର୍ଡ ନାହିଁ, ଯାହାକି ତ୍ରିପାଠୀ ଶିକ୍ଷା ନିର୍ଦ୍ଦେଶକଙ୍କ କାରଣ ଦର୍ଶାଅ ଚିଠିର ପ୍ରତ୍ୟୁତ୍ତର ଦେବା ସହିତ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରକୋଷ୍ଠରେ ଗତ ମେ ମାସରେ ହୋଇଥିବା ଜନଶୁଣାଣି ସମୟରେ ଉପରୋକ୍ତ ଅଭିଯୋଗକୁ ସ୍ବୀକାର କରିଥିଲେ ା ଜନଶୁଣାଣି ସମୟରେ କଲେଜ ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମାସେ ଯାଏ ସାବଧାନ ରୁହନ୍ତୁ ୩ ରାଶି! ଶନି-ସୂର୍ଯ୍ୟ ଏକାସାଙ୍ଗରେ କରିବେ କଲବଲ, ପାଖରୁ ପଳାଇବ ସବୁ ଟଙ୍କା!

ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ଅଧିପତି ଏବଂ ଶନିଙ୍କୁ କର୍ମ ଓ ନ୍ୟାୟର କାରକ ବୋଲି ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ସୂର୍ଯ୍ୟ ଓ ଶନିଙ୍କ…

ଆସିଲା ବଡ଼ ଅପଡେଟ୍‌: ଏମାନଙ୍କୁ ମିଳିବନି ପେଟ୍ରୋଲ-ଡିଜେଲ! ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍ଲୀ,୧୮।୯: ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର। ଯଦି ଗାଡ଼ିର ବୈଧ ଥାର୍ଡ-ପାର୍ଟି ଇନ୍ସୁରାନ୍ସ ନଥାଏ, ତେବେ ଆଗାମୀ ଦିନରେ ପେଟ୍ରୋଲ ପମ୍ପରେ ଇନ୍ଧନ…

ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା: ରାତାରାତି ଖେଳିଲେ ବଡ଼ ଗେମ୍‌, ECଙ୍କୁ ରାତିରେ ଦେଲେ…

କୋଲକାତା,୧୮।୯: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ନୂଆ ମୋଡ଼ ଆସିଛି। ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ଆଦେଶର କିଛି ଘଣ୍ଟା…

ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆଗାମୀ ବର୍ଷଠାରୁ ୬ଷ୍ଠ ଶ୍ରେଣୀ ପାଇଁ ତ୍ରିଭାଷା ନୀତି ଲାଗୁ…

ନୂଆଦିଲ୍ଲୀ,୧୮।୯: ଛାତ୍ରୀଛାତ୍ରମାନଙ୍କୁ ଆଶ୍ୱସ୍ତି ଏବଂ ମାନସିକ ଚାପରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୭ ଶିକ୍ଷାବର୍ଷ ଠାରୁ…

ଟ୍ରଫି ନେବା ସମୟରେ ଶ୍ରେୟସ କଲେ ଏମିତି କାମ, ଚାରିଆଡ଼େ ହେଉଛି ପ୍ରଶଂସା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ୧୨୭ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି ଭାରତ। ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ…

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

‘ଓଁ ନମଃ ଶିବାୟ’ : ଶତକ ପରେ ମଇଦାନ ମଝିରେ ବସି ମନ୍ତ୍ର ଜପିଲେ ଅଭିଷେକ ଶର୍ମା, ତା’ପରେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବ୍ୟାଟର ଝଡ଼ ଆଣିଛନ୍ତି ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଧୂଆଁଧାର ଶତକ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?