Odisha Elections 2024

ଲୋଇସିଂହା ବିଧାନସଭା ଆସନ: ୭ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ

ଲୋଇସିଂହା,୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଯାଞ୍ଚ ପ୍ରକ୍ରିୟା ପରେ ୭ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ ରହିଛି। ସେମାନେ ହେଲେ କଂଗ୍ରେସର ଓମପ୍ରକାଶ କୁମ୍ଭାର, ବହୁଜନ ସମାଜ ପାର୍ଟିର ଗୋବିନ୍ଦ ବିଭାର, ବିଜେଡିର ନିହାରରଞ୍ଜନ ବେହେରା, ଭାଜପାର ମୁକେଶ ମହାଲିଙ୍ଗ, ନ୍ୟାଶନାଲ ଅପନୀ ପାର୍ଟିର ସରୋଜ କୁମାର ସୁନା, ଆମ୍ବେଡକ୍ରାଇଟ ପାର୍ଟି ଅଫ ଇଣ୍ଡିଆର ଲାଲମନ ନାଗ ଏବଂ ସ୍ବାଧୀନ ପ୍ରାର୍ଥୀ କୁବେର ସୁନା। ସୋମବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ଦିବସ ରହିଛି। ଏହାପରେ କେତେଜଣ ନିର୍ବାଚନ ମଇଦାନରେ ରହିବେ ତା’ପରେ ସ୍ପଷ୍ଟ ହେବ।

ଉଲ୍ଲେଖଯୋଗ୍ୟ, ଲୋଇସିଂହା, ଆଗଲପୁର ଓ ପୁଇଁତଳା ବ୍ଲକକୁ ନେଇ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଗଠିତ। ୨୦୧୪ ମସିହାରୁ ଏହି ଆସନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି। ୩ ବ୍ଲକର ୨୯୪ ବୁଥରେ ୨ ଲକ୍ଷ ୪୪ ହଜାର ୩୯୭ ମତଦାତା ମତଦାନ ସାବ୍ୟସ୍ତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଇଭିଏମ୍‌ ସିଲ୍‌ ପୂର୍ବରୁ ଚେତା ହରାଇଲେ ପୋଲିଂ ଅଫିସର

ପାଟଣା,୨୫ା୫(ବୀର କିଶୋର ଦାଶ) କେନ୍ଦୁଝର ଜିଲା ପାଟଣା ଥାନା ମଙ୍ଗଳପୁର ପ୍ରାଥମିକ ବିଦ୍ୟାଳୟରେ ନିର୍ବାଚନ କାର୍ଯ୍ୟ କରୁଥିବା ଜଣେ ଫାଷ୍ଟ ପୋଲିଂ ଅଫିସର ଶନିବାର ରାତିରେ...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ମୃତ ଭାବି ଥାନାରେ ଆତ୍ମସମର୍ପଣ କଲେ ଦୁଇ ଆକ୍ରମଣକାରୀ

ଛତ୍ରପୁର,୨୫ା୫(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ପୋଟଲାମପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l କୌଣସି କାରଣ ନେଇ...

ମହିଳା ପୋଲିଂ ଅଫିସରଙ୍କ ମୃତ୍ୟୁ, ୧୫ ଲକ୍ଷ ଟଙ୍କା ଅତିରିକ୍ତ ସହାୟତା ଘୋଷଣା

କଟକ,୨୫ା୫(କାର୍ତ୍ତିକ ସାହୁ): କଟକ ଜିଲା ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀରେ କାର୍ଯ୍ୟରତ ପୋଲିଂ ଅଫିସର ସୁଜାତା ମିତ୍ରଙ୍କର ଶନିବାର ମୃତ୍ୟୁ ଘଟିଛି। ସେ ହାଡ଼ିବନ୍ଧୁ ନୋଡାଲ ହାଇସ୍କୁଲର...

ବାତ୍ୟା ଭୟ: ଉପକୂଳରେ ହାଇଆଲର୍ଟ, ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ଭୋଗରାଇ,୨୫ା୫(ପ୍ରଦୀପ ଦାସ): ମଧ୍ୟବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ‘ରେମାଲ’ ନାମକ ସାମୁଦ୍ରିକ ଝଡ଼ ଅଧିକ ଘନୀଭୂତ ଓ ଶକ୍ତିଶାଳୀ ହୋଇ କୂଳଆଡ଼କୁ ଘଣ୍ଟାକୁ ୧୭ କିମି ବେଗରେ...

ଭୋଟ୍‌ ଦେବାକୁ ଆସି ଫେରିଗଲେ ଭୋଟର

ନିରାକାରପୁର,୨୫ା୫(ମାନସ ଚନ୍ଦ୍ର ପଟ୍ଟନାୟକ): ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହିକ୍ରମରେ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍‌ରେ ଶାନ୍ତିଶୃଙ୍ଖଳାର...

ଛେଣ୍ଡିପଦା ବିଧାୟକଙ୍କ ଦାଦାଗିରି ଘଟଣା: ଏଡିଜି କହିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର,୨୫।୫: ଛେଣ୍ଡିପଦା ବିଧାୟକ ଭାଜପା କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଶାନ୍ତ କୁମାର ବେହେରା ତାଙ୍କ ନିର୍ବାଚନମଣ୍ଡଳୀର ମତଦାନବେଳେ...

ଛେଣ୍ଡିପଦା ବିଧାୟକଙ୍କ ଦାଦାଗିରି, ଭାଜପା କର୍ମୀଙ୍କ ଉପରେ ଆକ୍ରମଣ ଅଭିଯୋଗ

ସମ୍ବଲପୁର,୨୫ା୫: ଛେଣ୍ଡିପଦା ବିଧାୟକ ଭାଜପା କର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଠାରେ ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଶାନ୍ତ କୁମାର ବେହେରା ଶନିବାର...

ଲେଖାଶ୍ରୀଙ୍କୁ ସ୍ମୃତିଙ୍କ ଏହି ୩ ବଡ଼ ପ୍ରଶ୍ନ

ରେମୁଣା,୨୫ା୫: ବାଲେଶ୍ୱର ଜିଲା ରେମୁଣାଠାରେ ଆୟୋଜିତ ଭାଜପାର ଦଳୀୟ ସଭାରେ ବିଜେଡିର ଲୋକ ସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ୩ଟି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri