ଲୋହାନିଙ୍କୁ ଦାୟିତ୍ୱ

Dillip Cherian

ଅଶ୍ୱିନୀ ଲୋହାନିଙ୍କୁ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଓ ପୁସ୍ତକାଳୟର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ନିଯୁକ୍ତି କେବଳ କ୍ୟାରିୟରର ଏକ ମୋଡ଼ ନୁହେଁ, ବରଂ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଅଭିଜ୍ଞତା ସାଉଁଟିବା ପରେ ଏବେ ସେ ପୂର୍ବ ଦାୟିତ୍ୱକୁ ଫେରିଛନ୍ତି। କାରଣ ଲୋହାନି ହେଉଛନ୍ତି ସେହି ବ୍ୟକ୍ତି, ଯିଏ ଜାତୀୟ ରେଳ ସଂଗ୍ରହାଳୟକୁ ପ୍ରଥମେ ଆକର୍ଷଣୀୟ କରିଥିଲେ। ତା’ପରେ ଏୟାର ଇଣ୍ଡିଆର ନେତୃତ୍ୱ ନେବାକୁ ଯାଇଥିଲେ ଓ ସେଠାରେ ଅତି କମ୍‌ ବଜେଟରେ ସେ ଭଲ କରିବେ ବୋଲି ଆଶା କରାଯାଉଥିଲା। ସେ ମଧ୍ୟ ରେଲଓ୍ବେ ବୋର୍ଡର ଚେୟାରମ୍ୟାନ ଥିଲେ ଓ ଏକାଧିକ କାମ ବାଧା, ନୈରାଶ୍ୟତା ମଧ୍ୟରେ ତଥା ସୀମିତ ସଂସାଧନରେ ନୂତନତ୍ୱ ଧାରାରେ କରିବାକୁ ପଡ଼ିଥିଲା। ଲୋହାନି ପୂର୍ବରୁ ଯେଉଁ ପଥରେ ଥିଲେ ଏବେ ସେଠାକୁ ଫେରିଛନ୍ତି। ଭାରତର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଲିଗାସିକୁ ଗୋଟିଏ ଛାତତଳେ ସୁରକ୍ଷିତ ରଖିବାକୁ ହେଲେ ଜଣେ କର୍ତ୍ତବ୍ୟପରାୟଣ, ଦକ୍ଷ ତଥା ଶାନ୍ତ ଅଧିକାରୀଙ୍କ ଦ୍ୱାରା ତାହା ହୋଇପାରିବ। ଲୋହାନିଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିବ। ଲୋହାନିଙ୍କୁ ଏବେ ୩ ବର୍ଷ ପାଇଁ ନିଯୁକ୍ତ କରାଯାଇଛି । ଅତୀତର ଦୃଷ୍ଟାନ୍ତକୁ ଦେଖିଲେ କିଛି ବି ଘଟିପାରେ, କାର୍ଯ୍ୟକାଳ ପରେ ସେ ପଦବୀରେ ଦୀର୍ଘଦିନ ରହିପାରନ୍ତି। ଦେଖିବାକୁ ଗଲେ ଏହା ଏକ ବିଜ୍ଞ ନିଯୁକ୍ତି। ବିନା ବିବାଦରେ ସଂଗ୍ରହାଳୟ ଗଢ଼ାଯାଇଥିଲେ ମଧ୍ୟ ନେହେରୁଙ୍କ ସ୍ମୃତି ବିରୋଧରେ ଏହା କ୍ଷମତାର ଖେଳ ବୋଲି ଗୁଞ୍ଜରଣ ଉଠିଥିଲା। ଏବେ ମ୍ୟୁଜିୟମ୍‌କୁ ମିଳିଥିବା ନିର୍ଦ୍ଦେଶକ କୌଣସି ରାଜନୈତିକ ଦଳ ସହ ସଂଶ୍ଳିଷ୍ଟ ନାହାନ୍ତି। ଲୋହାନିଙ୍କର ଅତୀତର ସଂସ୍ଥାଗତ ଅନୁଭବ ଓ କାର୍ଯ୍ୟ ଦକ୍ଷତା ସହ ପରିଚାଳନାଗତ କୌଶଳ ରହିଛି। ଯଦି ସେ ଏୟାର ଇଣ୍ଡିଆକୁ ପତନରୁ ରକ୍ଷା କରିପାରିଲେ, ରେଲ୍‌ ବିଭାଗରେ ଖୁସି ଆଣି ପାରିଲେ, ଏହା ନିଶ୍ଚିତ ଯେ, ସେ ଏବେ ମଧ୍ୟ ସବୁଠୁ ଜଟିଳ କାମ କରିପାରିବେ।
ଆଭ୍ୟନ୍ତରୀଣ ଅଧୋଗତି
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଜଣେ ବରିଷ୍ଠ ଅଧିକାରୀ ଲାଞ୍ଚ ମାମଲାରେ ଧରାପଡ଼ିବା ସମସ୍ତଙ୍କୁ ଚକିତ କରିଛି। ଇଡିରେ କାର୍ଯ୍ୟରତ କର୍ମଚାରୀମାନେ ଆଭ୍ୟନ୍ତରୀଣ ଅଧୋଗତି ସମ୍ପର୍କରେ ଆଲୋଚନା କରୁଥିବାବେଳେ ଏହାର ବାସ୍ତବତା ଉପରେ ଧ୍ୟାନ ଦେବା ଦରକାର। ପ୍ରିଭେନସନ ଅଫ୍‌ ମନି ଲଣ୍ଡରିଂ ଆକ୍ଟ(ପିଏମ୍‌ଏଲ୍‌ଏ)ଅନୁଯାୟୀ ଇଡି ଆର୍ଥିକ ହେରଫେର ମାମଲାର ତଦନ୍ତ କରିଥାଏ ଏବଂ ନିକଟରେ କିଛି ବର୍ଷ ହେବ ଏହା ଦୃଷ୍ଟି ଆକର୍ଷଣ କରିଆସିଛି। କିନ୍ତୁ ଏବେ ସେହି ଆକର୍ଷଣ କମିବା ଆରମ୍ଭ ହୋଇଛି। ଏହା ସଂସାଧନ ଅଭାବରୁ କିମ୍ବା ଅଧିକ କାର୍ଯ୍ୟଭାର ଯୋଗୁ ଘଟୁନାହିଁ, ବରଂ ଏହାକୁ ସଞ୍ଚାଳନ କରୁଥିବା ବ୍ୟକ୍ତିଙ୍କ ପରିଚାଳନାଗତ ଜ୍ଞାନ ଅଭାବରୁ ହେଉଛି। ପାରମ୍ପରିକ ଭାବେ ଇଡିର ଶୀର୍ଷ ପଦବୀରେ ଆପରାଧିକ ଆଇନ, ଅଧିକ ତଦନ୍ତ ଏବଂ ମାମଲାର ନ୍ୟାୟିକ ବିଚାରଗତ ସମୀକ୍ଷାର ଜ୍ଞାନ ଥିବା ଜଣେ ଅଭିଜ୍ଞ ଆଇପିଏସ୍‌ ଅଧିକାରୀ ନିଯୁକ୍ତ ହୋଇଥାନ୍ତି। କିନ୍ତୁ ୨୦୧୬ ପରେ ବହୁ ସମୟରେ ଆପରାଧିକ ଆଇନ୍‌ ସମ୍ପର୍କରେ କମ୍‌ ଜ୍ଞାନ ଥିବା ରାଜସ୍ବ ଏବଂ ବିତ୍ତୀୟ ଅଧିକାରୀମାନଙ୍କୁ ଇଡିର ଶୀର୍ଷ ପଦବୀରେ ନିଯୁକ୍ତି ଆରମ୍ଭ କରାଗଲା। ଜଣେ ପୂର୍ବତନ ଆଇପିଏସ୍‌ ଅଧିକାରୀ କହନ୍ତି ଯେ, କ୍ଷମତା ଏଠି ସମସ୍ୟା ନୁହେଁ, ବରଂ ପ୍ରଶିକ୍ଷଣର ଅଭାବ ରହିଛି। ପିଏମ୍‌ଏଲ୍‌ଏର ଆପରାଧିକ ପ୍ରାବଧାନଗୁଡ଼ିକ କେବଳ ନ୍ୟାୟିକ ସାଧନ ନୁହନ୍ତି, ବରଂ ସେସବୁ ହେଉଛନ୍ତି ଲିଗାଲ ବା ନ୍ୟାୟିକ ଲାଣ୍ଡମାଇନ। ସେଗୁଡ଼ିକୁ ଠିକ୍‌ ଭାବେ ନ ନେଲେ ତାହା ବିସ୍ଫୋରଣ ହେବା ସହ ବ୍ୟବସ୍ଥାକୁ ଛାରଖାର କରିଦେବ। ମୂଳ କ୍ୟାଡର ଯାହା ଥାଉନା କାହିଁକି ସବୁ ଇଡି ନିଯୁକ୍ତି ପାଇଁ କଡ଼ା ପ୍ରଶିକ୍ଷଣ ବାଧ୍ୟତାମୂଳକ ହେବା ଦରକାର।
ପ୍ରତିବଦ୍ଧତା ଲୋଡ଼ା
ଗୁଜରାଟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ତାଙ୍କ ବୈଠକ ଏକ ଘଣ୍ଟାରୁ ଅଧିକ ସମୟ ହେବ ନାହିଁ। ଯଦି ଜଣେ ଗାନ୍ଧୀନଗର ବାହାରେ ଥିଲେ ଭର୍ଚ୍ଚୁଆଲରେ ଯୋଗଦେବେ। ଗୁଜରାଟ ଆଡ୍‌ମିନିଷ୍ଟ୍ରେଟିଭ ରିଫର୍ମସ୍‌ କମିଶନ(ଜିଏଆର୍‌ସି) ସୁପାରିସ କ୍ରମେ ସାଧାରଣ ପ୍ରଶାସନ ବିଭାଗ ଜାରି କରିଥିବା ନୂଆ ଗାଇଡ୍‌ଲାଇନ ବା ମାର୍ଗଦର୍ଶିକାଗୁଡ଼ିକ ମଧ୍ୟରୁ ଏହା ଗୋଟିଏ। ଗାଇଡ୍‌ଲାଇନ ସ୍ପଷ୍ଟ ଭାବେ ଦର୍ଶାଇଛି ଯେ, ତିନିଦିନ ପୂର୍ବରୁ ବୈଠକ ସମୟ ସ୍ଥିର କରାଯିବ, ଏହା ଏଜେଣ୍ଡା ଆଗରୁ ଦିଆଯିବ ଏବଂ ଠିକ୍‌ ସମୟରେ ଆରମ୍ଭ କରାଯାଇ ଏକ ଘଣ୍ଟା ମଧ୍ୟରେ ଶେଷ କରାଯିବ। ଯଦି ଉପସ୍ଥିତ ହେବା ଜରୁରୀ ନ ଥିବ ତେବେ ଜିଲା ସ୍ତରୀୟ ଅଧିକାରୀମାନେ ଭର୍ଚ୍ଚୁଆଲି ଯୋଗଦେଇପାରିବେ। ଏହାର ଲକ୍ଷ୍ୟ ମହତ୍‌, କିନ୍ତୁ ଏଭଳି ସୁଧାରର ସଫଳତା ଏହାର କାର୍ଯ୍ୟକାରିତା ଉପରେ ନିର୍ଭର କରେ। ଗାଇଡ୍‌ଲାଇନକୁ କାର୍ଯ୍ୟକାରୀ କରିବାକୁ ଏକ ଦୃଢ଼ ପ୍ରକ୍ରିୟା ନ ରହିଲେ ପୁନର୍ବାର ପୂର୍ବାବସ୍ଥାକୁ ଫେରି ଆସିବା। କାର୍ଯ୍ୟଦକ୍ଷତା ଉପରେ ଗୁରୁତ୍ୱ ଦିଆଯିବା ପ୍ରଶଂସନୀୟ। କିନ୍ତୁ ଆଲୋଚନାର ମାନ ଯେଭଳି ପ୍ରଭାବିତ ନ ହେବ ତାହା ଉପରେ ନିଶ୍ଚିତ କରାଯିବା ଦରକାର। ବୈଠକର ସମୟ ଏକ ଘଣ୍ଟାରୁ କମ୍‌ କରାଯିବା ଯୋଗୁ କେତେକ ଜଟିଳ ସମସ୍ୟା ଉପରେ ଗଭୀର ବିତର୍କ ସମ୍ଭବ ହୋଇ ନ ପାରେ। ଶେଷରେ ଏହି ସୁଧାରର କାର୍ଯ୍ୟଦକ୍ଷତା ପ୍ରକୃତରେ ପରିବର୍ତ୍ତନ ଚାହଁୁଥିବା ସମସ୍ତ ଅଂଶୀଦାରଙ୍କ ପ୍ରତିବଦ୍ଧତା ଉପରେ ନିର୍ଭର କରେ। ଯଦି ଏହାକୁ ଲାଗୁ କରାଯାଏ ତେବେ ଏହା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଏକ ଦୃଷ୍ଟାନ୍ତ ହେବ ଏବଂ ସେମାନେ ଏହାକୁ ଅନୁସରଣ କରିପାରିବେ। ଯଦି ନ ହୁଏ, ତେବେ ଏହା ବାସ୍ତବରେ ପ୍ରଭାବ ପକାଇବାକୁ ବିଫଳ ହେବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଚାଇନାକୁ ପରାସ୍ତ କରି ଭାରତର ବିଜୟ ଧାରା ଜାରି

ଜଳନ୍ଧର,୨୯ା୧୦: ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ ହକି ଦଳ ଚଳିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟରେ ବିଜୟ ଧାରା ଜାରି ରଖିଛି। ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ରେ ଅଧିନାୟକ…

ଆମ୍ବୁଲାନ୍ସରେ ଭୟଙ୍କର ବିସ୍ଫୋରଣ: ୧୦ ମୃତ

କରାଚୀ, ୨୯ା୧୦ : ଦକ୍ଷିଣ ପାକିସ୍ତାନର ଏକ ସରକାରୀ ଚିକିତ୍ସାଳୟ ପରିସରରେ ଠିଆ ହୋଇଥିବା ଏକ ଆମ୍ବୁଲାନ୍ସ ଭିତରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ରୋଗୀଙ୍କ…

ଚିକେନ୍ କିଣିବାକୁ ଯାଇ ବିବାହିତ ଯୁବକ ନିଖୋଜ: ସୁଇଚ୍ ଅଫ୍ ଅଛି ମୋବାଇଲ୍ ଫୋନ୍, ପାଟଣା ଥାନାର ଦ୍ୱାରସ୍ଥ…

ପାଟଣା, ୨୯।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାଧୁପଡ଼ାରେ ଭଡ଼ାଘରେ ରହୁଥିବା ଜଣେ ବିବାହିତ ଯୁବକ ଚିକେନ୍ କିଣିବାକୁ ବଜାରକୁ ଯାଇ…

ଡେରାବିଶ ବ୍ଲକରେ ୧.୦୬ କୋଟି ଟଙ୍କାର ସରକାରୀ ଅର୍ଥ ହଡ଼ପ: ସଦର ଥାନାରେ ବିଡ଼ିଓଙ୍କ ଏତଲା, ବରିଷ୍ଠ କିରାଣୀ ଫେରାର

ଡେରାବିଶ, ୨୯।୧୦ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଶଶିକାନ୍ତ ରଣା ଚଞ୍ଚକତା କରି ୧ କୋଟି ୬ ଲକ୍ଷ…

ନୀତୀଶଙ୍କ ଘନିଷ୍ଠ ସହଯୋଗୀ ଏବେ ହୋଇପାରନ୍ତି ସମ୍ରାଟଙ୍କ ପ୍ରମୁଖ ସଚିବ; ବିହାରକୁ ଫେରିବାକୁ ଯାଉଛନ୍ତି ଓଡ଼ିଶା କ୍ୟାଡରର ଆଇଏଏସ!

ପାଟନା,୨୯।୧୦: ଓଡ଼ିଶା କ୍ୟାଡରର ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ସଞ୍ଜୟ କୁମାର ସିଂହ, ଯିଏ ମୂଳତଃ ବିହାରର ବାସିନ୍ଦା, ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ପ୍ରମୁଖ…

ବାତ୍ୟା ଅର୍ଣ୍ଣବ ପ୍ରଭାବ, ଉପୁଡ଼ି ପଡ଼ିଲା ଗଛ, ଛିଣ୍ଡିଲା ବିଦ୍ୟୁତ୍‌ ତାର

ଲାଞ୍ଜିଗଡ଼, ୨୯ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ସ୍ଥାନରେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ବିଦ୍ୟୁତ…

ତପ୍ତପାଣି ଘାଟିରେ ପ୍ରଳୟଙ୍କରୀ ରୂପ: ପାହାଡ଼ ଧସି ଭାସିଗଲା କଲଭର୍ଟ, ୩୨୬ ନମ୍ବର NHରେ ଗାଡ଼ି ଚଳାଚଳ ଠପ୍

ଦିଗପହଣ୍ଡି, ୨୯।୧୦ (ଅଶେଷ ନାଥ ମିଶ୍ର): ଲଗାଣ ବର୍ଷା ଯୋଗୁ ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ବେଲଗଡ଼ ନିକଟରେ ଥିବା ଏକ କଲଭର୍ଟ ପାହାଡ଼ିଆ ପାଣିର ପ୍ରବଳ…

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ୟୁସୁଫ ପଠାନ

ନୂଆଦିଲ୍ଲୀ,୨୯।୧୦: ପଶ୍ଚିମବଙ୍ଗର ମୁର୍ସିଦାବାଦରେ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଏନସିପି ସାଂସଦ ୟୁସୁଫ ପଠାନ କହିଛନ୍ତି ଯେ ଏହି ଦେଶର ଯୁବକ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?