ଲୋହାନିଙ୍କୁ ଦାୟିତ୍ୱ

Dillip Cherian

ଅଶ୍ୱିନୀ ଲୋହାନିଙ୍କୁ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଓ ପୁସ୍ତକାଳୟର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ନିଯୁକ୍ତି କେବଳ କ୍ୟାରିୟରର ଏକ ମୋଡ଼ ନୁହେଁ, ବରଂ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଅଭିଜ୍ଞତା ସାଉଁଟିବା ପରେ ଏବେ ସେ ପୂର୍ବ ଦାୟିତ୍ୱକୁ ଫେରିଛନ୍ତି। କାରଣ ଲୋହାନି ହେଉଛନ୍ତି ସେହି ବ୍ୟକ୍ତି, ଯିଏ ଜାତୀୟ ରେଳ ସଂଗ୍ରହାଳୟକୁ ପ୍ରଥମେ ଆକର୍ଷଣୀୟ କରିଥିଲେ। ତା’ପରେ ଏୟାର ଇଣ୍ଡିଆର ନେତୃତ୍ୱ ନେବାକୁ ଯାଇଥିଲେ ଓ ସେଠାରେ ଅତି କମ୍‌ ବଜେଟରେ ସେ ଭଲ କରିବେ ବୋଲି ଆଶା କରାଯାଉଥିଲା। ସେ ମଧ୍ୟ ରେଲଓ୍ବେ ବୋର୍ଡର ଚେୟାରମ୍ୟାନ ଥିଲେ ଓ ଏକାଧିକ କାମ ବାଧା, ନୈରାଶ୍ୟତା ମଧ୍ୟରେ ତଥା ସୀମିତ ସଂସାଧନରେ ନୂତନତ୍ୱ ଧାରାରେ କରିବାକୁ ପଡ଼ିଥିଲା। ଲୋହାନି ପୂର୍ବରୁ ଯେଉଁ ପଥରେ ଥିଲେ ଏବେ ସେଠାକୁ ଫେରିଛନ୍ତି। ଭାରତର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଲିଗାସିକୁ ଗୋଟିଏ ଛାତତଳେ ସୁରକ୍ଷିତ ରଖିବାକୁ ହେଲେ ଜଣେ କର୍ତ୍ତବ୍ୟପରାୟଣ, ଦକ୍ଷ ତଥା ଶାନ୍ତ ଅଧିକାରୀଙ୍କ ଦ୍ୱାରା ତାହା ହୋଇପାରିବ। ଲୋହାନିଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିବ। ଲୋହାନିଙ୍କୁ ଏବେ ୩ ବର୍ଷ ପାଇଁ ନିଯୁକ୍ତ କରାଯାଇଛି । ଅତୀତର ଦୃଷ୍ଟାନ୍ତକୁ ଦେଖିଲେ କିଛି ବି ଘଟିପାରେ, କାର୍ଯ୍ୟକାଳ ପରେ ସେ ପଦବୀରେ ଦୀର୍ଘଦିନ ରହିପାରନ୍ତି। ଦେଖିବାକୁ ଗଲେ ଏହା ଏକ ବିଜ୍ଞ ନିଯୁକ୍ତି। ବିନା ବିବାଦରେ ସଂଗ୍ରହାଳୟ ଗଢ଼ାଯାଇଥିଲେ ମଧ୍ୟ ନେହେରୁଙ୍କ ସ୍ମୃତି ବିରୋଧରେ ଏହା କ୍ଷମତାର ଖେଳ ବୋଲି ଗୁଞ୍ଜରଣ ଉଠିଥିଲା। ଏବେ ମ୍ୟୁଜିୟମ୍‌କୁ ମିଳିଥିବା ନିର୍ଦ୍ଦେଶକ କୌଣସି ରାଜନୈତିକ ଦଳ ସହ ସଂଶ୍ଳିଷ୍ଟ ନାହାନ୍ତି। ଲୋହାନିଙ୍କର ଅତୀତର ସଂସ୍ଥାଗତ ଅନୁଭବ ଓ କାର୍ଯ୍ୟ ଦକ୍ଷତା ସହ ପରିଚାଳନାଗତ କୌଶଳ ରହିଛି। ଯଦି ସେ ଏୟାର ଇଣ୍ଡିଆକୁ ପତନରୁ ରକ୍ଷା କରିପାରିଲେ, ରେଲ୍‌ ବିଭାଗରେ ଖୁସି ଆଣି ପାରିଲେ, ଏହା ନିଶ୍ଚିତ ଯେ, ସେ ଏବେ ମଧ୍ୟ ସବୁଠୁ ଜଟିଳ କାମ କରିପାରିବେ।
ଆଭ୍ୟନ୍ତରୀଣ ଅଧୋଗତି
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଜଣେ ବରିଷ୍ଠ ଅଧିକାରୀ ଲାଞ୍ଚ ମାମଲାରେ ଧରାପଡ଼ିବା ସମସ୍ତଙ୍କୁ ଚକିତ କରିଛି। ଇଡିରେ କାର୍ଯ୍ୟରତ କର୍ମଚାରୀମାନେ ଆଭ୍ୟନ୍ତରୀଣ ଅଧୋଗତି ସମ୍ପର୍କରେ ଆଲୋଚନା କରୁଥିବାବେଳେ ଏହାର ବାସ୍ତବତା ଉପରେ ଧ୍ୟାନ ଦେବା ଦରକାର। ପ୍ରିଭେନସନ ଅଫ୍‌ ମନି ଲଣ୍ଡରିଂ ଆକ୍ଟ(ପିଏମ୍‌ଏଲ୍‌ଏ)ଅନୁଯାୟୀ ଇଡି ଆର୍ଥିକ ହେରଫେର ମାମଲାର ତଦନ୍ତ କରିଥାଏ ଏବଂ ନିକଟରେ କିଛି ବର୍ଷ ହେବ ଏହା ଦୃଷ୍ଟି ଆକର୍ଷଣ କରିଆସିଛି। କିନ୍ତୁ ଏବେ ସେହି ଆକର୍ଷଣ କମିବା ଆରମ୍ଭ ହୋଇଛି। ଏହା ସଂସାଧନ ଅଭାବରୁ କିମ୍ବା ଅଧିକ କାର୍ଯ୍ୟଭାର ଯୋଗୁ ଘଟୁନାହିଁ, ବରଂ ଏହାକୁ ସଞ୍ଚାଳନ କରୁଥିବା ବ୍ୟକ୍ତିଙ୍କ ପରିଚାଳନାଗତ ଜ୍ଞାନ ଅଭାବରୁ ହେଉଛି। ପାରମ୍ପରିକ ଭାବେ ଇଡିର ଶୀର୍ଷ ପଦବୀରେ ଆପରାଧିକ ଆଇନ, ଅଧିକ ତଦନ୍ତ ଏବଂ ମାମଲାର ନ୍ୟାୟିକ ବିଚାରଗତ ସମୀକ୍ଷାର ଜ୍ଞାନ ଥିବା ଜଣେ ଅଭିଜ୍ଞ ଆଇପିଏସ୍‌ ଅଧିକାରୀ ନିଯୁକ୍ତ ହୋଇଥାନ୍ତି। କିନ୍ତୁ ୨୦୧୬ ପରେ ବହୁ ସମୟରେ ଆପରାଧିକ ଆଇନ୍‌ ସମ୍ପର୍କରେ କମ୍‌ ଜ୍ଞାନ ଥିବା ରାଜସ୍ବ ଏବଂ ବିତ୍ତୀୟ ଅଧିକାରୀମାନଙ୍କୁ ଇଡିର ଶୀର୍ଷ ପଦବୀରେ ନିଯୁକ୍ତି ଆରମ୍ଭ କରାଗଲା। ଜଣେ ପୂର୍ବତନ ଆଇପିଏସ୍‌ ଅଧିକାରୀ କହନ୍ତି ଯେ, କ୍ଷମତା ଏଠି ସମସ୍ୟା ନୁହେଁ, ବରଂ ପ୍ରଶିକ୍ଷଣର ଅଭାବ ରହିଛି। ପିଏମ୍‌ଏଲ୍‌ଏର ଆପରାଧିକ ପ୍ରାବଧାନଗୁଡ଼ିକ କେବଳ ନ୍ୟାୟିକ ସାଧନ ନୁହନ୍ତି, ବରଂ ସେସବୁ ହେଉଛନ୍ତି ଲିଗାଲ ବା ନ୍ୟାୟିକ ଲାଣ୍ଡମାଇନ। ସେଗୁଡ଼ିକୁ ଠିକ୍‌ ଭାବେ ନ ନେଲେ ତାହା ବିସ୍ଫୋରଣ ହେବା ସହ ବ୍ୟବସ୍ଥାକୁ ଛାରଖାର କରିଦେବ। ମୂଳ କ୍ୟାଡର ଯାହା ଥାଉନା କାହିଁକି ସବୁ ଇଡି ନିଯୁକ୍ତି ପାଇଁ କଡ଼ା ପ୍ରଶିକ୍ଷଣ ବାଧ୍ୟତାମୂଳକ ହେବା ଦରକାର।
ପ୍ରତିବଦ୍ଧତା ଲୋଡ଼ା
ଗୁଜରାଟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ତାଙ୍କ ବୈଠକ ଏକ ଘଣ୍ଟାରୁ ଅଧିକ ସମୟ ହେବ ନାହିଁ। ଯଦି ଜଣେ ଗାନ୍ଧୀନଗର ବାହାରେ ଥିଲେ ଭର୍ଚ୍ଚୁଆଲରେ ଯୋଗଦେବେ। ଗୁଜରାଟ ଆଡ୍‌ମିନିଷ୍ଟ୍ରେଟିଭ ରିଫର୍ମସ୍‌ କମିଶନ(ଜିଏଆର୍‌ସି) ସୁପାରିସ କ୍ରମେ ସାଧାରଣ ପ୍ରଶାସନ ବିଭାଗ ଜାରି କରିଥିବା ନୂଆ ଗାଇଡ୍‌ଲାଇନ ବା ମାର୍ଗଦର୍ଶିକାଗୁଡ଼ିକ ମଧ୍ୟରୁ ଏହା ଗୋଟିଏ। ଗାଇଡ୍‌ଲାଇନ ସ୍ପଷ୍ଟ ଭାବେ ଦର୍ଶାଇଛି ଯେ, ତିନିଦିନ ପୂର୍ବରୁ ବୈଠକ ସମୟ ସ୍ଥିର କରାଯିବ, ଏହା ଏଜେଣ୍ଡା ଆଗରୁ ଦିଆଯିବ ଏବଂ ଠିକ୍‌ ସମୟରେ ଆରମ୍ଭ କରାଯାଇ ଏକ ଘଣ୍ଟା ମଧ୍ୟରେ ଶେଷ କରାଯିବ। ଯଦି ଉପସ୍ଥିତ ହେବା ଜରୁରୀ ନ ଥିବ ତେବେ ଜିଲା ସ୍ତରୀୟ ଅଧିକାରୀମାନେ ଭର୍ଚ୍ଚୁଆଲି ଯୋଗଦେଇପାରିବେ। ଏହାର ଲକ୍ଷ୍ୟ ମହତ୍‌, କିନ୍ତୁ ଏଭଳି ସୁଧାରର ସଫଳତା ଏହାର କାର୍ଯ୍ୟକାରିତା ଉପରେ ନିର୍ଭର କରେ। ଗାଇଡ୍‌ଲାଇନକୁ କାର୍ଯ୍ୟକାରୀ କରିବାକୁ ଏକ ଦୃଢ଼ ପ୍ରକ୍ରିୟା ନ ରହିଲେ ପୁନର୍ବାର ପୂର୍ବାବସ୍ଥାକୁ ଫେରି ଆସିବା। କାର୍ଯ୍ୟଦକ୍ଷତା ଉପରେ ଗୁରୁତ୍ୱ ଦିଆଯିବା ପ୍ରଶଂସନୀୟ। କିନ୍ତୁ ଆଲୋଚନାର ମାନ ଯେଭଳି ପ୍ରଭାବିତ ନ ହେବ ତାହା ଉପରେ ନିଶ୍ଚିତ କରାଯିବା ଦରକାର। ବୈଠକର ସମୟ ଏକ ଘଣ୍ଟାରୁ କମ୍‌ କରାଯିବା ଯୋଗୁ କେତେକ ଜଟିଳ ସମସ୍ୟା ଉପରେ ଗଭୀର ବିତର୍କ ସମ୍ଭବ ହୋଇ ନ ପାରେ। ଶେଷରେ ଏହି ସୁଧାରର କାର୍ଯ୍ୟଦକ୍ଷତା ପ୍ରକୃତରେ ପରିବର୍ତ୍ତନ ଚାହଁୁଥିବା ସମସ୍ତ ଅଂଶୀଦାରଙ୍କ ପ୍ରତିବଦ୍ଧତା ଉପରେ ନିର୍ଭର କରେ। ଯଦି ଏହାକୁ ଲାଗୁ କରାଯାଏ ତେବେ ଏହା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଏକ ଦୃଷ୍ଟାନ୍ତ ହେବ ଏବଂ ସେମାନେ ଏହାକୁ ଅନୁସରଣ କରିପାରିବେ। ଯଦି ନ ହୁଏ, ତେବେ ଏହା ବାସ୍ତବରେ ପ୍ରଭାବ ପକାଇବାକୁ ବିଫଳ ହେବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?