Posted inଖେଳ

ସହାୟ ହେଉନି ଭାଗ୍ୟ

ସାଉଥାମ୍ପଟନ,୨୦।୬: ନ୍ୟୁଜିଲାଣ୍ଡର ବୋଲରଙ୍କ ସାମ୍ନାରେ ତାସ ଘର ଭଳି ଭୁଷୁଡ଼ି ପଡ଼ିଲା
ତାରକା ଖଚିତ ଭାରତୀୟ ବ୍ୟାଟିଂ ଲାଇନ। ମାତ୍ର ୨୧୭ ରନ୍‌ରେ ସୀମିତ ରହିଥିଲା ଟିମ୍‌ ଇଣ୍ଡିଆ। ଏହାପରେ ଭାରତୀୟ ବୋଲରଙ୍କୁ ନ୍ୟୁଜିଲାଣ୍ଡର ଓପନିଂ ଯୋଡ଼ି ଭାଙ୍ଗିବା ପାଇଁ ଢ଼େର ପରିଶ୍ରମ କରିବାକୁ ପଡ଼ିଥିଲା। ବହୁ ସୁଯୋଗ ସୃଷ୍ଟି ହୋଇଥିଲା। କିନ୍ତୁ ସାଙ୍ଗରେ ନ ଥିଲା ଭାଗ୍ୟ। ଅନେକ କ୍ୟାଚ୍‌ ନୋମ୍ୟାନ୍ସ ଲାଣ୍ଡରେ ପଡ଼ିଥିଲା। ଶେଷରେ ରବିଚନ୍ଦ୍ରନ ଅଶ୍ୱିନ ଟିମ୍‌ ଇଣ୍ଡିଆକୁ ଆଣି ଦେଇଥିଲେ ବ୍ରେକ୍‌ ଥ୍ରୁ। ଟମ ଲେଥମ (୩୦) ପ୍ୟାଭିଲିଅନ ଫେରିବା ପରେ ଇଶାନ୍ତ ଶର୍ମାଙ୍କ ବଲକୁ ଜାଣି ନ ପାରି ଆଉଟ୍‌ ହୋଇଥିଲେ ଡେଭନ କନଓ୍ବେ(୫୪)। ଆଲୋକ ଅଭାବ କାରଣରୁ ତୃତୀୟ ଦିନର ଖେଳକୁ ଅଧା ଘଣ୍ଟା ପୂର୍ବରୁ ଷ୍ଟମ୍ପ୍ସ ଘୋଷଣା କରାଯାଇଥିଲା। ୩ୟ ଦିନ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୨ ଉଇକେଟ ହରାଇ ୧୦୧ ରନ୍‌ କରିଥିଲା। ଦଳକୁ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିବାକୁ ହେଲେ ବଳକା ୮ ଉଇକେଟରେ ୧୧୭ ରନ୍‌ କରିବାକୁ ପଡ଼ିବ।

ପୂର୍ବଦିନର ସ୍କୋର (୧୪୬/୩)ରୁ ବ୍ୟାଟିଂ ଆରମ୍ଭ କରିଥିବା ଭାରତୀୟ ଦଳ ମାତ୍ର ୭୧ ରନ୍‌ରେ ବଳକା ୭ ଉଇକେଟ ହରାଇ ୨୧୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ତୃତୀୟ ଦିନ ଆରମ୍ଭରୁ ନ୍ୟୁଜିଲାଣ୍ଡ ବୋଲରଙ୍କୁ ସୁଇଙ୍ଗ୍‌ ମିଳିଥିଲା, ଯାହାକି ପାଲଟିଥିଲା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ କାଳ। ଅଧିନାୟକ କୋହଲି (୪୪), ପନ୍ତ (୪), ରାହାନେ (୪୯), ରବିଚନ୍ଦ୍ରନ ଅଶ୍ୱିନ (୨୨) ଓ ରବୀନ୍ଦ୍ର ଜାଡେଜା (୧୫) ଫେଲ୍‌ ମାରିଥିଲେ। ଫଳରେ ୯୨.୧ ଓଭରରେ ଭାରତ ୨୧୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଦଳ ପାଇଁ ସବୁଠୁ ଘାତକ ସାଜିଥିଲେ ୬ ଫୁଟ୍‌ ୬ ଇଞ୍ଚ ଇଚ୍ଚତା ବିଶିଷ୍ଟ କାଇଲ ଜେମିସନ। ସେ ୫ ଉଇକେଟ ନେଇଥିବାବେଳେ ଟ୍ରେଣ୍ଟ ବୋଲ୍ଟ ଓ ନେଲ ଓ୍ବାଗନର ୨ ଲେଖାଏ ସଫଳତା ହାତେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri