ବାତ୍ୟା ଯୋଗୁ କୋହଳ ହେଲା ଲକ୍‌ଡାଉନ୍‌ କଟକଣା

ଭୁବନେଶ୍ୱର,୨୪।୫: ସମ୍ଭାବ୍ୟ ବାତ୍ୟା ୟାସ୍‌କୁ ଦୃଷ୍ଟିରେ ରଖି ରାଜ୍ୟର ୧୦ଟି ଜିଲାରେ ଲକଡାଉନ କଟକଣା ଆସନ୍ତା ୨ ଦିନ ପାଇଁ ସାମାନ୍ୟ କୋହଳ ହୋଇଛି। ଆଜି ଓ ଆସନ୍ତାକାଲି ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦିନ ଗୋଟାଏ ଯାଏ ଖୋଲା ରହିବ ଦୋକାନ। ଏନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ୧୦ଟି ଜିଲ୍ଲା ହେଉଛି ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଓ ଖୋର୍ଦ୍ଧା। ଏହି ଜିଲାରେ ଆଜି ଏବଂ ଆସନ୍ତାକାଲି ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏ ରାସ୍ତାକଡ଼, ଗୋଟିକିଆ ଦୋକାନ, ଓମଫେଡ ଦୋକାନ, ତେଜରାତି, ଫଳ, ପନିପରିବା, ଆମିଷ ଆଦି ଦୋକାନ ଅପରାହ୍ନ ୧ ଯାଏ ଖୋଲା ରହିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି। ବାକି ସବୁ ଜିଲାରେ ସକାଳ ୭ଟାରୁ ୧୧ଟା ଦୋକାନ ଖୋଲା ରହିବ।
ସୂଚନାଯୋଗ୍ୟ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ଓ ଗଭୀର ଅବପାତର ରୂପ ନେବା ପରେ ଆଜି ବାତ୍ୟାରେ ପରିଣତ ହୋଇଛି। ଏହା ୨୬ ତାରିଖ ମଧ୍ୟାହ୍ନରେ ପାରଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖସିବାରେ ଲାଗିଛି ପାରଦ, ଥରୁଛି ଓଡ଼ିଶା

ଭୁବନେଶ୍ୱର, ୨୬।୧୧(ବ୍ୟୁରୋ): ରାଜ୍ୟରେ ଧିରେ ଧିରେ ବଢ଼ିଲାଣି ଶୀତ। ତଳକୁ ଖସିବାରେ ଲାଗିଛି ପାରଦ। ଶନିବାର ୧୯ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା...

ବିଭିନ୍ନ ଦ୍ରବ୍ୟର ନକଲି କାରବାର

ନୟାଗଡ଼ ଅଫିସ,୯।୧୧: ନୟାଗଡ଼ ସହରରେ ଦୁଇଜଣ ବ୍ୟବସାୟୀ ନକଲି ଜର୍ଦ୍ଦା ବିକ୍ରି କରୁଥିବା ଅଭିଯୋଗରେ ଟାଉନ ପୋଲିସ ଗୁରୁବାର ସେମାନଙ୍କୁ ଗିରଫ କରିଥିଲା। ସେମାନେ ହେଲେ...

ଆଇଏଏସ୍‌ ବିଜୟ କେତନଙ୍କୁ ଜାମିନ

ଭୁବନେଶ୍ୱର,୩।୨(ବ୍ୟୁରୋ): ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟଙ୍କୁ ସୋମବାର ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ନିମ୍ନ ଅଦାଲତ ଜାମିନର ସର୍ତ୍ତ ସ୍ଥିର କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ...

ଗାଁରେ ପହଞ୍ଚି ପାରିଲେନି: ଟ୍ରେନ୍‌ରେ ଆଖି ବୁଜିଲେ ସୁରଟ ଫେରନ୍ତା, ବ୍ରହ୍ମପୁର ଷ୍ଟେଶନରେ ପଡିରହିଛି ମୃତଦେହ

ଗଞ୍ଜାମ,୨୦।୪(ଡି.ଏନ୍‌.ଏ.): ବର୍ତ୍ତମାନ ସମୟରେ ସାରା ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ବିସ୍ଫୋରକ ରୂପ ଧାରଣ କରିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌,...

ଆଜି ରାଜ୍ୟରେ ୧୨୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ...

ସ୍ବାମୀଙ୍କ ଇକ୍‌ମୋ ଚିକିତ୍ସା ଲାଗି ସ୍ତ୍ରୀ କରିଥିଲେ ଗୁହାରୀ; ହେଲେ ଆଖି ବୁଜିଲେ ଦିବ୍ୟରଞ୍ଜନ

ଆଠଗଡ଼,୧୩।୭(ସ୍ବ.ପ୍ର.): ବିବାହର ମାତ୍ର ବର୍ଷେ ପରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି କଟକର ଦିବ୍ୟରଞ୍ଜନ ବେହେରା। ସ୍ତ୍ରୀ ପ୍ରତିଭା ପ୍ରୀୟଦର୍ଶୀନୀ ଓ ୩ ମାସର ପୁଅକୁ ଏକା...

ବାଇଗୁଣିଆରେ ଚୋରି: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍‌

ଭାପୁର,୨୫।୭(ଡି.ଏନ୍‌.ଏ):ନୟାଗଡ଼ ଜିଲା ଫତେଗଡ଼ ଥାନା ବାଇଗୁଣିଆ ଗାଁରେ ୪ଜଣ ଚୋର ଚୋରି କରିଥିବା ଅଭିଯୋଗ ହୋଇଛି। ଉକ୍ତ ଗାଁରେ ରହୁଥିବା ପଠାଣି ନନ୍ଦଙ୍କ ଘରେ ବୁଧବାର...

୨୦୨୩ ସୁଦ୍ଧା ସରିବ କ୍ୟାନ୍‌ସର ହସ୍ପିଟାଲ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧୫ା୩(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ଇନ୍‌ଫୋଭ୍ୟାଲି-୨ ନିକଟରେ ୨୦ ଏକର ଜମିରେ ପ୍ରାୟ ୨୨୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଯାଉଥିବା ବାଗ୍‌ଚୀ-ଶଙ୍କର କ୍ୟାନ୍‌ସର ହସ୍ପିଟାଲ୍‌ ଓ...

Advertisement
Archives

Model This Week