ଜୁଲାଇ ୧୬ ପର୍ଯ୍ୟନ୍ତ ଆଂଶିକ ଲକ୍‌ଡାଉନ୍‌, ଜାଣନ୍ତୁ କ’ଣ ରହିବ ଖୋଲା, କ’ଣ ବନ୍ଦ

ଭୁବନେଶ୍ୱର,୩୦ା୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଟିକେ ହ୍ରାସ ପାଉଥିବାରୁ ଅନଲକ୍‌ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ରଣନୀତି ଆପଣାଇଥିଲେ। ରାଜ୍ୟର ସମସ୍ତ ଜିଲାକୁ ୨ ଭାଗରେ ବିଭକ୍ତ କରାଯାଇଥିଲା। ପୂର୍ବପରି ଚଳିତଥର ମଧ୍ୟ ସମସ୍ତ ଜିଲାକୁ କାଟାଗୋରୀ‘ଏ’ ଓ କାଟାଗୋରୀ ‘ବି’ରେ ବିଭକ୍ତ କରାଯାଇଛି। କୋଟାଗୋରୀ ‘ଏ’ରେ ୨୦ଟି ଜିଲା ରହିଥିବା ବେଳେ କୋଟାଗୋରୀ ‘ବି’ରେ ୧୦ଟି ଜିଲା ରହିଛି ବୋଲି ପ୍ରେସ୍‌ମିଟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି। କୋଟାଗୋରୀ ‘ଏ’-ରେ ୨୦ଟି ଜିଲାରେ ସପ୍ତାହାନ୍ତ ଶଟ୍‌ଡାଉନ ରହିବ ନାହିଁ। ୧୬ ଜୁଲାଇ ଯାଏ ଆଶିଂକ ଲକ୍‌ଡାଉନ ରହିବ । ମଲ, ସ୍ପା ଓ ପାର୍ଲର ଛାଡ଼ିଦେଲେ ଆଉ ସମସ୍ତ ଦୋକାନ ଖୋଲିବ। ବାହାଘର, ବ୍ରତଘର ଓ ଅନ୍ତିମ ସଂସ୍କାରରେ ପାଇଁ ପୁରୁଣା ନିୟମ ଜାରି ରହିବ।

କାଟାଗୋରୀ-‘ଏ’ରେ ଥିବା ଜିଲାଗୁଡ଼ିକ ହେଲା ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡ଼ା।

କାଟାଗୋରୀ ‘ଏ’:

ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଦୋକାନ ବଜାର ଖୋଲା ରହିବ।

-ବସ୍‌ ଚଳାଚଳକୁ ଅନୁମତି।

-ସେଲୁନ୍‌ ଖୋଲିବ।

ତେବେ କାଟାଗୋରୀ ‘ବି’ରେ ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କଟକ ଆଦି ଜିଲା ରହିଛି।

କାଟାଗୋରୀ ‘ବି’

– ସକାଳ ୬ରୁ ଅପରାହ୍ନ ୨ଟା ଯାଏ ଦୋକାନ ବଜାର ଖୋଲା ରହିବ।

-ବସ୍‌ ଚଳାଚଳକୁ ଅନୁମତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିଲେ ବୋମା

ମାଲକାନଗିରି,୧୩ା୫(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଏକ ବଡ଼ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି। ଫଳରେ ଅଳ୍ପଳେ...

୬ ବର୍ଷ ପରେ ଗୋଡ଼ରୁ ଫିଟିଲା ଶିକୁଳି

ଗୋପ,୧୩।୩(ଡି.ଏନ୍‌.ଏ.): ଦୀର୍ଘ ୬ବର୍ଷ ପରେ ପୁରୀ ଜିଲା ଗୋପ ବ୍ଲକର ଆକାଶ କାଣ୍ଡି(୭)ଙ୍କ ଗୋଡ଼ରେ ପଡ଼ିଥିତ୍ବା ଲୁହା ଶିକୁଳି ଫିଟିଛି। ଏବେ ଆକାଶ ସ୍କୁଲକୁ ପାଠ...

ଲ୍ୟାମ୍ପ୍‌ସ ଅଫିସରେ ତାଲାଦେଲେ ମହିଳା

ନନ୍ଦାହାଣ୍ଡି,୪ା୯(ଡି.ଏନ୍‌.ଏ.): ଚାଷୀଙ୍କୁ ୟୁରିଆ ସାର ନ ଦେଇ ଚୋରାଚାଲାଣ ହେଉଥିଲା। ଏହାର ପ୍ରତିବାଦରେ ମହିଳା ଚାଷୀମାନେ ଲ୍ୟାମ୍ପ୍‌ସ କାର୍ଯ୍ୟାଳୟରେ ଶନିବାର ତାଲା ପକାଇ ଦେଇଥିଲେ। ନବରଙ୍ଗପୁର...

ଜଳିଗଲା ୨୩ ପରିବାରର ୪୭ ବଖରା

ପରଜଙ୍ଗ,୧୫ା୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପଥରଖମ୍ବ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୩ ପରିବାରର ୪୭ ବଖରା ଘର ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ନିଆଁ...

ନବୀନ ନିବାସ ଘେରିବ ଛାତ୍ର କଂଗ୍ରେସ

ଭୁବନେଶ୍ୱର,୬।୮(ବ୍ୟୁରୋ): ଷ୍ଟାଫ୍‌ ସିଲେକ୍ସନ କମିଶନ ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ। ଏଭଳି ମହାଦୁର୍ନୀତି ବିରୋଧରେ ଛାତ୍ର କଂଗ୍ରେସ ପକ୍ଷରୁ ୩୩ ସାଙ୍ଗଠନିକ...

ଆଜିଠୁ ଉଡ଼ିବ କାର୍ଗୋ ବିମାନ

ଭୁବନେଶ୍ୱର,୨୮।୩(ବ୍ୟୁରୋ): ଶନିବାରଠାରୁ ପୁଣି ଭୁବନେଶ୍ୱରକୁ ଆରମ୍ଭ ହେବ ଏୟାର ଇଣ୍ଡିଆର କାର୍ଗୋ ବିମାନ ସେବା। ଏ ନେଇ ଏୟାର ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏକ...

ଚିନ୍ତା ବଢ଼ାଉଛି ସୁରଟ ଲିଙ୍କ୍‌: ଭଦ୍ରକରେ ଆଉ ଜଣେ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି

ଭଦ୍ରକ ଅଫିସ,୯।୫: ଭଦ୍ରକ ଜିଲାରେ ଶନିବାର ସକାଳୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ...

କୋଟିଆର ବିଭିନ୍ନ ଗ୍ରାମଛକରେ ଫଳକ ଲଗାଇଲା ପ୍ରଶାସନ

ପଟ୍ଟାଙ୍ଗୀ, ୨୮।୧୦(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାକୁ ଲାଗିଥିବା କୋଟିଆ ପଞ୍ଚାୟତକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗିରହିଛି।...

Advertisement
Archives

Model This Week