ନୂଆଦିଲ୍ଲୀ,୩୦।୬: ଭାରତରେ କରୋନା ବିରୋଧ ଲଢ଼େଇରେ ମୁଖ୍ୟ ଅସ୍ତ୍ର ଭାବେ ଥିବା ଟିକାକରଣ ଅଭିଯାନ ଜାନୁଆରୀ ୧୬ରୁ ଆରମ୍ଭ ହୋଇଛି। କିନ୍ତୁ ଜୁନ ୨୧ରୁ ଏହି ଅଭିଯାନକୁ ତ୍ୱରାନ୍ବିତ କରାଯାଇଛି। ଜୁନ ୧୨ରୁ ଜୁନ ୨୯ମଧ୍ୟରେ
କାନାଡାର ମୋଟ ଜନସଂଖ୍ୟା ଅପେକ୍ଷା ଭାରତରେ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଥିବା ଜଣାପଡ଼ିଛି। କିନ୍ତୁ ଏହି ଟିକାକରଣରେ ପୁରୁଷ ଓ ମହିଳାଙ୍କ ଅନୁପାତ ଏବେ ଚିନ୍ତାର ବିଷୟ ପାଲଟିଛି। କାରଣ ପୁରୁଷଙ୍କ ଅପେକ୍ଷା କମ୍ ସଂଖ୍ୟକ ମହିଳା ନିଜର ଟିକାକରଣ କରାଇଛନ୍ତି। ସୂଚନାଯୋଗ୍ୟ, ଗତ ୮ଦିନ ମଧ୍ୟରେ ଭାରତରେ ୪.୬୧କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯାଇଛି। ଯାହା ଇରାକ(୪.୦୨କୋଟି), କାନାଡା(୩.୭୭କୋଟି), ସୌଦି(୩.୪୮କୋଟି) ଓ ମାଲେସିଆ(୩.୨୩କୋଟି) ଜନସଂଖ୍ୟାଠାରୁ ଢ଼େର ଗୁଣା ଅଧିକ ରହିଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ଅନ୍ୟପଟେ ପୁରୁଷ ଓ ମହିଳାଙ୍କ ଅନୁପାତ ବିଷୟରେ କହିବାକୁ ଗଲେ ସରକାରୀ ତଥ୍ୟ ଅନୁସାରେ ମହିଳାଙ୍କ ତୁଳନାରେ ୩କୋଟିରୁ ଊର୍ଦ୍ଧ୍ୱ ପୁରୁଷ ଟିକା ନେଇଛନ୍ତି। ଟିକାକରଣ ଅଭିଯାନର ଆରମ୍ଭରୁ ଏପର୍ଯ୍ୟନ୍ତ ମୋଟ ୧୪.୯୯ କୋଟି ମହିଳା ଟିକା ନେଇସାରିଛନ୍ତି। ଯାହା ଟିକାକରଣର ମୋଟ ୪୬ପ୍ରତିଶତ। ସେହିପରି ଏପର୍ଯ୍ୟନ୍ତ ମୋଟ ୧୭.୮କୋଟି ପୁରୁଷମାନେ ଟିକା ନେଇସାରିଥିବା ବେଳେ, ଯାହା ଟିକାକରଣର ୫୪ ପ୍ରତିଶତ ରହିଥିବା ଜଣାପଡ଼ିଛି। ଅନ୍ୟପଟେ ଭାରତରେ ଏପର୍ଯ୍ୟନ୍ତ ମୋଟ ୫୪,୬୯୩ କିନ୍ନରଙ୍କୁ ଟିକା ଦିଆଯାଇଛି ବୋଲି ନୀତି ଆୟୋଗର ସଦସ୍ୟ(ସ୍ବାସ୍ଥ୍ୟ) ବି.କେ ପଲ୍ ସୂଚନା ଦେଇଛନ୍ତି।
Posted inHome, Home Middle, କରୋନା ଭାଇରସ୍, ଜାତୀୟ View All
ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …
ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…
ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ
ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…
ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ
ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…
ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…
ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର
ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…
କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍
ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…
ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!
ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…
ଚଳନ୍ତା ସ୍କୁଲ ବସ୍ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…
କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍ ନଂ ଓ ୦୩-ଏନ, ୬୯୪୫ରେ…

