ସ୍ମାର୍ଟ ସ୍କୁଲରେ ତାଲା, ପ୍ରାଥମିକ ବିଦ୍ୟାଳୟରେ ପାଠପଢା

ବ୍ରହ୍ମପୁର ଅଫିସ,୯ା୭-ଗଞ୍ଜାମ ଜିଲାରେ ଛାତ୍ରୀଛାତ୍ରଙ୍କୁ ଉନ୍ନତ ପ୍ରଣାଳୀରେ ଶିକ୍ଷାଦାନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୨୩୦ଟି ହାଇସ୍କୁଲକୁ ରୂପାନ୍ତରିତ କରାଯାଇଛି। ଗତ ଜୁନ ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭର୍ଚୁଆଲ ମାଧ୍ୟମରେ ଏସବୁ ସ୍ମାର୍ଟ ସ୍କୁଲର ଉଦଘାଟନ କରାଯାଇଥିଲା। ଏଥିମଧ୍ୟରେ ବ୍ରହ୍ମପୁରରେ ୭ଟି ହାଇସ୍କୁଲ ରହିଛି। ଏହାପୂର୍ବରୁ ଗତ ନଭେମ୍ବର ୧୬ ତାରିଖରେ ବ୍ରହ୍ମପୁରରେ ୪ଟି ସ୍ମାର୍ଟ ସ୍କୁଲ ଉଦଘାଟିତ ହୋଇଥିଲା। ତେବେ ସ୍ମାର୍ଟ ସ୍କୁଲ ଉଦଘାଟନ ପରେ ସେଠାରେ ପାଠ ପଢାଯାଉ ନ ଥିବା ଅଭିଯୋଗ ହେଉଛି। ବ୍ରହ୍ମପୁର ସହରର ଲାଞ୍ଜିପଲୀ ସରକାରୀ ପୌର ଉଚ୍ଚ ବିଦ୍ୟାଳୟରେ ଏଭଳି ଦେଖାଯାଇଛି। ଏହି ବିଦ୍ୟାଳୟଟି ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ ହେବା ପରଠାରୁ ଦିନଟିଏ ବି ପାଠପଢା ହୋଇ ନ ଥିବା ବହୁ ଅଭିଭାବକ ଅଭିଯୋଗ କରିଛନ୍ତିି।
ସ୍ମାର୍ଟ ସ୍କୁଲ ଉଦଘାଟନର ଦୀର୍ଘ ଦିନ ପରେ ସେଠାରେ ପାଠପଢା କରା ନଯିବା ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛିି। ପ୍ରାଥମିକ ବିଦ୍ୟାଳୟର ଏକ ଷ୍ଟୋର ରୁମରେ ବିଭିନ୍ନ ସାମଗ୍ରୀ ଥିବା ବେଳେ ଉକ୍ତ ସଂକୀର୍ଣ୍ଣ ଗୃହରେ ପାଠପଢା ହେଉଛି। ବର୍ତ୍ତମାନ ଏହି ଉଚ୍ଚ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀକୁ ମିଶାଇ ୪୦ ଜଣ ଅଧ୍ୟୟନରତ ଅଛନ୍ତି। କିନ୍ତୁ ସ୍ମାର୍ଟ ସ୍କୁଲରେ ରହିଥିବା କେତେକ ସମସ୍ୟା କାରଣରୁ ବର୍ତ୍ତମାନ ପ୍ରାଥମିକ ବିଦ୍ୟାଳୟରେ ପର୍ଯ୍ୟାୟକ୍ରମେ ପଢ଼ାଯାଉଥିବା ପ୍ରଧାନ ଶିକ୍ଷୟିତ୍ରୀ ଗାୈରୀ ଦେବୀ କହିଛନ୍ତି। ଉକ୍ତ ପ୍ରାଥମିକ ବିଦ୍ୟାଳୟରେ ସକାଳ ସାଢ଼େ ୬ରୁ ସାଢ଼େ ୧୦ ଯାଏ ପ୍ରଥମରୁ ଅଷ୍ଟମ ଓ ସାଢ଼େ ୧୦ରୁ ୪ଟା ଯାଏ ନବମ ଓ ଦଶମ ଶ୍ରେଣୀ ପାଠ ପଢାଯାଉଥିବା ସେ କହିଛନ୍ତି। ଏଥିସହ ଛାତ୍ରୀଛାତ୍ରମାନେ ମଧ୍ୟାହ୍ନ ଭୋଜନ ନିମନ୍ତେ ସ୍ଥାନ ଅଭାବ କାରଣରୁ ବିଦ୍ୟାଳୟ ପରିସର ବାହାରେ ବସୁଛନ୍ତି। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ଯେ, ସ୍ମାର୍ଟ ସ୍କୁଲରେ ଠିକ ଭାବେ ବିଦ୍ୟୁତ ସଂଯୋଗୀକରଣ ହୋଇନି। ସ୍କୁଲ ପରିସରରେ ରହିଥିବା ଏଲଇଡି ଟିଭି ଗୁଡିକ ଲାଗିବା ସମୟରେ ବିଦ୍ୟୁତ ଆଘାତ ଲାଗି ରହୁଛି। ଶାୈଚାଳୟ ନିର୍ମାଣ ହୋଇଛି କିନ୍ତୁ ଡ୍ରେନ୍‌ ଅଚଳାବସ୍ଥା ମଧ୍ୟରେ ରହିଛି। ସ୍କୁଲରେ ରହିଥିବା ସମସ୍ୟା ଗୁଡିକୁ ନେଇ ବିଏମସି ଜେଇଇଙ୍କୁ ବାରମ୍ବାର ଅବଗତ କରାଯାଇଛି, କିନ୍ତୁ କାୈଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। କିନ୍ତୁ ଆସନ୍ତା ସୋମବାରଠାରୁ ସ୍ମାର୍ଟ ସ୍କୁଲରେ ପାଠ ପଢା ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri